ETV Bharat / state

'ଫିର ଆୟେଗା ମୋଦି', ବିଜେପି ପାଇଁ ପ୍ରଚାର ଗୀତ ରଚନା କରି ଚର୍ଚ୍ଚାରେ ପ୍ରେମାନନ୍ଦ - ବିଜେପି ନିର୍ବାଚନ ଥିମ ସଙ୍ଗ

BJP campaign song Phir Ayega Modi: ବିଜେପି ନିର୍ବାଚନ ପ୍ରଚାର ସମୟରେ ବାଜିବ 'ଫିର ଆୟେଗା ମୋଦି' । ଏହି ଗୀତ ପାଇଁ ନିର୍ଦ୍ଦେଶନା ଦେଇ ଏବେ ଚର୍ଚ୍ଚାରେ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ । ଅଧିକ ପଢନ୍ତୁ

Ollywood Music Director Prem Anand
Ollywood Music Director Prem Anand
author img

By ETV Bharat Odisha Team

Published : Feb 26, 2024, 9:23 PM IST

Updated : Feb 26, 2024, 9:59 PM IST

'ଫିର ଆୟେଗା ମୋଦି', ବିଜେପି ପାଇଁ ପ୍ରଚାର ଗୀତ ରଚନା କରି ଚର୍ଚ୍ଚାରେ ପ୍ରେମାନନ୍ଦ

ଭୁବନେଶ୍ବର: ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ପୁରା ଦେଶର ନିର୍ବାଚନ ତାତି ଦେଖିବାକୁ ମିଳିଛି । ସବୁ ଦଳ ନିଜ ନିଜର ପ୍ରଚାରରେ ଲାଗିଥିବା ବେଳେ ସେମାନଙ୍କର ଥିମ ସଙ୍ଗ୍‌ ବା ପ୍ରଚାର ସଂଗୀତ ପ୍ରସ୍ତୁତ କରିବାରେ ଲାଗିଛନ୍ତି । ତେବେ ଦେଶର ବୃହତ ରାଜନୈତିକ ଦଳ ବିଜେପି ପାଇଁ ସଙ୍ଗୀତ ନିର୍ଦ୍ଦେଶନା ଦେଇ ଏବେ ଚର୍ଚ୍ଚାରେ ଓଡ଼ିଆ ସଂଗୀତ ନିର୍ଦ୍ଦେଶ ପ୍ରେମ ଆନନ୍ଦ । ସାମାଜିକ ଗଣମାଧ୍ୟମରେ ଏହି ଗୀତ ଏବେ ଭାଇରାଲ ହେଉଛି, ଯାହାର ଶୀର୍ଷକ ହେଉଛି “ଫିର ଆୟେଗା ମୋଦି”। ଏହାକୁ ଲୋକେ ଦେଖି ବେଶ ପସନ୍ଦ କରିବା ସହିତ ହଜାର ହଜାର ଲୋକ ଲାଇକ ମଧ୍ୟ କରିଛନ୍ତି ।

ଦେଶର ଜଣାଶୁଣା ସଂଗୀତ ନିର୍ଦ୍ଦେଶକଙ୍କୁ ପଛରେ ପକାଇ ୧୦ ମିନିଟରେ ନିଜ ସ୍ବର ସଂଯୋଜନାର ଯାଦୁ ଦେଖାଇଛନ୍ତି । ଯାହା ଜଣେ ଓଡ଼ିଆ କଳାକାରର ପ୍ରତିଭାକୁ ସାରା ଦେଶରେ ଉଚ୍ଚ ପ୍ରସଂଶିତ କରିଛି । ସେ ପୂର୍ବରୁ ବିଶ୍ବକପ ହକି ପାଇଁ ଥିମ ସଂଗୀତ ନିର୍ମାଣ କରି ଚର୍ଚ୍ଚାକୁ ଆସିଥିବା ବେଳେ ପରେ ପୁଣି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଗୀତ ସ୍ବର ସଂଯୋଜନା କରି ବେଶ ଲୋକପ୍ରିୟତା ସାଉଣ୍ଟିଥିଲେ । ଆଉ ଆଜି ପୁଣି 'ଫିର ଆୟେଗା ମୋଦି' ଗାଇ ସାମାଜିକ ଗଣମାଧ୍ୟମରେ ବେଶ ଲୋକପ୍ରିୟତା ହାସଲ କରିଛନ୍ତି । ଏତେ ବଡ ପ୍ଲାଟଫର୍ମରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ସଂଗୀତ ନିର୍ଦ୍ଦେଶନା ଦେଇ ନିଜ ସଙ୍ଗୀତର ସାଧନାକୁ ପ୍ରତିପାଦିତ କରିଛନ୍ତି ।

ଏହାକୁ ନେଇ ସେ ବହୁତ ଖୁସି ଥିବା ବେଳେ ଭାରତର ବୃହତ ଦଳ ବିଜେପି ସର୍ବୋପରି ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ଗୀତ ଗାଇବାର ସୁଯୋଗକୁ ନେଇ ବେଶ ଉତ୍ସାହିତ ଥିବା ମଧ୍ୟ କହିଛନ୍ତି । କାରଣ ଯେତେବେଳେ ଜାତୀୟ ସ୍ତରରେ ଓଡ଼ିଆଙ୍କୁ କାର୍ଯ୍ୟ କରିବାର ଓ ନିଜ ପ୍ରତିଭା ପ୍ରଦର୍ଶନର ସୁଯୋଗ ମିଳେ ସେତେବେଳେ ନିଶ୍ଚୟ ଖୁସି ଲାଗେ ଆଉ ଏହି ଉତ୍ସାହ ହିଁ ଆମକୁ ଆଗକୁ ବଢିବାର ପ୍ରେରଣା ଯୋଗାଇ ବୋଲି କହିଛନ୍ତି ସଂଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ ।

ଏହା ବି ପଢନ୍ତୁ- ବଲିଉଡରେ ଓଡ଼ିଆ ସଂଗୀତ ନିର୍ଦେଶକ ପ୍ରେମ ଆନନ୍ଦ

ଏନେଇ ସେ କହିଛନ୍ତି, "ମୋତେ ମୋଦି ଫିର ଆୟେଗା ସ୍ଲୋଗାନଟି ଶୁଣିବାକୁ ଭଲ ଲାଗିଥିଲା। ସେଥିପାଇଁ ମୁଁ ଏହି ଟ୍ୟାଗ ଲାଇନରେ ଏକ ଗୀତ ଲେଖିବା ପାଇଁ ଗୀତିକାର ଅରୁଣ ଶର୍ମାଙ୍କୁ କହିଥିଲି।ସେ ଗୀତ ଲେଖିବା ପରେ ସୁର କରାଯାଇ ରେକର୍ଡ କରାଗଲା। ଏହାକୁ ଜଣେ ବିଜେପି ମିଡିଆ ସେଲରେ କାମ କରୁଥିବା ନେତାଙ୍କୁ ପ୍ରଦାନ କରାଯାଇଥିଲା। ସେ ଏହାକୁ ଶୁଣି ଖୁସି ହେବା ସହିତ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଶୁଣାଇଥିଲେ। ପରବର୍ତ୍ତି ସମୟରେ ଖବର ଆସିଲା ଯେ ଏହି ଗୀତଟି ପ୍ରଧାନମନ୍ତ୍ରୀଙ୍କ ପସନ୍ଦ ହୋଇଛି ।"

ତେବେ ଏହି ଗୀତଟି ରିଲିଜ ହେବା ପରେ ନିଜେ ପ୍ରଧାନମନ୍ତ୍ରୀ ତାଙ୍କର ସାମାଜିକ ଗଣମାଧ୍ୟମରେ ସେୟାର କରିଛନ୍ତି । ଏପରିକି ବିଜେପିର ଅଫିସିଆଲ ସାମାଜିକ ଗଣମାଧ୍ୟମରେ ମଧ୍ୟ ପୋଷ୍ଟ ହୋଇଛି । ଏହାକୁ ଲୋକେ ଦେଖି ବେଶ ପସନ୍ଦ କରିବା ସହିତ ହଜାର ହଜାର ଲୋକ ଲାଇକ ମଧ୍ୟ କରିଛନ୍ତି । ଏହି ଗୀତଟି ଚଳିତ ନିର୍ବାଚନରେ ପ୍ରଚାରର ପ୍ରମୁଖ ମାଧ୍ୟମ ହେବ । ଏହାର ଭିଜୁଆଲ ବେଶ ସୁନ୍ଦର ହୋଇଥିବା ବେଳେ ଭାରତର ପ୍ରତି କୋଣ ଅନୁକୋଣରୁ ବେଶ ଲୋକପ୍ରିୟତା ମିଳିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Feb 26, 2024, 9:59 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.