ETV Bharat / state

ଚିର ନିଦ୍ରାରେ ରାମୋଜୀ ରାଓ, ଓଡ଼ିଶା ଗଣମାଧ୍ୟମ ପକ୍ଷରୁ ଶ୍ରଦ୍ଧାଞ୍ଜଳି - Tribute to the Media Tycoon

author img

By ETV Bharat Odisha Team

Published : Jun 8, 2024, 9:33 PM IST

Media Tycoon Ramoji Rao passes away: ପରଲୋକରେ ପଦ୍ମବିଭୂଷଣ ରାମୋଜୀ ରାଓ । ଓଡ଼ିଶା ଗଣମାଧ୍ୟମ ପରିବାର ପକ୍ଷରୁ ଭାରତୀୟ ସିନେମା ଓ ଗଣମାଧ୍ୟମ ଜଗତର ବାଦଶାହା ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଅଧିକ ପଢ଼ନ୍ତୁ,

Ramoji Rao passes away
Ramoji Rao passes away (ETV Bharat Odisha)

ଭୁବନେଶ୍ବର: ପରଲୋକରେ ରାମୋଜୀ ଗ୍ରୁପ ପ୍ରତିଷ୍ଠାତା-ଅଧ୍ୟକ୍ଷ ସି.ରାମୋଜୀ ରାଓ । ଗତକାଲି ସ୍ବାସ୍ଥ୍ୟାଗତ ସମସ୍ୟା ଦେଖାଯିବା ପରେ ତାଙ୍କୁ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଜି ଭୋର ପ୍ରାୟ 4ଟା 50 ମିନିଟରେ ସେ ଶେଷନିଶ୍ବାସ ତ୍ୟାଗ କରିଛନ୍ତି । ତେବେ ଭାରତୀୟ ସିନେମା, ପ୍ରିଣ୍ଟ, ଟେଲିଭିଜନ ଏବଂ ଡିଜିଟାଲ ଗଣମାଧ୍ୟମ ଜଗତର ଅନ୍ୟତମ ଶୀର୍ଷ ବ୍ୟକ୍ତିତ୍ୱ ତଥା ଇନାଡୁ, ଇଟିଭି ଏବଂ ଇଟିଭି ଭାରତ ଭଳି ପ୍ରମୁଖ ମିଡିଆର ପ୍ରତିଷ୍ଠାତା ହେଉଛନ୍ତି ରାମୋଜୀ ରାଓ । ତାଙ୍କ ପରଲୋକରେ ଓଡ଼ିଶା ଗଣମାଧ୍ୟମ ପରିବାର ପକ୍ଷରୁ ଭୁବନେଶ୍ୱର ଜୟଦେବ ଭବନ ସମ୍ମୁଖରେ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି ।

ଭାରତୀୟ ସିନେମା ଜଗତର ଜଣେ ପରିଚିତ ନିର୍ମାତା ଓ ପ୍ରଯୋଜକ ଥିଲେ ରାମୋଜୀ ରାଓ। ହିନ୍ଦୀ ଏବଂ ତେଲୁଗୁ ଭାଷାରେ ସେ ଅନେକ ସୁପରହିଟ୍ ସିନେମା ଦେଇଛନ୍ତି । ବିଶେଷକରି, ରାମୋଜୀ ଫିଲ୍ମ ସିଟି ଭଳି ଦେଶର ଏକ ଅଭିନବ ଫିଲ୍ମ ଷ୍ଟୁଡିଓ ପ୍ରତିଷ୍ଠା କରି ସେ ଆମ ସିନେ ଜଗତକୁ ଏକ ବହୁତ ବଡ଼ ଭେଟି ଦେଇଥିଲେ । ଭାରତୀୟ ନ୍ୟୁଜ ମିଡିଆରେ ଏକ ନୂଆ ଯୁଗ ଆରମ୍ଭ କରିଥିଲେ ରାମୋଜୀ ରାଓ । ତେଲୁଗୁ ଭାଷାରେ ସେ ଇନାଡୁ ଭଳି ଏକ ବହୁ ସଂସ୍କରଣ ବିଶିଷ୍ଟ ପ୍ରଭାବଶାଳୀ ଖବରକାଗଜ ସଂସ୍ଥା ଠିଆ କରିଥିଲେ । ପରବର୍ତ୍ତୀ ସମୟରେ ଇନାଡୁ ନେଟୱର୍କ ଅଧୀନରେ ବିଭିନ୍ନ ଭାରତୀୟ ଭାଷାରେ ଟେଲିଭିଜନ ଚ୍ୟାନେଲ ଖୋଲି ସେ ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିଥିଲେ । ଖାଲି ସେତିକି ନୁହେ ଗଣମାଧ୍ୟମ ଜଗତକୁ ତାଙ୍କର ଏହି ଅବଦାନକୁ ନେଇ ଭାରତର ଆଞ୍ଚଳିକ ଟେଲିଭିଜନର ପ୍ରସାର କ୍ଷେତ୍ରରେ ଇଟିଭି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ଉଭୟ ମନୋରଞ୍ଜନ ଏବଂ ସମ୍ବାଦ ପରିବେଷଣ କ୍ଷେତ୍ରରେ ଦେଶରେ ଏକ ବିପ୍ଲବ ଆଣିଥିଲେ ରାମୋଜୀ ରାଓ ।

ଏହା ମଧ୍ୟ ପଢ଼ନ୍ତୁ..ଭାରତୀୟ କଳା ଜଗତର ଗୋଟିଏ ଯୁଗର ଅନ୍ତ: ଶେଷ ନିଦ୍ରାରେ ରାମୋଜୀ ରାଓ, ବ୍ୟକ୍ତି ନୁହେଁ ଅନୁଷ୍ଠାନକୁ ହରାଇଲା ଦେଶ - Media Tycoon Ramoji Rao

ବିଶେଷକରି ଓଡ଼ିଶାର ଗଣମାଧ୍ୟମ, ମନୋରଞ୍ଜନ ଏବଂ ନ୍ୟୁଜ ମିଡିଆ ଉଭୟର ପ୍ରସାର କ୍ଷେତ୍ରରେ ରାମୋଜୀ ରାଓଙ୍କ ଭୂମିକା ସ୍ମରଣୀୟ । ସେ ଆମକୁ ୨୦୦୨ ମସିହା ଜାନୁଆରୀ ୨୭ ତାରିଖରେ ପ୍ରଥମ ଓଡ଼ିଆ ୨୪ ଘଣ୍ଟିଆ ଘରୋଇ ସାଟେଲାଇଟ୍ ଚ୍ୟାନେଲ ଉପହାର ଦେଇଥିଲେ । ଇଟିଭି ଓଡ଼ିଆ ତିଆରି କରିଥିବା ଶହ ଶହ ନିର୍ଦ୍ଦେଶକ, ପ୍ରଯୋଜକ, କଳାକାର, ଟେକ୍ନିସିଆନ, ଆଙ୍କର ଏବଂ ସାମ୍ବାଦିକ ଆଜି ଓଡ଼ିଶାର ବିଭିନ୍ନ ଗଣମାଧ୍ୟମର କାର୍ଯ୍ୟ ପରିସରକୁ ସମୃଦ୍ଧ କରୁଛନ୍ତି । ଆଉ ବର୍ତ୍ତମାନ ଯାଏଁ ତାଙ୍କ ଅବଦାନକୁ ନେଇ କାର୍ଯ୍ୟ ମଧ୍ୟ କରିଛନ୍ତି । ଆଜି ସେହି ପ୍ରମୁଖ ବ୍ୟକ୍ତିତ୍ୱଙ୍କ ଆବର୍ତ୍ତନରେ ପୁରା ଓଡିଶା ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛି। ଭୁବନେଶ୍ୱର ଫିଲ୍ମ ଫେଷ୍ଟିଭାଲ ଚାଲିଥିବା ବେଳେ ଏଥିରେ ସାମିଲ ଥିବା ଇଟିଭି ଓଡ଼ିଆ ତିଆରି କରିଥିବା ଶହ ଶହ ନିର୍ଦ୍ଦେଶକ, ପ୍ରଯୋଜକ, କଳାକାର, ଟେକ୍ନିସିଆନ, ଆଙ୍କର ଏବଂ ସାମ୍ବାଦିକ ମାନେ ହୃଦୟର ଗଭୀରତମ ପ୍ରଦେଶରୁ ଶ୍ରଦ୍ଧାଞ୍ଜଳି ଦେଇଥିବା ବେଳେ ତାଙ୍କ ସହ ବିତେଇ ଥିବା ସ୍ମୃତି ଓ ଅନୁଭୂତିକୁ ବଖାଣିଛନ୍ତି। ଅନ୍ୟପଟେ ଓଡ଼ିଆ ସିନେ ଜଗତର ସୁପରଷ୍ଟାର ଅନୁଭବ ମହାନ୍ତୁ ମଧ୍ୟ ଶୋକ ବ୍ୟକ୍ତ କରିଛନ୍ତି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.