ETV Bharat / state

ବିବାହ ବାର୍ଷିକୀରେ ଅଙ୍ଗଦାନ ପାଇଁ ଅଭିନେତ୍ରୀ ପିଙ୍କି ପ୍ରଧାନଙ୍କ ବଡ ନିଷ୍ପତ୍ତି - ORGAN DONATION IN ODISHA - ORGAN DONATION IN ODISHA

Actress Pinky Pradhan As Organ Donor: ବିବାହ ବାର୍ଷିକୀ ଅବସରରେ ଅଭିନେତ୍ରୀ ପିଙ୍କି ପ୍ରଧାନ ଓ ତାଙ୍କ ସ୍ବାମୀ ଅଙ୍ଗଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି । କ୍ୟାପିଟାଲ ହସ୍ପିଟାଲରେ ଏନେଇ ଅଙ୍ଗଦାନର ଫର୍ମ ନମ୍ବର ୭ ପୂରଣ କରି ନିଜର ସହମତି ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ

ବିବାହ ବାର୍ଷିକୀରେ ଅଙ୍ଗଦାନ କରିବାକୁ ଅଭିନେତ୍ରୀ ପିଙ୍କି ପ୍ରଧାନଙ୍କ ବଡ ନିଷ୍ପତି

author img

By ETV Bharat Odisha Team

Published : Apr 8, 2024, 10:37 PM IST

ବିବାହ ବାର୍ଷିକୀରେ ଅଙ୍ଗଦାନ କରିବାକୁ ଅଭିନେତ୍ରୀ ପିଙ୍କି ପ୍ରଧାନଙ୍କ ବଡ ନିଷ୍ପତି

ଭୁବନେଶ୍ବର: ସାଧାରଣତଃ ଫିଲ୍ମ ତାରକାଙ୍କୁ ସଭିଏଁ ନିଜର ଆଦର୍ଶ ମାନିଥାନ୍ତି, ତାଙ୍କ ଷ୍ଟାଇଲକୁ ଅନୁକରଣ କରିଥାନ୍ତି । ତେବେ ରିଲ୍ ଲାଇଫର ସୁନ୍ଦରୀ ହିରୋଇନ ସାଜିଛନ୍ତି ରିଅଲ ଲାଇଫ ହିରୋଇନ । ନିଜର ବିବାହ ବାର୍ଷିକୀରେ ଏକ ବଡ ଓ ମହତ୍ ନିଷ୍ପତ୍ତି ପାଇଁ ଚର୍ଚ୍ଚାରେ ଓଲିଉଡର ଚୁଲୁବୁଲି ନାୟିକା ପିଙ୍କି ପ୍ରଧାନ । ମୃତ୍ୟୁ ପରେ ଅଙ୍ଗଦାନ କରିବାକୁ ପିଙ୍କି ଓ ତାଙ୍କ ସ୍ବାମୀ ଆଜି ବିଧିବଦ୍ଧ ଭାବେ ସ୍ବୀକୃତି ପ୍ରଦାନ କରିଛନ୍ତି ।

ବିବାହ ବାର୍ଷିକକୁ ଭିନ୍ନ ଏବଂ ମହତ ଢଙ୍ଗରେ ପାଳନ କରିବା ପାଇଁ ଅଭିନେତ୍ରୀ ଓ ବିଜେପି ନେତ୍ରୀ ପିଙ୍କି ପ୍ରଧାନ ଓ ତାଙ୍କର ସ୍ବାମୀ କର୍ନେଲ ସବ୍ୟସାଚୀ ଦାଶ ଆଜି ଏନେଇ ବିଧିବଦ୍ଧ ଭାବରେ କ୍ୟାପିଟାଲ ହସ୍ପିଟାଲରେ ଫର୍ମ ପୁରଣ କରି ସ୍ବୀକୃତି ଦେଇଛନ୍ତି । କ୍ୟାପିଟାଲ ହସ୍ପିଟାଲରେ ଏନେଇ ଅଙ୍ଗଦାନର ଫର୍ମ ନମ୍ବର ୭ ପୂରଣ କରି ନିଜର ସହମତି ପ୍ରଦାନ କରିଛନ୍ତି । ଏହା ଛଡ଼ା ସେମାନେ ରକ୍ତଦାନ ମଧ୍ୟ କରିଛନ୍ତି । ଦେଶରେ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଲୋକ ଅଙ୍ଗରୋପଣ ପାଇଁ ଅପେକ୍ଷା କରିଥିବା ବେଳେ ଡୋନରଙ୍କ ସଂଖ୍ୟା ବହୁତ କମ ରହିଛି । ମାତ୍ର ୫୦ ହଜାର ଲୋକମାନେ ଅଙ୍ଗ ଦାନ କରିବା ପାଇଁ ପ୍ରତିବଦ୍ଧ ଥିବା ବେଳେ ଓଡିଶାରେ ୧୫ ଜଣ ଲୋକ ନିଜର ଅଙ୍ଗଦାନ କରିପାରିଛନ୍ତି । ତେବେ ଜନ୍ମଦିନ , ବିବାହ ବର୍ଷିକୀ ବା କୌଣସି ଶୁଭ କାର୍ଯ୍ୟରେ ଲୋକମାନଙ୍କୁ ଅଙ୍ଗ ଦାନ କରିବା ପାଇଁ ଅନୁରୋଧ କରିବା ସହ ରକ୍ତ ଦାନ କରିବାକୁ ପିଙ୍କି ପରାମର୍ଶ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ ... ଖରାଦିନେ ବ୍ଲଡ ବ୍ୟାଙ୍କରେ ରକ୍ତ ଅଭାବ, ଯୁବବର୍ଗଙ୍କୁ ରକ୍ତଦାନ ପାଇଁ ପ୍ରଶାସନର ଅପିଲ୍ - Blood Crisis In Summer Time

ଅତୀତରେ କିଡନୀ ଟ୍ରାନ୍ସପ୍ଲାଣ୍ଟ ନହେବାରୁ ନିଜ ବାପାଙ୍କୁ ହରାଇଥିଲେ ପିଙ୍କି । ଏପରି ସ୍ଥିତିରେ ନିଜ ଅନ୍ତରଙ୍ଗଙ୍କୁ ହରାଇବାର ଦୁଃଖ ସେ ଅନୁଭବ କରିଛନ୍ତି । ତେଣୁ ତାଙ୍କ ଭଳି କଷ୍ଟ କାହାକୁ ନହେଉ ଏଭଳି ଚିନ୍ତା କରି ଅଙ୍ଗଦାନ କରିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି ପିଙ୍କି । ଏପଟେ ରକ୍ତ ଭଣ୍ଡାରର ନିର୍ଦେଶକ ଦେବାଶିଷ ମିଶ୍ର କହିଛନ୍ତି ଯେ, ବିଶେଷ ଭାବରେ ରକ୍ତ ଅଭାବ ଦେଖିବାକୁ ମିଳୁଛି । ବିଶେଷ ଭାବରେ ଖରା ସମୟରେ ଡୋନରଙ୍କ ସଂଖ୍ୟା ବହୁ ମାତ୍ରାରେ ଅଭାବ ରହିଛି । ଏନେଇ ସମସ୍ତେ ରକ୍ତ ଦାନ ସହ ଅଙ୍ଗ ଦାନ କରିବାକୁ ଆଗେଇ ଆସିବାକୁ ଅନୁରୋଧ କରିଛନ୍ତି । ଏହା ସହ ରକ୍ତ ପାଇଁ କ୍ୟାପିଟାଲ ହସପିଟାଲ ସମ୍ପୂର୍ଣ ରୂପରେ ପ୍ରସ୍ତୁତ ହୋଇ ରହିଛି । ଯାହା ଫଳରେ ଆଗାମୀ ଦିନରେ ଡୋନରଙ୍କ ଆବଶ୍ୟକତା ପଡ଼ିବ ନାହିଁ ।

ସିଧାସଳଖ ଭାବରେ ରକ୍ତ ଭଣ୍ଡାରରୁ ରକ୍ତ ନେଇପାରିବେ । ତେବେ ଅଧିକରୁ ଅଧିକ ରକ୍ତ ଦାନ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି । ରାଜ୍ୟରେ ବର୍ଷକୁ ୪ ଲକ୍ଷରୁ ଅଧିକ ୟୁନିଟ ରକ୍ତ ଆବଶ୍ୟକ । କିନ୍ତୁ ଗତ ବର୍ଷ ୫ ଲକ୍ଷରୁ ଅଧିକ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ସବୁଠି ଅଧିକ କଟକ ଏବଂ ଭୁବନେଶ୍ଵର ସହର ପାଇଁ ରକ୍ତ ରଖିବା ଅଧିକ ପ୍ରାଧାନ୍ୟ ଦିଆଯାଉଛି। ଏହା ସହ ଅନନ୍ୟ ଜିଲ୍ଲା ଗୁଡ଼ିକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଉଛି । ରାଜ୍ୟରେ ସର୍ବମୋଟ ୫୭ ଟି ରକ୍ତ ଭଣ୍ଡାର ରହିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.