ETV Bharat / state

ଆସିଲା ସୁଭଦ୍ରା ଗାଇଡଲାଇନ: ଏମାନଙ୍କୁ ମିଳିବନି ଯୋଜନାର ଲାଭ, ଏମିତି କରନ୍ତୁ ଆବେଦନ - Subhadra Yojana Guideline

author img

By ETV Bharat Odisha Team

Published : Aug 26, 2024, 6:03 PM IST

Subhadra Yojana Guideline: ଆଜି ପ୍ରକାଶ ପାଇଲା ସୁଭଦ୍ରା ଯୋଜନା ଗାଇଡଲାଇନ । କେଉଁ ହିତାଧିକାରୀ ପାଇବେ ? କେଉଁମାନେ ବଞ୍ଚିତ ହେବେ । ଜାଣିବା ପାଇଁ ପଢନ୍ତୁ ସମ୍ପୂର୍ଣ୍ଣ ଖବର ।

ସୁଭଦ୍ରା ଗାଇଡଲାଇନ
ସୁଭଦ୍ରା ଗାଇଡଲାଇନ (ETV Bharat Odisha)

ଭୁବନେଶ୍ବର: ମାର୍ଗଦର୍ଶିକା ପରେ ଆସିଲା ସୁଭଦ୍ରା ଯୋଜନାର ଗାଇଡଲାଇନ । ସୁଭଦ୍ରା ଯୋଜନାରେ କେଉଁ ମାନେ ପାଇବେ କେଉଁ ମାନେ ପାଇବେ ନାହିଁ, କେଉଁଠି କରିବେ ଆବେଦନ ଓ କେଉଁ ମାନେ ଯୋଗ୍ୟ ହିତାଧିକାରୀ ? ଏ ସବୁର ଗାଇଡଲାଇନ ଆଜି ମହିଳା ଓ ଶିଶୁ ବିକାଶ ବିଭାଗ ତରଫରୁ ପ୍ରକାଶ ପାଇଛି ।

ବିଜେପି ସରକାରଙ୍କ ବହୁ ଚର୍ଚ୍ଚିତ ‘ସୁଭଦ୍ରା’ ଯୋଜନା ପାଇଁ ଏସ୍ଓପି ଜାରି ହୋଇ ସାରିଛି । ରାଜ୍ୟ କ୍ୟାବିନେଟରେ ମଞ୍ଜୁରୀ ମିଳିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ଏ ସଂପର୍କରେ ଘୋଷଣା କରିଥିଲେ । ୨୧-୬୦ବର୍ଷର ମହିଳାଙ୍କୁ ବାର୍ଷିକ ୨ଟି କିସ୍ତିରେ ୧୦ ହଜାର ଟଙ୍କା ବ୍ୟାଙ୍କ ଆକାଉଣ୍ଟକୁ ପଠାଯିବ । ଆସନ୍ତା ୫ବର୍ଷରେ ପ୍ରତ୍ୟେକ ଯୋଗ୍ୟ ମହିଳା ହିତାଧିକାରୀ ମୋଟ ୫୦ହଜାର ଟଙ୍କା ପାଇବେ । ନିଜ ଇଚ୍ଛାରେ ସେ ଏହି ଟଙ୍କା ଖର୍ଚ୍ଚ କରିପାରିବେ । ତେବେ ଆଜି ଆସିଛି ସୁଭଦ୍ରା ଯୋଜନାର ଗାଇଡ ଲାଇନ।

ସୁଭଦ୍ରା ଯୋଜନା ଆବେଦନ ପାଇଁ କଣ ରହିଛି ଯୋଗ୍ୟତା ?

ହିତାଧିକାରୀ ନିଜ ନାମରେ ଆଧାର କାର୍ଡ ଏବଂ ଆଧାର ନମ୍ବର ଥିବା ଆବଶ୍ୟକ ।

ନିଜ ଆଧାର କାର୍ଡ ସହିତ ମୋବାଇଲ୍ ନମ୍ବର ଲିଙ୍କ୍ କରିଥିବା ଦରକାର ।

ହିତାଧିକାରୀର ନିଜସ୍ଵ ବ୍ୟାଙ୍କ ଆକାଉଣ୍ଟ ଥିବ ।

କେଉଁମାନେ ପାଇବେନି ସୁଭଦ୍ରା ଟଙ୍କା
କେଉଁମାନେ ପାଇବେନି ସୁଭଦ୍ରା ଟଙ୍କା (ETV Bharat Odisha)

କିଏ ଯୋଜନାରୁ ବଞ୍ଚିତ ହେବେ ?

ଯେଉଁ ମହିଳା ୧୫୦୦ ଟଙ୍କା ଭତ୍ତା ପାଉଥିବେ ।

ବାର୍ଷିକ ମୋଟ ୧୮,୦୦୦ ଟଙ୍କା ବା ତାଠାରୁ ଅଧିକ ପାଉଥିବେ ।

କୌଣସି ରାଜ୍ୟ କିମ୍ବା କେନ୍ଦ୍ର ସରକାରୀ ଯୋଜନା ଯଥା ପେନସନ, ଛାତ୍ରବୃତ୍ତି ଇତ୍ୟାଦି ସହାୟତା ଗ୍ରହଣ କରୁଛନ୍ତି ।

ଯେଉଁ ହିତାଧିକାରୀ ଆୟକର ଦେଉଥିବେ ।

ଆବେଦନକାରୀର ପରିବାରର ଜଳସେଚିତ ଜମିର ପରିମାଣ ୫ ଏକରରୁ ଅଧୂକ ଓ ଅଣ ଜଳସେଚିତ ଜମିର ପରିମାଣ ୧୦ ଏକରରୁ ଅଧିକ ଥିଲେ ।

ସୁଭଦ୍ରା ଗାଇଡଲାଇନ
ସୁଭଦ୍ରା ଗାଇଡଲାଇନ (ETV Bharat Odisha)

କିପରି ଏବଂ କେଉଁଠାରେ କରିବେ ଆବେଦନ ?

ସମସ୍ତ ଯୋଗ୍ୟ ମହିଳା ଆବେଦନକାରୀ ଏହି ଯୋଜନା ଅଧୀନରେ ଲାଭ ପାଇବା ପାଇଁ ଆବେଦନ କରିବା ଆବଶ୍ୟକ । ଆବେଦନ ଗୁଡିକ ଏକ ମୁଦ୍ରିତ ଫର୍ମ ପୂରଣ କରି ଅଫଲାଇନ ତଥା ସୁଭଦ୍ରା ପୋର୍ଟାଲ ମାଧ୍ୟମରେ ଅନଲାଇନ୍ କରାଯାଇପାରିବ । ବିଭିନ୍ନ ସ୍ଥାନ ଓ କାର୍ଯ୍ୟାଳୟ ଯଥା- ଅଙ୍ଗନବାଡି କେନ୍ଦ୍ର, ବ୍ଲକ୍, ମୋ ସେବା କେନ୍ଦ୍ର, ସାଧାରଣ ସେବା କେନ୍ଦ୍ର ଇତ୍ୟାଦିରେ ପର୍ଯ୍ୟାପ୍ତ ମୁଦ୍ରିତ ଆବେଦନ ଫର୍ମ ମାଗଣାରେ ଉପଲବ୍ଧ ହେବ । ଆବେଦନକାରୀ ମାନେ ଫର୍ମ ପୂରଣ କରି ଏହାକୁ ନିକଟସ୍ଥ ମୋ ସେବା କେନ୍ଦ୍ର ,ସାଧାରଣ ସେବା କେନ୍ଦ୍ରରେ ଦାଖଲ କରିବାକୁ ପଡିବ । ଆବେଦନକାରୀଙ୍କ ଦ୍ବାରା ଦାଖଲ କରାଯାଇଥିବା ଫର୍ମ ଏବଂ ଆଧାରରେ କୌଣସି ଭୁଲ ଥିଲେ, ଆଧାରରେ ଥିବା ସୂଚନାକୁ ଚୂଡ଼ାନ୍ତ ଭାବେ ଗ୍ରହଣ କରାଯିବ ।

ମିଳିବ ସୁଭଦ୍ରା ATM କାର୍ଡ:

ସୁଭଦ୍ରା ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଏଟିଏମ୍‌ କାର୍ଡ। ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ୫ ବର୍ଷରେ ମିଳିବ ୫୦ ହଜାର ଟଙ୍କା । ୫ ହଜାର ଲେଖାଏଁ ବର୍ଷକୁ ୨ ଥର ମୋଟ ୧୦ ହଜାର ଟଙ୍କା ମିଳିବ। ବର୍ଷକୁ ୧୦ ହଜାର କରି ୫ ବର୍ଷ ଯାଏଁ ମିଳିବ ମୋଟ ୫୦ ହଜାର । ବର୍ଷକୁ ୨ ଥର ପ୍ରଥମ କିସ୍ତି ରାକ୍ଷୀ ଓ ୨ୟ କିସ୍ତି ମାର୍ଚ୍ଚ ୮ରେ ମିଳିବ। ଅଧିକ ଡିଜିଟାଲ କାରବାର କଲେ ପଞ୍ଚାୟତରୁ ଶହେ ଜଣଙ୍କୁ ଅତିରିକ୍ତ ୫ଶହ ମିଳିବ।

ଏହା ମଧ୍ୟ ପଢନ୍ତୁ: ଆସିଲା ସୁଭଦ୍ରା SOP: କିଏ ପାଇବେ ଟଙ୍କା, କେମିତି କରିବେ ଆବେଦନ ? ସରକାରଙ୍କୁ ବିରୋଧିଙ୍କ ପ୍ରଶ୍ନ 5 ହଜାର ଟଙ୍କା ନେଇ କଣ କରିବେ ମହିଳା ?

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.