ETV Bharat / state

ପୁଣି ରାଜ୍ୟକୁ ଫେରିବ ହିଟୱେଭ; ବଢିବ ତାପମାତ୍ରା, ହନ୍ତସନ୍ତ ହେବ ଜନଜୀବନ - Odisha Weather update

Odisha Weather update: ପୁଣି ଖରାରେ କଲବଲ ହେବେ ରାଜ୍ୟବାସୀ । 3ରୁ 5 ଡିଗ୍ରୀ ବଢିବା ନେଇ ଅନୁମାନ କଲା ପାଣିପାଗ ବିଭାଗ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : May 28, 2024, 2:26 PM IST

Odisha Weather update
Odisha Weather update (ETV Bharat Odisha)

ଭୁବନେଶ୍ବର: ଓଡିଶାରେ ପୁଣି ଫେରିବ ତାପମାତ୍ରା । ରାଜ୍ୟରେ ଅସହ୍ୟ ତାତି ସହ ଗୁଳୁଗୁଳି ଲାଗିରହିଥିବା ବେଳେ ପୁଣି ଫେରିବ ହିଟ ୱେଭ ବା ଗ୍ରୀଷ୍ମ ପ୍ରବାହ । ଦିନର ତାପମାତ୍ରା ବୃଦ୍ଧି ପାଇବା ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଦ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଖରା ଓ ଅସହ୍ୟ ଗରମରେ ସନ୍ତୁଳି ହେବେ ରାଜ୍ୟବାସୀ । ଆଗାମୀ 3ଦିନ ଯାଏଁ ରାଜ୍ୟରେ ୩ରୁ ୫ ଡିଗ୍ରୀ ଯାଏଁ ତାପମାତ୍ରା ବୃଦ୍ଧି ପାଇବ ।

ବଢିବ ତାପମାତ୍ରା: ଭୁବନେଶ୍ବର ପାଣିପାଗ ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ସୂଚନା ଅନୁସାରେ, "ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଉଷ୍ମ ଓ ଆଦ୍ର ସ୍ଥିତି ଲାଗିରହିବା ସହିତ ୨୯ ଓ ୩୦ ତାରିଖରେ ସୁନ୍ଦରଗଡ ଝାରସୁଗୁଡା ସମ୍ବଲପୁର ବଲାଙ୍ଗୀର ଓ ନୂଆପଡା ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହିଟୱେଭ ଜାରି ରହିବ । ସେପଟେ ରାଜ୍ୟରେ ଅସହ୍ୟ ଗୁଳୁଗୁଳି ସହ ଗରମ ଅନୁଭୂତ ହେଉଥିବା ବେଳେ ଆଜି ରାଜ୍ୟର କିଛି କିଛି ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ୩୦ ଓ ୧ ତାରିଖରେ ରାଜ୍ୟରେ କିଛି କିଛି ସ୍ଥାନରେ ବର୍ଷାର ସମ୍ଭାବନା ରହିଛି । ବିଜୁଳି ଘଡଘଡି ସହ ବର୍ଷସ ଓ ଝଡତୋଫାନ ବର୍ଷା ହେବା ନେଇ ଆକଳନ କରାଯାଇଛି । ଏହି ସମୟରେ ୪୦ ରୁ ୫୦ କିମି ପବନ ବହିବାର ସମ୍ଭାବନା ରହିଛି ।"

ଏହା ମଧ୍ୟ ପଢନ୍ତୁ: ଜୁନ ପହିଲାରେ କେରଳ ଛୁଇଁବ ମୌସୁମୀ, କାଲିଠୁ ବଢିବ ତାତି - Monsoon 2024

ସଠିକ ସମୟରେ କେରଳ ଛୁଇଁବ ମୌସୁମୀ: ଅନ୍ୟପଟେ ମେ ୩୧ ବା ଜୁନ ୧ ତାରିଖ ସୁଦ୍ଧା ଅର୍ଥାତ ଆଉ ୪ ଦିନ ପରେ ସଠିକ ସମୟରେ ମୌସୁମୀ ବାୟୁ କେରଳ ଛୁଇଁବାର ସମ୍ଭାବନା ରହିଛି ବୋଲି କହିଛି ବିଭାଗ । କାରଣ ମୌସୁମୀ ବାୟୁ କେରଳ ଛୁଇଁବା ପାଇଁ ପାଗ ଅନୁକୂଳ ରହିଛି । କେରଳରେ ମୌସୁମୀ ବାୟୁ ଛୁଇଁବା ପରେ ଓଡ଼ିଶାରେ କେବେ ମୌସୁମୀ ବାୟୁ ପହଞ୍ଚିବ ତାହା ସ୍ପଷ୍ଟ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ତିନିରୁ ୪ ଦିନ ପୂର୍ବରୁ ଏନେଇ ସୂଚନା ସ୍ପଷ୍ଟ ହେବ ବୋଲି କହିଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା । ସେହିପରି ଚଳିତ ବର୍ଷ ସ୍ୱାଭାବିକ ବର୍ଷା ରହିବାର ସଂଭାନା ଥିବା ମଧ୍ୟ ପୂର୍ବାନୁମାନ କରିଛି ପାଣିପାଗ । ଏଠାରେ ସୂଚନା ଥାଉକି, ମେ ୧୯ ତାରିଖ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ଆଣ୍ଡାମାନ ସାଗର, ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ନିକୋବର ଦ୍ୱୀପ ପୁଞ୍ଜ ଛୁଇଁଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.