ETV Bharat / state

ରାଜ୍ୟରେ ତୁହାକୁ ତୁହା ବର୍ଷା, ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ - Heavy rain alert

author img

By ETV Bharat Odisha Team

Published : Aug 20, 2024, 11:15 AM IST

Updated : Aug 20, 2024, 11:21 AM IST

Odisha weather update heavy rain forecasted by IMD: ଆଜି ରାଜ୍ୟର 4 ଜିଲ୍ଲାରେ ପ୍ରବଳ ବର୍ଷା ହେବ । ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି । ଅଧିକ ପଢନ୍ତୁ

odisha weather update
odisha weather update (Etv Bharat)

ଭୁବନେଶ୍ୱର: ଦକ୍ଷିଣ ବାଂଲାଦେଶ ଓ ତତ୍‌ସଂଲଗ୍ନ ଅଞ୍ଚଳରେ ସକ୍ରିୟ ଥିବା ସଦୃଶ ଲଘୁଚାପ ପ୍ରଭାବରେ ରାଜ୍ୟରେ ଜାରି ରହିଛି ତୁହାକୁ ତୁହା ବର୍ଷା । ପ୍ରାୟ ଏକ ସପ୍ତାହ ହେଲା ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିଛି । ଆଜି ମଧ୍ୟ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । 4 ଜିଲ୍ଲାରେ ଅତି ପ୍ରବଳ ବର୍ଷା ପୂର୍ବାନୁମାନ ସହ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତାକାଲିଠାରୁ ବର୍ଷାର ପରିମାଣ କମିବା ନେଇ ସମ୍ଭାବନା ରହିଛି ।

ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ:-

ଆଜି ସକାଳୁ ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ଜରି ରହିଛି । ଯାହା ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି । ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼ ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏହି ଜିଲ୍ଲାବାସୀ ଅଧିକ ସତର୍କ ରହିବାକୁ କୁହାଯାଇଛି । ଏହି ସବୁ ସ୍ଥାନରେ 70ରୁ 110 ମି.ମି ବର୍ଷା ହୋଇପାରେ ।

ଏହା ମଧ୍ୟ ପଢନ୍ତୁ-ଓଡ଼ିଶାର ୫ ଜିଲ୍ଲାରେ ପ୍ରବଳ ବର୍ଷା ପୂର୍ବାନୁମାନ କଲା ପାଣିପାଗ ବିଭାଗ, ଏଲୋ ଓ୍ବାର୍ଣ୍ଣିଂ ଜାରି - Heavy rain alert to 5 districts

ଗତକାଲି ଏହି ସବୁ ଜିଲ୍ଲାରେ ହୋଇଥିଲା ପ୍ରବଳ ବର୍ଷା:

ଗତକାଲି (ସୋମବାର) 5 ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିଲା । ସୁନ୍ଦରଗଡ଼, ଝାରସୁଗୁଡା, ସମ୍ବଲପୁର, ଦେବଗଡ଼ ଓ କେନ୍ଦୁଝର ଜିଲ୍ଲାରେ ପ୍ରବଳ ବର୍ଷା ସାଙ୍ଗକୁ ଘଡଘଡି ହେବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିଲା ।

କାଲିଠୁ କମିବ ବର୍ଷା: ରାଜ୍ୟରେ ମୌସୁମୀ ବର୍ଷା ଜାରି ରହିଥିବା ବେଳେ ଆସନ୍ତାକାଲିଠୁ ବର୍ଷାର ପରିମାଣ କମିପାରେ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଗତ 3 ଦିନ ହେଲା ରାଜ୍ୟରେ ଜୋରଦାର ବର୍ଷା ଲାଗିରହିଛି । ଯାହା ଫଳରେ ଘର ବାହରକୁ ଯିବାକୁ ମଧ୍ୟ ମୁସକିଲ ହୋଇ ପଡିଛି । ଟ୍ବିନ ସିଟମରେ ମଧ୍ୟ ବର୍ଷା ଲାଗି ରହିଥିବାରୁ ସ୍ଥାନେ ସ୍ଥାନେ ପାଣି ଜମି ରହିଛି । ଫଳରେ ଯାତାୟତ ମଧ୍ୟ ପ୍ରଭାବିତ ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 20, 2024, 11:21 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.