ETV Bharat / state

୩ ଦିନ ତୁହାକୁ ତୁହା ବର୍ଷା; ୨୪ ଜିଲ୍ଲାକୁ ୱାର୍ଣ୍ଣିଂ, ଆଲର୍ଟରେ ରାଜଧାନୀ ଭୁବନେଶ୍ବର - ODISHA RAIN ALERT

author img

By ETV Bharat Odisha Team

Published : Aug 24, 2024, 7:37 AM IST

Updated : Aug 24, 2024, 5:56 PM IST

Odisha weather: ଆଜି ରାଜ୍ୟର 6 ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ସମ୍ଭାବନା । କେଉଁ ଜିଲ୍ଲାରେ ପ୍ରବଳ ବର୍ଷା ହେବ ଜାଣିନିଅନ୍ତୁ । ଅଧିକ ପଢନ୍ତୁ

Odisha weather update
Odisha weather update (Etv Bharat Odisha)

ଭୁବନେଶ୍ବର: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୁର୍ଣ୍ଣିବଳୟ । ଏହି ଘୁର୍ଣ୍ଣିବଳୟଟି ଅଧିକ ଘନୀଭୂତ ହୋଇ ଆସନ୍ତା ୪୮ ଘଣ୍ଟାରେ ନେଇପାରେ ଲଘୁଚାପର ରୂପ । ଏହାସସହ ମୌସୁମୀ ସହ ଆଉ ଏକ ଲଘୁଚାପ ଝାରଖଣ୍ଡ ଓ ତାର ପାଖପାଖରେ ସକ୍ରିୟ ରହିଛି । ପ୍ରଭାବରେ ଆଗାମୀ ୩ ଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା । ଆଜିଠୁ ରାଜ୍ୟରେ ବଢିବ ବର୍ଷା । ଅନ୍ୟପଟେ ଉତ୍ତର ପଶ୍ଚିମବଙ୍ଗ ଓ ତତସଲଗ୍ନ ଅଞ୍ଚଳରେ ଲଘୁଚାପ ସକ୍ରିୟ ରହିଥିବାରୁ ଏହା ଉତ୍ତର ପୂର୍ବଦିଗକୁ ଗତି କରିଥିବା ବେଳେ ଆଜି ଝାଡଖଣ୍ଡ ଆଡକୁ ଅଗ୍ରସର ହୋଇପାରେ ।

Odisha weather update (ETV Bharat Odisha)

ଆଜି 6 ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ: ଆଜିଠୁ ବର୍ଷାର ବିସ୍ତୃତି ବଢିବାକୁ ଥିବାବେଳେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ 6 ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ସମ୍ବଲପୁର, ଢେଙ୍କାନାଳ, ଅନୁଗୋଳ, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ କେନ୍ଦୁଝର ଜିଲ୍ଲାରେ ହୋଇପାରେ ଅତିପ୍ରବଳ ବର୍ଷା ।

ଏହା ମଧ୍ୟ ପଢନ୍ତୁ-ତୁହାକୁ ତୁହା ବର୍ଷାରେ ଭାସିବ ଓଡ଼ିଶା! ଏସବୁ ଜିଲ୍ଲାକୁ ସତର୍କ କଲା ପାଣିପାଗ ବିଭାଗ - Heavy To Very Heavy Rain

18 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ: ସେହିପରି ପ୍ରବଳ ବର୍ଷା ପାଇଁ 18 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହି ସବୁ ଜିଲ୍ଲା ହେଉଛି ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, କନ୍ଧମାଳ, ବୌଦ୍ଧ, ସୋନପୁର, ବଲାଙ୍ଗୀର, ନୂଆପଡା, ବରଗଡ଼, ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ।

Odisha weather update
Odisha weather update (ETV Bharat Odisha)

ଆସନ୍ତାକାଲି ପାଇଁ 6 ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ: 25 ତାରିଖରେ ପ୍ରବଳ ବର୍ଷା ପାଇଁ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ ଓ କେନ୍ଦୁଝର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । 26 ତାରିଖରେ ପ୍ରବଳ ବର୍ଷା ପାଇଁ କେନ୍ଦୁଝର, ମୟୂରଭଞ୍ଜ ଓ ସୁନ୍ଦରଗଡ଼ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୨୭ ତାରିଖରୁ ବର୍ଷାର ପରିମାଣ କମିବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।

ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମନା: ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବାବେଳେ ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ । ତେଣୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ନ ଯିବାକୁ ବାରଣ କରିଛି ପାଣିପାଗ ବିଭାଗ । ମୁଖ୍ୟତଃ 26 ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କ ପାଇଁ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ମାଟି ଘରେ ରହୁଥିବା ଲୋକମାନଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ବାମରାରେ ସବୁଠାରୁ ଅଧିକ ବର୍ଷା ରେକର୍ଡ:

ସେପଟେ ଗତ ୨୪ ଘଣ୍ଟାରେ ଅନେକ ସ୍ଥାନରେ ବର୍ଷା ସହ ୩ ଜିଲ୍ଲାରେ ପ୍ରବଳ ଓ ୬ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହୋଇଥିବା ବେଳେ ସମ୍ବଲପୁର ବାମରାରେ ସର୍ବାଧିକ ୧୬୭.୮ ମିଲି ମିଟର ବର୍ଷା ରେକର୍ଡ କରାଯାଇଛି ।୨୬ ରୁ କମିବ ବର୍ଷାର ପରିମାଣ । ପୁଣି ୨୮ରୁ ବଢିବ ବର୍ଷାର ପରିମାଣ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 24, 2024, 5:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.