ETV Bharat / state

୧୫ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସତର୍କତା, ଦୀପାବଳିରେ କେମିତି ରହିବ ପାଗ? ଜାଣନ୍ତୁ - ODISHA WEATHER LATEST UPDATE

ବର୍ଷା ସହ ବିଜୁଳି ଘଡ଼ଘଡ଼ି ପାଇଁ ୧୫ ଜିଲ୍ଲାକୁ ସତର୍କ କଲା ପାଣିପାଗ ବିଭାଗ । ଏହି ଦିନଠାରି ରାଜ୍ୟରେ ବର୍ଷାର ପରିମାଣ କମିବ ।

Odisha Weather Forecast Latest Update
Odisha Weather Forecast Latest Update (ETV Bharat Odisha)
author img

By ETV Bharat Odisha Team

Published : Oct 29, 2024, 5:39 PM IST

ଭୁବନେଶ୍ବର: ବର୍ତ୍ତମାନ ରାଜ୍ୟ ଉପରେ କୌଣସି ନିର୍ଦ୍ଦିଷ୍ଟ ପାଣିପାଗ ନିୟାମକ ସକ୍ରିୟ ନାହିଁ । ଫଳରେ ପାଗ ଶୁଖିଲା ରହିବା ସହ ବାୟୁ ମଣ୍ଡଳରେ ମାତ୍ରାଧିକ ଆଦ୍ରତା ରହିଛି । ଏହାସହ ଅନେକ ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି । ୩୧ ତାରିଖରୁ ୪ ଦିନ ଯାଏଁ ରାଜ୍ୟରେ ପାଗ ଶୁଖିଲା ସହ କାଁଭାଁ ବର୍ଷା ହୋଇପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ତେଣୁ ଦୀପାବଳିରେ ଶୁଖିଲା ପାଗ ରହିବ ବୋଲି କହିଛି ପାଣିପାଗ ବିଭାଗ ।

Odisha Weather Forecast Latest Update (ETV Bharat Odisha)

ବିଜୁଳି ଘଡ଼ଘଡ଼ି ଆଲର୍ଟ:

ରାଜ୍ୟରେ ବର୍ଷାର ପ୍ରଭାବ ବିଶେଷ ନ ଥିଲେ ମଧ୍ୟ ବିଜୁଳି ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି । ଯାହାକୁ ନେଇ ଆସନ୍ତାକାଲି ପାଇଁ ୧୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଜିଲ୍ଲା ଗୁଡିକ ହେଉଛି କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ବଲାଙ୍ଗୀର, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଅନୁଗୋଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ ଓ ବାଲେଶ୍ବର ଜିଲ୍ଲା । ସେପଟେ ୩୧ ତାରିଖ ପରଠାରୁ ବର୍ଷା କିମ୍ବା ଘଡ଼ଘଡ଼ିକୁ ନେଇ ସେଭଳି କିଛି ସତର୍କ ସୂଚନା ଜାରି କରିନାହିଁ ପାଣିପାଗ ବିଭାଗ ।

Odisha Weather Forecast Latest Update
Odisha Weather Forecast Latest Update (IMD)

ବାତ୍ୟା ପରେ ଆରମ୍ଭ ହେଲାଣି ଗରମ ଗୁଳୁଗୁଳି:

ବାତ୍ୟା ଦାନା ପ୍ରଭାବରେ ରାଜ୍ୟରେ ପାଗ କୋହଲା ଥିବାବେଳେ ବାତ୍ୟା ପରେ ଧିରେ ଧିରେ ଗରମ ଓ ଗୁଳୁଗୁଳିର ପରିମାଣ ବଢ଼ୁଛି । ଗତକାଲି କିଛି ସ୍ଥାନରେ ଗରମ ଗୁଳୁଗୁଳି ହୋଇଥିବା ବେଳେ ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ସବୁଠାରୁ ଉତ୍ତପ୍ତ ସହର ରହିଥିଲା । ଯେଉଁଠି ସର୍ବାଧିକ ୩୫.୦ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । ସେହିପରି ଭୁବନେଶ୍ବରରେ ୩୨.୨ ଡିଗ୍ରୀ ସେଲସିୟସ ଓ କଟକରେ ୩୧.୨ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। ଏହାସହ ଫୁଲବାଣୀରେ ସର୍ବନିମ୍ନ ୧୮.୦ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ଦୁର୍ବଳ ହେଲା ବାତ୍ୟା ‘ଦାନା’; 24 ଘଣ୍ଟା ବର୍ଷିବ, ଘଣ୍ଟା ପ୍ରତି 7କିମି ବେଗରେ ଉତ୍ତର ଓଡ଼ିଶାର ପଶ୍ଚିମ ଦିଗକୁ ଗତି କରୁଛି

ଏହା ମଧ୍ୟ ପଢ଼ନ୍ତୁ...ବାତ୍ୟା 'ଦାନା'ର ପ୍ରଭାବରେ ଯାଜପୁରରେ ପ୍ରବଳ ବର୍ଷା

ଏହା ମଧ୍ୟ ପଢ଼ନ୍ତୁ...ଦୁର୍ବଳ ହେଲା ଅତି ଭୀଷଣ ବାତ୍ୟା 'ଦାନା'; ୨୮ରୁ ପାଗରେ ପରିବର୍ତ୍ତନ !

ଏହି ଯାଗାରେ ସର୍ବାଧିକ ବର୍ଷା ରେକର୍ଡ:

ଗତ ୨୪ ଘଣ୍ଟାରେ ରାଜ୍ୟର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଥିବାବେଳେ ଅନୁଗୋଳ ଜିଲ୍ଲା ବଅଁରପାଳରେ ସର୍ବାଧିକ ୧୦୫.୪ ମିମି ବର୍ଷା ରେକର୍ଡ ହୋଇଛି । ସେହପରି ଭଦ୍ରକ ଧାମନଗରରେ ୭୩.୦ ମିମି, ନୟାଗଡ଼ ଓଡ଼ଗାଁରେ ୬୪.୬ ମିମି, ଗଞ୍ଜାମର ପୁରୁଷତ୍ତୋମପୁରରେ ୪୯.୬ ମିମି ବର୍ଷା ରେକର୍ଡ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.