ETV Bharat / state

ଶୀତ ଦିନ ଆରମ୍ଭରୁ ଭିଜାଇଲାଣି ବର୍ଷା, କେବେଠୁ ହେବ ଥଣ୍ଡା ଅନୁଭୂତ? ଜାଣନ୍ତୁ - ODISHA WEATHER UPDATE

ରାଜ୍ୟରେ ଜାରି ରହିଛି ହାଲୁକାରୁ ମଧ୍ୟମ ଧରଣର ବର୍ଷା । ଏହି ମାସରୁ ଓଡ଼ିଶାରେ ଶୀତ ଅନୁଭୂତ ହୋଇପାରେ ବୋଲି ପାଣିପାଗ ବିଭାଗର ସୂଚନା ।

Odisha Weather Forecast Latest Update
Odisha Weather Forecast Latest Update (ETV Bharat Odisha)
author img

By ETV Bharat Odisha Team

Published : Nov 1, 2024, 7:50 PM IST

ଭୁବନେଶ୍ବର: ରାଜ୍ୟର କିଛି ସ୍ଥାନରେ ଜାରି ରହିଛି ହାଲୁକାରୁ ମଧ୍ୟମ ଧରଣର ବର୍ଷା । ମାତ୍ର ରାଜ୍ୟ ଉପରେ କୌଣସି ପାଣିପାଗ ନିୟାମକ ସକ୍ରିୟ ନଥିବାବେଳେ ଆସନ୍ତା ୫ ଦିନ ଯାଏଁ ପାଗ ଶୁଖିଲା ରହିବ । ଏପରିକି ବଡ଼ ବର୍ଷା ପାଇଁ ମଧ୍ୟ କୌଣସି ସତର୍କ ସୂଚନା ନାହିଁ । ସେପଟେ ବାୟୁମଣ୍ଡଳର ଉପରି ଭାଗରେ ଜଳୀୟ ବାଷ୍ପ ଅଧିକ ଥିବାରୁ ଆଦ୍ରତାର ପରିମାଣ ୯୦ ପ୍ରତିଶତ ରହୁଛି । ଫଳରେ କାଁଭାଁ ସ୍ଥାନରେ ବର୍ଷା ହେଉଥିବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

Odisha Weather Forecast Latest Update (ETV Bharat Odisha)

ଏସବୁ ଜିଲ୍ଲାରେ ହେବ ବର୍ଷା:

ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ସୂଚନା ଅନୁସାରେ, ଉତ୍ତର ଓ ପୂର୍ବ-ଉତ୍ତର ଦିଗରୁ ବହୁଥିବା ଶୁଷ୍କ ବାୟୁ ଉପକୂଳର ଉଷ୍ମ ବାୟୁ ସହ ମିଶିବା ପରେ ବର୍ଷା ହେଉଛି । ତେଣୁ ରାଜ୍ୟରେ କାଁଭାଁ ସ୍ଥାନରେ ବର୍ଷା ଦେଖିବାକୁ ମିଳୁଛି । ଭୁବନେଶ୍ୱର, ଖୋର୍ଦ୍ଧା, କଟକ ଜିଲ୍ଲାରେ ଆଜି ବର୍ଷା ହୋଇଛି । ଆସନ୍ତା ୨୪ ଘଣ୍ଟାରେ କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, କଟକ, ଖୋର୍ଦ୍ଧା, ପୁରୀ, ଗଞ୍ଜାମ, ଗଜପତି, ରାୟଗଡା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଏବଂ କନ୍ଧମାଳ ଜିଲ୍ଲାରେ ଗୋଟିଏରୁ ୨ଟି ସ୍ଥାନରେ ଘଡ଼ଘଡି଼ ବିଜୁଳି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରହିବାରେ ସମ୍ଭାବନା ରହିଛି । ସେହିପରି ଆସନ୍ତାକାଲି ଅର୍ତାତ ୨ ତାରିଖରେ ବିଶେଷ କରି ପାଗ ଶୁଖିଲା ରହିବା ସହ ମାଲକାନଗିରି ଏବଂ କୋରାପୁଟରେ ଗୋଟିଏ ଦୁଇଟି ସ୍ଥାନରେ ହାଲକା ହୋଇପାରେ ।

Odisha Weather Forecast Latest Update
Odisha Weather Forecast Latest Update (IMD)

ଏହା ମଧ୍ୟ ପଢ଼ନ୍ତୁ...୧୫ ଜିଲ୍ଲାକୁ ବିଜୁଳି ଘଡ଼ଘଡ଼ି ସତର୍କତା, ଦୀପାବଳିରେ କେମିତି ରହିବ ପାଗ? ଜାଣନ୍ତୁ

ଏହା ମଧ୍ୟ ପଢ଼ନ୍ତୁ...ଦୁର୍ବଳ ହେଲା ଅତି ଭୀଷଣ ବାତ୍ୟା 'ଦାନା'; ୨୮ରୁ ପାଗରେ ପରିବର୍ତ୍ତନ !

ଏହା ମଧ୍ୟ ପଢ଼ନ୍ତୁ...ଦୁର୍ବଳ ହେଲା ବାତ୍ୟା ‘ଦାନା’; 24 ଘଣ୍ଟା ବର୍ଷିବ, ଘଣ୍ଟା ପ୍ରତି 7କିମି ବେଗରେ ଉତ୍ତର ଓଡ଼ିଶାର ପଶ୍ଚିମ ଦିଗକୁ ଗତି କରୁଛି

କେବେଠୁ ହେବେ ଶୀତ?:

ସେହିପରି ୩, ୪ ଓ ୫ ତାରିଖରେ ପାଗ ଶୁଖିଲା ରହିବ । ବର୍ତ୍ତମାନ ବର୍ଷା ହେବାର ସମ୍ଭାବନା ନାହିଁ । ୬ ତାରିଖରେ ଉପକୂଳ ଓଡିଶାରେ ଗୋଟିଏରୁ ୨ଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ୭ ତାରିଖରେ ମୟୁରଭଞ୍ଜ ଏବଂ କୋରାପୁଟରେ ବର୍ଷା ହୋଇପାରେ । ଆଗାମୀ ୨ରୁ ୩ ଦିନ ରାଜ୍ୟରେ ଗୁଳୁଗୁଳି ରହିବ । ଆର୍ଦ୍ରତାର ପରିମାଣ ଯଥେଷ୍ଟ ରହୁଥିବାବେଳେ ଓଡିଶାକୁ ଶୀତ ବିଳମ୍ବରେ ଆସିବ । ଡିସେମ୍ବର କିମ୍ବା ଜାନୁଆରୀରେ ଓଡ଼ିଶାରେ ଶୀତ ଅନୁଭୁତ ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.