ETV Bharat / state

୨୬ରେ ଘୂର୍ଣ୍ଣିବଳୟ; ରାଜ୍ୟରେ 4ଦିନ ପ୍ରବଳ ବର୍ଷା ! ୭ଜିଲ୍ଲାକୁ ସତର୍କ ସୂଚନା - Odisha Weather Update

Odisha Weather Update: ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସମ୍ଭାବନା । ୨୬ ତାରିଖରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସମ୍ଭାବନା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହାର ପ୍ରଭାବରେ ୨୬ ରୁ ୨୯ ଯାଏ ଓଡ଼ିଶାରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ଅଧିକ ପଢନ୍ତୁ,

author img

By ETV Bharat Odisha Team

Published : Jun 24, 2024, 4:55 PM IST

୨୬ରେ ଘୂର୍ଣ୍ଣିବଳୟ; ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ସତର୍କ ସୂଚନା
୨୬ରେ ଘୂର୍ଣ୍ଣିବଳୟ; ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ୭ ଜିଲ୍ଲାକୁ ସତର୍କ ସୂଚନା (ETV Bharat Odisha)

ଭୁବନେଶ୍ୱର: ଆସନ୍ତା ୨୬ରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଘୁର୍ଣ୍ଣିବଳୟ ସମ୍ଭାବନା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ପ୍ରଭାବରେ ୨୬ ପରଠୁ ରାଜ୍ୟରେ ବଢିବ ବର୍ଷାର ପରିମାଣ । ଭାରି ବର୍ଷାର ସମ୍ଭାବନା ରହିଥିବା ସହ କିଛି ସ୍ଥାନରେ ଜୁଳି ଘଡଘଡି ସହ ପ୍ରବଳ ବର୍ଷାର ସମ୍ଭାବନା ଦେଇଛି ପାଣିପାଗ ବିଭାଗ । ଆସନ୍ତା ୩ ଦିନ (୨୬ ରୁ ୨୯) ଯାଏ ଓଡ଼ିଶାରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଆସନ୍ତା ୨୪ ଘଣ୍ଟାରେ ବିଜୁଳି ଘଡ ଘଡି ସହ ଅନେକ ସ୍ଥାନରେ ହାଲୁକରୁ ମଧ୍ୟମ ବର୍ଷା ସମ୍ଭାବନା ରହିଛି । ବିଶେଷ କରି ଉପକୂଳ ଉତ୍ତର ଓ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାରେ ୩ ଦିନ ଧରି ଏଭଳି ବର୍ଷା ରହିବା ସହ ଏହି ସମୟରେ ୩୦ ରୁ ୪୦ କିମି ପବନ ବହିବାର ସମ୍ଭାବନା ରହିଛି । ପରେ ୨୬ ତାରିଖରୁ ପ୍ରବଳ ବର୍ଷା ନେଇ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ତେବେ ୨୬ ରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ମୟୂରଭଞ୍ଜ , କେନ୍ଦୁଝର, ଗଜପତି, କନ୍ଧମାଳ ରାୟଗଡା କଳାହାଣ୍ଡି ଓ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଥିବା ବେଳେ ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୭ ରୁ ୧୧ ସେମି ବର୍ଷା ହେବ ନେଇ ବିଭାଗ ଆକଳନ କରିଛି ।

ଅନ୍ୟପଟେ ସାରା ରାଜ୍ୟକୁ ମୌସୁମୀ ଛୁଇଁଥିବା ବେଳେ ବର୍ତ୍ତମାନ ଯାଏ ସାରା ଓଡ଼ିଶାରେ ସ୍ୱାଭାବିକ ବର୍ଷା ହୋଇନାହିଁ । ୪୧ ପ୍ରତିଶତ କମ ବର୍ଷାରେ ରହିଛି ରାଜ୍ୟ । ଏହି କ୍ରମରେ ଜୁନ ୧ ରୁ ଏଯାବତ ୬ ଜିଲ୍ଲାରେ ସ୍ୱାଭିକ ବର୍ଷା ରେକର୍ଡ କାରାଯାଇଥିବା ବେଳେ ୨୪ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ କରାଯାଇଛି । ଆଜି ସୁଦ୍ଧା ୧୫୪.୬ ମିଳିମିଟର ବର୍ଷା ହବାକୁ ଥିବାବେଳେ ହୋଇଛି ୯୧.୮ ମିଲି ମିଟର । ରାଜ୍ୟରେ ୪୧ ପ୍ରତିଶତ କମ ବର୍ଷା ରେକର୍ଡ ହୋଇଛି ।ଆଗକୁ ବଡ ବର୍ଷା ହେବାକୁ ଥିବା ବେଳେ ଏହାର ପରିମାଣ କମି ପରେ ବୋଲି ଅନୁମାନ କରିଛି ପାଣିପାଗ କେନ୍ଦ୍ର । ଗତ ୨୪ ଘଣ୍ଟାରେ କିଛି ସ୍ଥାନରେ ବର୍ଷା ହୋଇଥିବା ବେଳେ କେନ୍ଦ୍ରାପଡା ଅନୁଲ ରେ ସର୍ବାଧିକ ୬୮.୦୦ ମିମି ବର୍ଷା ରେକର୍ଡ ହୋଇଛି। ସେହିପରି ପାରଳାଖେମୁଣ୍ଡି ରେ ସର୍ବାଧିକ ୩୯.୦୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.