ETV Bharat / state

ଭିଜିଲାନ୍ସ ଜାଲରେ ଅତିରିକ୍ତ ଯୋଗାଣ ଅଧିକାରୀ, ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି - Vigilance Raid

author img

By ETV Bharat Odisha Team

Published : Aug 16, 2024, 3:53 PM IST

Kendrapara ACSO Under Vigilance Scanner: ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ କେନ୍ଦ୍ରାପଡ଼ାର ଅତିରିକ୍ତ ଯୋଗାଣ ଅଧିକାରୀ ପ୍ରଦୀପ କୁମାର ମହାପାତ୍ରଙ୍କ ଘରେ ଚଢ଼ାଉ । ଅଧିକ ପଢ଼ନ୍ତୁ

Kendrapara ACSO Under Vigilance Scanner
Kendrapara ACSO Under Vigilance Scanner (ETV Bharat Odisha)

କେନ୍ଦ୍ରାପଡା/କଟକ: କେନ୍ଦ୍ରାପଡା ଅତିରିକ୍ତ ବେସାମରିକ ଯୋଗାଣ ଅଧିକାରୀ ପ୍ରଦୀପ ମହାପାତ୍ରଙ୍କ ସରକାରୀ କାର୍ଯ୍ୟାଳୟ ଉପରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ । ଆଜି ସକାଳୁ କଟକ, ଭୁବନେଶ୍ୱର ସମେତ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ବେସାମରିକ ଯୋଗାଣ ବିଭାଗ (Civil Supply Office)ର ଅତିରିକ୍ତ ବେସାମରିକ ଯୋଗାଣ ଅଧିକାରୀ ପ୍ରଦୀପ ମହାପାତ୍ରଙ୍କ କାର୍ଯ୍ୟାଳୟ ଉପରେ ଭିଜିଲାନ୍ସ ଚଢ଼ାଉ କରି ବିଭିନ୍ନ କାଗଜ ଯାଞ୍ଚ କରୁଛି ।

ଅତିରିକ୍ତ ବେସାମରିକ ଯୋଗାଣ ଅଧିକାରୀଙ୍କ ଘରେ ଯାଞ୍ଚ:

ଆଜି (ଶୁକ୍ରବାର) ସକାଳୁ 2 ଥର ଭିଜିଲାନ୍ସ ବିଭାଗ କେନ୍ଦ୍ରାପଡା ବେସାମରିକ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଆସି ଫେଲ ମାରିବା ପରେ ପୂର୍ବାହ୍ନ ୧୦ଟାରେ କାର୍ଯ୍ୟାଳୟ ଖୋଲିବା ପରେ କାର୍ଯ୍ୟାଳୟ ମଧ୍ୟକୁ ୪ ଜଣିଆ ଟିମ ପଶି ପ୍ରଦୀପଙ୍କ କାର୍ଯ୍ୟାଳୟ ସିଲ କରି କାଗଜପତ୍ର ଯାଞ୍ଚ କରୁଛି । ଭିଜିଲାନ୍ସ ସ୍ପେଶାଲ ଜଜଙ୍କ ନିର୍ଦ୍ଦେଶକ୍ରମେ ଆଜି ପ୍ରଦୀପଙ୍କ କଟକ ନୂଆବଜାର ସ୍ଥିତ ବାସଭବନ, ଭୁବନେଶ୍ୱରରେ ଥିବା ଘର ସମେତ ସମ୍ପର୍କୀୟଙ୍କ ଘର ଉପରେ ଚଢ଼ାଉ କରାଯାଉଛି । ପ୍ରଦୀପ ମହାପାତ୍ର ପୂର୍ବରୁ କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକର ଯୋଗାଣ ନିରୀକ୍ଷକ (Marketing Inspector) ଭାବେ କାର୍ଯ୍ୟ କରୁଥିଲେ । ସେଠାରୁ ପଦୋନ୍ନତି ପାଇ ବଦଳି ହେବା ପରେ ପୁଣିଥରେ ବଦଳି ହୋଇ ଗତ ୧୯ ମାସ ତଳେ ଜିଲ୍ଲା ଅତିରିକ୍ତ ବେସାମରିକ ଯୋଗାଣ ଅଧିକାରୀ ଭାବେ ଯୋଗ ଦେଇଥିଲେ ।

ଜାରି ରହିଛି ତଦନ୍ତ:

ଭିଜିଲାନ୍ସ ଅଧିକାରୀଙ୍କ ପ୍ରତିକ୍ରିୟା ଅନୁଯାୟୀ, "ଅତିରିକ୍ତ ବେସାମରିକ ଯୋଗାଣ ଅଧିକାରୀ ପ୍ରଦୀପ ମହାପାତ୍ର ଗତ ଏପ୍ରିଲ ୨୦୨୩ ମସିହାରୁ ଏଠାରେ କାର୍ଯ୍ୟଭାର ତୁଲାଇ ଆସୁଥିବା ବେଳେ ଯାଞ୍ଚ ସମୟରେ କିଛି ସନ୍ଦେହଜନକ କାଗଜପତ୍ର ମିଳିଛି । ଏବଂ ତଦନ୍ତ ଜାରି ରହିଥିବା । ବର୍ତ୍ତମାନ ତାଙ୍କ ଘର ସହ କଟକ, ଭୁବନେଶ୍ବରରେ ଯାଞ୍ଚ ଚାଲିଛି ।" ସେହିପରି ବେସାମରିକ ଯୋଗାଣ ଅଧିକାରୀ ଶ୍ରୀନିବାସ ସାହୁ କହିଛନ୍ତି,"ପ୍ରଦୀପ ପୁରୀରୁ ଏପ୍ରିଲ ୨୦୨୩ ମସିହାରେ ବଦଳି ହୋଇ ଏଠାକୁ ଆସି ଏଠାରେ ଅତିରିକ୍ତ ବେସାମରିକ ଯୋଗାଣ ଅଧିକାରୀ ଭାବରେ ଅଛନ୍ତି । ସେ ଅଭିଯୋଗ ଶୁଣାଣୀ, ଜିଲ୍ଲାକୁ ଚାଉଳ ସଠିକ ଭାବରେ ଆସୁଛି ନା ନାହିଁ ଦେଖନ୍ତି ।"

ଏହା ମଧ୍ୟ ପଢ଼ନ୍ତୁ...ମାଗଣାରେ ହେଉଥିବା କାମ ପାଇଁ ମାଗୁଥିଲେ ୪୦ ହଜାର, ଲାଞ୍ଚୁଆ ଜିଓଲୋଜିଷ୍ଟଙ୍କୁ ବାନ୍ଧିଲା ଭିଜିଲାନ୍ସ - Geologist In Vigilance Net
ଇଟିଭି ଭାରତ, କେନ୍ଦ୍ରାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.