ETV Bharat / state

ସରକାରୀ ଗାଡିକୁ କରିଥିଲେ ଲାଞ୍ଚ ସଂଗ୍ରହ ଯାନ: ଭିଜିଲାନ୍ସ ହାବୁଡରେ ଗୋଲମୁଣ୍ଡା ବିଡିଓ, ରଙ୍ଗବୋଳା ଟଙ୍କା ନେଇ ଫସିଲେ କିରାଣୀ - Odisha Vigilance Raid

author img

By ETV Bharat Odisha Team

Published : Aug 1, 2024, 9:17 PM IST

Odisha Vigilance Raid: ଲାଞ୍ଚ ନେଇ ଫସିଗଲେ ଦୁଇ ଅଧିକାରୀ । ଗାଡିରେ ଲାଞ୍ଚ ଟଙ୍କା ନେଇ ଯାଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଗୋଲମୁଣ୍ଡାର ବିଡିଓ ମାଡାମ । ସେହିପରି ଶିକ୍ଷକଙ୍କ କାମ କରିବା ପାଇଁ ଲାଞ୍ଚ ନେଉଥିବା ବେଳେ କିରାଣୀଙ୍କ ଉପରେ ମାଡି ବସିଲା ଭିଜିଲାନ୍ସ । ପଢନ୍ତୁ ପୁରା ଖବର ।

ଲାଞ୍ଚ ନେଇ ଫସିଗଲେ ଦୁଇ ଅଧିକାରୀ
ଲାଞ୍ଚ ନେଇ ଫସିଗଲେ ଦୁଇ ଅଧିକାରୀ (ETV Bharat Odisha)

ଭବାନୀପାଟଣା/ମାଲକାନଗିରି: ସରକାରୀ ବାବୁଙ୍କ ଲାଞ୍ଚ ପ୍ରୀତି । ଆକ୍ସନ ପରେ ବି ସୁଧୁରୁ ନାହାନ୍ତି ବାବୁ । ନିକଟରେ ଅନେକ ଲାଞ୍ଚୁଆ ଅଧିକାରୀ ଭିଜିଲାନ୍ସ ଜାଲରେ ପଡି ଜେଲ ଯାଉଥିବା ଖବର ଚର୍ଚ୍ଚାରେ ରହୁଥିବା ବେଳେ ପୁଣି ଆଜି ଲାଞ୍ଚ ନେଇ ଧରାପଡିଛନ୍ତି ଦୁଇ ଅଧିକାରୀ । ସରକାରୀ ଗାଡିରେ ଲାଞ୍ଚ ନେଉଥିବା ବେଳେ ଧରାପଡିଛନ୍ତି ଗୋଲମୁଣ୍ଡା ବିଡିଓ ମାଡାମ । ସେହିପରି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର କିରାଣୀ ଲାଞ୍ଚ ନେଇ ଧରାପଡିଛନ୍ତି ।

ସରକାରୀ ଗାଡିରେ ନେଉଥିଲେ ଲାଞ୍ଚ:

ଭିଜିଲାନ୍ସ ହାତରେ ଲାଞ୍ଚୁଆ ବିଡିଓ । ସରକାରୀ ଗାଡିରେ ଲାଞ୍ଚ ଟଙ୍କା ନେଇ ଯାଉଥିବା ବେଳେ ମାଡି ବସିଲା ଭିଜିଲାନ୍ସର 15 ଜଣିଆ ଟିମ । ଲାଞ୍ଚୁଆ ବିଡିଓ ଜଣକ ହେଲେ ଗୋଲାମୁଣ୍ଡା ବ୍ଲକର ବିଡ଼ିଓ ଅକ୍ଷୟମିତା କାର୍ତ୍ତିକ । ସେ ଭବାନୀପାଟଣାରୁ ଗୋଲମୁଣ୍ଡା ଯାଉଥିବା ବେଳେ ଜୁନାଗଡ ଥାନା ଜାରିଂ ନିକଟରେ ମାଡି ବସିଥିଲା ଭିଜିଲାନ୍ସ । ତାଙ୍କ ଗାଡିରୁ 7 ଲକ୍ଷ ଟଙ୍କା ଜବତ ହୋଇଛି । ଅନ୍ୟପଟେ ଭିଜିଲାନ୍ସର 3ଟି ଟିମ ତାଙ୍କ ବାସଭବନ ଓ କାର୍ଯ୍ୟାଳୟରେ ଚଢାଉ ଜାରି ରଖିଛି । ସେପଟେ ସେ ଏତେ ଟଙ୍କା କେଉଁଠି ଆଣିଲେ ତଦନ୍ତ ଆରମ୍ଭ କରିଛି ଭିଜିଲାନ୍ସ ।

ଲାଞ୍ଚୁଆ ଅଧିକାରୀ (ETV Bharat Odisha)

5 ହଜାର ଲାଞ୍ଚ ନେଇ ଧରାପଡିଲେ କିରାଣୀ:

ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର କିରାଣୀ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଆଜି ମାଲକାନଗିରି ଭିଜିଲାନ୍ସ ହାତରେ ଧରାପଡିଛନ୍ତି । କିରାଣି ଜଣକ ହେଲେ ରବି ଶଙ୍କର ପାତ୍ର । ଅଭିଯୋଗ ଅନୁସାରେ, ସୋମନାଥ ବାଙ୍କିଆ ନାମକ ଜଣେ ଶିକ୍ଷକ କୌଣସି କାରଣରୁ ନିଳମ୍ବିତ ହୋଇଥିଲେ। ତେବେ ତାଙ୍କର କାଗଜ ପତ୍ର କରିବା ପାଇଁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର କିରାଣୀ ରବି ଶଙ୍କର ପାତ୍ର ତାଙ୍କୁ ୫ ହଜାର ଟଙ୍କା ଲାଞ୍ଚ ମାଗୁଥିଲେ । ହେଲେ ଟଙ୍କା ଦେଇ ପାରୁନଥିଲେ ଶିକ୍ଷକ ଜଣକ । ହେଲେ ଲାଞ୍ଚ ନଦେଲେ କାମ ହେବ ନାହିଁ ବୋଲି ସଫା ସଫା ମନାକରିଥିଲେ ।

ଦୌଡୁଥିଲେ ଶିକ୍ଷକ, କାମ କରୁନଥିଲେ କିରାଣୀ:

ଶିକ୍ଷକ ମଧ୍ୟ ବାରମ୍ବାର ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଦୌଡି ଦୌଡି ନୟାନ୍ତ ହୋଇଥିଲେ। ଗତକାଲି ପୁଣି ସେ କିରାଣୀଙ୍କୁ ଅନୁରୋଧ କରି ତାଙ୍କ କାଗଜପତ୍ର କାମ କରିଦେବାକୁ ନେହୁରା ହୋଇଥିଲେ। କିନ୍ତୁ ସେ କାଲି ମଧ୍ୟ ୫ ହଜାର ଟଙ୍କା ନଦେଲେ କେବେ ମଧ୍ୟ କାମ ହେବ ନାହିଁ ବୋଲି କହିଥିଲେ। ନିଲମ୍ବିତ ଶିକ୍ଷକ ଶେଷରେ ମାଲାକାନଗିରି ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ।

ରଙ୍ଗେ ହାତ ଧରାପଡିଲେ କିରାଣୀ:

ଅଭିଯୋଗକୁ ଭିତ୍ତି କରି ଡିଏସପି ସଦାନନ୍ଦ ପାଣିଙ୍କ ନେତୃତ୍ବରେ ଏକ ଟିମ ଆଜି ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଚଢାଉ କରିଥିଲା । ଯୋଜନା ଅନୁସାରେ ରଙ୍ଗବୋଳା ଟଙ୍କା ଲାଞ୍ଚ ଆକାରରେ ଦେଇଥିଲେ ଶିକ୍ଷକ । ଆଉ ଠିକ ସମୟରେ ମାଡି ବସିଥିଲା ଭିଜିଲାନ୍ସ । ଭିଜିଲାନ୍ସ ଟିମ ଚଢାଉ କରି ରଙ୍ଗ ବୋଳା ଟଙ୍କା ଜବତ କରିବା ସହ ତାଙ୍କ ହାତ ଧୋଇଥିଲେ । ହାତରୁ ରଙ୍ଗ ବାହାରିବା ପରେ ତାଙ୍କୁ ଗିରଫ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: ଲୋକଦେଖାଣିଆ ଭଡା ଘରେ ରହୁଥିଲେ ଅବକାରୀ ଅଧିକାରୀ ରାମଚନ୍ଦ୍ର, ମିଳିଲାଣି ୫୨ଟି ପ୍ଲଟ ସହ ଏକାଧିକ ଘର

ଏହା ମଧ୍ୟ ପଢନ୍ତୁ: ଭିଜିଲାନ୍ସ ରାଡାରରେ ଅବକାରି ଅଧିକାରୀ ଜଏଣ୍ଟ କମିସନର ରାମଚନ୍ଦ୍ର ମିଶ୍ର, 9ଟି ସ୍ଥାନରେ ଚଢଉ

ଇଟିଭି ଭାରତ, କଳାହାଣ୍ଡି ଓ ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.