ETV Bharat / state

ଆୟ ବହିର୍ଭୂତ ଧନରେ ମଥୁରାରେ ଘର: ୩୬ ପ୍ଲଟ, ବେନାମି ଗାଡି ଓ ଫାର୍ମ ହାଉସ ଠାବ - ENGINEER Sunil Kumar Rout arrested - ENGINEER SUNIL KUMAR ROUT ARRESTED

ENGINEER SUNIL KUMAR ROUT ARRESTED: ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହେଲେ ଲୋୟର ସୁକତେଲର କୋଟିପତି ମୁଖ୍ୟ ନିର୍ମାଣ ଯନ୍ତ୍ରୀ । ରାଜ୍ୟ ତଥା ରାଜ୍ୟ ବାହାରେ କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ । ଅଧିକ ପଢନ୍ତୁ

ENGINEER SUNIL KUMAR ROUT ARRESTED
ENGINEER SUNIL KUMAR ROUT ARRESTED (ETV Bharat Odisha)
author img

By ETV Bharat Odisha Team

Published : Jul 26, 2024, 10:12 PM IST

ଭୁବନେଶ୍ବର: ଆୟ ଠାରୁ ଢେର୍ ଗୁଣା ଅଧିକ ସମ୍ପତ୍ତି କରି ବନ୍ଧା ହେଲେ କୋଟିପତି ଯନ୍ତ୍ରୀ ସଞ୍ଚୟ । ଆୟ ବହିର୍ଭୁତ ଟଙ୍କାରେ ଧାର୍ମିକ ସ୍ଥାନ ମଥୁରାରେ ଘର ଓ ବୃନ୍ଦାବନରେ ଘର ପାଇଁ କିଣିଥିଲେ ପ୍ଲଟ । ଆଉ ସପ୍ତଶଯ୍ୟାରେ ଏକ ଫାର୍ମ ହାଉସ କରି ସେଠାରେ ୧୦୦ ଗୋପାଳନ ଭଳି ଧର୍ମ ଅର୍ଜନ କାମ କରୁଥିଲେ ଗିରଫ ହୋଇଥିବା ଲୋୟର ସୁକତେଲର କୋଟିପତି ମୁଖ୍ୟ ନିର୍ମାଣ ଯନ୍ତ୍ରୀ ।

ENGINEER SUNIL KUMAR ROUT ARRESTED (ETV Bharat Odisha)

କଳା ସାମ୍ରାଜ୍ୟର ସମ୍ପତ୍ତି ଦେଖି ଛାନିଆ ହେଲେ ଅଧିକାରୀ: ଆୟ ଠାରୁ ଢେର ଗୁଣା ଆୟବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ଭିଜିଲାନ୍ସ ଦ୍ବାରା ଗିରଫ ପରେ‌ ତାଙ୍କୁ କୋର୍ଟ ଚାଲାଣ କରିଛି ଭିଜିଲାନ୍ସ । ଏନେଇ ଏହି କୋଟିପତି ସରକାରୀ କର୍ମଚାରୀଙ୍କର‌‌ କୋଟି କୋଟି ଟଙ୍କାର ବିଶାଳ ସାମ୍ରାଜ୍ୟର ହିସାବ ନିକାଶ ଖୋଜି ପାଇଛି ଭିଜିଲାନ୍ସ ‌। ଭିଜିଲାନ୍ସ ରେଡ ବେଳେ ଜାଣିବାକୁ ପାଇଛନ୍ତି ,ସୁନିଲ କୁମାର ରାଉତଙ୍କର ନାରେ‌ ଏଯାବତ ରାଜ୍ୟ ବାହାରେ ଓ ରାଜ୍ୟ ଭିତରେ ମିଶାଇ ଏବେ ସୁଧା ମିଳିଛି ୩୬ଟି ପ୍ଲଟ । ୨କୋଟି ୨୬ଲକ୍ଷ ଟଙ୍କାର ଡିପୋଜିଟ ।ଏଥିସହ ବେନାମୀ ଗାଡି ଯାହାକି ନିଜ ସମ୍ପର୍କୀୟଙ୍କ ନାଁରେ କିଣିଥିଲେ । ଯେଉଁଥିରେ ରହିଛି ଥାର ଭଳି ଦାମୀ ଗାଡି ସହ କ୍ବେଟା ଓ ଦୁଇଟି ଟ୍ରକ ଏବଂ ବାଇକ ମଧ୍ୟ ଜବତ କରାଯାଇଛି । ଏପରିକି ୧କୋଟି ୮୬ଲକ୍ଷ ଟଙ୍କାର‌ ପ୍ରିମିୟମ ଦେଇ ଇନସୁରାନସ ଡିପୋଜିଟ ମଧ୍ୟ‌ ଠାବ ହୋଇଛି ।

ସପ୍ତଶଯ୍ୟାରେ ଫାର୍ମ ହାଉସ ଠାବ: ସବୁଠାରୁ ଆଶ୍ଚର୍ଯ୍ୟ ବିଷୟ ହୋଇଛି ଯେତେବେଳେ ଢେଙ୍କାନାଳର ସପ୍ତଶଯ୍ୟାରେ ଏକ ଫାର୍ମ ହାଉସ ଠାବ ହୋଇଛି । ଯେଉଁଠି ଏକ ବିଶାଳ ସାମ୍ରାଜ୍ୟ ଦେଖିବାକୁ ମିଳିଛି । ୧୦୦ ଗୋପାଳନ କ୍ଷମତା ଥିବା ଗାଇ ଫାର୍ମ ମଧ୍ୟ ତିଆରି କରିଥିଲେ । ଯେଉଁଠି ୬୫ଟି ଗାଇ ମଧ୍ୟ ପାଳୁଥିଲେ । ଏଥିସହ ୧୦୦୦ କୁକୁଡା ରହିବା ଭଳି କୁକୁଡା ଫାର୍ମ ସହ ପୋଖରୀ ଖୋଳି ତାର‌ ଚାରିପାଖେ ଦାମି ଗଛ ମଧ୍ୟ ଲଗାଇଥିଲେ । ଏହି ଫାର୍ମ ହାଉସ ଭିତରେ ଦୁଇ ମହଲା କୋଠାର ମଧ୍ୟ ତିଆରି କରି ବାବୁଙ୍କ ଛୁଟି କାଟିବାକୁ ସେଠାକୁ ଆସୁଥିଲେ ।

କୋଟିପତି ବାବୁଙ୍କ ମଥୁରା ଲିଙ୍କ୍: ଏପରିକି ଧାର୍ମିକ କାମ ପାଇଁ ଉତ୍ତରପ୍ରଦେଶର ମଥୁରେରେ ଏକ ଫ୍ଲାଟ୍ ରଖିଥିଲେ । ଏହାସହ ବୃନ୍ଦାବନରେ ମଧ୍ୟ ଏକ ପ୍ଲଟ କିଣିଥିଲେ । ଯେଉଁଠି ନିଜର ଆୟବହିର୍ଭୂତ ସମ୍ପତିରେ ବିଶାଳ ସାମ୍ରାଜ୍ୟ କରି ପରେ ଧର୍ମିକ ସ୍ଥଳରେ ଯାଇ ସମୟ ଅତିବାହାତ କରୁଥିଲେ ।ତେବେ ଏବେବି ରେଡ୍ ଜାରି ରହିଛି । ରେଡ ସମୟରେ ତାଙ୍କର ଦୁଇଟି ଲକ୍ ମଧ୍ୟ ଠାବ ହୋଇଛି‌ । ଯେଉଁଠୁ ପ୍ରାୟ ୯୦୦ ଗ୍ରାମର ଉର୍ଦ୍ଧ ସୁନା ଗହଣା ଜବତ କରାଯାଇଛି । ଯେଉଁଥିରେ ବିଭିନ ପ୍ରକାର ଗହଣା ସମେତ ସୁନା ବିସ୍କୁଟ ଓ ସୁନାର କଏନ୍ ମଧ୍ୟ ଠାବ ହୋଇଛି ।

ଏହା ମଧ୍ୟ ପଢନ୍ତୁ ....ଭିଜିଲାନ୍ସ ହାତରେ କୁବେର ଯନ୍ତ୍ରୀ, ସପ୍ତଶଯ୍ୟାରେ ବିରାଟ ଫାର୍ମ ହାଉସ ଠାବ - Balangir Vigilance Raid

ଆୟଠାରୁ ୨୫୭ ପ୍ରତିଶତ ଅଧିକ ସମ୍ପତି ଠୁଳ: ତେବେ ତାଙ୍କର ୩୬ପ୍ଲଟ ମଧ୍ୟରେ ଭୁବନେଶ୍ୱର ଦୁଇଟି ସ୍ଥାନରେ ନିଳାଦ୍ରି ବିହାର ଓ ନୟାପଲ୍ଲୀ ନିଳକଣ୍ଠ ନଗରରେ ଠାବ ହୋଇଛି । ଯେଉଁଠି ଆଖି ଖୋଲିଲା ଭଳି ସୁଉଚ୍ଚ ପ୍ରାସାଦ ଓ ଭବ୍ୟ ଇଣ୍ଟେରିୟର ଡିଜାଇନର ପ୍ରାସାଦ ଭଳି ଘର ଠାବ ହୋଇଛି । ସେହିପରି ସର୍ବାଧିକ କଟକରେ ୧୯ଟି ଠାବ ହୋଇଛି । ଯାହାକି ବାବୁଙ୍କୁ ପ୍ଲଟ ପ୍ରିତି ଜଣାପଡିଛି । ସେହିପରି ପୁରି ଜିଲ୍ଲାରେ ୭ଟି ସ୍ଥାନରେ ଢେଙ୍କାନାଳରେ ମଧ୍ୟ ଏକାଧିକ ପ୍ଲଟ ଠାବ ହୋଇଛି । ତେବେ ଲୋୟର ସୁକତେଲ ଭଳି ପ୍ରକଳ୍ପରେ କାମ କରୁଥିବା ଏହି ମୁଖ୍ୟ ନାର୍ମାଣ ଯନ୍ତ୍ରୀ ନିଜ ଆୟଠାରୁ ୨୫୭ ପ୍ରତିଶତ ଅଧିକ ସମ୍ପତ୍ତି ଠୁଳ କରିଛନ୍ତି । କେଉଁଠୁ କେମିତି ଉପାୟରେ‌ଏଭଳି ଆୟ ଠୁଳ କରିଛନ୍ତି, ସେ ନେଇ ତନାଘନା ଜାରି ରଖିଛି ଭିଜିଲାନ୍ସ ।

ତେବେ ଗତକାଲି ଏନେଇ ସୂଚନା ପାଇ ଏକକାଳୀନ ଭାବେ‌ ରାଜ୍ୟ ବାହାରେ ଓ ରାଜ୍ୟ ଭିତରେ ରେଡ କରିଥିଲେ ଭିଜିଲାନ୍ସ ଅଧିକାରୀ । ପ୍ରାୟ ୨ଜଣ ଅତିରିକ୍ତ ଏସପି , ୮ଜଣ ଡିଏସପି ଓ ୬ଜଣ ଇନସ୍ପେକ୍ଟରଙ୍କ ସହ ୧୦ଏଏସ ଆଇ ଓ ଅନ୍ୟ କର୍ମଚାରୀ ମିଶି ଏଭଳି ସର୍ଚ୍ଚ ଅପରେସନ କରିଥିଲେ‌ । ଏନେଇ ଭିଜିଲାନ୍ସ ସେଲ୍ ଏସପି ଆରକେ ପଣ୍ଡା ମଧ୍ୟ ଏନେଇ ପ୍ରତିକ୍ରିୟା ଦେଇ କହିଛନ୍ତି," ସର୍ଚ୍ଚ ଅପରେସନ ଜାରି ରହିଛି ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.