ETV Bharat / state

ମହଙ୍ଗା ପଡିଲା ରାଲି, ପ୍ରଚାରରେ ସାମିଲ ହୋଇ ନିଲମ୍ବିତ ହେଲେ ଶିକ୍ଷୟିତ୍ରୀ - Teacher suspended - TEACHER SUSPENDED

Teacher suspended in Boudh: ରାଜନୈତିକ ଦଳର ଦଳୀୟ ରାଲିରେ ସାମିଲ ହୋଇ ନିଲମ୍ବିତ ହେଲେ ବୌଦ୍ଧ ଜିଲ୍ଲା ଦହ୍ୟା ସରକାରୀ ନୋଡାଲ ହାଇସ୍କୁଲର ସହକାରୀ ଶିକ୍ଷୟିତ୍ରୀ । ଅଧିକ ପଢନ୍ତୁ

Teacher suspended in Boudh
Teacher suspended in Boudh
author img

By ETV Bharat Odisha Team

Published : Apr 13, 2024, 3:21 PM IST

Updated : Apr 13, 2024, 6:47 PM IST

Teacher suspended in Boudh

ବୌଦ୍ଧ: ସରକାରୀ ସହକାରୀ ଶିକ୍ଷୟିତ୍ରୀଙ୍କୁ ନିର୍ବାଚନ ଅଧିକାରୀଙ୍କ ଛାଟ । ନିର୍ବାଚନ ଆଚରଣ ବିଧି ଲାଗିଥିବା ସମୟରେ ଏକ ରାଜନୈତିକ ଦଳର ଦଳୀୟ ରାଲିରେ ଯୋଗ ଦେଇ ନିଲମ୍ବିତ ହେଲେ ଶିକ୍ଷୟିତ୍ରୀ । ବୌଦ୍ଧ ଜିଲ୍ଲା ଦହ୍ୟା ସରକାରୀ ନୋଡାଲ ହାଇସ୍କୁଲର ସହକାରୀ ଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କରିଛନ୍ତି ଜିଲ୍ଲା ନିର୍ବାଚନ ଅଧିକାରୀ । ସେ ଏକ ନିର୍ବାଚନ ରାଲିରେ ଯୋଗ ଦେଇଥିଲେ । ଫଳରେ ତାଙ୍କ ଉପରେ ନିଲମ୍ବନ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ମହଙ୍ଗା ପଡିଲା ରାଲି
ମହଙ୍ଗା ପଡିଲା ରାଲି

ଏହା ମଧ୍ୟ ପଢନ୍ତୁ- ପୁରୀରେ ବିଜେଡି ବିରୁଦ୍ଧରେ ଆଚରଣ ବିଧି ଉଲ୍ଲଘଂନ ଅଭିଯୋଗ ଆଣିଲା ବିଜେପି

ସୂଚନା ଅନୁସାରେ, ଗତ ଦୁଇ ଦିନ ତଳେ ବୌଦ୍ଧ ଜିଲ୍ଲା କଣ୍ଟାମାଲ ନିର୍ବାଚନ ମଣ୍ଡଳୀ ପଲଶପାଟ ଠାରୁ ଆମ୍ବଗାଁ ପର୍ଯ୍ୟନ୍ତ ଏକ ରାଜନୈତିକ ଦଳ ପକ୍ଷରୁ ବାଇକ୍ ରାଲି ହୋଇଥିଲା । ଏହି ରାଲିରେ ଦହ୍ୟା ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ । ଏନେଇ ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ଏପରିକି ଏହାର ଏକ ଫଟୋ ମଧ୍ୟ ଜିଲ୍ଲାପାଳଙ୍କ ଦୃଷ୍ଟିକୁ ଆସିଥିଲା । ଏନେଇ ଜିଲ୍ଲାପାଳ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ତଦନ୍ତ ପରେ ସହକାରୀ ଶିକ୍ଷୟିତ୍ରୀଙ୍କୁ ଜିଲ୍ଲାପାଳ ନିଲମ୍ବନ କରିଛନ୍ତି । ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାରେ ବିଷୟ ହୋଇଛି ।

ଏହା ମଧ୍ୟ ପଢନ୍ତୁ - ଆଚରଣ ବିଧି ମାନୁନାହାନ୍ତି ଉମାକାନ୍ତ ! ରିଟର୍ଣ୍ଣିଂ ଅଫିସରଙ୍କ ଦ୍ବାରସ୍ଥ ହେଲା ବିଜେପି

ଏହା ମଧ୍ୟ ପଢନ୍ତୁ - ପୁଣି ପୁରୀରେ ବିଜେଡି ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲଘଂନ ଅଭିଯୋଗ, ବିଜେପି-ବିଜେଡ଼ି ମୁହାଁ ମୁହିଁ

ମହଙ୍ଗା ପଡିଲା ରାଲି
ମହଙ୍ଗା ପଡିଲା ରାଲି

ଅନ୍ୟପଟେ ବିଜେଡିର ବରିଷ୍ଠ ନେତା ପ୍ରଦୀପ କୁମାରଙ୍କୁ ଟକ୍କର ଦେବାକୁ ବିଜେପି ପକ୍ଷରୁ ଯୁବ ପ୍ରାର୍ଥୀ ସରୋଜ କୁମାର ପ୍ରଧାନ ଓ କଂଗ୍ରେସର ବରିଷ୍ଠ ନେତା ନବ କୁମାର ମିଶ୍ର ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି । ସେପଟେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ବିଜେଡି ପ୍ରାର୍ଥୀ ମହୀଧର ଓ ବିଜେପି ପ୍ରାର୍ଥୀ କହ୍ନେଇ ଚରଣ ଡାଙ୍ଗ ପ୍ରଚାରକୁ ଜୋରଦାର କରିଥିବା ଦେଖିବାକୁ ମିଳିଛି । ଏହି ପ୍ରଚାରରେ ସାମିଲ ହୋଇ ନିଲମ୍ବିତ ହୋଇଛନ୍ତି ଶିକ୍ଷୟତ୍ରୀ । ସୂଚନାଯୋଗ୍ୟ ଯେ, ନିର୍ବାଚନ ଆଚରଣ ବିଧି ଲାଗି ହୋଇଥିବାରୁ କୌଣସି ସରକାରୀ କର୍ମଚାରୀ ରାଜନୈତିକ କାର୍ଯ୍ୟକ୍ରମରେ ଯୋଗ ଦେଇପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦେଇଥିଲେ ନିର୍ବାଚନ କମିଶନର ।

ଇଟିଭି ଭାରତ, ବୌଦ୍ଧ

Last Updated : Apr 13, 2024, 6:47 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.