ETV Bharat / state

ସାଧାରଣତନ୍ତ୍ର ଦିବସରେ କର୍ତ୍ତବ୍ୟ ପଥରେ ଗଡିବ ଓଡିଶାର ପ୍ରଜ୍ଞାପନ ମେଢ

Odisha tableau To Be Part Of Republic Day: ନାରୀଶକ୍ତି କୈନ୍ଦ୍ରିକକୁ ଦୃଷ୍ଟିରେ ରଖି ଓଡ଼ିଶାର ପ୍ରଜ୍ଞାପନ ମେଢ ପ୍ରସ୍ତୁତ ହୋଇଛି । ମେଢରେ ରାଜ୍ୟର ସମୃଦ୍ଧ ରଘୁରାଜପୁର ପଟ୍ଟଚିତ୍ର, ହସ୍ତଶିଳ୍ପ ଓ କୁଟୀର ଶିଳ୍ପ ମାଧ୍ୟମରେ ଗ୍ରାମାଞ୍ଚଳର ମହିଳାମାନଙ୍କ ଅର୍ଥନୈତିକ ଉନ୍ନତି ଓ ମହିଳା ସଶକ୍ତିକରଣର ବାର୍ତ୍ତା ପ୍ରଦର୍ଶିତ ହୋଇଛି । ୪୫ ଫୁଟ ଦୈର୍ଘ୍ୟ, ୧୪ ଫୁଟ ପ୍ରସ୍ଥ ଓ ୧୬ ଫୁଟ ଉଚ୍ଚତା ବିଶିଷ୍ଟ ଓଡ଼ିଶାର ଏହି ବିଶାଳ ପ୍ରଜ୍ଞାପନ ମେଢ । ଗତକାଲି ରାତି ୧୦ ଟା ସମୟରେ ମେଢ କଡା ସୁରକ୍ଷା ବଳୟ ମଧ୍ୟରେ ରାଷ୍ଟ୍ରୀୟ ରଙ୍ଗଶାଳା ଶିବିରରୁ ବାହାରି ସଂସଦ ଭବନ ଦିଗକୁ ଅଗ୍ରସର ହୋଇଛି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Jan 23, 2024, 8:40 PM IST

Odisha To Be Part Of Republic Day 2024
Odisha To Be Part Of Republic Day 2024

ଭୁବନେଶ୍ବର: ଦୀର୍ଘ ତିନି ବର୍ଷର ବ୍ୟବଧାନରେ ନୂଆଦିଲ୍ଲୀ କର୍ତ୍ତବ୍ୟ ପଥରେ ଆଜି ଓଡ଼ିଶାର ପ୍ରଜ୍ଞାପନ ମେଢ ଦେଖିବାକୁ ମିଳିଛି । ସାଧାରଣତନ୍ତ୍ର ଦିବସ ୨୦୨୪ ପ୍ରଜ୍ଞାପନ ମେଢ ପାଇଁ ଚଳିତବର୍ଷର ଅନ୍ୟତମ ବିଷୟବସ୍ତୁ ‘ବିକଶିତ ଭାରତ’କୁ ନେଇ ନିର୍ମିତ ଓଡ଼ିଶାର ପ୍ରଜ୍ଞାପନ ମେଢ ଆଜି ଅନୁଷ୍ଠିତ ଚୂଡ଼ାନ୍ତ ଅଭ୍ୟାସ ପ୍ୟାରେଡରେ ଭାଗ ନେଇଛି । ଭାରତ ସରକାରଙ୍କ ନିଷ୍ପତ୍ତି ଅନୁସାରେ ଚଳିତ ବର୍ଷର ସାଧାରଣତନ୍ତ୍ର ଦିବସ ନାରୀଶକ୍ତି କୈନ୍ଦ୍ରିକ ହେବ ।

Odisha To Be Part Of Republic Day 2024
Odisha To Be Part Of Republic Day 2024

ନାରୀଶକ୍ତି କୈନ୍ଦ୍ରିକକୁ ଦୃଷ୍ଟିରେ ରଖି ଓଡ଼ିଶାର ପ୍ରଜ୍ଞାପନ ମେଢ ପ୍ରସ୍ତୁତ ହୋଇଛି । ମେଢରେ ରାଜ୍ୟର ସମୃଦ୍ଧ ରଘୁରାଜପୁର ପଟ୍ଟଚିତ୍ର, ହସ୍ତଶିଳ୍ପ ଓ କୁଟୀର ଶିଳ୍ପ ମାଧ୍ୟମରେ ଗ୍ରାମାଞ୍ଚଳର ମହିଳାମାନଙ୍କ ଅର୍ଥନୈତିକ ଉନ୍ନତି ଓ ମହିଳା ସଶକ୍ତିକରଣର ବାର୍ତ୍ତା ପ୍ରଦର୍ଶିତ ହୋଇଛି । ୪୫ ଫୁଟ ଦୈର୍ଘ୍ୟ, ୧୪ ଫୁଟ ପ୍ରସ୍ଥ ଓ ୧୬ ଫୁଟ ଉଚ୍ଚତା ବିଶିଷ୍ଟ ଓଡ଼ିଶାର ଏହି ବିଶାଳ ପ୍ରଜ୍ଞାପନ ମେଢ । ଗତକାଲି ରାତି ୧୦ ଟା ସମୟରେ ମେଢ କଡା ସୁରକ୍ଷା ବଳୟ ମଧ୍ୟରେ ରାଷ୍ଟ୍ରୀୟ ରଙ୍ଗଶାଳା ଶିବିରରୁ ବାହାରି ସଂସଦ ଭବନ ଦିଗକୁ ଅଗ୍ରସର ହୋଇଛି । ରାଷ୍ଟ୍ରପତି ଭବନ ସମ୍ମୁଖରେ ସାଧାରଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଆଜି ମହିଳା କଣ୍ଟିଜେଣ୍ଟମାନଙ୍କ ଅଭ୍ୟାସ ପ୍ୟାରେଡ ପରେ ପରେ ପଞ୍ଚମ ପ୍ରଜ୍ଞାପନ ମେଢ ଭାବରେ ଓଡ଼ିଶାର ସୁଦୃଶ୍ୟ ପ୍ରଜ୍ଞାପନ ମେଢ କର୍ତ୍ତବ୍ୟ ପଥରେ ଦେଖିବାକୁ ମିଳିଥିଲା । ପ୍ରଜ୍ଞାପନ ମେଢ ଉପରେ ଓଡ଼ିଶାର ମହିଳା ହସ୍ତଶିଳ୍ପୀମାନେ ଚାନ୍ଦୁଆ ଓ ପଟ୍ଟଚିତ୍ର ପ୍ରସ୍ତୁତି ପ୍ରଦର୍ଶନ ହୋଇଛି । ମେଢର ଉଭୟ ପାଶ୍ବର୍ରେ ବାଲେଶ୍ବର ଜିଲ୍ଲା ଗୋପାଳପୁରର ଲକ୍ଷ କଳାବିକାଶ କେନ୍ଦ୍ରର ମହିଳା ନୃତ୍ୟଶିଳ୍ପୀମାନେ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଛନ୍ତି ।

ଅଧିକ ପଢନ୍ତୁ- ସାଧାରଣତନ୍ତ୍ର ଦିବସ ପ୍ରସ୍ତୁତି; ଅଭ୍ୟାସ କଲା ଓଡିଶାର ପ୍ରଜ୍ଞାପନ ମେଢ

ପ୍ରଜ୍ଞାପନ ମେଢ ପ୍ରଦର୍ଶନରେ ଓଡିଶା ଅଂଶଗ୍ରହଣ କରିବ ବୋଲି ଭାରତ ସରକାରଙ୍କ ସହିତ ରାଜ୍ୟ ସରକାର ବୁଝାମଣାପତ୍ର ସ୍ବାକ୍ଷର ହୋଇଛି । ଏହା ପରେ ଗତ ମାସ ୮ ତାରିଖରୁ ୨୯ ତାରିଖ ମଧ୍ୟରେ ପ୍ରତ୍ୟେକ ଶୁକ୍ରବାର ନୂଆଦିଲ୍ଲୀ ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ଭବନରେ ଏବଂ ଚଳିତ ମାସ ୮ ତାରିଖରୁ ୨୨ ତାରିଖ ମଧ୍ୟରେ ପ୍ରତ୍ୟେକ ସୋମବାର ଦିନ ରାଷ୍ଟ୍ରୀୟ ରଙ୍ଗଶାଳା ଶିବିରରେ ଅନୁଷ୍ଠିତ ବିଶେଷଜ୍ଞ କମିଟିର ବୈଠକରେ ଓଡିଶା ସରକାରଙ୍କ ତରଫରୁ ପ୍ରଜ୍ଞାପନ ମେଢର ସ୍କେଚ, ମଡେଲ, ସଙ୍ଗୀତ ଓ ନୃତ୍ୟ ଉପସ୍ଥାପନ କରାଯାଇଛି । ଓଡିଶା ଦ୍ବାରା ଉପସ୍ଥାପିତ ମଡେଲ କେନ୍ଦ୍ର ସରକାରଙ୍କ ଅନୁମୋଦନ ପାଇଛି । ଏହା ପରେ କାର୍ଯ୍ୟାଦେଶ ପାଇଥିବା ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରାଳୟର ପ୍ରାଧିକୃତ ଡିଜାଇନର ଭୁବନେଶ୍ବରର ଇମାଜେରୀ ସଂସ୍ଥା ଦ୍ବାରା ଚଳିତ ମାସ ୭ ତାରିଖରୁ ରାଷ୍ଟ୍ରୀୟ ରଙ୍ଗଶାଳା ଶିବିରରେ ପ୍ରଜ୍ଞାପନ ମେଢ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା ।

ଓଡିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରତ୍ୟକ୍ଷ ମାର୍ଗଦର୍ଶନ ଓ ତତ୍ତ୍ବାବଧାନରେ ଓଡିଶାର ଏହି ପ୍ରଜ୍ଞାପନ ମେଢ ନିର୍ମାଣ କରାଯାଇଛି । ଚଳିତ ବର୍ଷର ସାଧାରଣତନ୍ତ୍ର ଦିବସ ପ୍ୟାରେଡରେ ଓଡିଶା ସମେତ ୧୬ ଟି ରାଜ୍ୟ ଓ ୯ ଟି ମନ୍ତ୍ରାଳୟର ୨୬ ଟି ପ୍ରଜ୍ଞାପନ ମେଢ ଅଂଶଗ୍ରହଣ କରିଛନ୍ତି । ପୂର୍ବବର୍ଷମାନଙ୍କ ପରି ଚଳିତ ବର୍ଷ ମଧ୍ୟ ୨୮ ତାରିଖ ସନ୍ଧ୍ୟାରେ ରାଷ୍ଟ୍ରୀୟ ରଙ୍ଗଶାଳା ଶିବିରର ଝଙ୍କାର ହଲରେ ଶ୍ରେଷ୍ଠ ବିବେଚିତ ପ୍ରଜ୍ଞାପନ ମେଢଗୁଡିକୁ ପୁରସ୍କୃତ କରାଯିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.