ETV Bharat / state

ଓଡ଼ିଆ ରାଜ୍ୟ ମୁକ୍ତ ବିଶ୍ୱ ବିଦ୍ୟାଳୟକୁ UGC ମାନ୍ୟତା, ଆରମ୍ଭ ହେବ ୟୁଜି ପିଜି କୋର୍ସ - OSOU Gets UGC Recognition

author img

By ETV Bharat Odisha Team

Published : Jul 4, 2024, 6:36 PM IST

OSOU Gets UGC Recognition: ଓଡ଼ିଆ ରାଜ୍ୟ ମୁକ୍ତ ବିଶ୍ୱ ବିଦ୍ୟାଳୟରେ ପୁରଣି ଆରମ୍ଭ ହେବ ୟୁଜି ପିଜି ଆଡମିଶନ । ଯଦି ଡିଷ୍ଟାନ୍ସରେ କରିବାକୁ ଚାହୁଁଛନ୍ତି କିଛି କୋର୍ସ ଦେଖନ୍ତୁ ଏହି ରିପୋର୍ଟ ।

Odisha State Open University
Odisha State Open University (ETV Bharat Odisha)

ସମ୍ବଲପୁର: ଓଡିଶା ରାଜ୍ୟ ମୁକ୍ତ ବିଶ୍ୱ ବିଦ୍ୟାଳୟକୁ ମିଳିଲା UGC ମାନ୍ୟତା । ଗତ ଶିକ୍ଷା ବର୍ଷରେ ଓଡିଶା ରାଜ୍ୟ ମୁକ୍ତ ବିଶ୍ୱ ବିଦ୍ୟାଳୟକୁ UGC ମାନ୍ୟତା ନମିଳିବାରୁ ସେଠାରେ ସ୍ନାତକ ଓ ସ୍ନାତକୋତ୍ତର ପାଇଁ ଆଡ଼ମିସନ ହୋଇ ପାରିନଥିଲା l ଫଳରେ ଏହି ଶିକ୍ଷା ଅନୁଷ୍ଠାନର ଭାଗ୍ୟ ଓ ଭବିଷ୍ୟତ ଅନ୍ଧାର ଆଡକୁ ଗତି କରୁଥିଲା l ବର୍ତ୍ତମାନ ସମ୍ବଲପୁରର ବସନ୍ତପୁର ସ୍ଥିତ ଓଡିଶା ରାଜ୍ୟ ମୁକ୍ତ ବିଶ୍ୱ ବିଦ୍ୟାଳୟ ପାଇଁ ଖୁସି ଖବର ଆସିଛି l ନାକ ଟିମ ପକ୍ଷରୁ ଏହି ଶିକ୍ଷା ଅନୁଷ୍ଠାନକୁ B++ ମାନ୍ୟତା ମିଳିଛି । UGC ମାନ୍ୟତା ମିଳିବା ପରେ ଚଳିତ ଶିକ୍ଷା ବର୍ଷରେ ପୁଣି ସ୍ନାତକ ଓ ସ୍ନାତକୋତ୍ତର ପାଇଁ ଆଡ଼ମିସନ ଆରମ୍ଭ ହେବ ବୋଲି ସୂଚନା ମିଳିଛି l ତେବେ ଏହାର ଅନଲାଇନ ରେଜିଷ୍ଟରେସନ ଆରମ୍ଭ ହୋଇଯାଇଥିବା କୁଳପତି ଶ୍ୟାମ ସୁନ୍ଦର ପଟ୍ଟନାୟକ ସୂଚନା ଦେଇଛନ୍ତି l ଗତ 2 ତାରିଖରୁ ଆରମ୍ଭ ହୋଇଥିବା ଏହି ପଞ୍ଜିକରଣ 15 ଦିନ ଯାଏଁ ଚାଲିବ l

ପୁଣି ଦୂର ନିରନ୍ତର ଶିକ୍ଷା ଯୋଗାଇବା ଓଡିଶା ରାଜ୍ୟ ମୁକ୍ତ ବିଶ୍ୱ ବିଦ୍ୟାଳୟ l ଗତବର୍ଷ ୟୁଜିସି ମାନ୍ୟତା ନଥିବାରୁ ଏହି ଶିକ୍ଷା ଅନୁଷ୍ଠାନରେ ପିଜି ଓ ୟୁଜି କୋର୍ସ ପାଇଁ ଆଡ଼ମିସନ ହୋଇ ପାରିନଥିଲା l ଫଳରେ ବହୁ ଛାତ୍ରଛାତ୍ରୀ ନିରାଶ ହୋଇଥିଲେ l ମଞ୍ଜୁର ପ୍ରାପ୍ତ ଶିକ୍ଷକ ନଥିବା ତଥା ବିଭିନ୍ନ ସମସ୍ୟା ଯୋଗୁଁ ଗତ ବର୍ଷ ପିଜି ଓ ୟୁଜି ଆଡ଼ମିସନ ହୋଇ ପାରିନଥିଲା l କେବଳ ୟୁଜିସିର ଅନୁମତି ଆବଶ୍ୟକ ନଥିବା ସାର୍ଟିଫିକେଟ ଓ ଡିପ୍ଲୋମା କୋର୍ସରେ ଆଡ଼ମିସନ ହୋଇଥିଲା l ତେବେ ଚଳିତ ବର୍ଷ ନାକ ଟିମ ଏହି ଶିକ୍ଷା ଅନୁଷ୍ଠାନକୁ B++ ମାନ୍ୟତା ଦେବା ଫଳରେ ଏଥର ପୁଣି ୟୁଜି ଓ ପିଜି ପାଇଁ ଆଡ଼ମିସନ ଆରମ୍ଭ ହେବାକୁ ଯାଉଛି l ପୂର୍ବରୁ ଏହି ଶିକ୍ଷା ଅନୁଷ୍ଠାନ ଜିଏମ ୟୁନିଭରସିଟି କ୍ୟାମ୍ପସ ଭିତରେ ଅସ୍ଥାୟୀ କ୍ୟାମ୍ପସରେ ଚାଲୁଥିବା ବେଳେ ବର୍ତ୍ତମାନ ବସନ୍ତପୁରରେ ଏହାର ନୂଆ କ୍ୟାମ୍ପସ ହୋଇଛି l ଏଭଳି ସ୍ଥିତିରେ ଚଳିତ ଶିକ୍ଷା ବର୍ଷରୁ ପୁଣି 15ଟି ବିଭାଗର 25ଟି କୋର୍ସରେ ଆଡ଼ମିସନ ଆରମ୍ଭ ହେବାକୁ ଯାଉଛି l ପିଜି ପାଇଁ 14ଟି ଓ ୟୁଜି ପାଇଁ 11ଟି କୋର୍ସ ଆରମ୍ଭ ହେଉଛି l ଏହାସହ ଟୁରିଜିମରେ ସାର୍ଟିଫିକେଟ କୋର୍ସ ଓ କମ୍ପ୍ୟୁଟର ଆପ୍ଲିକେସନ, ସାଇବର ସିକ୍ୟୁରିଟି, ସାମ୍ବାଦିକତା ଓ ଟୁରିଯିମ ପାଇଁ ଡିପ୍ଲୋମା କୋର୍ସ ପ୍ରଦାନ କରାଯାଉଛି l

ଏହା ମଧ୍ୟ ପଢ଼ନ୍ତୁ.. ଖାଲିପଡ଼ିଛି ହଜାର ହଜାର ଶିକ୍ଷକ ପଦବୀ, ସରକାର ପରିବର୍ତ୍ତନ ପରେ ତେଜିଲା ନିଯୁକ୍ତି ଦାବି - TEACHER VACANCY ISSUE

ମୁଖ୍ୟତଃ ବର୍ତ୍ତମାନ ବେଶୀ ଚାହିଦା ଥିବା ନିଯୁକ୍ତି ଭିତ୍ତିକ କୋର୍ସ ଉପରେ ଅଧିକ ପ୍ରାଥମିକତା ଦିଆଯାଉଛି l ଡିଜିଟାଲ ମାର୍କେଟିଙ୍ଗ, ଅନିମେସନ ସହ ବିଭିନ୍ନ ଦକ୍ଷତା ବିକାଶ କୋର୍ସ ଆଗକୁ ଆରମ୍ଭ କରାଯିବ l ଅନଲାଇନ ଓ ଡିଷ୍ଟାନ୍ସ ମୋଡ଼ରେ ଶିକ୍ଷା ପ୍ରଦାନ କରାଯିବ l ଜାତୀୟ ଶିକ୍ଷା ନୀତି 2020 ମୁତାବକ Module Basis Course ଉପରେ ଗୁରୁତ୍ୱ ଦିଆଯିବ । ଯେଉଁଥିରେ ଜଣେ ଛାତ୍ରଙ୍କ ପାଇଁ ମଲ୍ଟି ଏଣ୍ଟ୍ରି ଓ ମଲ୍ଟି ଏଗଜିଟର ବ୍ୟବସ୍ଥା ରହିବ l ଏହିଭଳି ଶିକ୍ଷା ପଦ୍ଧତି ଦ୍ୱାରା ଛାତ୍ରଛାତ୍ରୀ ମାନେ ଜୀବନ ଜୀବିକା ଯଥା ଚାକିରି ଓ ଷ୍ଟାର୍ଟ ଅଫ କ୍ଷେତ୍ରରେ ବହୁତ ଲାଭବାନ ହୋଇ ପାରିବେ ବୋଲି କୁଳପତି ସୂଚନା ଦେଇଛନ୍ତି l ଦକ୍ଷତା ବିକାଶ, ବିଜ୍ଞାନ, ଜେନେରାଲ ଏଜୁକେସନ, customized course, ଟିଚର୍ସ ଟ୍ରେନିଂ ଆଦି କୋର୍ସ ମଧ୍ୟ ପ୍ରଦାନ କରାଯିବ ବୋଲି କୁଳପତି ଶ୍ୟାମସୁନ୍ଦର ପଟ୍ଟନାୟକ ସୂଚନା ଦେଇଛନ୍ତି l ଏହି ଶିକ୍ଷା ଅନୁଷ୍ଠାନ ର ଉନ୍ନତିକରଣ ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବ୍ୟକ୍ତିଗତ ସ୍ତରରେ ଚେଷ୍ଟା ଜାରି ରଖିଥିବା କୁଳପତି କହିଛନ୍ତି l

ଇଟିଭି ଭାରତ, ସମ୍ବଲପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.