ETV Bharat / state

୫ ପ୍ରସ୍ତାବକୁ ମୋହର ମାରିଲା କ୍ୟାବିନେଟ; ସମ୍ପୂର୍ଣ୍ଣ ପ୍ରତ୍ୟାହାର ହେଲା ଆଦିବାସୀ ଜମି ବିକ୍ରି ଅଧିନିୟମ

author img

By ETV Bharat Odisha Team

Published : Jan 29, 2024, 10:33 PM IST

Odisha State cabinet Withdraws Tribal Land Law Amendment: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ । ରାଜ୍ୟ କ୍ୟାବିନେଟରେ ୨ଟି ବିଭାଗର ୫ଟି ପ୍ରସ୍ତାବ ଉପରେ ମୋହର ଲାଗିଥିବା ସୂଚନା ମିଳିଛି । କ୍ୟାବିନେଟ ବୈଠକରେ ଆଦିବାସୀ ଭାଷାର ସଂରକ୍ଷଣ ଏକ କମିଶନ ଗଠନ ହେବ ବୋଲି ନିଷ୍ପତ୍ତି ନିଆଯାଇଛି । ଏଥି ସହିତ ଟେକ୍ନୋଲୋଜିର ବ୍ୟବହାର କରି ଭାଷାର ପ୍ରଚାର ପ୍ରସାର କରାଯିବ । ଅଧିକ ପଢନ୍ତୁ

୫ ପ୍ରସ୍ତାବକୁ ମୋହର ମାରିଲା କ୍ୟାବିନେଟ; ସମ୍ପୂର୍ଣ୍ଣ ପ୍ରତ୍ୟାହାର ହେଲା ଆଦିବାସୀ ଜମି ବିକ୍ରି ଅଧିନିୟମ
୫ ପ୍ରସ୍ତାବକୁ ମୋହର ମାରିଲା କ୍ୟାବିନେଟ; ସମ୍ପୂର୍ଣ୍ଣ ପ୍ରତ୍ୟାହାର ହେଲା ଆଦିବାସୀ ଜମି ବିକ୍ରି ଅଧିନିୟମ
୫ ପ୍ରସ୍ତାବକୁ ମୋହର ମାରିଲା କ୍ୟାବିନେଟ; ସମ୍ପୂର୍ଣ୍ଣ ପ୍ରତ୍ୟାହାର ହେଲା ଆଦିବାସୀ ଜମି ବିକ୍ରି ଅଧିନିୟମ

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟରେ ୫ଟି ପ୍ରସ୍ତାବକୁ ଅନୁମୋଦନ । ୨ଟି ବିଭାଗର ୫ଟି ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି ରାଜ୍ୟ କ୍ୟାବିନେଟ । ବହୁ ବାଦ ବିବାଦ ପରେ ସ୍ଥଗିତ ଥିବା ଆଦିବାସୀ ଜମି ବିକ୍ରି ଅଧିନିୟମକୁ କ୍ୟାବିନେଟ ଜରିଆରେ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରି ନେଇଛନ୍ତି ରାଜ୍ୟ ସରକାର ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ । ରାଜ୍ୟ କ୍ୟାବିନେଟରେ ୨ଟି ବିଭାଗର ୫ଟି ପ୍ରସ୍ତାବ ଉପରେ ମୋହର ଲାଗିଥିବା ସୂଚନା ମିଳିଛି । କ୍ୟାବିନେଟ ବୈଠକରେ ଆଦିବାସୀ ଭାଷାର ସଂରକ୍ଷଣ ଏକ କମିଶନ ଗଠନ ହେବ ବୋଲି ନିଷ୍ପତ୍ତି ନିଆଯାଇଛି । ଏଥି ସହିତ ଟେକ୍ନୋଲୋଜିର ବ୍ୟବହାର କରି ଭାଷାର ପ୍ରଚାର ପ୍ରସାର କରାଯିବ । ୧୬୯ ଜନଜାତିକୁ ଆଦିବାସୀ ମାନ୍ୟତା ପାଇଁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ସୁପାରିସ କରିବେ । ଏନେଇ ଆସିଥିବା ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଛି । ହୋ, ମୁଣ୍ଡାରୀ, ସଉରା ଓ କୁଇ ଭାଷାକୁ ଭାରତୀୟ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବା ନେଇ କେନ୍ଦ୍ର ନିକଟରେ ଦାବି ଦୋହରାଇବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି ।

ଅଧିକ ପଢନ୍ତୁ- କ୍ୟାବିନେଟ ନିଷ୍ପତ୍ତି; ୬ ଜିଲ୍ଲାରେ ୧ ଲକ୍ଷ ଏକରକୁ ସଂପ୍ରସାରଣ ହେବ କଫି ଚାଷ, ଖର୍ଚ୍ଚ ହେବ ୧୧୪୪ କୋଟି

କ୍ୟାବିନେଟ ଜରିଆରେ ରାଜ୍ୟ ସରକାର ପକାଇଥିବା ଛେପ କ୍ୟାବିନେଟ ନେଇ ଜରିଆରେ ପୋଛିଛନ୍ତି । ୨୦୨୩ ନଭେମ୍ବରରେ ଆଦିବାସୀ ଜମି କିଣାବିକା ନେଇ କ୍ୟାବିଟେନର ନିଆଯାଇଥିବା ନିଷ୍ପତ୍ତିକୁ ଆଜି କ୍ୟାବିନେଟ ଜରିଆରେ ପ୍ରତ୍ୟାହାର କରାଯାଇଛି । ଗତବର୍ଷ ନଭେମ୍ବର ୧୪ରେ ରାଜ୍ୟ କ୍ୟାବିନେଟରେ ଆଦିବାସୀ ଜମି କିଣାବିକା ନିଷ୍ପତ୍ତି ନିଆଯାଇଥିଲା । ଯାହାକୁ ବିରୋଧ କରି ବିରୋଧୀ ବିଧାନସଭା ଅଚଳ କରିଥିଲେ । ଶୀତକାଳୀନ ଅଧିବେଶନ ଏକପ୍ରକାର ଧୋଇ ଯାଇଥିଲା । ବିଧାନସଭା ଚାଲିଥିବା ସମୟରେ ଏହି ନିଷ୍ପତ୍ତିକୁ ସରକାର ସ୍ଥଗିତ ରଖିଥିଲେ । ଅଧିକ ବିଚାର ବିମର୍ଶ କରିବାକୁ ବିଧାନସଭା କମିଟିକୁ ପଠାଇଥିଲେ । ସେହି ନିଷ୍ପତ୍ତିକୁ ଆଜି କ୍ୟାବିନେଟ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିନେଇଛି ।

ନଭେମ୍ବର ୧୪ ରାଜ୍ୟ କ୍ୟାବିନେଟରେ ଆଦିବାସୀମାନେ ଅଣ ଆଦିବାସୀଙ୍କୁ ଜମି ହସ୍ତାନ୍ତର କରିବା ସହ ଶିକ୍ଷା, ଶିଳ୍ପ ଓ ବ୍ୟବସାୟ ପାଇଁ ବ୍ୟାଙ୍କରେ ଜମିକୁ ବନ୍ଧକ ରଖିପାରିବେ ବୋଲି ନିଷ୍ପତ୍ତି ନିଆଯାଇଥିଲା । ଏହି ବିବାଦୀୟ ପ୍ରସ୍ତାବକୁ ବିଭିନ୍ନ ମହଲରୁ ବିରୋଧ ହେବା ପରେ ଏହି ନିଷ୍ପତ୍ତିକୁ ପ୍ରତ୍ୟାହାର କରାଯାଇଛି । ବିଶେଷ କରି ଆଗକୁ ନିର୍ବାଚନ ଥିବାରୁ ଏହାର ପ୍ରଭାବ ପଡିବା ଆଶଙ୍କା କରି ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏହା ସହିତ ରାଜ୍ୟ କ୍ୟାବିନେଟ ଆଜି ନୂଆ ଯୋଜନା LAVA ନେଇ ଘୋଷଣା କରିଛନ୍ତି । ଏହି ନୂଆ ଯୋଜନା ଫଳରେ ରାଜ୍ୟର ଆଦିବାସୀ ମହିଳା ମାନେ ଉପକୃତ ହେବେ । LAVA ଅର୍ଥାତ ଲଘୁ ବନ୍ୟଜାତ ଦ୍ରବ୍ୟ କ୍ରୟ ଯୋଜନା । ଜନଜାତି ବହୁଳ ରାଜ୍ୟର ୧୧୯ଟି ବ୍ଲକରେ LAVA ଯୋଜନାରେ ଲାଭ ନେଇପାରିବେ ମହିଳା । ମିଶନ ଶକ୍ତି, ଟିଡିସିସି ସହ ସମନ୍ଵୟରେ LAVA ଯୋଜନା କାର୍ଯ୍ୟ କରିବ ।

ଅଧିକ ପଢନ୍ତୁ- ରାଜ୍ୟ କ୍ୟାବିନେଟ ବୈଠକରେ ୧୪ ପ୍ରସ୍ତାବକୁ ମୋହର, ଏକ ଲକ୍ଷ ଏକରରେ ହେବ କଫି ଚାଷ

LAVA ଲଘୁ ବନ୍ୟଜାତ ଦ୍ରବ୍ୟ କ୍ରୟ ଯୋଜନା ପାଇଁ ରାଜ୍ୟ ସରକାର ଶତ ପ୍ରତିଶତ ଫଣ୍ଡିଂ କରିବେ । LAVA ଯୋଜନା ପାଇଁ ଶହେ କୋଟିର ବ୍ୟୟ ବରାଦ କରାଯାଇଛି । ଏଥି ସହିତ ପ୍ରଥମ ଥର ପାଇଁ ଲଘୁ ବନଜାତ ଦ୍ରବ୍ୟ ଉପରେ ରାଜ୍ୟ ସରକାର ଏମଏସପି ଧାର୍ଯ୍ୟ କରିବେ । ପ୍ରତିବର୍ଷ ସର୍ବନିମ୍ନ ସପୋର୍ଟ ପ୍ରାଇସ ନିର୍ଣ୍ଣୟ କରାଯିବ । କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି ଓ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା । ଉପସ୍ଥିତ ଥିଲେ ଅନୁସୂଚିତ ଜାତି ଓ ଜନଜାତି ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା ଓ ବିଭାଗୀୟ ସଚିବ ତଥା କମିଶନର ରୂପା ରୋସନ ସାହୁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.