ETV Bharat / state

ବେକାରୀ ହାଟ ଖୋଲିଲେ ସ୍ବତନ୍ତ୍ର ଶିକ୍ଷକ, ଜୋତା-ବିସ୍କୁଟ ବିକିଲେ - OSEFD

OSEF Association Protest: ପଞ୍ଚମ ଦିନରେ ପହଞ୍ଚିଛି ସ୍ବତନ୍ତ୍ର ଶିକ୍ଷକ ମିଳିତ ମଞ୍ଚର ଧାରଣା । ଜୋତା ଓ ବିସ୍କୁଟ ବିକ୍ରି କରି ଅଭିନବ ଉପାୟରେ ପକ୍ଷରୁ ଧାରଣା । ଅଧିକ ପଢ଼ନ୍ତୁ,

ସ୍ବତନ୍ତ୍ର ଶିକ୍ଷକ ମିଳିତ ମଞ୍ଚର ଧାରଣା
ସ୍ବତନ୍ତ୍ର ଶିକ୍ଷକ ମିଳିତ ମଞ୍ଚର ଧାରଣା
author img

By ETV Bharat Odisha Team

Published : Feb 16, 2024, 7:51 PM IST

ସ୍ବତନ୍ତ୍ର ଶିକ୍ଷକ ମିଳିତ ମଞ୍ଚର ଧାରଣା

ଭୁବନେଶ୍ବର: ପଞ୍ଚମ ଦିନରେ ପହଞ୍ଚିଛି ସ୍ବତନ୍ତ୍ର ଶିକ୍ଷକ ମିଳିତ ମଞ୍ଚର ଧାରଣା । ଜୋତା ଓ ବିସ୍କୁଟ ବିକ୍ରି କରି ଅଭିନବ ଉପାୟରେ ସଂଘ ପକ୍ଷରୁ ଧାରଣା ଦିଆଯାଇଛି । ଭୁବନେଶ୍ବର ଗାନ୍ଧୀମାର୍ଗରେ ନିଯୁକ୍ତିକୁ ନେଇ ଅହୋରାତ୍ର ଧାରଣାରେ ବସିଛନ୍ତି ସ୍ବତନ୍ତ୍ର ଶିକ୍ଷକ ମିଳିତ ମଞ୍ଚ। ଆଜି ମଞ୍ଚ ପକ୍ଷରୁ ଧାରଣା ସ୍ଥଳରେ ମୋ ବେକାରୀ ହାଟ ନାଁରେ ବ୍ୟବସାୟ କରାଯାଉଥିବା ଦେଖିବାକୁ ମିଳିଥିଲା । ରାଜ୍ୟରେ ସାଧାରଣ ବିଦ୍ୟାଳୟରେ ଦିବ୍ୟାଙ୍ଗ ବିଦ୍ୟାର୍ଥୀମାନଙ୍କ ଶିକ୍ଷା ପାଇଁ ସ୍ବତନ୍ତ୍ର ଶିକ୍ଷକ ଆବଶ୍ୟକ। ସୁପ୍ରିମକୋର୍ଟ ନିର୍ଦ୍ଦେଶ ପରେ ମଧ୍ୟ ରାଜ୍ୟ ସରକାର ନିଯୁକ୍ତି ନେଇ କୌଣସି ଆନ୍ତରିକତା ଦେଖାଉ ନଥିବା କାରଣରୁ ସଂଘ ପକ୍ଷରୁ ଧାରଣା ଦିଆଯାଇଛି।

ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କ ଶିକ୍ଷା ଓ ସ୍ୱାଭିମାନର ବିକାଶ ନିମନ୍ତେ ସର୍ବଦା ଚେଷ୍ଟା କରୁଥିବା ଶିକ୍ଷକ ଏଠି ନିଜେ ଅବହେଳିତ ହୋଇରହିଥିବା ଅଭିଯୋଗ କରାଯାଇଛି । ତେବେ ଫେବୃୟାରୀ ୯ ତାରିଖ ଠାରୁ ଭୁବନେଶ୍ୱରର ଲୋୟର ପିଏମଜି ଠାରେ ଆଶାୟୀ ସ୍ବତନ୍ତ୍ର ଶିକ୍ଷକ ମିଳିତ ମଞ୍ଚ ପକ୍ଷରୁ ଗଣଧାରଣା ଦିଆଯାଇଛି । ଓଏସଇଏଫଡ଼ି(OSEFD) ଏବଂ ଓଏସଏସଇଟିଏ (OSSETA) ସଂଘର‌ ମିଳିତରେ ଗଠିତ ଆଶାୟୀ ସ୍ବତନ୍ତ୍ର ଶିକ୍ଷକ ମିଳିତ ମଞ୍ଚ । ତାଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ସ୍ଥାୟୀ ନିଯୁକ୍ତିକୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସହ ଆଲୋଚନା ସନ୍ତୋଷ ଜନକ ହୋଇ ନଥିବା କାରଣରୁ ଧାରଣା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଚାଲିବ । ପାଠପଢ଼ି ନିଯୁକ୍ତି ନଥିବାରୁ ପ୍ରଶିକ୍ଷଣ ପ୍ରାପ୍ତ ଆଶାୟୀ ଆଜି ବେକାର ହୋଇ ବସିଛନ୍ତି । ଆଉ ଏହି ବେକାରିକୁ ନେଇ ଧାରଣାସ୍ଥଳରେ ଏକ ବେକାରୀ ହାଟ ଖୋଲି ବିଭିନ୍ନ ସାମଗ୍ରୀ ବିକ୍ରି କରୁଛନ୍ତି । ଖାଲି ସେତିକି ନୁହେଁ, ସରକାର ନିଯୁକ୍ତିର ପ୍ରତିଶୃତି ଦେଇ ଲଲିପପ ଧରାଇଥିବା କହି ଲଲିପପ ବିକ୍ରି କରୁଥିବା ଦେଖିବାକୁ ମିଳିଛି।

ଏହା ମଧ୍ୟ ପଢ଼ନ୍ତୁ.... ଓଷ୍ଟା ଶିକ୍ଷକ ଆନ୍ଦୋଳନକୁ 8 ଦିନ, ଧାରଣାସ୍ଥଳରେ ପୂଜା ପାଇଲେ ବିଦ୍ୟାଦାତ୍ରୀ

ସାଧାରଣାରତ ଶିକ୍ଷକ ମାନେ ପ୍ରତିକ୍ରିୟାରେ କହିଛନ୍ତି ‘‘ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି କରିବାକୁ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅଛି । ଏହି ନିର୍ଦ୍ଦେଶକୁ ଦୀର୍ଘ ବର୍ଷ ବିତିଯାଇଥିଲେ ମଧ୍ୟ ରାଜ୍ୟ ସରକାର ନିଯୁକ୍ତି ଦେଉନାହାନ୍ତି । ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କୁ ଶିକ୍ଷା ଦେବା ପାଇଁ ଆମେମାନେ ସ୍ବତନ୍ତ୍ର ଶିକ୍ଷାରେ ଡିପ୍ଲୋମା, ବି.ଇଡ଼ି ଏବଂ ଏମ୍.ଇଡ଼ି କରି ଭାରତୀୟ ପୁନର୍ବାସ ପରିଷଦରେ ନାମ ପଞ୍ଜିକରଣ କରିଛୁ। ଦିବ୍ୟାଙ୍ଗ ବିଦ୍ୟାର୍ଥୀ ମାନଙ୍କ ଶିକ୍ଷାର ଉନ୍ନତି ବିଷୟକୁ ସହୃଦୟତାର ସହ ନେଇ ଆମମାନଙ୍କୁ ସ୍ବତନ୍ତ୍ର ଶିକ୍ଷକ ଭାବେ ସାଧାରଣ ବିଦ୍ୟାଳୟରେ ନିଯୁକ୍ତି ଦେବାକୁ ରାଜ୍ୟ ସରକାରଙ୍କୁ‌ ଅନୁରୋଧ କରୁଛୁ । ୬ ବର୍ଷ ପ୍ରଶିକ୍ଷଣ ପରେ ମଧ୍ୟ ଚାକିରୀ ମିଲୁଣି। ତେଣୁ ଓଡ଼ିଶା ସରକାର ଯେତେ ଦିନ ପର୍ଯ୍ୟନ୍ତ ସାଧାରଣ ବିଦ୍ୟାଳୟରେ ସ୍ଥାୟୀ ସ୍ବତନ୍ତ୍ର ଶିକ୍ଷକ ନିଯୁକ୍ତି କରିନାହାନ୍ତି, ସେତେ ଦିନ ଯାଏଁ ଆମେ ଧାରଣାରେ ବସିବୁ ।’’

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.