ETV Bharat / state

ବିଜେପି ଶାସିତ ରାଜ୍ୟର ଦୁର୍ନୀତି ମଡେଲକୁ ଓଡ଼ିଶାରେ ଲାଗୁ ଯୋଜନା: ବିଜେଡି - BJD targets BJP

author img

By ETV Bharat Odisha Team

Published : Aug 13, 2024, 5:59 PM IST

BJD targets BJP over Dharmendra letter: ''ବିଜେପି ଶାସିତ ରାଜ୍ୟର ଦୁର୍ନୀତି ମଡେଲକୁ ଓଡ଼ିଶାରେ ଲାଗୁ କରିବାକୁ ଯୋଜନା ଚାଲିଛି ।'' ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ ୨୦୨୦ରେ ସଂଶୋଧନ ପାଇଁ ଧର୍ମେନ୍ଦ୍ରଙ୍କ ଚିଠିରେ ବିଜେପିକୁ ଏମିତି ଟାର୍ଗେଟ କଲା ବିଜେଡି । ଅଧିକ ପଢନ୍ତୁ

ବିଜେପି ଶାସିତ ରାଜ୍ୟର ଦୁର୍ନୀତି ମଡେଲକୁ ଓଡ଼ିଶାରେ ଲାଗୁ ଯୋଜନା: ବିଜେଡି
ବିଜେପି ଶାସିତ ରାଜ୍ୟର ଦୁର୍ନୀତି ମଡେଲକୁ ଓଡ଼ିଶାରେ ଲାଗୁ ଯୋଜନା: ବିଜେଡି (ETV Bharat Odisha)

ଭୁବନେଶ୍ବର: ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ ୨୦୨୦ରେ ଆବଶ୍ୟକୀୟ ସଂଶୋଧନ ଆଣିବା ଲାଗି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ ୨୦୨୦ରେ ସଂଶୋଧନ ଆଣିବାକୁ ଅନୁରୋଧ କରିଛନ୍ତି । ଯାହାକୁ ନେଇ ଏବେ ରାଜନୀତି ଆରମ୍ଭ ହୋଇଛି । କେନ୍ଦ୍ର ସରକାର ଓ ବିଜେପିକୁ ଘେରିଛି ବିଜୁ ଜନତା ଦଳ । ବିଜେପି ଶାସିତ ରାଜ୍ୟର ଦୁର୍ନୀତି ମଡେଲକୁ ଓଡ଼ିଶାରେ ଲାଗୁ କରିବାକୁ ଯୋଜନା ହୋଇଥିବା ବିଜେଡ଼ି ମୁଖପାତ୍ର ଚିନ୍ମୟ ସାହୁ ଅଭିଯୋଗ କରିଛନ୍ତି ।

ଉଚ୍ଚଶିକ୍ଷା କ୍ଷେତ୍ରରେ ସୁଧାର ଓ ଶୃଙ୍ଖଳା ପାଇଁ ହୋଇଥିଲା ବ୍ୟବସ୍ଥା:

ବିଜେଡି ମୁଖପାତ୍ର ଚିନ୍ମୟ ସାହୁ କହିଛନ୍ତି, "ଉଚ୍ଚଶିକ୍ଷା କ୍ଷେତ୍ରରେ ସୁଧାର ଓ ଶୃଙ୍ଖଳା ପାଇଁ ୨୦୨୦ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଳିଷ୍ଠ ଓ ଯୁଗାନ୍ତକାରୀ ପଦକ୍ଷେପ ନେଇଥିଲେ । ବିଶେଷକରି ନିଯୁକ୍ତି କ୍ଷେତ୍ରରେ କିଭଳି ନିରପେକ୍ଷ ଓ ଦୁର୍ନୀତି ମୁକ୍ତ ଏବଂ ସ୍ୱତନ୍ତ୍ର ଭାବେ ପରୀକ୍ଷା କରାଯାଇପାରିବ ସେଥିପାଇଁ ପଦକ୍ଷେପ ନିଆଯାଇଥିଲା । ପରବର୍ତ୍ତୀ ସମୟରେ ଯୋଗ୍ୟ ବିଦ୍ୟାଥୀ ଭଲ ଭଲ ସ୍ଥାନରେ ନିଯୁକ୍ତି ପାଇଛନ୍ତି । କିନ୍ତୁ ଏବେ ଦୁଃଖ ଓ ପରିତାପର ଘଟଣା ଘଟିଛି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି । ପୁରୁଣା ଶିକ୍ଷା ନୀତିରେ ସଂଶୋଧନ କରିବା ଲାଗି ଏହି ଚିଠିରେ ସେ ଦର୍ଶାଇଛନ୍ତି ।"

ଏହା ମଧ୍ୟ ପଢନ୍ତୁ: NIRF Ranking 2024; IIT ମାଡ୍ରାସ ନମ୍ବର ୱାନ, ଟପ୍ ହଣ୍ଟ୍ରେଡରେ ଓଡ଼ିଶାରୁ ୩, ନିରାଶ କଲେ ସରକାରୀ ଶିକ୍ଷାନୁଷ୍ଠାନ - NIRF Ranking 2024

ବିଜେପି ଶାସିତ ରାଜ୍ୟର ଦୁର୍ନୀତି ମଡେଲକୁ ଓଡିଶାରେ ଲାଗୁ ଯୋଜନା:

ଚିନ୍ମୟ ଆହୁରି ମଧ୍ୟ କହିଛନ୍ତି, "ପ୍ରିୟାପ୍ରୀତି ତୋଷଣକୁ ମୂଳୋତ୍ପଟନ ପାଇଁ ଏହା ଉଦ୍ଧିଷ୍ଟ ଥିଲା । ବିଭାଗରେ ଚାଲିଥିବା ନେପୋଟିଜିମକୁ ଏହା ରୋକ୍ ଲଗାଇଥିଲା । କୁଳପତିଙ୍କ ନିକଟତମ ଲୋକଙ୍କ ଚିହ୍ନା ପରିଚିତ ଲୋକଙ୍କୁ ମାତ୍ରାଧିକ ସାହାଯ୍ୟ କରାଯାଉଥିଲା । ସେମାନେ ନିଯୁକ୍ତି ହେଉଥିଲେ । ଏହିପାଇଁ ଏହି ସଂଶୋଧନ ହୋଇଥିଲା । ବିଜେପି ଶାସିତ ରାଜ୍ୟରେ ଚାଲିଥିବା ଶିକ୍ଷା ଦୁର୍ନୀତି ମଡେଲକୁ ଓଡିଶାରେ ଲାଗୁ କରିବାକୁ ଏହା ଯୋଜନା ବୋଲି ଆମେ ସନ୍ଦେହ କରୁଛୁ । ଓଡିଶା ଶିକ୍ଷାର ସୁଧାର ଓ ସଂସ୍କାରର ଏହା ପରିପନ୍ଥୀ । ତେଣୁ ଏଥିରୁ କ୍ଷାନ୍ତ ରହିବାକୁ ଆମେ ନିବେଦନ କରୁଛୁ । ଅଭିଯୋଗ ବିହୀନ ନିଯୁକ୍ତି ପ୍ରକ୍ରିୟାକୁ ବ୍ୟାଘାତ କରିବା ଲାଗି ଏହା ଯୋଜନା ।'' ଏହା ହେଲେ ଅନେକ ବିଭ୍ରାଟ ହେବ ବୋଲି ବିଜେଡି ନେତା ଅଭିଯୋଗ କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.