ETV Bharat / state

ବାଂଲାଦେଶୀ ଜାହାଜକୁ ସ୍ବଦେଶ ଫେରାଇବାକୁ ବିରୋଧ, ପ୍ରଧାନମନ୍ତ୍ରୀଙ୍କୁ ଚିଠି - BANGLADESHI SHIP SEIZED

ଭାରତୀୟ ଜଳସୀମାରେ ବେଆଇନ ଭାବେ ପଶିଥିବା ବାଂଲାଦେଶର ୨ ଜାହାଜ ଓ ୭୮ ଜଣ ମତ୍ସ୍ୟଜୀବୀଙ୍କୁ ସ୍ୱଦେଶ ଫେରାଇବାକୁ ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘର ବିରୋଧ । ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲା ସଂଘ ।

Bangladeshi Fisherman
Bangladeshi Fisherman (ETV Bharat Odisha)
author img

By ETV Bharat Odisha Team

Published : Dec 14, 2024, 4:08 PM IST

Updated : Dec 14, 2024, 7:43 PM IST

ପାରାଦ୍ୱୀପ: ବାଂଲାଦେଶୀ ମତ୍ସ୍ୟଜୀବୀ ଓ ଜାହାଜକୁ ଛାଡିବା ପୂର୍ବରୁ ବାଂଲାଦେଶ ଜେଲରେ ସଜା କାଟୁଥିବା ଭାରତୀୟ ମତ୍ସ୍ୟଜୀବୀଙ୍କୁ ମୁକୁଳାଇବାକୁ ଦାବି । ଗତ 6 ତାରିଖରେ ଭାରତୀୟ ଜଳସୀମାରେ ବାଂଲାଦେଶର ଦୁଇଟି ଛୋଟ ଜାହାଜ ଲେଇଲା-2 ଓ ଏଫ ଭି ମେଘା ବେଆଇନ ଭାବରେ ପଶି ମାଛ ମାରୁଥିବା ବେଳେ ଭାରତୀୟ ତଟରଖି ବାହିନୀ ଦ୍ୱାରା ଧରାପଡିବା ପରେ ସେମାନଙ୍କୁ କୋଷ୍ଟ ଗାର୍ଡ ପକ୍ଷରୁ ପାରାଦ୍ୱୀପ ଅଣା ଯାଇଥିଲା । ସେଠାରେ ସେମାନଙ୍କୁ ରଖାଯିବା ସହିତ ସେମାନେ କିଭଳି ସ୍ବଦେଶକୁ ଫେରିଯାଇ ପାରିବେ ସେ ନେଇ ଭାରତ ସରକାର ଓ ବାଂଲାଦେଶ ସରକାର ମଧ୍ୟରେ ଆଲୋଚନା ଚାଲିଥିବା ବେଳେ ଏହାକୁ ବିରୋଧ କରିଛି ଓଡିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ ।

ବାଂଲାଦେଶୀ ମତ୍ସ୍ୟଜୀବୀଙ୍କୁ ଛାଡିବାକୁ ଓଡିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘର ବିରୋଧ:

ପ୍ରଧାନମନ୍ତ୍ରୀଙ୍କୁ ଚିଠି (ETV Bharat Odisha)

ଏନେଇ ସାମ୍ବାଦିକ ସମ୍ମିଳନୀରେ ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘର ସଭାପତି ଶ୍ରୀକାନ୍ତ ପରିଡା କହିଛନ୍ତି,"ଗତ 6 ତାରିଖରେ ବାଂଲାଦେଶୀ ଜାହାଜ ଭାରତୀୟ ଜଳ ସୀମାରେ ପ୍ରବେଶ କରି ବେଆଇନ ଭାବରେ ମାଛ ମାରୁଥିବା ସମୟରେ କୋଷ୍ଟ ଗାର୍ଡ ପକ୍ଷରୁ ତାଙ୍କୁ ପାରାଦ୍ୱୀପ ଅଣାଯାଇଥିଲା । ଏହି ଛୋଟ ଜାହାଜରେ ମୋଟ 160 ମେଟ୍ରିକ ଟନରୁ ଅଧିକ ମାଛ ଥିଲା । ଏହାକୁ ନିଲାମ ପାଇଁ ସରକାରୀ ଭାବରେ କୁହାଯାଇଥିବା ବେଳେ ଶେଷକୁ ମାଛ ସହିତ ଅଟକ 78 ଜଣ ବାଂଲାଦେଶୀଙ୍କୁ ସ୍ବଦେଶ ଫେରାଇବା ପାଇଁ ସରକାର ପ୍ରୟାସ କରୁଛନ୍ତି ।ଏହାକୁ ଓଡିଶା ସାମୁଦ୍ରିକ ମତ୍ସ୍ୟ ଉତ୍ପାଦକ ସଂଘ ବିରୋଧ କରୁଛି ।ଏହାକୁ ନେଇ ପ୍ରଧାନମନ୍ତ୍ରୀ, ବୈଦେଶିକ ମନ୍ତ୍ରାଳୟ, ଓ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି ।"

ଏହାମଧ୍ୟ ପଢନ୍ତୁ... ଭାରତୀୟ ଜଳ ସୀମାରୁ ୨ ବାଂଲାଦେଶୀ ଜାହାଜ ଜବତ, ୭୮ ଜଣ ଅଟକ - BANGLADESHI SHIP SEIZED

Bangladeshi vessels
Bangladeshi vessels (ETV Bharat Odisha)

ସେ ଆଉ ମଧ୍ୟ କହିଛନ୍ତି," 2024 ମସିହା ଅକ୍ଟୋବର 16 ତାରିଖରେ 31 ଭାରତୀୟ ମତ୍ସ୍ୟଜୀବୀ ସମୁଦ୍ରରେ ମାଛ ମାରୁଥିବା ବେଳେ ଭୁଲବଶତଃ ବାଂଲାଦେଶ ଜଳସୀମାକୁ ପ୍ରବେଶ କରିଥିଲେ । ଫଳରେ ବାଂଲାଦେଶ ସରକାର ତାଙ୍କୁ ଗିରଫ କରିବା ସହିତ 30 ଟନ ମାଛକୁ ଜବତ କରି ନେଇଥିଲେ । ଆଜି ପର୍ଯ୍ୟନ୍ତ ମଧ୍ୟ ବାଂଲାଦେଶ ସରକାର ତାଙ୍କୁ ମୁକ୍ତ କରି ନାହାନ୍ତି । ଯଦି ବାଂଲାଦେଶ ସରକାର ତାଙ୍କ 78 ଜଣ ମତ୍ସ୍ୟଜୀବୀଙ୍କୁ ସ୍ବଦେଶ ନେବାକୁ ଚାହୁଛନ୍ତି ତେବେ ବାଂଲାଦେଶରେ ଜେଲଦଣ୍ଡ ଭୋଗୁଥିବା 31ଜଣ ମତ୍ସ୍ୟଜୀବୀଙ୍କୁ ପ୍ରଥମେ ଖଲାସ କରନ୍ତୁ ।

ଇଟିଭି ଭାରତ, ଜଗତସିଂହପୁର

Last Updated : Dec 14, 2024, 7:43 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.