ETV Bharat / state

ଅନୁଗୋଳରେ ପୋଲିସ ଡ଼ିଜି, ଚାରି ଲୋକସଭା କ୍ଷେତ୍ରର କଲେ ସମୀକ୍ଷା - Election Preparation Meeting - ELECTION PREPARATION MEETING

Election Preparation Meeting: ଲୋକସଭା କ୍ଷେତ୍ରର ସ୍ଥିତି ସମୀକ୍ଷା କଲେ DGP ଅରୁଣ ଷଡଙ୍ଗୀ । ଏହି ବିଷୟ ଉପରେ ଗୁରୁତ୍ବାରୋପ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ

Election Preparation Meeting
Election Preparation Meeting (ETV Bharat)
author img

By ETV Bharat Odisha Team

Published : May 8, 2024, 3:03 PM IST

Election Preparation Meeting (ETV Bharat)

ଅନୁଗୋଳ: ମେ’ 25 ତାରିଖରେ ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ଓଡିଶାର 6 ଲୋକସଭା ଆସନ ଓ 42 ବିଧାନସଭା ଆସନରେ ମତଦାନ ହେବ । ଢେଙ୍କାନାଳ ଲୋକସଭାର ହିନ୍ଦୋଳ, କାମାକ୍ଷାନଗର, ପରଜଙ୍ଗ, ପାଲଲହଡା, ତାଳଚେର ଏବଂ ଅନୁଗୋଳରେ ମତଦାନ ହେବ । ତେବେ ନିର୍ବାଚନକୁ ମୁକ୍ତ ଓ ଅବାଧ ପାଇଁ ପୋଲିସ ମହାନିର୍ଦ୍ଦେଶକଙ୍କ ସମୀକ୍ଷା କରିଛନ୍ତି । ଅନୁଗୋଳରେ ଆଠଟି ଜିଲ୍ଲାରେ କିଭଳି ଶୃଙ୍ଖଳିତ ହେବ ନିର୍ବାଚନ ତାର ସ୍ଥିତି ନେଇ ଜିଲ୍ଲା ପୋଲିସ ଓ ରେଞ୍ଜ ଡ଼ିଆଇଜି ମାନଙ୍କ ସହ ଆଲୋଚନା କରିଛନ୍ତି DG ଅରୁଣ ଷଡଙ୍ଗୀ ।

ମଙ୍ଗଳବାର ସନ୍ଧ୍ୟାରେ ଅନୁଗୋଳ ପୋଲିସ ମୁଖ୍ୟାଳୟରେ କେନ୍ଦ୍ରାଞ୍ଚଳ ଓ ଉତ୍ତର କେନ୍ଦ୍ରାଞ୍ଚଳ DIGଙ୍କ ଅଧୀନରେ ଥିବା ଚାରୋଟି ଲୋକସଭା କ୍ଷେତ୍ର ଅଧୀନରେ ଥିବା ଅନୁଗୋଳ, ଢେଙ୍କାନାଳ, ଦେବଗଡ଼, ସମ୍ବଲପୁର, ବରଗଡ଼ ବଲାଙ୍ଗୀର ଆଦି ଜିଲ୍ଲାର ଏସପିମାନଙ୍କ ସହ ଆଲୋଚନା କରିଥିଲେ ଡ଼ିଜି ଅରୁଣ ଷଡଙ୍ଗୀ । ରାଜ୍ୟ ଗୁଇନ୍ଦା ନିର୍ଦ୍ଦେଶକ ସୋମେନ୍ଦ୍ର ପ୍ରିୟଦର୍ଶୀ ADG ଆଇନ ଶୃଙ୍ଖଳା ସଞ୍ଜୟ କୁମାର ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତି ରେଞ୍ଜ DIG ମାନଙ୍କ ସହ ନିର୍ବାଚନ ପରିଚାଳନା ନେଇ ଆଲୋଚନା ହୋଇଥିଲା । ରାଜ୍ୟର ସୀମାନ୍ତରେ କିଭଳି କୌଣସି ବେଆଇନ କାର୍ଯ୍ୟ କଳାପକୁ ରୋକାଯାଇ ପାରିବ ସେନେଇ ନାକାବନ୍ଦୀ ଏହଂ ଚେକିଂ ବଢାଇବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ନାମାଙ୍କନ ଭରିଲେ ଅନୁଗୋଳ ବିଜେଡିର ପ୍ରଥମ ମହିଳା ପ୍ରାର୍ଥୀ - Angul Assembly Constituency

ଏହି ୪ଟି ସଂସଦୀୟ କ୍ଷେତ୍ରରେ(ସମ୍ବଲପୁର, ବରଗଡ଼ ବଲାଙ୍ଗୀର, ଢେଙ୍କାନାଳ) ମୋଟ୍ ୭ ହଜାର ୫୨୦ଟି ବୁଥ୍ ରହିଛି । ଏହି ବୁଥର ପରିଚାଳନା ପାଇଁ ଆବଶ୍ୟକ ସଂଖ୍ୟାରେ ପୋଲିସ ଫୋର୍ସ ମୁତୟନ କରାଯିବାର ବନ୍ଦୋବସ୍ତ ନେଇ ଆଲୋଚନା ହୋଇଛି । ନିର୍ବାଚନ ପରିଚାଳନା ପୂର୍ବରୁ ଜାନୁଆରୀ ପ୍ରଥମ ସପ୍ତାହରୁ ପୋଲିସ୍ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ଜାନୁଆରୀ ପହିଲାରୁ ଏ ପର୍ଯ୍ୟନ୍ତ ଉତ୍ତରାଞ୍ଚଳ ଓ ଉତ୍ତର କେନ୍ଦ୍ରାଞ୍ଚଳ ରେଞ୍ଜରେ ପ୍ରାୟ ୬ ହଜାର ୱାରେଣ୍ଟି ଗିରଫ କରାଯାଇଛି । ବିଭିନ୍ନ ପ୍ରତିଷେଧକମୂଳକ ବ୍ୟବସ୍ଥା ମଧ୍ୟରେ ୧୦୭ ସିଆର୍‌ପିସି ଓ ୧୧୦ ସିଆରପିସି ଧାରା ଅନୁସାରେ ଗଣ୍ଡଗୋଳ ଆଶଙ୍କା ଥିବା ଲୋକମାନଙ୍କ ବିରୁଦ୍ଧରେ ନୋଟିସ୍ କରାଯାଇଛି । ପ୍ରାୟ ୮ ହଜାର ୨୦୦ଟି ନୋଟିସ୍‌ରେ ୨୧ ହଜାରରୁ ଊର୍ଦ୍ଧ୍ଵ ବ୍ୟକ୍ତିଙ୍କ ନାମରେ ମାମଲା ରୁଜୁ କରାଯାଇଛି । ବର୍ତ୍ତମାନ ସୁଦ୍ଧା ୭୫ଟି ଚୋରା ବନ୍ଧୁକ ଜବତ କରାଯାଇଛି । ସେହିପରି ୩୯ଟି ମାମଲା ରୁଜୁ କରାଯାଇ ୫୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେହିପରି ସମ୍ବଲପୁର ଓ ବ୍ରଜରାଜନଗରରେ ବେଆଇନ୍ ବନ୍ଧୁକ କାରଖାନା ଠାବ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଅବକାରୀ ଚଢ଼ଉକୁ ଜୋରଦାର କରାଯାଇଛି । ଏପର୍ଯ୍ୟନ୍ତ ୧ ଲକ୍ଷ ୮୨ ହଜାର ଲିଟର ବେଆଇନ୍ ମଦ ଜବତ କରାଯାଇଛି । ଏ ସଂକ୍ରାନ୍ତରେ ୩ ହଜାର ୨୮୬ଟି ମାମଲା ରୁଜୁ କରାଯାଇ ୩ ହଜାର ୨୮୬ ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଅନୁଗୋଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.