ETV Bharat / state

ଓଡ଼ିଶାରେ ପଦ୍ମ ସୁନାମୀ ! ପଛରେ ପଡିଲେ ବିଜେଡି ହେଭିୱେଟ - Odisha Lok Sabha results 2024 - ODISHA LOK SABHA RESULTS 2024

Odisha Lok Sabha And Assembly Election results 2024: ଓଡ଼ିଶାରେ ବିଜେଡି ହେଭିୱେଟଙ୍କୁ ବଡ ଝଟକା । ପ୍ରାରମ୍ଭିକ ଟ୍ରେଣ୍ଡରେ ପଛରେ ପଡିଛନ୍ତି ଶାସକ ଦଳର ବହୁ ନେତାମନ୍ତ୍ରୀ । ମନ୍ତ୍ରୀ ଟୁକୁନି ସାହୁଙ୍କ ଠାରୁ ଆରମ୍ଭ କରି ସାରଦା ନାୟକ, ପ୍ରସନ୍ନ ଆଚାର୍ଯ୍ୟ, ପ୍ରଦୀପ ଅମାତ, ସଞ୍ଜୟ ଦାସବର୍ମାଙ୍କ ଭଳି ବଡ ବଡ ନେତାମାନେ ପଛୁଆ ଚାଲିଛନ୍ତି । ଅଧିକ ପଢନ୍ତୁ

ଓଡ଼ିଶାରେ ଆଗକୁ ମାଡୁଛି ବିଜେପି, ପଛରେ ପଡିଲେ ବିଜେଡି ହେଭିୱେଟ
ଓଡ଼ିଶାରେ ଆଗକୁ ମାଡୁଛି ବିଜେପି, ପଛରେ ପଡିଲେ ବିଜେଡି ହେଭିୱେଟ (ETV Bharat Odisha)
author img

By ETV Bharat Odisha Team

Published : Jun 4, 2024, 1:11 PM IST

ଭୁବନେଶ୍ବର: ଓଡ଼ିଶାରେ ଜାରି ରହିଛି ବିଧାନସଭା ଓ ଲୋକସଭା ଭୋଟ ଗଣତି । ପ୍ରାରମ୍ଭିକ ଟ୍ରେଣ୍ଡ ସହିତ ସରଗରମ ହେବାର ଲାଗିଛି ରାଜ୍ୟ ରାଜନୀତି । ସାମ୍ପ୍ରତିକ ଟ୍ରେଣ୍ଡ ଅନୁସାରେ ଭାରତୀୟ ଜନତା ପାର୍ଟି ଠାରୁ ପଛରେ ପଡିଛି ଶାସକ ବିଜୁ ଜନତା ଦଳ । ବିଜେଡିର ବହୁ ହେଭିୱେଟ ନେତା ମନ୍ତ୍ରୀ ବିଜେପି ପ୍ରାର୍ଥୀଙ୍କ ଠୁ ପଛରେ ପଡିଛନ୍ତି । ପ୍ରାୟ ସମସ୍ତ ଆସନରେ ଦୁଇ ଦଳ ମଧ୍ୟରେ କଡା ଟକ୍କର ହେଉଥିଲେ ହେଁ ବର୍ତ୍ତମାନର ଟ୍ରେଣ୍ଡ ବିଜେଡି ପାଇଁ ରହିଛି ନୈରାଶ୍ୟଜନକ । ଏବେସୁଦ୍ଧା ଆସିଥିବା ଫଳାଫଳରେ ବିଜେପି ୭୫ ଆସନରେ ଲିଡ୍ କରୁଥିବାବେଳେ ୫୪ଟିରେ ଆଗୁଆ ଅଛି ବିଜେଡି ।

କିଏ ଆଗରେ କିଏ ପଛରେ ?

ସମୟ ଗଡ଼ିବା ସହ ବଢିବାରେ ଲାଗିଛି ନେତାଙ୍କ ହୃଦସ୍ପନ୍ଦନ । ବିଶେଷକରି ପ୍ରାରମ୍ଭିକ ଟ୍ରେଣ୍ଡ ଦେଖି ବିଜେଡି ଶିବିରରେ ଛନକା ପଶିଛି । ପ୍ରାରମ୍ଭିକ ଟ୍ରେଣ୍ଡରେ ପ୍ରଦୀପ କୁମାର ଅମାତ, ବିକ୍ରମ କେଶରୀ ଆରୁଖ, ଅତନୁ ସବ୍ୟସାଚୀ ନାୟକ, ଟୁକୁନି ସାହୁଙ୍କ ପ୍ରମୁଖ ମନ୍ତ୍ରୀ ପଛରେ ଚାଲିଛନ୍ତି । ସେହିପରି ଚାନ୍ଦବାଲିରେ ବର୍ତ୍ତମାନର ବିଧାୟକ ବ୍ୟୋମକେଶ ରାୟଙ୍କ ଠାରୁ ଆଗୁଆ ଅଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ସେହିପରି କୋରେଇରେ ବିଜେପି ପ୍ରାର୍ଥୀ ଆକାଶ ଦାସନାୟକ ବବି ଦାସଙ୍କ ମାଆ ସନ୍ଧ୍ୟାରାଣୀ ଦାସଙ୍କ ଠାରୁ ଲିଡ୍ କରୁଛନ୍ତି । ବଡଚଣାରେ ବିଜେଡି ପ୍ରାର୍ଥୀ ବର୍ଷା ପ୍ରିୟଦର୍ଶିନୀ ବିଜେପି ପ୍ରାର୍ଥୀ ଅମର ନାୟକଙ୍କ ଠାରୁ ପଛରେ ଅଛନ୍ତି ।

ସେହିପରି ଚମ୍ପୁଆରେ ବିଜେଡିର ଟାଣୁଆ ନେତା ସନାତନ ମହାକୁଡ, ଭଟଲିରେ ସୁଶାନ୍ତ ସିଂ, ଟିଟିଲାଗଡରେ ମନ୍ତ୍ରୀ ଟୁକୁନି ସାହୁ, ମହାକାଳପଡାରେ ଅତନୁ ସବ୍ୟସାଚୀ ନାୟକ, ଆଠଗଡରେ ବିକ୍ରମ କେଶରୀ ଆରୁଖ, ବଲାଙ୍ଗୀରରେ କଳିକେଶ ନାରାୟଣ ସିଂହଦେଓ, ରାଉରକେଲାରେ ସାରଦା ନାୟକ, ରେଢାଖୋଲରେ ପ୍ରସନ୍ନ ଆଚାର୍ଯ୍ୟ, ସତ୍ୟବାଦୀ ସଞ୍ଜୟ ଦାସବର୍ମା, ଜୁନାଗଡରେ ଦିବ୍ୟଶଙ୍କର ମିଶ୍ର, ନୟାଗଡରେ ଅରୁଣ ସାହୁ ପଛରେ ଚାଲୁଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଜନାଦେଶ 2024: କାହା ମୁଣ୍ଡରେ ‘ଭାରତ’ର ଆଶୀର୍ବାଦ, ହ୍ୟାଟ୍ରିକ ମାରିବେ ମୋଦି, ଇତିହାସ ରଚିବେ କି ନବୀନ ? - Lok Sabha Election Results 2024

ସେହିପରି ବିଜେପିର ମଧ୍ୟ କିଛି ବରିଷ୍ଠ ନେତା ପ୍ରାରମ୍ଭିକ ଟ୍ରେଣ୍ଡରେ ପଛରେ ଚାଲିଛନ୍ତି । ସମ୍ବଲପୁରରେ ବିଜେଡିର ରୋହିତ ପୂଜାରୀଙ୍କ ଠାରୁ ପଛରେ ପଡିଛନ୍ତି ଭେଟେରାନ ବିଜେପି ନେତା ଜୟନାରାୟଣ ମିଶ୍ର । ଜୟପୁରରେ କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତି ବିଜେଡିର ଇନ୍ଦିରା ନନ୍ଦଙ୍କ ପଛରେ ଚାଲିଛନ୍ତି । ନୂଆପଡାରେ ବିଜେଡିର ରାଜେନ୍ଦ୍ର ଢୋଲକିଆ ପିପିସି ସଭାପତି ଶରତ ପଟ୍ଟନାୟକଙ୍କ ଠାରୁ ଲିଡ୍ କରୁଛନ୍ତି । ସେପଟେ ଘସିପୁରାରେ ସ୍ବାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ ବିଜେଡିର ଟାଣୁଆ ନେତା ବଦ୍ରି ପାତ୍ରଙ୍କୁ ପଛରେ ପକାଇଛନ୍ତି ।

ଲୋକସଭା ଆସନରେ ବିଜେପି ଆଗୁଆ:

ପ୍ରାରମ୍ଭିକ ଟ୍ରେଣ୍ଡରେ ଓଡ଼ିଶାର ଲୋକସଭା ଆସନରେ ବିଜେପିର ପ୍ରଦର୍ଶନ ଚମତ୍କାର ରହିଛି । ମୋଟ ୨୧ ଆସନରୁ ବିଜେପି ୧୯ ଆସନରେ ଲିଡ୍ କରୁଥିବାବେଳେ ବିଜେଡି ଓ କଂଗ୍ରେସ ଗୋଟିଏ ଲେଖାଏଁ ଆସନରେ ଆଗରେ ରହିଛନ୍ତି । ଯାହାକି ଶାସକ ବିଜେଡି ଦଳ ପାଇଁ ଏକ ଶକ୍ତ ଧକ୍କା ହୋଇଛି । ରାଜ୍ୟର ସବୁଠୁ ହାଇପ୍ରୋଫାଇଲ ଆସନ ସମ୍ବଲପୁରରେ ବିଜେଡିର ହେଭିୱେଟ ପ୍ରଣବ ପ୍ରକାଶ ଦାସଙ୍କ ପଛରେ ପକାଇ ମାଡିଚାଲିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଭୁବନେଶ୍ବରରେ ଅପରାଜିତା ଷଡଙ୍ଗୀଙ୍କ ପଛରେ ପଡିଛନ୍ତି ସୁର ରାଉତରତାୟଙ୍କ ପୁଅ ତଥା ବିଜେଡି ପ୍ରାର୍ଥୀ ମନ୍ମଥ ରାଉତରାୟ । ସେହିପରି ବ୍ରହ୍ମପୁରରେ ଭୃଗୁବକ୍ସିପାତ୍ରଙ୍କ ଠାରୁ ବିଜେପିର ପ୍ରଦୀପ ପାଣିଗ୍ରାହୀ, ସୁନ୍ଦରଗଡରେ ବିଜେଡିର ଦିଲ୍ଲୀପ ତିର୍କୀଙ୍କ ଠାରୁ ଜୁଏଲ ଓରାମ, ବାଲେଶ୍ବରରେ ବିଜେଡିର ଲେଖାଶ୍ରୀ ସାମନ୍ତସିଂହାରଠାରୁ ପ୍ରତାପ ଷଡଙ୍ଗୀ ଆଗୁଆ ରହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.