ETV Bharat / state

ଏପ୍ରିଲ ୪ରୁ ୬ ଯାଏଁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି, କାଲିଠୁ ଉଷ୍ମରାତ୍ରୀ - Warmer Night in Odisha - WARMER NIGHT IN ODISHA

Warmer Night in Odisha: ଏପ୍ରିଲ 2 ତାରିଖ ବା ଆସନ୍ତାକାଲି ରାଜ୍ୟରେ ଅନୁଭୂତ ହେବ ଉଷ୍ମରାତ୍ରୀ (ୱାର୍ମର ନାଇଟ) । 2ରୁ 4 ଡିଗ୍ରୀ ବଢିବ ତାପମାତ୍ରା । ଅଧିକ ପଢନ୍ତୁ

Odisha Weather
Odisha Weather
author img

By ETV Bharat Odisha Team

Published : Apr 1, 2024, 4:43 PM IST

Updated : Apr 1, 2024, 4:57 PM IST

ଏପ୍ରିଲ ୪ରୁ ୬ ଯାଏଁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି, କାଲିଠୁ ଉଷ୍ମରାତ୍ରୀ

ଭୁବନେଶ୍ବର: ଜଳୁଛି ସାରା ଓଡ଼ିଶା । ଆକାଶରୁ ହେଉଛି ଅଗ୍ନି ବର୍ଷା । ଅସ୍ତବ୍ୟସ୍ତ ଜନଜୀବନ । ଆଗାମୀ ଦୁଇ ଦିନ ଯାଏ ଆହୁରି ୨ରୁ ୪ ଡିଗ୍ରୀ ତାପମାତ୍ରା ବଢିବାକୁ ଥିବା ବେଳେ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ପାରଦ ଉପରମୁହାଁ ରହିବା ସହ ତାପମାତ୍ରା ୪୦ ଡିଗ୍ରୀ ଛୁଇଁବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୫ ଦିନ ଯାଏଁ ତାତିରୁ ନିସ୍ତାର ନଥିବା ବେଳେ ଖରାର ପ୍ରକୋପକୁ ନେଇ ତିନି ଦିନ ପାଇଁ ହିଟୱେଭ ବା ଗ୍ରୀଷ୍ମ ପ୍ରବାହ ଜାରି କରିଛି ପାଣିପାଗ ବିଭାଗ ।

ଏପ୍ରିଲ ୪ ତାରିଖରୁ ୬ ତାରିଖ ଯାଏଁ ପ୍ରବଳ ଖରାକୁ ନେଇ ଉତ୍ତର ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡିକରେ ଗ୍ରୀଷ୍ମ ପ୍ରବାହ ଜାରି କରିଛି ବିଭାଗ । ଏହାସହ ଦିନର ତାପମାତ୍ରା ବୃଦ୍ଧି ସହ ଆସନ୍ତାକାଲିଠାରୁ ଉପକୂଳ ଓଡ଼ିଶା, ଆଭ୍ୟନ୍ତରୀଣ ଓଡ଼ିଶା ଓ ଉତ୍ତର ଓଡ଼ିଶାରେ ୱାର୍ମ ନାଇଟ ବା ଉଷ୍ମ ରାତ୍ରୀ ପରିସ୍ଥିତି ଉପୁଜିବ । ଏହାଦ୍ବାରା ରାତିରେ ପ୍ରବଳ ଗରମ ଅନୁଭୂତ ହେବ । ଆସନ୍ତାକାଲି ପାଇଁ ଉଷ୍ମ ରାତ୍ରୀ ପରିସ୍ଥିତି ନେଇ କଳାହାଣ୍ଡି, ବୌଦ୍ଧ, ସୋନପୁର, ବଲାଙ୍ଗୀର ଓ ମାଲକାନଗିରିରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ଆଜି ଟ୍ବିନସିଟିରେ ଦିନ ତାପମାତ୍ରା ୩୯ ରୁ ୪୦ ଡିଗ୍ରୀ ରହିବ ।

ଏହା ବି ପଢନ୍ତୁ- ସ୍କୁଲ ପରେ ଅଙ୍ଗନବାଡ଼ି; ଗ୍ରୀଷ୍ମ ପ୍ରବାହ ଯୋଗୁଁ କାଲିଠୁ ସକାଳୁଆ କ୍ଲାସ, ପିଇବା ପାଣି ଏବଂ ORS ମହଜୁଦ ରଖିବାକୁ ନିର୍ଦ୍ଦେଶ

ଅନ୍ୟପଟେ ପ୍ରବଳ ଖରା ଓ ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ଆବଶ୍ୟକ ନଥିଲେ ଘରୁ ନ ବାହାରିବାକୁ ପରାମର୍ଶ ଦେଇଛି ବିଭାଗ । ଏହାସହ ଘରୁ ବାହାରିବା ସମୟରେ ସତର୍କତାର ସହ ଆବଶ୍ୟକୀୟ ସାମଗ୍ରୀ ଯେପରିକି ଛତା, ପାଣି ବୋତଲ ଆଣିବାକୁ କହିଥିବା ବେଳେ ମୁଣ୍ଡରେ ଗାମୁଛା ବା କପଡା ବାନ୍ଧିବା ସହ ହାଲୁକା କପଡା ବା କଟନ ବସ୍ତ୍ର ପିନ୍ଧିବାକୁ ପରାମର୍ଶ ଦେଇଛି ବିଭାଗ । ତେବେ ଆଜି ଦିନ ୨ଟା ୩୦ ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ ୩୮ ଡିଗ୍ରୀରୁ ଊର୍ଦ୍ଧ୍ବ ତାପମାତ୍ରା ରେକର୍ଡ ହୋଇଛି । ଚାନ୍ଦବାଲିରେ ୩୯.୬ ଡିଗ୍ରୀ ସେଲସିୟସ, ଭୁବନେଶ୍ବରରେ ୩୯.୪, ଝାରସୁଗୁଡାରେ ୩୯, ବାଲେଶ୍ବରରେ ୩୮.୫, ସମ୍ବଲପୁରରେ ୩୮.୫, ହୀରାକୁଦରେ ୩୮.୫, କେନ୍ଦୁଝରରେ ୩୭.୮, ରାଉରକେଲାରେ ୩୮.୧, ପୁରୀରେ ୩୩.୫, ପାରାଦ୍ବୀପରେ ୩୩.୧ ଓ ଗୋପାଳପୁର ରେ ୩୧.୮ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି ।

ସେପଟେ ଗତ ୨୪ ଘଣ୍ଟାରେ ବିଭିନ୍ନ ଜିଲ୍ଲାରେ ହାଲୁକା ବର୍ଷା ରେକର୍ଡ଼ କରାଯାଇଛି । ନୟାଗଡ଼ର ନୂଆ ଗାଁରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି ଓ ରାଜ୍ୟର ଅଧିକାଂଶ ସ୍ଥାନରେ ମେଘୁଆ ପାଗ ଅନୁଭୂତ ହୋଇଛି । ମାଲକାନଗିରିରେ ସର୍ବାଧିକ ଦିନ ତାପମାତ୍ରା ୩୯.୭ ଡିଗ୍ରୀ ରେକର୍ଡ କରାଯାଇଥିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Apr 1, 2024, 4:57 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.