ETV Bharat / state

କେନ୍ଦ୍ର ବଜେଟ କୃଷକ ବିରୋଧୀ, ଗ୍ରାମୀଣ ବିକାଶ ପାଇଁ ଅନୁଦାନ ନୈରାଶ୍ୟ ଜନକ: ଓଡିଶା କୃଷକ ସଭା - ଅନ୍ତରୀଣ ବଜେଟ 2024

Odisha Krushak Sabha Reaction on Interim Budget: ନିର୍ବାଚନ ବର୍ଷ ହେଲେ ସୁଦ୍ଧା ଅର୍ଥମନ୍ତ୍ରୀଙ୍କ ଦ୍ୱାରା ଆଗତ ହୋଇଥିବା ଅନ୍ତରୀଣ କେନ୍ଦ୍ର ବଜେଟ 2024-25 ନୈରାଶ୍ୟଜନକ । ବଜେଟରେ କୃଷି, ଗ୍ରାମୀଣ ବିକାଶ, ଖାଦ୍ୟ ସୁରକ୍ଷା, ମନରେଗା ଏବଂ ଗ୍ରାମୀଣ ଋଣ ପ୍ରଦାନ କ୍ଷେତ୍ର ପାଇଁ ଅନୁଦାନ ଅତି ନୈରାଶ୍ୟଜନକ ରହିଛି । ଅଧିକ ପଢନ୍ତୁ

କେନ୍ଦ୍ର ବଜେଟ କୃଷକ ବିରୋଧୀ, ଗ୍ରାମୀଣ ବିକାଶ ପାଇଁ ଅନୁଦାନ ନୈରାଶ୍ୟ ଜନକ : ଓଡିଶା କୃଷକ ସଭା

author img

By ETV Bharat Odisha Team

Published : Feb 1, 2024, 10:48 PM IST

ଭୁବନେଶ୍ବର: ନିର୍ବାଚନ ବର୍ଷ ହେଲେ ସୁଦ୍ଧା ଅର୍ଥମନ୍ତ୍ରୀଙ୍କ ଦ୍ୱାରା ଆଗତ ହୋଇଥିବା ଅନ୍ତରୀଣ କେନ୍ଦ୍ର ବଜେଟ 2024-25 ନୈରାଶ୍ୟଜନକ । ବଜେଟରେ କୃଷି, ଗ୍ରାମୀଣ ବିକାଶ, ଖାଦ୍ୟ ସୁରକ୍ଷା, ମନରେଗା ଏବଂ ଗ୍ରାମୀଣ ଋଣ ପ୍ରଦାନ କ୍ଷେତ୍ର ପାଇଁ ଅନୁଦାନ ଅତି ନୈରାଶ୍ୟଜନକ ରହିଛି । ପ୍ରଧାନମନ୍ତ୍ରୀ କୃଷକ ସମ୍ପଦ ଯୋଜନା, ମଣ୍ଡିକୁ ଜାତୀୟ ଡିଜିଟାଲ ବଜାର ସହିତ ସଂଯୋଗ, ଦୁଗ୍ଧ ଚାଷୀଙ୍କୁ ପ୍ରୋତ୍ସାହନ ପାଇଁ ଘୋଷଣା, ପିଏମ କିଷାନ ଯୋଜନା, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଇତ୍ୟାଦି ପାଇଁ ହୋଇଥିବା ଅର୍ଥ ଅନୁଦାନକୁ ହିସାବ କଲେ ଆବଶ୍ୟକତା ଅନୁଯାୟୀ ଏହି ସବୁ ଘୋଷଣା ଫମ୍ପା ଆୱାଜ । ଓଡିଶା କୃଷକ ସଭା ତରଫରୁ ଏହା କୁହାଯାଇଛି ।

କୃଷି ଏବଂ ତତସମ୍ପର୍କୀୟ କ୍ଷେତ୍ର ଗୁଡିକୁ 2023-24 ରିଭାଇଜିଡ଼ ବଜେଟଠାରୁ 6% କମ ରହିଛି । 202 -23 ର ପ୍ରକୃତ ଖର୍ଚ୍ଚ ଠାରୁ 22.3% ଅନୁଦାନ କମିଛି । ଦୁଗ୍ଧ ଏବଂ ପଶୁ ସମ୍ପଦ ବିକାଶ ପାଇଁ 2022-23 ପ୍ରକୃତ ଖର୍ଚ୍ଚକୁ ତୁଳନା କଲେ 26% ଅନୁଦାନ କମିଛି । 2024-25 ର ରିଭାଇଜିଡ଼ ବଜେଟକୁ ହିସାବକୁ ନେଲେ 14% ଅନୁଦାନ କମାଯାଇଛି । ମୃତିକା ସଂରକ୍ଷଣ ପାଇଁ 2023-24 ରିଭାଇଜିଡ଼ ବଜେଟକୁ ହିସାବ କଲେ 7.7% ଅନୁଦାନ କମିଛି । ଖାଦ୍ୟ ସଂରକ୍ଷଣ ଏବଂ ଭଣ୍ଡାରଣ ପାଇଁ 2022-23 ର ପ୍ରକୃତ ଖର୍ଚ୍ଚକୁ ହିସାବ କଲେ 24%ଅନୁଦାନ କମିଛି । ସମବାୟ କ୍ଷେତ୍ରରେ 2022-23 ର ପ୍ରକୃତ ଖର୍ଚ୍ଚ ଠାରୁ 35% ଅନୁଦାନ କମା ଯାଇଛି । ଗ୍ରାମୀଣ ବିକାଶ କ୍ଷେତ୍ରରେ ସାମଗ୍ରିକ ଭାବେ 5% ଅନୁଦାନ କମିଛି । ବନ୍ୟା ନିୟନ୍ତ୍ରଣ ଏବଂ ଜଳ ନିଷ୍କାସନ ପାଇଁ ମାତ୍ର 21ଲକ୍ଷ ଟଙ୍କା ଅନୁଦାନ ଦିଆଯାଇଛି । 99% ଅର୍ଥ ଅନୁଦାନ କମା ଯାଇଛି । ଗ୍ରାମ୍ୟ ଏବଂ କ୍ଷୁଦ୍ର ଉଦ୍ୟୋଗ କ୍ଷେତ୍ରରେ 15% ଅନୁଦାନ କମା ଯାଇଛି ।

ଅଧିକ ପଢନ୍ତୁ- ମଧ୍ୟବିତ୍ତଙ୍କଠୁ କିପରି ଶୋଷି ହେବ ସେ ବ୍ୟବସ୍ଥା ହୋଇଛି: ପଞ୍ଚାନନ କାନୁନଗୋ

ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଯୋଜନାରେ କୌଣସି ଅନୁଦାନ ବୃଦ୍ଧି ହୋଇ ନାହିଁ । ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ 2023-24 ର ରିଭାଇଜିଡ଼ ବଜେଟକୁ ହିସାବ କଲେ 56% ଅନୁଦାନ କମିଛି । 2023-24 ରିଭାଇଜିଡ଼ ବଜେଟକୁ ହିସାବ କଲେ ଖାଦ୍ୟ ନିରାପତ୍ତାରେ 3.3%, ସାରରେ 13.2%, ଏଲପିଜିରେ 2.6%, ଅନ୍ୟାନ୍ୟ ରିହାତିରେ 3% ଅନୁଦାନ କମାଯାଇଛି । ମୋଟାମୋଟି ଭାବେ ଏମ. ଏସ ସ୍ବାମୀନାଥନ କମିଶନ ସୁପାରିଶ ଅନୁଯାୟୀ ସି2+50% ସୂତ୍ର ଅନୁଯାୟୀ ସବୁ କୃଷିଜାତ ଦ୍ରବ୍ୟର ଏମଏସପି ପ୍ରଦାନ ପାଇଁ ଆଇନଗତ ଗ୍ୟାରେଣ୍ଟି ଏବଂ ଫସଲ ସଂଗ୍ରହ ପାଇଁ ଆବଶ୍ୟକ ଅର୍ଥ ଅନୁଦାନ କ୍ଷେତ୍ରରେ ବଜେଟ ସମ୍ପୂର୍ଣ୍ଣ ନୀରବ ରହିଛି । କୃଷକର ଆୟ ବୃଦ୍ଧି, ଚାଷୀ ଆତ୍ମହତ୍ୟା ରୋକିବା ପାଇଁ ଗରୀବ ଏବଂ ମଧ୍ୟମ ଚାଷୀଙ୍କ ଋଣ ଛାଡ଼, ଗ୍ରାମୀଣ ରୋଜଗାର ପାଇଁ ମନରେଗା ଯୋଜନାରେ ଅନୁଦାନ ବୃଦ୍ଧି କ୍ଷେତ୍ରରେ କେନ୍ଦ୍ର ବଜେଟ ଚାଷୀ, ଗ୍ରାମୀଣ ଶ୍ରମିକ ଏବଂ ବେକାର ଯୁବକ-ଯୁବତୀ ମାନଙ୍କୁ ହତାଶ କରିଛି । କ୍ରମାଗତ ଭାବେ କୃଷି, କୃଷକ, ଗ୍ରାମୀଣ କ୍ଷେତ୍ର ପ୍ରତି ସରକାର ବଜେଟ କମାଇବାର ନୈରାଶ୍ୟ ଜନକ ଚିତ୍ର ଦେଖିବାକୁ ମିଳିଛି ।

2014 ଏବଂ 2019 ନିର୍ବାଚନରେ ନରେନ୍ଦ୍ର ମୋଦି ଦେଶର ଅନ୍ନଦାତା କୃଷକ ମାନଙ୍କୁ ଦେଇଥିବା କୌଣସି ପ୍ରତିଶୃତି କାର୍ଯ୍ୟକାରୀ କଲେ ନାହିଁ । ଚାଷୀର ଆୟ ଦୁଇଗୁଣ, ଋଣ ଛାଡ଼, ଏମଏସପି ଲାଗୁ କରିବା ଇତ୍ୟାଦି ପ୍ରତିଶୃତିକୁ ଭୁଲି ଯାଇଛନ୍ତି । ବରଂ ନେସେନାଲ କ୍ରାଇମ ରେକର୍ଡ ବ୍ୟୁରୋର ତଥ୍ୟ ଅନୁଯାୟୀ 2014-2023 ସୁଦ୍ଧା 100474 କୃଷକ ଆତ୍ମହତ୍ୟା କରିଛନ୍ତି । ବୃହତ ଶିଳ୍ପପତିଙ୍କୁ 9 ବର୍ଷରେ 10 ଲକ୍ଷ କୋଟି ଟଙ୍କା ଟିକସ ରିହାତି ସାଙ୍ଗକୁ 14.56 ଲକ୍ଷ କୋଟି ଟଙ୍କା ଅନାଦେୟ ଋଣ ଛାଡ଼ କରିଛନ୍ତି । ଆକାଶ ଛୁଆଁ ମୂଲ୍ୟବୃଦ୍ଧିକୁ ରୋକିବା ପାଇଁ ଚଳିତ ବଜେଟରେ କୌଣସି ବ୍ୟବସ୍ଥା ନାହିଁ । ଏହା ଏକ କର୍ପୋରେଟ ସପକ୍ଷବାଦୀ, ଚାଷୀ ଏବଂ ଗରୀବ ଜନସାଧାରଣଙ୍କ ବିରୋଧୀ ବଜେଟ । ଓଡିଶା କୃଷକ ସଭାର ରାଜ୍ୟ ସଭାପତି ଜମେଶ୍ବର ସାମନ୍ତରାୟ ଏବଂ ସାଧାରଣ ସମ୍ପାଦକ ସୁରେଶ ପାଣିଗ୍ରାହୀ ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.