ETV Bharat / state

କେଉଁଠି ଅଛନ୍ତି IPS ଆଶିଷ ସିଂ ? ଚିଠି ଲେଖି ଖୋଜୁଛି ଗୃହ ବିଭାଗ - Where Is IPS Officer Ashish Singh

author img

By ETV Bharat Odisha Team

Published : Jun 27, 2024, 10:12 PM IST

Where Is IPS Officer Ashish Singh: କେଉଁଠି ଅଛନ୍ତି ଆଇପିଏସ ଆଶିଷ ସିଂ । ଏକଥା ଆମେ ନୁହେଁ ପଚାରୁଛି ଗୃହ ବିଭାଗ । ଗୃହ ବିଭାଗ ଆଜି ପୋଲିସ ଡିଜିଙ୍କୁ ଚିଠି ଲେଖି ପଚାରିଛି । କେଉଁଠି ଅଛନ୍ତି ସେ । ପଢନ୍ତୁ ପୁରା ଖବର ।

IPS Officer Ashish Singh
IPS Officer Ashish Singh (ETV Bharat Odisha)

ଭୁବନେଶ୍ବର: କେଉଁଠି ଅଛନ୍ତି ଆଇପିଏସ ଆଶିଷ ସିଂ ? ତାଙ୍କ କାର୍ଯ୍ୟକଳାପ ଏବଂ କାର୍ଯ୍ୟ ସ୍ଥିତି ବିଷୟରେ ଅବଗତ ନାହିଁ ରାଜ୍ୟ ଗୃହ ବିଭାଗ । 2010 ବ୍ୟାଚର ଆଇପିଏସ ଆଶିଷ ସିଂହ ଏବେ କେଉଁଠି ବୋଲି ଖୋଜୁଛି ଗୃହ ବିଭାଗ । ଗୃହ ବିଭାଗ ଏନେଇ ଆଜି ଓଡିଶା ପୋଲିସ ଡିଜିଙ୍କୁ ଚିଠି ଲେଖି ପଚାରିଛି ।

Where Is IPS Officer Ashish Singh
Where Is IPS Officer Ashish Singh (ETV Bharat Odisha)

ଚିଠି ଲେଖି ଖୋଜୁଛି ଗୃହବିଭାଗ: ଓଡିଶା ପୋଲିସ ଡିଜିଙ୍କୁ ଆଜି ଚିଠି ଲେଖିଛନ୍ତି ଗୃହ ବିଭାଗ ଅତିରିକ୍ତ ସଚିବ ମୁରଲୀଧର ମଲ୍ଲିକ । ସେ ଚିଠିରେ ଦର୍ଶାଇଛନ୍ତି ଯେ, ସ୍ବାସ୍ଥ୍ୟଗତ କାରଣରୁ ଗତ ମେ 4 ତାରିଖରୁ ମାସେ ଛୁଟି ନେଇଥିଲେ ଆଇପିଏସ ଅଫିସର ଆଶିଷ ସିଂହ । ଏବେ ଆଶିଷ ଚାକିରିରେ ଯୋଗଦେଲେଣି କି ନାହିଁ ସୂଚନା ଦେଇନାହାନ୍ତି । ତେଣୁ ସେ କାର୍ଯ୍ୟରେ ଯୋଗ ଦେଇଛନ୍ତି ନା ନାହିଁ ଚିଠି କରି ପଚାରିଛି ବିଭାଗ । ଛୁଟି ନେବାର ମାସେରୁ ଅଧିକ ବିତିଥିଲେ ବି ତାଙ୍କ ବିଷୟରେ ଏପର୍ଯ୍ୟନ୍ତ ବିଭାଗ ପାଖରେ କୌଣସି ସୂଚନା ନାହିଁ । ସେ ଯୋଗଦେଲେଣି ନା ଛୁଟି ବଢ଼ାଇଛନ୍ତି ସେନେଇ ମଧ୍ୟ ବିଭାଗକୁ କୌଣସି ଖବର ମିଳିନାହିଁ । ତେଣୁ ତାଙ୍କ ବିଷୟରେ ସମସ୍ତ ତଥ୍ୟ ତୁରନ୍ତ ଜଣାଇବାକୁ ଡିଜିପିଙ୍କୁ ଚିଠିରେ ଉଲ୍ଲେଖ କରିଛନ୍ତି ଗୃହ ବିଭାଗ ଅତିରିକ୍ତ ସଚିବ ।

ଏହା ମଧ୍ୟ ପଢନ୍ତୁ: ଖସିଲେ ଡିଏସ କୁଟ୍ଟେ, ମିଛରେ ଛୁଟି ନେଇ ଫସିଲେ ଆଶିଷ ସିଂ !

କାଲି ଥିଲେ ବୈଠକରେ ଉପସ୍ଥିତ: ଓଡିଶାରେ ଅଛନ୍ତି ଆଇପିଏସ ଅଫିସର ଆଶିଷ ସିଂହ । ଗତକାଲି ରଥଯାତ୍ରା ସମନ୍ବୟ ବୈଠକରେ ପୋଲିସ ଡିଜିଙ୍କ ସହ ଉପସ୍ଥିତ ଥିଲେ ଆଶିଷ । ଏନେଇ ଓଡିଶା ପୋଲିସ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି । ପୋଲିସ ମୁଖ୍ୟାଳୟରେ ଆୟୋଜିତ ବୈଠକରେ ଜଣେ ବରିଷ୍ଠ ଆଇପିଏସ ଅଧିକାରୀ ସାମିଲ ହେଉଛନ୍ତି । ଅଥଚ ବିଭାଗକୁ ଏ ବାବଦରେ ସୂଚନା ମିଳୁନାହିଁ । ବିଭାଗର ବଡ଼ ଅଧିକାରୀଙ୍କ ବାବଦରେ ଜାଣିବା ଲାଗି ଚିଠି ଲେଖିବାକୁ ପଡୁଛି, ଯାହା ଅନେକ ଚର୍ଚ୍ଚା ସୃଷ୍ଟି କରୁଛି ।

ଏହା ମଧ୍ୟ ପଢନ୍ତୁ: DIG ଆଶିଷ ସିଂଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ, ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ବିଜେପି

ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ରାଞ୍ଚଳ ଆଇଜି ଭାବେ କାର୍ଯ୍ୟ କରୁଥିଲେ ଆଶିଷ । ନିର୍ବାଚନ ପରିଚାଳନାରେ ପକ୍ଷପାତିତା ଅଭିଯୋଗରେ ଆଶିଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିଲେ ନିର୍ବାଚନ ଆୟୋଗ । ତାଙ୍କୁ ନିର୍ବାଚନ ଦାୟିତ୍ବରୁ ହଟାଇ ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବ ଦିଆଯାଇଥିଲା । ପରବର୍ତ୍ତୀ ସମୟରେ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ମେ 4ରୁ ମାସେ ଛୁଟି ନେଇଥିଲେ ଆଶିଷ । ସ୍ବାସ୍ଥ୍ୟ ସମସ୍ୟା ଆଳରେ ସେ ଶାସକ ଦଳ ଲାଗି କାର୍ଯ୍ୟ କରୁଥିବା ଅଭିଯୋଗ ଆସିଲା । ଆଶିଷଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଏମ୍ସ ଭୁବନେଶ୍ବରରେ କରାଇବାକୁ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଥିଲେ । ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ରିପୋର୍ଟ ଆସିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.