ETV Bharat / state

ଆଜି ଜାତୀୟ ଟୀକାକରଣ ଦିବସ; ରାଜ୍ୟବ୍ୟାପୀ ପଲ୍ସ ପୋଲିଓ କାର୍ଯ୍ୟକ୍ରମ

author img

By ETV Bharat Odisha Team

Published : Mar 3, 2024, 8:22 PM IST

Polio Vaccination Drive: ଓଡ଼ିଶାକୁ ପୋଲିଓ ମୁକ୍ତ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି ସରକାର । ଅପହଞ୍ଚ ଦୁର୍ଗମ ଅଞ୍ଚଳର ଶିଶୁଙ୍କ ପାଖରେ ପହଞ୍ଚିଛି ଟ୍ରାଞ୍ଜିଟ୍ ଓ ମୋବାଇଲ ଟିମ୍ । ଅଧିକ ପଢନ୍ତୁ

Polio Vaccination Drive
Polio Vaccination Drive

ଭୁବନେଶ୍ବର: ଆଜି (ମାର୍ଚ୍ଚ 3 ତାରିଖ) ଜାତୀୟ ଟୀକାକରଣ ଦିବସ । ଅପହଞ୍ଚ ଦୁର୍ଗମ ଅଞ୍ଚଳର ଶିଶୁଙ୍କ ପାଖରେ ପହଞ୍ଚିଛି ଟ୍ରାଞ୍ଜିଟ୍ ଓ ମୋବାଇଲ ଟିମ୍ । ଓଡ଼ିଶାରୁ ପୋଲିଓ ମୁକ୍ତ କରିବା ପାଇଁ ସରକାରଙ୍କ ଏହା ଏକ ବଡ଼ ପ୍ରୟାସ । ସମସ୍ତ ଶିଶୁଙ୍କୁ ପୋଲିଓ ମୁକ୍ତ କରିବା ପାଇଁ ଦୁଇ ବୁନ୍ଦା ଦିଆଯାଉଛି । ମହାମାରୀ ଭାବେ ଏକଦା ସମଗ୍ର ମାନବ ସମାଜକୁ କବଳିତ କରିଥିଲା ପୋଲିଓ । ଏହି ରୋଗ ବିପକ୍ଷରେ ଲଢେଇ ପାଇଁ ସଚେତନତା ଉଦ୍ଦେଶ୍ୟରେ ପ୍ରତିବର୍ଷ ମାର୍ଚ୍ଚ 3 ତାରିଖକୁ ଜାତୀୟ ଟୀକାକରଣ ଦିବସ ପାଳନ କରାଯାଉଛି । ପୋଲିଓ ଟୀକାକରଣ ଓ ପୋଲିଓର ମୂଳପୋଛ ଏହି ଦିନ ପାଳନର ମୁଖ୍ୟ ଲକ୍ଷ୍ୟ ।

ପଲସ ପୋଲିଓ ଅଭିଯାନର ସଫଳତା ପାଇଁ ପ୍ରସ୍ତୁତି କରିଛନ୍ତି ରାଜ୍ୟ ସରକାର । ରାଜ୍ୟରେ 5 ବର୍ଷ ବୟସର ସମୁଦାୟ 4 ଲକ୍ଷ 71ହଜାର 617 ଜଣ ଶିଶୁଙ୍କୁ ପୋଲିଓ ବୁନ୍ଦା ଖୁଆଇବା ପାଇଁ 19ହଜାର 557 ଟି ବୁଥ କରାଯାଇଛି । ଏହି ଅଭିଯାନରେ ତାଲିମ ପ୍ରାପ୍ତ 78ହଜାର 228 ଜଣ କର୍ମୀଙ୍କ ସହିତ 3ହଜାର 789 ଜଣ ସୁପରଭାଇଜର, ସମୁଦାୟ 39ହଜାର 268 ଟି ଟିମ ନିୟୋଜିତ କରାଯାଇଛି । ଅପହଞ୍ଚ ଦୁର୍ଗମ କିମ୍ବା କୌଣସି ସ୍ଥାନକୁ ଯାତ୍ରା କରୁଥିବା ଶିଶୁଙ୍କ ଟୀକାକରଣ ପାଇଁ 1ହଜାର 149 ଟି ଟ୍ରାଞ୍ଜିଟ୍ ଟିମ ସହ 665 ଟି ମୋବାଇଲ ଟିମ୍ ମଧ୍ୟ ପ୍ରସ୍ତୁତ କରାଯାଇଛି।

ଏହା ମଧ୍ୟ ପଢନ୍ତୁ...ଆଜି ବିରଳ ରୋଗ ଦିବସ, ସୁସ୍ଥ ସମାଜ ଗଢ଼ିବ ସଚେତନତା

ବିଶେଷ ଭାବରେ ପୋଲିଓ ଦୁଇ ପ୍ରକାର ଦେଖାଯାଏ । କେନ୍ଦ୍ରୀୟ ସ୍ନାୟୁ ମଣ୍ଡଳ ଆକ୍ରମିତ ନ ହୋଇ ଅଳ୍ପ ଅସୁସ୍ଥତା ଏବଂ ମୁଖ୍ୟ ପୋଲିଓ । ସୂଚନା ଅନୁସାରେ, ମୁଖ୍ୟ ପୋଲିଓ ମଧ୍ୟ ଦୁଇ ପ୍ରକାରର । ଗୋଟିଏ ପଙ୍ଗୁତ୍ୱ ଓ ଅନ୍ୟଟି ପଙ୍ଗୁତ୍ୱବିହୀନ ହୋଇଥାଏ । ଅଧିକାଂଶ ଜନସାଧାରଣ ଯାହାଙ୍କର ପ୍ରତିରୋଧକ ଶକ୍ତି ଯଥେଷ୍ଟ ଅଛି, ସେମାନେ ଲକ୍ଷଣ ବିହୀନ ହୁଅନ୍ତି । କ୍ୱଚିତ ସ୍ୱଳ୍ପ ଲକ୍ଷଣଯୁକ୍ତ ପୋଲିଓ ଦେଖାଯାଏ । ଯେଉଁଥିରେ ତଣ୍ଟି ପୀଡ଼ା, ବାନ୍ତି ଲାଗିବା, ପେଟରେ କଷ୍ଟ ହେବା, କୋଷ୍ଠ କାଠିନ୍ୟ, ବେଳେବେଳେ ତରଳ ଝାଡା ଓ ଇନଫ୍ଲୁଏଞ୍ଜା ଭଳି ଲକ୍ଷଣ ଦେଖାଯାଇଥାଏ । ପ୍ରାୟ ୩ ପ୍ରତିଶତ ପୋଲିଓ ରୋଗୀଙ୍କର ଦେହରେ ସ୍ନାୟୁ ମଣ୍ଡଳରେ ଭୁତାଣୁ ପ୍ରବେଶ କରିଥାଏ । ସେଥିରୁ ଅଧିକାଂଶ ଲୋକଙ୍କର ଆସେପ୍ଟିକ୍ ମେନିଞ୍ଜାଇଟିସ୍ ହୋଇ ମୁଣ୍ଡ ବଥା, ବେକ, ପିଠି, ପେଟରେ ଯନ୍ତ୍ରଣା, ଜ୍ବର, ବାନ୍ତି, ଅଳସୁଆମି ଓ ବିରକ୍ତିଭାବ ପ୍ରକାଶ ପାଏ । ଏମାନଙ୍କ ମଧ୍ୟରୁ ପ୍ରତି ୧ ହଜାରରେ ୧ ରୁ ୫ ଜଣଙ୍କର ପାରାଲିସିସ୍ ବା ପଙ୍ଗୁତ୍ୱ ହୁଏ । ଯେତେବେଳେ ମାଂସପେଶୀ ଦୁର୍ବଳ ହୁଏ, ନିୟନ୍ତ୍ରଣ ରହେ ନାହିଁ ଓ ସମ୍ପୂର୍ଣ୍ଣ ପାରାଲିସିସ୍ ହୋଇଯାଏ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.