ETV Bharat / state

ସତର୍କ ସ୍ବାସ୍ଥ୍ୟ ବିଭାଗ, ଜଳ ଗୁଣବତ୍ତା ପରିଚାଳନା କରିବ ପରୀକ୍ଷା - Prevention for water borne diseases

Prevention for water borne diseases: ବର୍ଷା ଦିନ ପାଇଁ ସତର୍କତା ଜାରି କଲା ସ୍ୱାସ୍ଥ୍ୟ ବିଭାଗ । ଜାଣନ୍ତୁ କଣ ରହିଛି ସତର୍କ ପଦକ୍ଷେପ । ଅଧିକ ପଢ଼ନ୍ତୁ,

author img

By ETV Bharat Odisha Team

Published : May 25, 2024, 12:25 PM IST

Odisha Health dept
Odisha Health dept (ETV Bharat Odisha)

ଭୁବନେଶ୍ବର: ବର୍ଷା ଦିନ ପୂର୍ବରୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସତର୍କତା । ସହରାଞ୍ଚଳରେ ଜଳର ଗୁଣବତ୍ତା ପରିଚାଳନା ଏବଂ ଯୋଗାଣକୁ ଗୁରୁତ୍ଵ । ଜଳବାହିତ ରୋଗକୁ ନେଇ ସତର୍କ କରାଇଛି ସ୍ୱାସ୍ଥ୍ୟ ବିଭାଗ । ବର୍ଷା ଦିନ ପୂର୍ବରୁ ଜଳର ଗୁଣବତ୍ତା ପରିଚାଳନା ସମେତ ସ୍ୱଚ୍ଛ ଜଳ ଯୋଗାଣ ଆଦିକୁ ଗୁରୁତ୍ଵ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ଜଳ ଦ୍ଵାରା ହେଉଥିବା ରୋଗକୁ ରୋକିବା, ରୋଗର ନିୟନ୍ତ୍ରଣ ଏବଂ ପରିଚାଳନା କରିବା ପାଇଁ ବିଭିନ୍ନ ସମୟରେ ସ୍ୱାସ୍ଥ୍ୟ ବିଭାଗ ଅନେକ ପଦକ୍ଷେପ ଗ୍ରହଣ କରିଆସୁଛି । ଯେହେତୁ ଆଗକୁ ବର୍ଷା ଦିନ ଆସୁଛି ସ୍ୱଚ୍ଛ ଜଳ ଉପରେ ଅଧିକ ଗୁରୁତ୍ଵ ଦେଉଛି ବିଭାଗ ।

ଜଳ ଗୁଣବତ୍ତା ମନିଟରିଂ ତଥା ତଦାରଖ କରିବା ସହ ବିଶୁଦ୍ଧ ପାନୀୟ ଜଳ ସାଧାରଣ ଲୋକ କିଭଳି ଭାବରେ ସୁବିଧାରେ ପାଇପାରିବେ ସେନେଇ ବ୍ୟବସ୍ଥା କରାଯାଉଛି । ସରକାରଙ୍କ ଦ୍ଵାରା ମିଳିତ ପ୍ରତିକ୍ରିୟାକୁ ଦୃଢ଼ କରିବା ପାଇଁ ଉଭୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗର ଅଧିକାରୀମାନେ ଏହା ଉପରେ ଅଧିକ ଗୁରୁତ୍ବ ଦେବେ । ଯାହା ଜଳବାହିତ ରୋଗର ତଦାରଖ, ଲାବୋରେଟୋରୀ ତଦାରଖ, ପରିବେଶ ତଦାରଖ, ଜଳର ଗୁଣାତ୍ମକ ମନିଟରିଂ ଏବଂ ପାନୀୟ ଜଳ ଉତ୍ସ ଗୁଡିକର ଡିସ ଇନଫେକ୍ସନ ଦ୍ବାରା ହେଉଥିବା ବହୁତ ଜଳ ବାହିତ ରୋଗକୁ ରୋକିବା ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଉଛି । ତେବେ ଏନେଇ ଜିଲ୍ଲାସ୍ତରରେ ଏକ ସ୍ୱାସ୍ଥ୍ୟ ଟିମ ଗଠନ କରାଯାଇଛି । ସେଥିରେ ରହିଛନ୍ତି ସ୍ଵାସ୍ଥ୍ୟଧିକାରି, ଜେନେରାଲ ମ୍ୟାନେଜର, ୱାଟକୋର ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର, ଗୃହ ଓ ନଗର ଉନ୍ନୟନ ବିଭାଗର ଅଧିକାରୀଙ୍କ ସମେତ ସମନ୍ୱୟ ରକ୍ଷା କରି ଏହାକାର୍ଯ୍ୟ କରାଯିବ।

ଏହା ମଧ୍ୟ ପଢ଼ନ୍ତୁ.. ଚିନ୍ତା ବଢାଇପାରେ ଡେଙ୍ଗୁ, ଜିଲ୍ଲା ଗୁଡିକୁ ଆଗୁଆ ସତର୍କ ସୂଚନା - Dengue Related Precautionary

ଏଥିପାଇଁ ଜିଲ୍ଲା ଏବଂ ମ୍ୟୁନିସିପାଲିଟି କର୍ପୋରେସନ୍ ପାଇଁ ପୃଥକ ଭାବରେ ୱାଟସଆପ ମାଧ୍ୟମରେ ଏକ ଟିମ୍ ଗଠନ ହେବ । ବିଶେଷ ଭାବରେ ୩୫ (ଜିଲ୍ଲା ପାଇଁ ୩୦ ଏବଂ ମ୍ୟୁନିସପାଲିଟି କର୍ପୋରେସନ୍ ପାଇଁ ୫) ୱାଟସଅପ ଗ୍ରୁପ୍ ରହିବ। ଯେତେବେଳେ କୌଣସି ଜଳ ଦ୍ଵାରା ରୋଗ ହେବା ନେଇ ଅଭିଯୋଗ ଆସିବ (ବିଶେଷ ଭାବରେ ୫ଟି ମାମଲାରୁ ଅଧିକ ଆସିଲେ) ତେବେ ଏହାକୁ ଗୁରୁତର ଭାବରେ ନିଆଯିବ । ଏପଟେ ଯଦି ପାଇପଲାଇନରେ କୌଣସି ଲିକେଜ୍ କିମ୍ବା ଜଳ ପ୍ରଦୂଷଣ ସମସ୍ୟା ଦେଖିବାକୁ ମିଳେ ତେବେ ତୁରନ୍ତ ଭାବରେ ଏହାର ମରାମତି ପାଇଁ ୱାଟକୋକୁ ସୂଚନା ଦିଆଯିବ ।

ତେବେ ତୁରନ୍ତ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସହ ଘଟଣାସ୍ଥଳକୁ ଗସ୍ତ କରି ପଦକ୍ଷେପ ଗ୍ରହଣ କରାଯିବ । ଯେକୌଣସି କ୍ଷେତ୍ରରେ ଜଳର ପରୀକ୍ଷା ପାଇଁ ଜଳ ନମୁନା ସଂଗ୍ରହ କରିବ ସ୍ୱାସ୍ଥ୍ୟ ବିଭାଗ । ତେବେ ଏନେଇ ସ୍ୱାସ୍ଥ୍ୟ ବିଭାଗର ସଚିବ ଶାଳିନି ପଣ୍ଡିତ ରାଜ୍ୟର ସମସ୍ତ ସିଡିଏମଓ, ସମସ୍ତ ଜିଲ୍ଲାପାଳ, ସମସ୍ତ ମହାନଗର ନିଗମର କମିଶନରଙ୍କୁ ଚିଠି ମାଧ୍ୟମରେ ଅବଗତ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.