ETV Bharat / state

ହସ୍ପିଟାଲଗୁଡିକୁ ସ୍ବାସ୍ଥ୍ୟ ବିଭାଗର କଡ଼ା ନିର୍ଦ୍ଦେଶ; ୭ ଦିନ ଭିତରେ ଦିଅ ଦୁଷ୍କର୍ମ ପୀଡିତାଙ୍କ ଡାକ୍ତରୀ ମାଇନା ରିପୋର୍ଟ - Odisha health dept

author img

By ETV Bharat Odisha Team

Published : Jul 2, 2024, 3:47 PM IST

Odisha health dept directions to hospitals: ୭ ଦିନ ଭିତରେ ଦେବାକୁ ହେବ ଦୁଷ୍କର୍ମ ପୀଡିତାଙ୍କ ଡାକ୍ତରୀ ମାଇନା ରିପୋର୍ଟ । ରାଜ୍ୟର ସବୁ ସରକାରୀ ଓ ଘରୋଇ ହସ୍ପିଟାଲଗୁଡିକୁ କଡ଼ା ନିର୍ଦ୍ଦେଶ ଦେଲା ସ୍ବାସ୍ଥ୍ୟ ବିଭାଗ । ଅଧିକ ପଢନ୍ତୁ

ହସ୍ପିଟାଲଗୁଡିକୁ ସ୍ବାସ୍ଥ୍ୟ ବିଭାଗର କଡ଼ା ନିର୍ଦ୍ଦେଶ
ହସ୍ପିଟାଲଗୁଡିକୁ ସ୍ବାସ୍ଥ୍ୟ ବିଭାଗର କଡ଼ା ନିର୍ଦ୍ଦେଶ (ETV Bharat Odisha)

ଭୁବନେଶ୍ବର: ରାଜ୍ୟର ସରକାରୀ ଓ ଘରୋଇ ହସ୍ପିଟାଲଗୁଡିକୁ ସ୍ବାସ୍ଥ୍ୟ ବିଭାଗର କଡ଼ା ନିର୍ଦ୍ଦେଶ । ଏଣିକି ଦୁଷ୍କର୍ମ ପୀଡିତାଙ୍କ ଡାକ୍ତରୀ ମାଇନା ଶେଷ ହେବାର ୭ ଦିନ ମଧ୍ୟରେ ଦେବାକୁ ପଡ଼ିବ ରିପୋର୍ଟ । ଡାକ୍ତର ଏହି ରିପୋର୍ଟକୁ ତଦନ୍ତକାରୀ ପୋଲିସ ଅଧିକାରୀଙ୍କୁ ହସ୍ତାନ୍ତର କରିବେ । ଏନେଇ ସ୍ବାସ୍ଥ୍ୟ ବିଭାଗ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛି । ସମଗ୍ର ଦେଶରେ ଲାଗୁ ହୋଇଥିବା ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩ର ୧୮୪ ଧାରା ଅନୁସାରେ ଏହି ପଦକ୍ଷେପ ନିଆଯିବ ବୋଲି ସ୍ବାସ୍ଥ୍ୟ ବିଭାଗ ଜାରି କରିଥିବା ବିଜ୍ଞପ୍ତିରେ ପ୍ରକାଶ କରିଛି । ଏହି ନିୟମ ସମସ୍ତ ସରକାରୀ ଓ ଘରୋଇ ଡାକ୍ତରଖାନା ପାଇଁ ଲାଗୁ ହେବ ।

ହସ୍ପିଟାଲଗୁଡିକୁ ସ୍ବାସ୍ଥ୍ୟ ବିଭାଗର କଡ଼ା ନିର୍ଦ୍ଦେଶ; ୭ ଦିନ ଭିତରେ ଦିଅ ଦୁଷ୍କର୍ମ ପୀଡିତାଙ୍କ ଡାକ୍ତରୀ ମାଇନା ରିପୋର୍ଟ (ETV Bharat Odisha)

ବିଜ୍ଞପ୍ତିରେ କୁହାଯାଇଛି ଯେ, ଡାକ୍ତରୀ ମାଇନା କରିବା ପୂର୍ବରୁ ପୀଡ଼ିତାଙ୍କ ଅନୁମତି ନେବା ଆବଶ୍ୟକ । ପୀଡ଼ିତା ନାବାଳିକା ହୋଇଥିଲେ ପିତାମାତାଙ୍କ ସ୍ବୀକୃତି ଜରୁରୀ । ଅଭିଯୁକ୍ତଙ୍କ ଡାକ୍ତରୀ ମାଇନାରେ ବି ବିଳମ୍ବ ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଡାକ୍ତରୀ ମାଇନା ପରେ ଅଭିଯୁକ୍ତକୁ ରିପୋର୍ଟ ଦେବାକୁ ବାଧ୍ୟ ହେବେ କର୍ତ୍ତୃପକ୍ଷ । ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩ର ୧୮୪ ଅନୁସାରେ ଏହି ପଦକ୍ଷେପ ନିଆଯିବ । କେତେକ କ୍ଷେତ୍ରରେ ଯଦି ଡାକ୍ତରୀ ମାଇନାରେ ବିଳମ୍ବ ହୁଏ, ସେହି କ୍ଷେତ୍ରରେ ବିଳମ୍ବର ଉଦ୍ଦେଶ୍ୟ ସମ୍ପର୍କରେ ହସ୍ପିଟାଲ୍ ରେଜିଷ୍ଟ୍ରାର ଓ ପରୀକ୍ଷା ରିପୋର୍ଟରେ ତଥ୍ୟ ରଖିବେ । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଡାକ୍ତରୀ ମାଇନାର ଆରମ୍ଭ ଓ ଶେଷ ସମୟ ସମ୍ପର୍କରେ ରିପୋର୍ଟରେ ଉଲ୍ଲେଖ ରହିବ ।

ଏହା ମଧ୍ୟ ପଢନ୍ତୁ: ରାଜଧାନୀରେ ଅଢେଇ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ, ଅଭିଯୁକ୍ତ ଗିରଫ - BABY GIRL RAPED IN BHUBANESWAR

ସେହିପରି ରାଜ୍ୟରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଆଉ ଏକ ପଦକ୍ଷେପ ଗ୍ରହଣ କରିଛି ସ୍ୱାସ୍ଥ୍ୟ ବିଭାଗ । ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାଇଲିସିସ୍‌, ସିଟି ସ୍କାନ ଓ ଏମ୍‌ଆର୍‌ଆଇ ପରୀକ୍ଷଣ ସୁବିଧା ରୋଗୀଙ୍କୁ ଯୋଗାଇ ଦିଆଯିବ । ଯାହାକି ସରକାରୀ-ବେସରକାରୀ ସହଭାଗିତା (PPP) ମାଧ୍ୟମରେ ଉପଲବ୍ଧ ହେବ । ଏଥିରେ ନିୟୋଜିତ ହେବାକୁ ଥିବା ଡାକ୍ତର ଏବଂ ବିଶେଷଜ୍ଞଙ୍କ ପ୍ରମାଣପତ୍ରର ଯାଞ୍ଚ ନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ନିୟୋଜିତ ସେବା ପ୍ରଦାନକାରୀ ସଂସ୍ଥାଗୁଡିକୁ ସମୟ ସମୟରେ ମନିଟରିଂ କରାଯିବ । ଏହି ସଂସ୍ଥାଗୁଡିକ ଚୁକ୍ତିନାମା ଭିତ୍ତିରେ ଯୋଗ୍ୟତା ଅନୁଯାୟୀ ଡାକ୍ତର ଓ ବିଶେଷଜ୍ଞମାନଙ୍କୁ ନିୟୋଜିତ କରିବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.