ETV Bharat / state

ଆଦିବାସୀ ଭାଷାକୁ ସମ୍ବିଧାନରେ ସ୍ଥାନ ଦେବାକୁ ଉଦ୍ୟମ ଚାଲିଛି: ବିଜେଡି

BJD Press Meet: ଜନଜାତି ସମ୍ପ୍ରଦାୟଙ୍କୁ ରାଜ୍ୟ ସରକାର ଗୁରୁତ୍ବ ଦେଉଥିବା କହିଛି ବିଜେଡି । ଆଦିବାସୀଙ୍କ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସ୍ଥାନ ଦେବାକୁ ଉଦ୍ୟମ ଚାଲିଥିବା କହିଛନ୍ତି ରାଷ୍ଟ୍ରୀୟ ମୁଖପାତ୍ର । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Mar 19, 2024, 9:58 AM IST

BJD Press Meet
BJD Press Meet
BJD Press Meet

ଭୁବନେଶ୍ବର: ରାଜ୍ୟ ସରକାର ଜନଜାତି ସମ୍ପ୍ରଦାୟ ଉପରେ ଗୁରୁତ୍ବାରୋପ କରିଛନ୍ତି । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ମଧ୍ୟ କରାଯାଇଛି । ସେମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ନିଯୁକ୍ତିକୁ ଗୁରୁତ୍ୱ ଦିଆଯାଇ ପଦକ୍ଷେପ ନିଆଯାଇଛି । ବିଜେଡି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ କହିଛନ୍ତି ଦଳର ରାଷ୍ଟ୍ରୀୟ ମୁଖପାତ୍ର ଡକ୍ଟର ସଂତୃପ୍ତ ମିଶ୍ର ଓ ବିଜେଡି ମୁଖପାତ୍ର ଡକ୍ଟର ପ୍ରିୟବ୍ରତ ମାଝୀ । ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ଡକ୍ଟର ସଂତୃପ୍ତ ମିଶ୍ର କହିଛନ୍ତି , "ଜନଜାତି ସମ୍ପ୍ରଦାୟ ବହୁତ ଗୁରୁତ୍ୱପୂର୍ଣ୍ଣ । ଓଡ଼ିଶା ଜନସଂଖ୍ୟାରେ ଏମାନଙ୍କ ସଂଖ୍ୟା ୨୨. ୮ % । ଯାହା ପ୍ରାୟ ୧ କୋଟି ରହିଛି । ଏମାନଙ୍କ ସଂସ୍କୃତି, ଜ୍ଞାନ, ଔଷଧ, ଜୀବନଶୈଳୀ ହିଁ ପ୍ରାଚୀନ ସଭ୍ୟତାକୁ ବଞ୍ଚାଇ ରଖିଛି । ରାଜ୍ୟର ୩୧୪ଟି ବ୍ଲକରେ ୬୪ ପ୍ରକାର ଜନଜାତି ଅଛନ୍ତି । ଏମାନେ ୭୪ଟି ଉପଭାଷା ବ୍ୟବହାର କରନ୍ତି । ମୁଖ୍ୟମନ୍ତ୍ରୀ ସବୁ ସମୟରେ ଜନଜାତିଙ୍କ ଆବଶ୍ୟକତା ପୂରଣ ପାଇଁ ଚିନ୍ତା କରୁଛନ୍ତି ।"

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଆଦିବାସୀ ବହୁଳ ଅଞ୍ଚଳରେ ୩ଟି ମେଡିକାଲ କଲେଜ ପ୍ରତିଷ୍ଠା ହୋଇଛି । ବାରିପଦାରେ ପଣ୍ଡିତ ରଘୁନାଥ ମୁର୍ମୁ, କୋରାପୁଟରେ ସହିଦ ଲକ୍ଷ୍ମଣ ନାୟକ ଓ କଳାହାଣ୍ଡିରେ ସହିଦ ରେଣ୍ଡୋ ମାଝୀଙ୍କ ନାଁରେ ମେଡ଼ିକାଲ କଲେଜ ନାମିତ ହୋଇଛି । ଆଦିବାସୀ ଅଞ୍ଚଳରେ ୨୫ ଶହ ସ୍କୁଲ ୫ଟି ଉପକ୍ରମରେ ରୂପାନ୍ତର ହୋଇଛି । ୩୩ଶହ ସ୍କୁଲର ରୂପାନ୍ତର ଚାଲିଛି । 'ସୁବିଦ୍ୟା' ଦ୍ୱାରା ଆବାସିକ ସ୍କୁଲ ପାଇଁ କାମ ହୋଇଛି । ୧ ହଜାର ୭୩୪ ସୁବିଦ୍ୟା ସ୍କୁଲରେ ୫ ଲକ୍ଷ ୭୦ ହଜାର ପିଲା ହଷ୍ଟେଲରେ ରହି ପାଠ ପଢୁଛନ୍ତି । ୧୫ ଲକ୍ଷ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଛାତ୍ରଙ୍କୁ ୭ହଜାର ୫୦୦ ଓ ଛାତ୍ରୀଙ୍କୁ ୮ହଜାର ଲେଖାଏଁ ବୃତ୍ତି ଦିଆଯାଇଛି । ୪ ଲକ୍ଷ ଛାତ୍ରଛାତ୍ରୀଙ୍କୁ ପୋଷ୍ଟ ମାଟ୍ରିକ ବୃତ୍ତି ଦିଆଯାଉଛି । ୯୫୦ ଅତିରିକ୍ତ ବୃତ୍ତି ୧ ଲକ୍ଷ ୬ ହଜାରରୁ ଅଧିକ ଛାତ୍ରୀଙ୍କୁ ପାଠ ପାଇଁ ଦିଆଯାଉଛି । ଆକାଂକ୍ଷା ଦ୍ୱାରା ସହରରେ ହଷ୍ଟେଲ କରାଯାଇଛି ।

ଏହା ବି ପଢନ୍ତୁ...ଗାଦବା ଜନଜାତିର କେରେଙ୍ଗ ବସ୍ତ୍ରର ପୁନରୁଦ୍ଧାର, ସମ୍ମାନିତ ହେଲେ ରାଇପଡା ବୁଣାକାର

ଅନ୍ଵେଷା କାର୍ଯ୍ୟକ୍ରମ ଜରିଆରେ ୧୭ ଜିଲ୍ଲାର ୨୧ ହଜାର ୬୮୨ ପିଲା ବାହାରେ ପାଠ ପଢୁଛନ୍ତି । ମଡେଲ ଆବାସିକ ସ୍କୁଲ ଏକଲବ୍ୟ ଜରିଆରେ ଚାଲିଛି । ୨୧ ଭାଷାର ସଂରକ୍ଷଣ ଓ ବିସ୍ତାର ପାଇଁ କାମ ଚାଲିଛି । ଆଦିବାସୀଙ୍କ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସ୍ଥାନ ଦେବାକୁ ଉଦ୍ୟମ ହେଉଛି । ଜନଜାତିଙ୍କର ଅର୍ଥନୈତିକ ସ୍ୱାଧୀନତା ପାଇଁ ଲାଭ ଯୋଜନାରେ ୯୯ ଲକ୍ଷ ଲୋକ ଉପକୃତ ହୋଇଛନ୍ତି । ଆଦିମ ଆଦିବାସୀଙ୍କ ସଂରକ୍ଷଣ ପାଇଁ ୭୧୧ କୋଟି ବ୍ୟୟରେ ୨୭ହଜାର ୩୦୮ ପରିବାରକୁ ସାହାଯ୍ୟ କରାଯାଇଛି । ପ୍ରାଚୀନ ଜନଜାତି ଭାଷା ଓ ସଂସ୍କୃତିର ସୁରକ୍ଷା ପାଇଁ ବାଦ୍ୟଯନ୍ତ୍ର ତିଆରି କରାଯାଇଛି । ଆଦିବାସୀଙ୍କ ପାଇଁ ୨୨୨ ସାଂସ୍କୃତିକ କ୍ଲବ, ୪୪୦୦ ଶ୍ମଶାନ, ସଂଗ୍ରହାଳୟ, ଏକାଡେମୀ, ଚାକିରି ପାଇଁ ଟ୍ରେନିଂ ବ୍ୟବସ୍ଥା ହୋଇଛି ବୋଲି ବିଜେଡି ପକ୍ଷରୁ କୁହାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.