ETV Bharat / state

ଲାଗିଲା ESMA, ସ୍ବାସ୍ଥ୍ୟକର୍ମୀଙ୍କୁ ଆଗାମୀ ୬ ମାସ ପର୍ଯ୍ୟନ୍ତ ଆନ୍ଦୋଳନ ମନା - Odisha government invokes ESMA

author img

By ETV Bharat Odisha Team

Published : Aug 21, 2024, 8:49 PM IST

ODISHA GOVERNMENT INVOKES ESMA: ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି । ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଲାଗିଲା ESMA । ଏଣିକି ଆଗାମୀ ୬ ମାସ ପର୍ଯ୍ୟନ୍ତ କୌଣସି ସ୍ବାସ୍ଥ୍ୟ କର୍ମୀ କାର୍ଯ୍ୟବନ୍ଦ ଆନ୍ଦୋଳନ କରିପାରିବେ ନାହିଁ । ଅଧିକ ପଢନ୍ତୁ

ODISHA GOVERNMENT INVOKES ESMA
ODISHA GOVERNMENT INVOKES ESMA (ETV Bharat Odisha)

ଭୁବନେଶ୍ବର: ସ୍ବାସ୍ଥ୍ୟକର୍ମୀଙ୍କୁ ଆନ୍ଦୋଳନ ମନା, କରିପାରିବେନି କାର୍ଯ୍ୟବନ୍ଦ ଆନ୍ଦୋଳନ । ଆଗାମୀ ୬ ମାସ ପର୍ଯ୍ୟନ୍ତ କରିପାରିବେନି କାର୍ଯ୍ୟବନ୍ଦ ଆନ୍ଦୋଳନ । କାରଣ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ରାଜ୍ୟ ସରକାର ଲାଗିଛନ୍ତି ଏସମା । ଏଭଳି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଏନେଇ ଗୃହ ବିଭାଗ ପକ୍ଷରୁ ଆଜି ଏକ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି ।

ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଲାଗିଲା ESMA:

ରାଜ୍ୟରେ ଥିବା ବିଭିନ୍ନ ସରକାରୀ ହସ୍ପିଟାଲ, ପୋଲିସ ଓ ଜେଲ୍ ହସ୍ପିଟାଲ ସମତେ ସରକାରଙ୍କ ଦ୍ୱାରା ପରିଚାଳିତ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ କାର୍ଯ୍ୟରତ ନର୍ସ, ପାରାମେଡିକାଲ ଷ୍ଟାଫ, ଟେକନିସିଆନ, ଅନ୍ୟ ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ଓ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଉପରେ କଟକଣା ଜାରି କରାଯାଇଛି । ଓଡ଼ିଶା ଅତ୍ୟାବଶ୍ୟକ ସେବା ଆଇନ-୧୯୮୮ର ଧାରା ୨(ଖ) ଓ ଧାରା ୩ରେ ପ୍ରଦତ୍ତ ପ୍ରାବଧାନ ଆଧାରରେ ରାଜ୍ୟ ସରକାର ଏହି କଟକଣା ଜାରି କରିଛନ୍ତି । ରାଜ୍ୟ ଗୃହ ବିଭାଗ ପକ୍ଷରୁ ଏନେଇ ଆଜି ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି । ଏହି ଏସମା ଅବଧି ମଧ୍ୟ ଆଜିଠୁ ୬ମାସ ପାଇଁ ବଳବତ୍ତର ରହିଲା ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ।

ସ୍ବାସ୍ଥ୍ୟକର୍ମୀ କରିପାରିବେ ନାହିଁ ଆନ୍ଦୋଳନ:

ସରକାରଙ୍କ ଚିଠି ଅନୁଯାୟୀ, ଜନସାଧାରଣଙ୍କ ସ୍ୱାର୍ଥରେ ସ୍ୱାସ୍ଥ୍ୟ ସେବା ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ସମେତ ନର୍ସ, ପାରାମେଡିକ୍ସ, ଟେକ୍ନିସିଆନ, ଅନ୍ୟ ଶ୍ରେଣୀର କର୍ମଚାରୀଙ୍କ ଦ୍ଵାରା କାର୍ଯ୍ୟ ବନ୍ଦ କରିବା ଧର୍ମଘଟକୁ ବାରଣ କରିବା ଆବଶ୍ୟକ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ସବ୍-ଡିଭିଜନାଲ ଚିକିତ୍ସାଳୟ, କମ୍ୟୁନିଟି ହେଲଥ୍ ସେଣ୍ଟର, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ମ୍ୟୁନିସିପାଲଟି ଚିକିତ୍ସାଳୟ, ESI ଡାକ୍ତରଖାନା ଇତ୍ୟାଦିରେ ଥିବା ସରକାରୀ ଡାକ୍ତରଖାନା ଏବଂ ଡିସପେନସାରିରେ ଚିକିତ୍ସା ସେବା ରକ୍ଷଣାବେକ୍ଷଣ ସହିତ ଜଡିତ କାର୍ଯ୍ୟ ସରକାରୀ ତଥା ଅନ୍ୟାନ୍ୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଦ୍ୱାରା ପରିଚାଳିତ ଡାକ୍ତରଖାନାଗୁଡ଼ିକ ରାଜ୍ୟ ସରକାରଙ୍କ ଠାରୁ ଅନୁଦାନ ପ୍ରାପ୍ତ ଅଟେ । ତେଣୁ ରାଜ୍ୟ ସରକାର ଉପରୋକ୍ତ ସେବାଗୁଡିକରେ ଧର୍ମଘଟ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏହି ନିର୍ଦ୍ଦେଶ ଆଜିଠାରୁ ଆସନ୍ତା 6 ମାସ ପର୍ଯ୍ୟନ୍ତ ବଳବତ୍ତର ରହିବ ।

ଏହା ମଧ୍ୟ ପଢନ୍ତୁ....ଡେଙ୍ଗୁ-ମ୍ୟାଲେରିଆ ପରେ ଚିନ୍ତା ବଢାଇଲାଣି ଭାଇରାଲ ଜ୍ଵର: ଏମିତି ହୋଇପାରେ ଲକ୍ଷଣ, କଣ କରିବେ ଜାଣନ୍ତୁ - Stay safe from Viral fever

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.