ETV Bharat / state

ବଢ଼ିଲା ଲ' ଅଫିସରଙ୍କ ଦୈନିକ ଓ ରେଟେନର ଫି

author img

By ETV Bharat Odisha Team

Published : Mar 1, 2024, 12:42 PM IST

Odisha Govt Raises Fees Of Law Officers: ଲ ଅଫିସରଙ୍କ ଦୈନିକ ଓ ରେଟେନର ଫି ୫୦ ପ୍ରତିଶତ ବୃଦ୍ଧି କଲେ ରାଜ୍ୟ ସରକାର । ଅଧିକ ପଢନ୍ତୁ

ଲ ଅଫିସରମାନଙ୍କ ଫି ବୃଦ୍ଧି
ଲ ଅଫିସରମାନଙ୍କ ଫି ବୃଦ୍ଧି

ଭୁବନେଶ୍ବର: ଓକିଲମାନଙ୍କ ପାଇଁ ଖୁସି ଖବର । ଲ ଅଫିସରମାନଙ୍କ ଫି ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଅଦାଲତରେ ମକଦ୍ଦମା ପରିଚାଳନା କରୁଥିବା ଅଣ କ୍ୟାଡର ସରକାରୀ ଓକିଲ( Non-Cadre Law Officer) ମାନଙ୍କର ଦୈନିକ ଓ ରେଟେନର ଫି ୫୦ ପ୍ରତିଶତ ବୃଦ୍ଧି କରାଯାଇଛି । ଏହାଦ୍ୱାରା ବିଭିନ୍ନ ଅଦାଲତରେ କାର୍ଯ୍ୟରତ ୧,୨୧୫ ଜଣ ସରକାରୀ ଓକିଲ ଉପକୃତ ହେବେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ସରକାରୀ ଓକିଲମାନଙ୍କ ଦୈନିକ ଓ ରେଟେନର ଫିକୁ ବୃଦ୍ଧି କରିଛନ୍ତି । ଏହି ବର୍ଦ୍ଧିତ ଫି ଅନୁଯାୟୀ କାର୍ଯ୍ୟରତ ୧୮୪ ଜଣ ଅତିରିକ୍ତ ସରକାରୀ ଓକିଲମାନେ ଦୈନିକ ଫି ବାବଦରେ ୧,୨୫୦ ଟଙ୍କା ପାଉଥିବା ବେଳେ ବର୍ତ୍ତମାନ ୧,୮୭୫ ଟଙ୍କା ପାଇବେ । ସେହିଭଳି ରେଟନର ଫି ପୂର୍ବରୁ ୮,୨୦୦ ଟଙ୍କା ପାଉଥିବାବେଳେ ବର୍ତ୍ତମାନ ୧୨,୩୦୦ ଟଙ୍କାକୁ ବୃଦ୍ଧି ପାଇଛି ।

ଏହା ମଧ୍ୟ ପଢନ୍ତୁ: ବଢ଼ିଲା ଗଣଶିକ୍ଷକଙ୍କ ପାରିଶ୍ରମିକ, OTET ପାସଙ୍କୁ ବାର୍ଷିକ ଇନକ୍ରିମେଣ୍ଟ

ସେହିଭଳି କାର୍ଯ୍ୟରତ ୭୪୦ ଜଣ ସହକାରୀ ସରକାରୀ ଓକିଲମାନେ ପୂର୍ବରୁ ଦୈନିକ ଫି ବାବଦରେ ୧,୧୦୦ ଟଙ୍କା ପାଉଥିବା ବେଳେ ବର୍ତ୍ତମାନ ୧,୬୫୦ ପାଇବେ । ସହକାରୀ ସରକାରୀ ଓକିଲମାନେ ରେଟେନର ଫି ବାବଦରେ ପୂର୍ବରୁ ୪,୦୦୦ ଟଙ୍କା ପାଉଥିବା ବେଳେ ବର୍ତ୍ତମାନ ଏହା ୬,୦୦୦ ଟଙ୍କାକୁ ବୃଦ୍ଧି ପାଇଛି । ସେହିପରି ୮୫ ଜଣ ସ୍ପେଶାଲ ପବ୍ଲିକ ପ୍ରୋସିକ୍ୟୁଟରମାନେ ପୂର୍ବରୁ ଦୈନିକ ଫି ବାବଦରେ ୧,୨୫୦ ଟଙ୍କା ପାଉଥିବାବେଳେ ବର୍ତ୍ତମାନ ୧,୮୭୫ ଟଙ୍କା ପାଇବେ । ରେଟେନର ଫି ବାବଦରେ ପୂର୍ବରୁ ୮,୨୦୦ ଟଙ୍କା ପାଉଥିବା ବେଳେ ବର୍ତ୍ତମାନ ୧୨,୩୦୦ ଟଙ୍କା ପାଇବେ । ସେହିଭଳି କାର୍ଯ୍ୟରତ ୨୯ଜଣ ସରକାରୀ ପ୍ଲିଡର ଏବଂ ୧୧୩ ଜଣ ସହକାରୀ ସରକାରୀ ପ୍ଲିଡର ପୂର୍ବରୁ ରିଟେନର ଫି ବାବଦରେ ୮,୨୦୦ ଟଙ୍କା ପାଉଥିବା ବେଳେ ବର୍ତ୍ତମାନ ଏହା ୧୨,୩୦୦ ଟଙ୍କାକୁ ବୃଦ୍ଧି ପାଇଛି ।

ପ୍ରକାଶଥାଉକି, ଆଜି ଗଣଶିକ୍ଷକଙ୍କ ଦରମାରେ ମଧ୍ୟ ବୃଦ୍ଧି କରାଯାଇଛି । OTET ପାସ୍ କରିନଥିବା ଗଣଶିକ୍ଷକଙ୍କ ପାରିଶ୍ରମିକ ବଢାଇଛନ୍ତି ରାଜ୍ୟ ସରକାର । ସେମାନଙ୍କ ମାସିକ ଦରମା ୭ ହଜାରରୁ ୧୦ ହଜାର ଟଙ୍କାକୁ ବୃଦ୍ଧି ହୋଇଛି । ସେହିପରି OTET ପାସ କରିଥିବା ଗଣଶିକ୍ଷକମାନେ ଏକ୍ସ କ୍ୟାଡର ସହକାରୀ ଶିକ୍ଷକ ହେବେ । ଏହି ନିଷ୍ପତ୍ତି ଦ୍ବାରା ରାଜ୍ୟର ୧୨,୧୧୩ ଜଣ ଗଣଶିକ୍ଷକ ଉପକୃତ ହେବେ । ଆଗକୁ ସାଧାରଣ ନିର୍ବାଚନ ଆସୁଥିବାରୁ ସବୁବର୍ଗର କର୍ମଚାରୀଙ୍କୁ ଖୁସି କରିବା ପାଇଁ ଏବଂ ଆନ୍ଦୋଳନରତ କର୍ମଚାରୀଙ୍କୁ ଶାନ୍ତ କରିବା ପାଇଁ ନବୀନ ସରକାର ଏଭଳି ପଦକ୍ଷେପ ନେଉଥିବା ନେଇ ଚର୍ଚ୍ଚା ହେଉଛି।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.