ETV Bharat / state

ଆଉଟ ସୋର୍ସିଂଙ୍କ ଫାଇଁ ଖୁସି ଖବର, ବଢିଲା ୨୫% ପାରିଶ୍ରମିକ

Salary Hike Of Outsourcing: ଆଉଟ ସୋର୍ସିଂ କର୍ମଚାରୀଙ୍କ ୨୫ ପ୍ରତିଶତ ପାରିଶ୍ରମିକ ବୃଦ୍ଧି କଲେ ରାଜ୍ୟ ସରକାର । ମହିଳା କର୍ମଚାରୀମାନଙ୍କୁ ମିଳିବ ମାତୃତ୍ୱ ଛୁଟି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Mar 7, 2024, 4:01 PM IST

ଆଉଟ ସୋର୍ସିଙ୍ଗଙ୍କ ଫାଇଁ ଖୁସି ଖବର , ବଢିଲା ୨୫% ପାରିଶ୍ରମିକ

ଭୁବନେଶ୍ବର: ଆଉଟ ସୋର୍ସିଂ କର୍ମଚାରୀଙ୍କ ପାଇଁ ଖୁସି ଖବର ବଢିଲା ପାରିଶ୍ରମିକ । କର୍ମଚାରୀଙ୍କ ୨୫ ପ୍ରତିଶତ ପାରିଶ୍ରମିକ ବୃଦ୍ଧି କଲେ ରାଜ୍ୟ ସରକାର । ବିଭିନ୍ନ ସେବା ପ୍ରଦାନକାରୀ ସଂସ୍ଥା ଦ୍ବାରା ରାଜ୍ୟର ବିଭିନ୍ନ ସରକାରୀ ବିଭାଗରେ କାର୍ଯ୍ୟ କରୁଥିବା ଆଉଟ ସୋର୍ସିଂ କର୍ମଚାରୀମାନଙ୍କ ବଢିଲା ଦରମା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି (ଗୁରୁବାର) ଦିନ ସେମାନଙ୍କ ପାଇଁ ଅନେକ ସୁବିଧା ଉପରେ ଘୋଷଣା କରିଛନ୍ତି । ଆଉଟ୍‌ ସୋର୍ସିଂ କର୍ମଚାରୀ ମାନଙ୍କ ପାରିଶ୍ରମିକରେ ୨୫ ପ୍ରତିଶତ ବୃଦ୍ଧି ଘୋଷଣା ହୋଇଛି ।

ଏହା ସହିତ ଅଭିଜ୍ଞତା ଭିତ୍ତିରେ ପାରିଶ୍ରମିକ, ଅଭିଯୋଗ ଶୁଣାଣୀ ବ୍ୟବସ୍ଥା ତଥା ଠିକ ସମୟରେ ପ୍ରାପ୍ୟ ପ୍ରଦାନ ଆଦି ବିଷୟ ଅନ୍ତର୍ଭୁକ୍ତ । ଆଉଟ ସୋର୍ସିଂ କର୍ମଚାରୀମାନେ ବିଭିନ୍ନ ଅସୁବିଧା ସମ୍ପର୍କରେ 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଭିକେ କାର୍ତ୍ତିକ ପାଣ୍ଡିଆନଙ୍କୁ ଭେଟି ଜଣାଇଥିଲେ । ସେହି ଅନୁଯାୟୀ ରାଜ୍ୟ ସରକାର ନିମ୍ନୋକ୍ତ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

୧. ସେମାନଙ୍କ ମାସିକ ପାରିଶ୍ରମିକରେ ୨୫ ପ୍ରତିଶତ ବୃଦ୍ଧି କରାଯାଇଛି ।
୨. ମାସ ଶେଷକୁ ସେମାନେ ଯେମିତି ସେମାନଙ୍କର ପାରିଶ୍ରମିକ ଠିକ ସମୟରେ ପାଇପାରିବେ, ଏହା ସୁନିଶ୍ଚିତ କରିବା ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଛି ।
୩. ଆଉଟ ସୋର୍ସିଂ କର୍ମଚାରୀ ଓ Service Provider Agency ମଧ୍ୟରେ ଥିବା ବିଭିନ୍ନ ବିବାଦର ସମାଧାନ ପାଇଁ Odisha State Outsourcing Employees OMBUDSMAN ଗଠନ ବିଷୟ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।
୪. ଅଭିଜ୍ଞତା ଥିବା କାର୍ମଚାରୀମାନଙ୍କୁ ଅଧିକ ପାରିଶ୍ରମିକ ମିଳିବ । ପ୍ରତି 5 ବର୍ଷର ଅଭିଜ୍ଞତା ପାଇଁ ମାସିକ ଅଧିକ ଏକହଜାର ଟଙ୍କା ମିଳିବ ।
୫. ମହିଳା କର୍ମଚାରୀମାନଙ୍କୁ ମିଳିବ ମାତୃତ୍ୱ ଛୁଟି । ସେମାନଙ୍କର ପ୍ରଥମ ଦୁଇଟି ସନ୍ତାନ ଜନ୍ମ ପାଇଁ ୧୨୦ ଦିନ ପର୍ଯ୍ୟନ୍ତ ମାତୃତ୍ବ ଛୁଟି ନେଇପାରିବେ ।
୬. ଆଉଟ ସୋର୍ସିଂ କର୍ମଚାରୀ ତଥା Service Provider Agencyଙ୍କର ଅଭିଯୋଗ ଶୁଣାଣୀ ପାଇଁ ପ୍ରତି ବିଭାଗରେ ଜଣେ ନୋଡାଲ ଅଫିସର ରହିବେ ।
୭. ଆଉଟ ସୋର୍ସିଂ କର୍ମଚାରୀ ମାନଙ୍କର ଅଭିଯୋଗ ଦାଖଲର ସରଳୀକରଣ ପାଇଁ ସାଧାରଣ ପ୍ରଶାସନ ବିଭାଗ, CMGI ଜରିଆରେ ଏକ Software Application ବିକଶିତ କରାଯିବ । ଯେଉଁଥିରେ ଉଭୟ କର୍ମଚାରୀ ଓ ଏଜେନ୍ସି ସେମାନଙ୍କର ଅଭିଯୋଗ ଦାଖଲ କରିପାରିବେ ।
୮. ଯେଉଁ ଆଉଟ ସୋର୍ସିଂ କର୍ମଚାରୀମାନେ ଏବେ ବର୍ଦ୍ଧିତ ପାରିଶ୍ରମିକ ପାଉଛନ୍ତି, ସେମାନଙ୍କ ବର୍ଦ୍ଧିତ ପାରିଶ୍ରମିକକୁ ନୂଆ ବ୍ୟବସ୍ଥାରେ ସୁରକ୍ଷା ଦିଆଯିବ ।

ଏହି ସମସ୍ତ ବ୍ୟବସ୍ଥାକୁ ଶୃଙ୍ଖଳିତ ଭାବରେ ପରିଚାଳିତ କରିବା ପାଇଁ ସମସ୍ତ ବିଭାଗର ସେବା ପ୍ରଦାନକାରୀ ସଂସ୍ଥାମାନଙ୍କ ସହିତ ବନ୍ଦୋବସ୍ତ କରାଯିବ ।

ଏହା ମଧ୍ୟ ପଢନ୍ତୁ.....ବଢ଼ିଲା ଆଶାକର୍ମୀଙ୍କ ଦରମା, ସାଢ଼େ ୪ ହଜାରରୁ ୭ ହଜାର ଟଙ୍କାକୁ ବୃଦ୍ଧି

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.