ETV Bharat / state

ବଦଳିଲା ସରକାରୀ କଲେଜ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ବଣ୍ଡ ନିୟମ, 2ବର୍ଷ ଅବଧି ପୂରଣ ନକଲେ 2ଗୁଣା ଜରିମାନା

author img

By ETV Bharat Odisha Team

Published : Jan 30, 2024, 9:54 PM IST

Bond Rule For Medical Students : ସରକାରୀ କଲେଜ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ବଣ୍ଡ୍ ନିୟମରେ ପରିବର୍ତ୍ତନ । 2ବର୍ଷର ବଣ୍ଡ୍‌ ଅବଧି ପୂରଣ ନକଲେ 2ଗୁଣା ଜରିମାନା ଭରିବେ ଛାତ୍ରଛାତ୍ରୀ । ଅଧିକ ପଢ଼ନ୍ତୁ

ଡାକ୍ତରୀ ଛାତ୍ରଛାତ୍ରୀଙ୍କ ବଣ୍ଡ୍ ନିୟମରେ ପରିବର୍ତ୍ତନ

ଭୁବନେଶ୍ବର: ସରକାରୀ କଲେଜ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ବଣ୍ଡ୍ ନିୟମରେ ପରିବର୍ତ୍ତନ କଲେ ରାଜ୍ୟ ସରକାର । ଦୁଇ ବର୍ଷର ବଣ୍ଡ୍‌ ଅବଧି ପୂରଣ କରୁ ନଥିବା ଛାତ୍ରଛାତ୍ରୀଙ୍କୁ ଏହି ସମୟରେ ମିଳିଥିବା ଷ୍ଟାଇପେଣ୍ଟ୍‌ର ଦୁଇଗୁଣା ଜରିମାନା ଭରିବାକୁ ପଡ଼ିବ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ।

ରାଜ୍ୟର ସରକାରୀ ମେଡିକାଲ୍ କିମ୍ବା ଡେଣ୍ଟାଲ୍ କଲେଜରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ ହୋଇଥିବା ବଣ୍ଡ୍‌ ନିୟମରେ ରାଜ୍ୟ ସରକାର ପରିବର୍ତ୍ତନ ଆଣିଛନ୍ତି । ଦୁଇ ବର୍ଷର ବଣ୍ଡ୍‌ ଅବଧି ପୂରଣ କରୁ ନଥିବା ଛାତ୍ରଛାତ୍ରୀଙ୍କୁ ଏହି ସମୟରେ ମିଳିଥିବା ଷ୍ଟାଇପେଣ୍ଟ୍‌ର ଦୁଇଗୁଣା ଜରିମାନା ଦେବାକୁ ପଡ଼ିବ । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏପଟେ ରାଜ୍ୟରେ ଡାକ୍ତରଙ୍କ ଅଭାବ ରହିଛି । ମାତ୍ର, ସରକାରୀ ଅର୍ଥରେ ରାଜ୍ୟର ବିଭିନ୍ନ ସରକାରୀ ମେଡିକାଲ କଳେଜରେ ପଢୁଥିବା ଛାତ୍ରଛାତ୍ରୀ ପରବର୍ତ୍ତୀ ସମୟରେ ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟ କରିବା ଲାଗି ଅନିଚ୍ଛା ପ୍ରକାଶ କରୁଛନ୍ତି । ତେଣୁ ଏହି ଡାକ୍ତରମାନେ କିଭଳି ସରକାରୀ ବ୍ୟବସ୍ଥାରେ ସେବା ଯୋଗାଇବେ, ସେଥିପାଇଁ ରାଜ୍ୟ ବିଭାଗ ପକ୍ଷରୁ ବଣ୍ଡ ନିୟମରେ ପରିବର୍ତ୍ତନ କରାଯାଇଛି ।

ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟ କିମ୍ବା କୋଟାରେ ପିଜି ଡିପ୍ଲୋମା ପାଠ ସହ ଅନ୍ୟ ପାଠ୍ୟକ୍ରମରେ ନାମ ଲେଖାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏହି ସଂଶୋଧିତ ବଣ୍ଡ ନିୟମ ଲାଗୁ ହେବ । ବଣ୍ଡ ଦାଖଲ ବିନା କୌଣସି ପ୍ରକାର ନାମଲେଖା ହୋଇପାରିବ ନାହିଁ । DMET ଏହାକୁ ସୁନିଶ୍ଚିତ କରିବେ । ଏହି ପାଠ୍ୟକ୍ରମରେ ଉତ୍ତୀର୍ଣ୍ଣ ହେଉଥିବା ଛାତ୍ରଛାତ୍ରୀଙ୍କୁ ଦୁଇ ବର୍ଷ ପାଇଁ ସରକାରୀ ସ୍ୱାସ୍ଥ୍ୟା ଅନୁଷ୍ଠାନରେ କାର୍ଯ୍ୟ କରିବାକୁ ପଡ଼ିବ । ତେଣୁ କଲେଜ କର୍ତ୍ତୃପକ୍ଷ ସାର୍ଟିଫିକେଟ୍‌କୁ ନ ରଖିବାକୁ କୁହାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ.....ମେଡିକାଲ ଛାତ୍ରଛାତ୍ରୀଙ୍କ ଷ୍ଟାଇପେଣ୍ଡ ବଢାଇଲେ ସରକାର

ଏନେଇ ଡିଏମଇଟି ନିର୍ଦ୍ଦେଶକ ସଚ୍ଚିଦାନନ୍ଦ ମହାନ୍ତି କହିଛନ୍ତି, "ଡାକ୍ତରଙ୍କ ପ୍ରତି ରାଜ୍ୟ ସରକାରଙ୍କ କୌଣସି କଠୋର ମନୋଭାବ ନାହିଁ । ଦୁଇ ବର୍ଷ ବଣ୍ଡ୍‌ ଆଗରୁ ଥିଲା । ଅନ୍ୟ ରାଜ୍ୟରେ ଏହା 10 ବର୍ଷ ପର୍ଯ୍ୟନ୍ତ ଅଛି । ଆମେ ଚାହୁଁଛୁ ଯେ, ସେମାନେ ଓଡ଼ିଶାରେ ସ୍ୱାସ୍ଥ୍ୟ ସେବା ଦିଅନ୍ତୁ । ତେଣୁ ବଣ୍ଡ ଅଧିକ ଶକ୍ତ କରାଯାଇଛି । ପିଜି ପଢିବାକୁ ଗଲେ, ବଣ୍ଡ କରିବେ ଯେ, ପାଠ ସାରି ବାକି ଅବଧି ସରକାରୀ ହସ୍ପିଟାଲରେ କାମ କରିବେ । ଖୁବଶୀଘ୍ର ଘରୋଇ ମେଡିକାଲ କଲେଜ ପାଇଁ ବି ଏହି ନିୟମ ଲାଗୁ କରିବାକୁ ବ୍ୟବସ୍ଥା କରାଯିବ । ସମସ୍ତଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବାକୁ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟ । ଦୁଇ ବର୍ଷ ସରକାରୀ ହସ୍ପିଟାଲରେ କାମ ନକଲେ, ସ୍ଟାଇପେଣ୍ଡର ଦୁଇ ଗୁଣ ଦେବା କୌଣସି କଠୋର ନିୟମ ନୁହେଁ । ଡାକ୍ତର ଅଭାବ ଦୂର ହୋଇଛି । କେବଳ ସ୍ପେସିଆଲିଷ୍ଟ ଅଭାବ ରହିଛି । ଯାହା ଏହି ନିଯମ ଦ୍ୱାରା ଦୂର ହୋଇ ପାରିବ। "

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.