ETV Bharat / state

ପ୍ରଫେସର ସନ୍ତୋଷ ମିଶ୍ର ହେଲେ ନୂଆ ଡିଏମ୍‌ଇଟି - Santosh Mishra

author img

By ETV Bharat Odisha Team

Published : May 28, 2024, 7:17 AM IST

Santosh Mishra appointed as DMET: ପ୍ରଫେସର ସନ୍ତୋଷ କୁମାର ମିଶ୍ରଙ୍କୁ ନୂଆ ଡିଏମଇଟି ନିଯୁକ୍ତ କଲେ ଓଡ଼ିଶା ସରକାର । ସେ ଏବେ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜ ଡିନ୍ ଏବଂ ପ୍ରିନ୍ସିପାଲ ଭାବରେ କାର୍ଯ୍ୟରତ ଅଛନ୍ତି । ଅଧିକ ପଢନ୍ତୁ

ପ୍ରଫେସର ସନ୍ତୋଷ ମିଶ୍ର ହେଲେ ନୂଆ ଡିଏମ୍‌ଇଟି
ପ୍ରଫେସର ସନ୍ତୋଷ ମିଶ୍ର ହେଲେ ନୂଆ ଡିଏମ୍‌ଇଟି (ETV Bharat Odisha)

ଭୁବନେଶ୍ବର: ରାଜ୍ୟ ସରକାର ପ୍ରଫେସର ସନ୍ତୋଷ କୁମାର ମିଶ୍ରଙ୍କୁ ମେଡିକାଲ ଏଜୁକେସନ ଆଣ୍ଡ ଟ୍ରେନିଂର ନିର୍ଦ୍ଦେଶକ (DMET) ଭାବେ ନିଯୁକ୍ତି କରିଛନ୍ତି । ଏନେଇ ସୋମବାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଡା. ସନ୍ତୋଷ ମିଶ୍ର ଏବେ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜ ଡିନ୍ ଏବଂ ପ୍ରିନ୍ସିପାଲ ଭାବରେ କାର୍ଯ୍ୟରତ ଅଛନ୍ତି । ସେ ବର୍ତ୍ତମାନର ଡିଏମ୍‌ଇଟି ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ସରୋଜ କୁମାର ମିଶ୍ରଙ୍କ ସ୍ଥାନରେ ଦାୟିତ୍ବ ଗ୍ରହଣ କରିବେ ।

ସେପଟେ ଏମ୍‌କେସିଜି ମେଡିକାଲ କଲେଜର ସୁପରିଟେଣ୍ଡେ ପ୍ରଫେସର ଡାକ୍ତର ସୁଚରିତା ଦାସଙ୍କୁ ଏମ୍‌କେସିଜି ମେଡିକାଲ କଲେଜର ଅତିରିକ୍ତ ଡିନ୍ ଏବଂ ପ୍ରିନ୍ସିପାଲ ଦାୟିତ୍ୱ ଦିଆଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶନାମା ନ ବାହାରିବା ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱ ତୁଲାଇବେ । ଏହା ପୂର୍ବରୁ ପ୍ରଶାସନିକ ଅଧିକାରୀ (ଓଏଏସ୍‌) ସରୋଜ କୁମାର ମିଶ୍ର ଡିଏମ୍‌ଇଟି ଦାୟିତ୍ବରେ ଥିଲେ । ତାଙ୍କୁ ଦାୟିତ୍ବ ଦିଆଯିବା ପରେ ସ୍ବାସ୍ଥ୍ୟ ବିଭାଗରେ ବିବାଦ ଦେଖାଦେଇଥିଲା । ଓମ୍‌ସା ପକ୍ଷରୁ ଏନେଇ ସରକାରଙ୍କ ନିକଟରେ ଜୋରଦାର ବିରୋଧ କରାଯାଇଥିଲା ।

ଏହା ମଧ୍ୟ ପଢନ୍ତୁ: ଦୃଢ଼ୀଭୂତ ହେବ ଡାକ୍ତରୀ ଶିକ୍ଷା; କ୍ୟାପିଟାଲ ହସ୍ପିଟାଲରେ ପିଜି ପାଇଁ ଆଉ ଦୁଇଟି ବିଭାଗକୁ ଅନୁମତି - PG Course In Capital Hospital

ଓଡ଼ିଶାର ଶିକ୍ଷା ଓ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ନୂଆ ନୂଆ ପଦକ୍ଷେପ ନିଆଯାଉଛି । ରାଜ୍ୟର ସ୍ବାସ୍ଥ୍ୟସେବା ଭିତ୍ତିଭୂମିକୁ ଅଧିକରୁ ଅଧିକ ସୁଦୃଢ କରିବା ପାଇଁ ବିଭିନ୍ନ ସରକାରୀ ମେଡିକାଲ କଲେଜଗୁଡିକରେ ଟିଚିଂ ହସ୍ପିଟାଲର ଉଦଘାଟନ କରାଯାଇଛି । ମେଡିକାଲ କଲେଜର ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ବିଶ୍ବସ୍ତରୀୟ କରିବା ପାଇଁ ମଧ୍ୟ ନିଆଯାଉଛି ପଦକ୍ଷେପ । ଏହି ଟିଚିଂ ହସ୍ପିଟାଲଗୁଡିକ ହେଉଛି ବଲାଙ୍ଗୀରର ୬୫୦ ଶଯ୍ୟା ବିଶିଷ୍ଟ ଭୀମଭୋଇ ମେଡିକାଲ କଲେଜ ଏବଂ ହସ୍ପିଟାଲ, ବାରିପଦାର ୬୫୦ ଶଯ୍ୟା ବିଶିଷ୍ଟ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲ, ସୁନ୍ଦରଗଡରେ ୫୦୦ ଶଯ୍ୟା ବିଶିଷ୍ଟ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ, କେନ୍ଦୁଝରରେ ୫୦୦ ଶଯ୍ୟା ବିଶିଷ୍ଟ ଧରଣୀଧର ମେଡିକାଲ କଲେଜ ଏବଂ ହସ୍ପିଟାଲ ଓ ବାଲେଶ୍ବରରେ ୬୫୦ ଶଯ୍ୟା ବିଶିଷ୍ଟ ଫକୀର ମୋହନ ମେଡିକାଲ କଲେଜ ଏବଂ ହସ୍ପିଟାଲ ।

ଏହାସହ କଟକ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କ୍ୟାନ୍ସର ଗବେଷଣା ପ୍ରତିଷ୍ଠାନ, ବ୍ରହ୍ମପୁରରେ ଏମକେସିଜି ମେଡିକାଲ କଲେଜ ଏବଂ ହସ୍ପିଟାଲ, ରାଉରକେଲା ସରକାରୀ ହସ୍ପିଟାଲ ଏବଂ ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡିକାଲ ଓ ଗବେଷଣା ପ୍ରତିଷ୍ଠାନକୁ ବିଶ୍ବସ୍ତରୀୟ ଭିତ୍ତିଭୂମି ଯୋଗାଇ ଦେବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏପଟେ ରାଜ୍ୟରେ ମାତ୍ର ୩ଟି ସରକାରୀ ମେଡିକାଲ କଲେଜ ରହିଥିଲା । ଗତ ୬ ବର୍ଷ ମଧ୍ୟରେ ୮ଟି ନୂଆ ମେଡିକାଲ କଲେଜ ଓ ୨ଟି ସ୍ନାତକୋତ୍ତର ପ୍ରତିଷ୍ଠାନ ହୋଇଛି । ଆଗାମୀ ଦିନରେ ଆଉ ୩ଟି ମେଡିକାଲ କଲେଜ ମଧ୍ୟ ହେବାକୁ ଯାଉଛି । ପ୍ରତିବର୍ଷ ଡାକ୍ତର ଓ ପାରାମେଡିକ ଷ୍ଟାଫଙ୍କୁ ନିଯୁକ୍ତି ଦିଆଯାଉଛି । ଆଗରୁ ବର୍ଷକୁ ମାତ୍ର ୩୨୧ ଜଣ ଏମବିବିଏସ ଡାକ୍ତର ଓ ୨୫୪ ଜଣ ସ୍ପେଶିଆଲିଷ୍ଟ ବାହାରୁଥିଲେ । ଏବେ ୨୫୨୫ ଏମବିବିଏସ ଡାକ୍ତର ଓ ୯୭୨ ସ୍ପେଶିଆଲିଷ୍ଟ ବାହାରୁଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.