ETV Bharat / state

ASOଙ୍କୁ ଆକ୍ରମଣ ଘଟଣା: ରାଜ୍ୟପାଳଙ୍କ ପୁଅକୁ ଗିରଫ ଦାବି, ବିଧାନସଭା ଆଗରେ 'ସିପାହୀ ବିଦ୍ରୋହ' - ASO Assault case

author img

By ETV Bharat Odisha Team

Published : Aug 24, 2024, 7:48 PM IST

Sepoy Rebellion For Justice to ASO: ବିଧାନସଭା ବାହାରେ ଦେଖାଦେଲା ASO ତାତି । ରାଜ୍ୟପାଳଙ୍କ ପୁଅ ବିରୋଧରେ ଗର୍ଜିଲେ ସେନା ସଂଗଠନ । ପୂର୍ବତନ ସେନା ଅଧିକାରୀଙ୍କୁ ମାଡ଼ ଘଟଣାରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଉନି ସେନେଇ ପ୍ରଶ୍ନ ଉଠାଇଛନ୍ତି । ସିପାହୀ ବିଦ୍ରୋହ କରିବା ସହ ତୁରନ୍ତ ଗିରଫ କରାଯିବାକୁ ଚେତାବନୀ ଦେଇଛନ୍ତି ସଂଗଠନର ସଦସ୍ୟ । ପଢନ୍ତୁ ସମ୍ପୂର୍ଣ୍ଣ ଖବର ।

ASO Assault case
ASO Assault case (ETV Bharat Odisha)

ଭୁବନେଶ୍ବର: କିଛି ଦିନର ବ୍ରେକ୍ ପରେ ପୁଣି ତେଜିଲା ASOଙ୍କୁ ଆକ୍ରମଣ ପ୍ରସଙ୍ଗ । ବିଧାନସଭା ବାହାରେ ରାଜ୍ୟପାଳଙ୍କ ପୁଅ ବିରୋଧରେ ଗର୍ଜିଲେ ସେନା ସଂଗଠନ । ଆନ୍ଦୋଳନକୁ ଓହ୍ଲାଇଲେ ଅଲ୍ ଓଡି଼ଶା ଭେଟେରାନ ସୋଲଜର୍ସ ଆସୋସିଏସନ । ଯବାନମାନଙ୍କ ପ୍ରତି ଆକ୍ରମଣ ଘଟଣା ନେଇ ଲୋୟର PMGରେ ପ୍ରତିବାଦ କରିଛନ୍ତି ପୂର୍ବତନ ସେନା କର୍ମଚାରୀ । ୨ୟ ସିପାହୀ ବିଦ୍ରୋହର ଚେତାବନୀ ଦେଇ ତୁରନ୍ତ ସରକାର ପଦକ୍ଷେପ ନେବାକୁ ଦାବି କରିଛନ୍ତି ।

ASO Assault case (ETV Bharat Odisha)

ସେନା ସଂଗଠନର ଦାବି କ'ଣ ?
" ASOଙ୍କୁ ଆକ୍ରମଣ ଘଟଣାକୁ ଦେଢ଼ ମାସ ବିତିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ" ବୋଲି କହି ଗର୍ଜିଛି ସେନା ସଂଗଠନ । ରାଜ୍ୟପାଳଙ୍କ ପୁଅ ଲଳିତ କୁମାର ଓ ୫ ଜଣ ଅଭିଯୁକ୍ତଙ୍କ ନାଁରେ କାର୍ଯ୍ୟାନୁଷ୍ଠାନ ନନେବା ନେଇ ସେମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏପରିକି ଘଟଣାକୁ ପୋଲିସ ତଦନ୍ତ ନ କରିବା, ଆକ୍ସନ ନନେବା ଓ ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟରୁ ମୁଖ୍ୟ ଶାସନ ସଚିବ ଓ ରାଜ୍ୟ ସରକାରଙ୍କୁ ଚିଠି ଆସିଥିଲେ ବି ଏହାକୁ ଅଣଦେଖା କରାଯିବା କଥା ମଧ୍ୟ ଉଠାଇ ଅସନ୍ତୋଷ ବ୍ୟକ୍ତ କରିଛି ସେନା ସଂଗଠନ ।

'ମୁଖ୍ୟମନ୍ତ୍ରୀ/ଗୃହମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ'

ଆନ୍ଦୋଳନକାରୀ କହିଛନ୍ତି, "ଯେତେବେଳେ ଅନ୍ୟାୟର ସୀମା ପାର୍ ହୋଇଯାଏ ସେତେବେଳେ ସିପାହୀମାନେ ଆନ୍ଦୋଳନକୁ ଓହ୍ଲାନ୍ତି । ସେ ଦୃଷ୍ଟିରୁ ଏହାକୁ 'ସିପାହୀ ବିଦ୍ରୋହ' ବୋଲି ନାଁ ଦେଇଛୁ । ରାଜ୍ୟପାଳଙ୍କ ପୁଅ ଆମ‌ର ଜଣେ ଯବାନଙ୍କୁ ଭେଟେରାନ ସୋଲଜରକୁ ମାଡ଼ ମାରିଛନ୍ତି । ତାଙ୍କୁ ନ୍ୟାୟ ମିଳିଲାନି କି FIR ଲଜ୍ ହେଲାନି । ସରକାର ତାଙ୍କୁ ସମର୍ଥନ କରୁଛନ୍ତି । ରାଜ୍ୟପାଳ ଯିଏ କି ରାଜ୍ୟର ପାଳନକର୍ତ୍ତା ଯଦି ତାଙ୍କ ପୁଅ ଭକ୍ଷକ ସାଜୁଛି ତେବେ ଆମେ କାହା ଉପରେ ଭରସା କରିବା ? ରାଜ୍ୟପାଳ ନୈତିକତା ଦୃଷ୍ଟିରୁ ସେ ଇସ୍ତଫା ଦେବା କଥା ନଚେତ ତାଙ୍କ ପୁଅ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା କଥା । ମୁଖ୍ୟମନ୍ତ୍ରୀ ଯିଏ କି ଗୃହମନ୍ତ୍ରୀ ମଧ୍ୟ ଏଥିରେ ହସ୍ତକ୍ଷେପ କରନ୍ତୁ। ରାଷ୍ଟ୍ରପତିଙ୍କ ପାଖକୁ ମୁଖ୍ୟ ଶାସନ ସଚିବଙ୍କ ପାଖକୁ ଚିଠି ଆସୁଛି, ଭେଟେରାନ ଆସୋସିଏସନ୍ ଯେଉଁ ଅଭିଯୋଗ କରିଛନ୍ତି ସେନେଇ ଆକ୍ସନ ଟେକେନ ରିପୋର୍ଟ ତାଙ୍କୁ ଦିଆଯାଉ । ଏନେଇ ମୁଖ୍ୟ ଶାସନ ସଚିବ ମଧ୍ୟ ନିରବ । ଏହା ଏକ୍ସ ସର୍ଭିସମ୍ୟାନଙ୍କ ସମସ୍ୟା ନୁହେଁ, ଓଡ଼ିଶାର ଜନସାଧାରଣଙ୍କର ସମସ୍ୟା । କ'ଣ ନେତା ହେଲେ ବୋଲି ସେ ମାରିବେ ?ଏପରିକି ରାଷ୍ଟ୍ରପତିଙ୍କର ମଧ୍ୟ ଅଧିକାର ନାହିଁ କାହାକୁ ମାରିବା ପାଇଁ ।"

'ରାଜନୈତିକ ସନ୍ତ୍ରାସବାଦ ଚାଲିଛି'
ଅନ୍ୟତମ ପୂର୍ବ ସୈନିକ ତଥା ଆସୋସିଏସନ ସଦସ୍ୟ ଉମେଶ କୁମାର ଚଇନି କହିଛନ୍ତି, "ବୈକୁଣ୍ଠ ପ୍ରଧାନ ମାମଲାର ତଦନ୍ତ କରାଯାଉ। FIR ରୁଜୁ କରାଯାଉ । ଯାହାଫଳରେ ସାଧାରଣ ଜନତାଙ୍କ ପାଇଁ ଏକ ଉଦାହରଣ ହେବ । ରାଜନୈତିକ ସନ୍ତ୍ରାସବାଦ ଚାଲିଛି । ଏହି ରାଜନୈତିକ ସନ୍ତ୍ରାସବାଦକୁ ଦମନ କରିବା ପାଇଁ ଓଡ଼ିଶାର ପୂର୍ବ ସୈନିକମାନେ ବାହାରିଛନ୍ତି, ଏଥିରେ ନିଶ୍ଚିତ ସୁଧାର ହେବ।"

'ଆକ୍ସନ ବଦଳରେ ASOଙ୍କୁ ବଦଳି କରିଦେଲେ'

ପରବର୍ତ୍ତୀ ସମୟରେ ASOଙ୍କ ବଦଳି ହୋଇଥିବା ଜଣାପଡ଼ିଥିଲା । ଯାହାକୁ ନେଇ ପୁଣି ପ୍ରତିବାଦ ଦେଖାଦେଇଥିଲା । ଏନେଇ ସେନା ସଂଗଠନ ପକ୍ଷରୁ କୁହାଯାଇଛି ଯେ, 13ବର୍ଷ ଧରି ରାଜଭବନରେ କାମ କରୁଥିବା ASOଙ୍କୁ ଆକ୍ରମଣ ଘଟଣାରେ ରାଜ୍ୟପାଳ ଆକ୍ସନ ନେବା ବଦଳରେ ରାଜ୍ୟ ସରକାର ତାଙ୍କୁ ସେକ୍ରେଟାରିଏଟକୁ ବଦଳି କରିଛନ୍ତି ।

ଏହା ବି ପଢନ୍ତୁ...ASOଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ଘଟଣା: ଗର୍ଜିଲା ବିଜେଡି, 'ଓଡ଼ିଶାର ସ୍ବାଭିମାନ ପ୍ରତି ଆଞ୍ଚ ଆସିଛି, ମୋହନ ସରକାର ନିରବଦ୍ରଷ୍ଟା' - ASO Assault Case

କ'ଣ ଥିଲା ASO ମାଡ଼ ମାମଲା ?

ଗତ ରଥଯାତ୍ରା ସମୟରେ ଓଡିଶା ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ଲଳିତ କୁମାରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆସିଥିଲା । ପୁରୀ ରାଜଭବନରେ ରଘୁବର ଦାସଙ୍କ ପୁଅ ଲଳିତ କାର୍ଯ୍ୟରତ ଆସିଷ୍ଟାଣ୍ଟ ସେକ୍ସନ ଅଫିସର ବୈକୁଣ୍ଠ ପ୍ରଧାନଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । ଏ ସମ୍ପର୍କରେ ବୈକୁଣ୍ଠ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଶାଶ୍ବତ ମିଶ୍ରଙ୍କୁ ପ୍ରଥମେ ମୌଖିକ ଭାବେ ଜଣାଇଥିଲେ । କୌଣସି ସୁଫଳ ନମିଳିବାରୁ ଲିଖିତ ଭାବେ ମଧ୍ୟ ଜଣାଇଥିଲେ । ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ପୁରୀ ସମୁଦ୍ରକୂଳ ଥାନାରେ ଏତଲା ଦେଇଥିଲେ ବୈକୁଣ୍ଠଙ୍କ ପତ୍ନୀ । ସଂସଦୀୟ ବ୍ୟାପାର ବିଭାଗର ଏଏସ୍‌ଓ ବୈକୁଣ୍ଠ ପ୍ରଧାନ ନିଜ ଅଭିଯୋଗରେ ଦର୍ଶାଇଥିଲେ ଯେ, ପୁରୀରେ ରଥଯାତ୍ରା ସମୟରେ ରାତିରେ ରାଜ୍ୟପାଳଙ୍କ ପୁଅ ଲଳିତ ଓ ଅନ୍ୟ ୫ ଜଣ ତାଙ୍କୁ ମାଡ଼ ମାରିଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.