ETV Bharat / state

ଦିନିକିଆ ବାଲେଶ୍ଵର ଗସ୍ତରେ ରାଜ୍ୟପାଳ, ମହିଳାଙ୍କୁ ସ୍ବାବଲମ୍ବୀ ହେବାକୁ କଲେ ଉତ୍ସାହିତ - ବାଲେଶ୍ବରରେ ରାଜ୍ୟପାଳ

Governor Raghubar Das in Balasore: ଦିନିକିଆ ବାଲେଶ୍ଵର ଜିଲ୍ଲା ଗସ୍ତରେ ମହାମହିମ ରାଜ୍ୟପାଳ ରଘୁବର ଦାସ । ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ଦେଲେ ସଫଳତାର ମନ୍ତ୍ର । ଅଧିକ ପଢ଼ନ୍ତୁ

ଦିନିକିଆ ବାଲେଶ୍ଵର ଗସ୍ତରେ ରାଜ୍ୟପାଳ
ଦିନିକିଆ ବାଲେଶ୍ଵର ଗସ୍ତରେ ରାଜ୍ୟପାଳ
author img

By ETV Bharat Odisha Team

Published : Feb 2, 2024, 8:50 PM IST

ଦିନିକିଆ ବାଲେଶ୍ଵର ଗସ୍ତରେ ରାଜ୍ୟପାଳ

ବାଲେଶ୍ୱର: ଦିନିକିଆ ବାଲେଶ୍ଵର ଜିଲ୍ଲା ଗସ୍ତରେ ରାଜ୍ୟପାଳ ରଘୁବର ଦାସ । ଆଜି ରାଜ୍ୟପାଳ ଜିଲ୍ଲା ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବାସହ କେନ୍ଦ୍ର ସରକାରଙ୍କ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜନହିତକର କାର୍ଯ୍ୟକ୍ରମର ସଫଳ କାର୍ଯ୍ୟକ୍ଷମ ସମ୍ପର୍କରେ ଆଲୋଚନା କରିଥିଲେ । ଏହାସହ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ସଫଳତାର ମନ୍ତ୍ର ଦେଇଛନ୍ତି ।

ତେବେ ଜିଲ୍ଲା ଗସ୍ତ ସମୟରେ ରାଜ୍ୟପାଳ ପ୍ରଥମେ ରେମୁଣା ବ୍ଲକ ଅଧିନ ବଡଘାଇ ଅଙ୍ଗନୱାଡ଼ି କେନ୍ଦ୍ରକୁ ଯାଇଥିଲେ । ସେଠାରେ କୋମଳ ମତି ଶିଶୁଙ୍କ ଉଦ୍ଦେଶ୍ୟରେ ଲାଗୁ ହୋଇଥିବା ବିଭିନ୍ନ ଯୋଜନାର ସଫଳ ରୂପାୟନ ସମ୍ପର୍କରେ ଆଲୋଚନା କରିଥିଲେ । ଏହାସହ ଶିଶୁ ଓ ଗର୍ଭବତୀ ମାଆମାନଙ୍କୁ ସହାୟତା ଓ ପୁଷ୍ଟିକର ଖାଦ୍ୟ ଖାଇବା ପାଇଁ ଉପଦେଶ ଦେବା ସହ ଏହାର ଗୁରୁତ୍ଵ ଉପରେ କହିଥିଲେ । ପରେ ରେମୁଣାରେ ଥିବା ପ୍ରଭୁ କ୍ଷୀରଚୋରା ଗୋପୀନାଥ ମନ୍ଦିର ଦର୍ଶନ କରିଥିଲେ । ସେଠାରେ ପ୍ରଭୁ କ୍ଷୀରଚୋରା ଗୋପିନାଥଙ୍କ କ୍ଷୀର ଭୋଗ ଗ୍ରହଣ କରି ଜିଲ୍ଲାପାଳଙ୍କ ସହ ମନ୍ଦିର ସଂପର୍କରେ ଆଲୋଚନା କରିଥିଲେ । ପରେ ରେମୁଣା କ୍ଷୀରଚୋରା ମନ୍ଦିର ନିକଟରେ ମନ୍ଦାରପୁରର ସ୍ୱୟଂ ସହାୟିକା ଗୋଷ୍ଠୀ ସହ ଆଲୋଚନା କରି ମହିଳାମାନଙ୍କୁ ସ୍ବାବଲମ୍ବୀ ହେବା ନେଇ ଉତ୍ସାହିତ କରିଥିଲେ ।

ତେବେ ସ୍ୱୟଂ ସହାୟିକା ଗୋଷ୍ଠୀ ସହ ଆଲୋଚନା ପରେ ରେମୁଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ବିଭିନ୍ନ ୱାର୍ଡ଼ ପରିଦର୍ଶନ କରି ମେଡିକାଲ ଚିକିତ୍ସା ସମ୍ପର୍କରେ ସିଡିଏମଓଙ୍କ ସହ ଆଲୋଚନା କରିବା ସହ ରୋଗୀଙ୍କ ଚିକିତ୍ସା ସମ୍ପର୍କରେ ପଚାରି ବୁଝିଥିଲେ । ପରେ ସେଠାରୁ ନୀଳଗିରି ଗସ୍ତ କରିଥିଲେ । ସେଠାରେ ମର୍ଦ୍ଧରାଜପୁର ଅଞ୍ଚଳ ପରିଦର୍ଶନ କରୁଥିବା ବେଳେ ଅସହାୟ ବୃଦ୍ଧା ଅନ୍ନପୂର୍ଣ୍ଣା ପାତ୍ର କୌଣସି ସରକାରୀ ସହାୟତା ପାଇ ନଥିବା ନେଇ ଅଭିଯୋଗ କିରିଥିଲେ । ରାଜ୍ୟପାଳ ତୁରନ୍ତ ତାଙ୍କୁ ସହାୟତା ରାଶି ଯୋଗାଇ ଦେବାକୁ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେଙ୍କୁ ପରାମର୍ଶ ଦେଇଥିଲେ । ଏହାପରେ ରାଜ୍ୟପାଳ ସର୍କିଟ ହାଉସରେ ପହଞ୍ଚିଥିଲେ । ସେଠାରେ ରାଜ୍ୟପାଳଙ୍କୁ ବିଭିନ୍ନ ବ୍ୟକ୍ତି ବିଶେଷ ସାକ୍ଷାତ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ଦିନିକିଆ ସୁବର୍ଣ୍ଣପୁର ଗସ୍ତରେ ରାଜ୍ୟପାଳ, ପରୀକ୍ଷା ପେ ଚର୍ଚ୍ଚାରେ ହେଲେ ସାମିଲ

ପରେ ରାଜ୍ୟପାଳ ମିଶନ ଶକ୍ତି ବଜାର ପରିଦର୍ଶନ କରିବା ସହ ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନଙ୍କ ସହ ସେମାନଙ୍କ ରୋଜଗାର ଏବଂ ଉତ୍ପାଦ ସାମଗ୍ରୀ କଥା ପଚାରି ବୁଝିଥିଲେ । ମହିଳାମାନେ ଆଗକୁ ବଢିଲେ ଦେଶ ଆଗକୁ ବଢିବ, ଏଥିପାଇଁ ସେମାନଙ୍କ ଉଦ୍ୟମକୁ ପ୍ରଶଂସା କରିବା ସହ ସେମାନଙ୍କ ବଜାରରେ ଥିବା ସାମଗ୍ରୀ ଭଲ ଭାବେ ପ୍ୟାକିଂ କରି ବିକ୍ରି କରିବାକୁ ପରାମର୍ଶ ଦେଇଥିଲେ । ଏମିତିକି ବଡ଼ବଡ଼ ମଲରେ ଯେଉଁଭଳି ଲୋକମାନେ କାର ଧରି ଆସି ପହଞ୍ଚୁଛନ୍ତି ସେମିତି ମିଶନ ଶକ୍ତି ବଜାରରେ ମଧ୍ୟ କାରରେ ଆସି କେମିତି ସେମାନଙ୍କ ସାମଗ୍ରୀ କିଣିବେ ସେଥିପ୍ରତି ଯତ୍ନବାନ ହେବାକୁ ମହିଳାମାନଙ୍କୁ ପରାମର୍ଶ ଦେଇଥିଲେ । ଏହାସହ ମହିଳାମାନେ କିଭଳି ସେମାନଙ୍କ ସାମଗ୍ରୀ ଉଚିତ ମୂଲ୍ୟରେ ସୁବ୍ୟବସ୍ଥିତ ଭାବେ ବିକ୍ରି କରି ପାରିବେ ସେଥିପ୍ରତି ଦୃଷ୍ଟି ଦେବାକୁ କହିଥିଲେ । ଉତ୍ପାଦିତ ସାମଗ୍ରୀକୁ ଠିକ ଭାବେ ପ୍ରଦର୍ଶନ କରି ସାମଗ୍ରୀ ବିକ୍ରି କରିବାକୁ ମହିଳାମାନଙ୍କୁ ଆହ୍ୱାନ ଦେଇଥିଲେ ରାଜ୍ୟପାଳ।

ଇଟିଭି ଭାରତ, ବାଲେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.