ETV Bharat / state

ଗୁରୁ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଛାତ୍ରଛାତ୍ରୀଙ୍କୁ ବଡ଼ ଉପହାର, ପ୍ରତି ପଞ୍ଚାୟତରେ ହେବ ମଡେଲ ସ୍କୁଲ - MODEL SCHOOL IN EACH PANCHAYAT

author img

By ETV Bharat Odisha Team

Published : Sep 5, 2024, 11:07 PM IST

MODEL SCHOOL IN EACH PANCHAYAT: ଗୁରୁଦିବସରେ ମୁଖ୍ୟମନ୍ତ୍ରୀଙ୍କ ଛାତ୍ରଛାତ୍ରୀଙ୍କୁ ବଡ଼ ଉପହାର । ପ୍ରତି ପଞ୍ଚାୟତରେ ହେବ ମଡେଲ ସ୍କୁଲ । ଡ୍ରପ ଆଉଟ୍ ରୋକିବାକୁ ହାତଖର୍ଚ୍ଚ । ଆରମ୍ଭ ହେଲା ନିପୁଣ ଓଡ଼ିଶା ,ପିଏମଶ୍ରୀ ଓ ଡିପ୍ କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ

MODEL SCHOOL IN EACH PANCHAYAT
MODEL SCHOOL IN EACH PANCHAYAT (ETV Bharat Odisha)

ଭୁବନେଶ୍ବର: ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଆରମ୍ଭ ହେବ ସହିଦ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା ।ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଲୋକସେବା ଭବନରେ ଗୁରୁ ଦିବସ ଅବସରରେ ଛାତ୍ରଛାତ୍ରୀଙ୍କୁ ଦେଲେ ଉପହାର । ଡ୍ରପ ଆଉଟ ସଂଖ୍ୟା କମେଇବା ପାଇଁ ନୂଆ ସରକାରଙ୍କ ନୂଆ ନୂଆ ପ୍ରୟାସ । ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ଡ୍ରପ ଆଉଟ୍ ରୋକିବାକୁ ମୋହନ ସରକାରଙ୍କ ନୂଆ ଯୋଜନା ।

ପ୍ରତି ପଞ୍ଚାୟତରେ ହେବ ଗୋଟିଏ ମଡେଲ୍ ସ୍କୁଲ:-
ଏନେଇ ମୁଖ୍ୟମନ୍ତ୍ରୀ ମହୋନ ଚରଣ ମାଝୀ କହିଛନ୍ତି,"ପ୍ରତି ପଞ୍ଚାୟତରେ ହେବ ମଡେଲ ପ୍ରାଥମିକ ବିଦ୍ୟାଳୟ । ପ୍ରାଥମିକ ସ୍କୁଲକୁ ସୁଦୃଢ଼ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଯେଉଁ ମଡେଲ ସ୍କୁଲର ନାମ ରହିବ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ଏମିତି ୫ ଶହ ସ୍କୁଲ ବିକଶିତ କରାଯିବ । ପରବର୍ତ୍ତୀ ପର୍ଯ୍ୟାୟରେ ସବୁ ପଞ୍ଚାତୟରେ ଏମିତି ସ୍କୁଲ ହେବ । ଏନେଇ ବଜେଟରେ ବ୍ୟବସ୍ଥା ହୋଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ସ୍କୁଲରେ ଏମିତି ବ୍ୟବସ୍ଥା କରିବା ଯେମିତି ସମସ୍ତେ ଆସିବାକୁ ଇଚ୍ଛା କରିବେ । ପ୍ରାଇଭେଟ ସ୍କୁଲକୁ ନଯାଇ ଅଭିଭାବକ ସରକାରୀ ସ୍କୁଲ ଆସିବେ ।"

ଡ୍ରାପ୍ ଆଉଟ୍ ରୋକିବାକୁ ଛାତ୍ର ଛାତ୍ରୀଙ୍କୁ ଦିଆଯିବ ହାତ ଖର୍ଚ୍ଚ:-

ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି," ରାଜ୍ୟରେ ଡ୍ରପ ଆଉଟ୍ ସଂଖ୍ୟା ବଢିବାରେ ଲାଗିଛି । ପ୍ରତିବର୍ଷ ଡ୍ରପ ଆଉଟ୍ ସଂଖ୍ୟା ବୃଦ୍ଧି ପାଉଛି ହେଲେ କମିବାରେ ନା ନାହିଁ । ତେଣୁ ପିଲାଙ୍କୁ କିଭଳି ସ୍କୁଲକୁ ଆସିବାକୁ ଇଛା ପ୍ରକାଶ କରିବେ ସେନେଇ ବିଭାଗ ଦ୍ଵାରା ନିଆଯାଇଛି ପଦକ୍ଷେପ । ଯାହାର ନାମ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା । ଯାହା ପିଲାମାନେ ପାଇବେ ୫ ହଜାର ଟଙ୍କାର ପ୍ରୋତ୍ସାହନ ରାଶି । ଏହି ଡ୍ରପ ଆଉଟ୍ ସଂଖ୍ୟା କେବଳ ଅଧିକ ମାତ୍ରାରେ ଆଦିବାସୀ ଅଞ୍ଚଳରେ ଦେଖାଯାଉଛି । ତେଣୁ ପ୍ରଥମ ପର୍ଯ୍ୟାୟରେ ଆଦିବାସୀ ବହୁଳ ଅଞ୍ଚଳରେ ଏହି ଯୋଜନା କାର୍ଯ୍ୟକାରୀ କରାଯିବ । ତେବେ ପରବର୍ତ୍ତୀ ସମୟରେ ରାଜ୍ୟ ଅନ୍ୟ ସମସ୍ତ ଜିଲ୍ଲା ଗୁଡିକରେ ଏହି ଯୋଜନା କାର୍ଯ୍ୟକାରୀ କରାଯିବା ।"

ଏପଟେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି,"ପାଖା ପାଖି ଚଳିତ ବର୍ଷ ଏହି ଯୋଜନାରେ ୩ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ । ଅଷ୍ଟମରୁ ଉତ୍ତୀର୍ଣ୍ଣ ହୋଇ ନବମ ଯାଇଥିବା ଛାତ୍ରଛାତ୍ରୀ ଏବଂ ଦଶମରୁ ଉତ୍ତୀର୍ଣ୍ଣ ହୋଇ ଏକାଦଶକୁ ଯାଇଥିବା ପିଲାମାନଙ୍କୁ ପ୍ରୋତ୍ସାହନ ରାଶି ଭାବେ ବାର୍ଷିକ ୫ ହଜାର ଟଙ୍କା ଯୋଗାଇ ଦେବେ ରାଜ୍ୟ ସରକାର । ଯାହା ଫଳରେ ଗରିବ ମେଧାବୀ ଅନୁସୂଚିତ ଜାତି ଓ ଜନ ଜାତି ପିଲାମାନେ ପାଠ ପଢିବା ପାଇଁ ଆର୍ଥିକ ସହାୟତା ରାଶି ପାଇବେ ।"

ଏହା ମଧ୍ୟ ପଢନ୍ତୁ ....ନିସ୍ବାର୍ଥପର ସେବାର ଜୀବନ୍ତ ମୂର୍ତ୍ତି, ଗୁରୁ ଦିବସରେ ଜାଣନ୍ତୁ କିଏ ଶ୍ରେଷ୍ଠ ଗୁରୁ - Teachers Day 2024
ଚଳିତ ବର୍ଷ ୨୭ ହଜାର ଶିକ୍ଷକ ହେବେ ନିଯୁକ୍ତି:-
ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି,"ଚଳିତ ବର୍ଷ ୨୭ ହଜାର ୧୯୭ ଜଣ ଶିକ୍ଷକ ନିଯୁକ୍ତି ହେବେ । ଅନ୍ୟପଟେ ଏହା ଛଡା ୧୬ ହଜାର ୧୦ ଜଣ କନିଷ୍ଠ ଶିକ୍ଷକ ଏହି ୩ ମାସ ଭିତରେ ନିଯୁକ୍ତି କରାଯିବ । ଅନେକ ସମୟରେ ସ୍କୁଲର ଭିତ୍ତିଭୂମି ଅଭାବ ଥିବାର ନଜରକୁ ଆସିଛି । ସ୍କୁଲରେ ଶିକ୍ଷକ ଅଭାବ ମଧ୍ୟ ନଜରକୁ ଆସିଛି । ଅନେକ ସ୍କୁଲରେ ମଧ୍ୟ ଆଜବେଷ୍ଟସରେ ପିଲାମାନେ ପଢୁଛନ୍ତି ।"

ଗୁରୁଦିବସରେ ୫ଟି ଯୋଜନାକୁ ଟାର୍ଗେଟ:-

ପୂର୍ବ ୫T ଯୋଜନାକୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ କହିଛନ୍ତି,"ରାଜ୍ୟରେ ଗୁଣାତ୍ମକ ଶିକ୍ଷାକୁ ବୃଦ୍ଧି କରିବା ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ । ପୂର୍ବ ସରକାର ଯେଉଁ ୫T କରିଥିଲେ ତାହା ସଫଳ ହୋଇନାହିଁ । ପିଲାମାନେ ସେହି ସ୍କୁଲରେ ପଢିଲେ ଅଥଚ ହରଣ-ଗୁଣନ ଆସିଲା ନାହିଁ । ତେଣୁ ହାଇସ୍କୁଲ ସ୍ମାର୍ଟ ନୁହେଁ ପ୍ରାଥମିକ ସ୍ତରରେ ସ୍କୁଲ ଶିକ୍ଷାକୁ ସୁଦୃଢ଼ କରିବା ପାଇଁ ଆମେ ନିଷ୍ପତି ନେଇଛୁ । ବିରୋଧି ଦଳ ମୁଖ୍ୟ ସଚେତକ ଥିବାବେଳେ ଚିଠି ଏ ବାବଦରେ ଲେଖିଥିଲି କିନ୍ତୁ ପୂର୍ବ ସରକାର ଶୁଣିନଥିଲେ । ତେଣୁ ଏହା ମୋର ସୌଭାଗ୍ୟ ମୁଁ ରାଜ୍ୟ ମୁଖିଆ ଏବେ ହେବା ପରେ ଏଭଳି ଏକ ଚିନ୍ତାକୁ ଧିରେ ଧିରେ ବ୍ୟବସ୍ଥାରେ ଲାଗୁ କରିବା ପାଇଁ ପ୍ରୟାସ କରାଯାଉଛି । "
ଏହା ମଧ୍ୟ ପଢନ୍ତୁ ....ଜାତୀୟ ଶିକ୍ଷକ ପୁରସ୍କାର: ରାଷ୍ଟ୍ରପତିଙ୍କଠୁ ପୁରସ୍କୃତ ହେଲେ ଓଡ଼ିଶାର ଦୁଇ ଶିକ୍ଷକ - National Teachers Award 2024

ଗୁରୁଦିବସରେ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ଶୁଭାରମ୍ଭ:-
ରାଜ୍ୟସ୍ତରୀୟ ଗୁରୁଦିବସ ଉତ୍ସବ ଏବଂ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହରେ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

(କ) ‘ନିପୁଣ ଓଡ଼ିଶା’:-
"ପ୍ରାଥମିକ ବିଦ୍ୟାଳୟରେ ସାର୍ବଜନୀନ ମୌଳିକ ସାକ୍ଷରତା ଏବଂ ସଂଖ୍ୟାଜ୍ଞାନ ହାସଲ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏଥିରେ ଶିକ୍ଷକମାନେ ମୌଳିକ ଭାଷା ଓ ସଂଖ୍ୟାଜ୍ଞାନ (FLN)ର ଅନୁମୋଦିତ କୌଶଳକୁ ବ୍ୟବହାର କରି ପିଲାମାନଙ୍କ ଶିକ୍ଷଣକୁ ସୁନିଶ୍ଚିତ କରିବେ" ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଏହା ମଧ୍ୟ ପଢନ୍ତୁ ....ମାସକୁ 2 ଦିନ ଜିଲ୍ଲାରେ ରହିବେ ସଚିବ; ବଣ୍ଟା ହେଲା ଜିଲ୍ଲା, ସିଏସ ଓ ଡିସିଙ୍କୁ ଦେବେ ରିପୋର୍ଟ, ଗସ୍ତ କାଳରେ ସଚିବ ଜିଲ୍ଲାର ଯେକୌଣସି ସ୍ଥାନ କରିବେ ପରିଦର୍ଶନ - Secretaries to visit district

(ଖ) ‘ପିଏମ୍ ଶ୍ରୀ ବିଦ୍ୟାଳୟ ଯୋଜନା’:-
"ବିଦ୍ୟାଳୟରେ ନିରାପଦ ଏବଂ ଉତ୍ସାହଜନକ ଶିକ୍ଷଣ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ ‘ପିଏମ୍ ଶ୍ରୀ ବିଦ୍ୟାଳୟ’ ଯୋଜନା କାର୍ଯ୍ୟକାରୀ ହେବ । ଏହି ଯୋଜନା ଅଧୀନରେ ରାଜ୍ୟରେ ମୋଟ୍ ୮୦୦ ରୁ ଉର୍ଦ୍ଧ୍ୱ ବିଦ୍ୟାଳୟକୁ ଉତ୍କର୍ଷ କେନ୍ଦ୍ରରେ ପରିଣତ କରାଯିବ । ଏହି ବିଦ୍ୟାଳୟଗୁଡ଼ିକରେ ଆବଶ୍ୟକୀୟ ଶିକ୍ଷଣ ପରିବେଶ ସହ ଅତ୍ୟାଧୁନିକ ଶିକ୍ଷାଦାନ କୌଶଳ ଉପଲବ୍ଧ ହେବ। ବିଦ୍ୟାଳୟର ଭିତ୍ତିଭୂମି ସହ ଶିକ୍ଷାଦାନ ଉନ୍ନତମାନର କରାଯିବ" ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

(ଗ) 'ଡିଜିଟାଲ ଏଜୁକେସନ ଏମ୍ପାୱାରମେଣ୍ଟ କାର୍ଯ୍ୟକ୍ରମ' (ଡିପ୍):-
"ବିଦ୍ୟାର୍ଥୀଙ୍କୁ ଡିଜିଟାଲ ସାକ୍ଷରତା ଏବଂ କୋଡିଂ ଶିକ୍ଷା ଦେବା ପାଇଁ 'ଡିଜିଟାଲ ଏଜୁକେସନ ଏମ୍ପାୱାରମେଣ୍ଟ କାର୍ଯ୍ୟକ୍ରମ' (ଡିପ୍)ର ଶୁଭାରମ୍ଭ କରାଯାଇଛି। ଏହାଦ୍ଵାରା ବିଦ୍ୟାର୍ଥୀମାନେ ଆଗାମୀ ଦିନରେ କମ୍ପ୍ୟୁଟର ଶିକ୍ଷା ଓ କୋଡିଂରେ ସଫଳତା ପାଇବେ" ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

(ଘ) ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ପୋର୍ଟାଲ (ଶିକ୍ଷା ଜ୍ୟୋତି): -
"ଏହି ପୋର୍ଟାଲ ମାଧ୍ୟମରେ ଛାତ୍ରଛାତ୍ରୀ ରାଜ୍ୟରେ ଉଚ୍ଚ ମାଧ୍ୟମିକ ଶିକ୍ଷା ସମ୍ବନ୍ଧୀୟ ସମସ୍ତ ସୂଚନା, ଏକାଡେମିକ୍ କ୍ୟାଲେଣ୍ଡର, ପରୀକ୍ଷା କାର୍ଯ୍ୟସୂଚୀ, ଫଳାଫଳ ଏବଂ ବିଜ୍ଞପ୍ତି ସହଜରେ ପାଇପାରିବେ । ଏହି ୱେବସାଇଟକୁ ଉପଭୋକ୍ତା -ଅନୁକୂଳ କରାଯାଇଛି, ଯାହାଦ୍ବାରା ସମସ୍ତେ ଏହାକୁ ସହଜରେ ବ୍ୟବହାର କରି ଆବଶ୍ୟକୀୟ ସୂଚନା ପାଇପାରିବେ। ଏହି ପୋର୍ଟାଲରେ ଶୈକ୍ଷିକ ଆଳାପ ପାଇଁ ବ୍ୟବସ୍ଥା ରହିଛି" ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

(ଙ) କ୍ୟାରିୟର ଗାଇଡାନ୍ସ ପୋର୍ଟାଲ:-
"କ୍ୟାରିୟର ଗାଇଡାନ୍ସ ପୋର୍ଟାଲ ମାଧ୍ୟମରେ ବିଦ୍ୟାର୍ଥୀମାନେ ବିଭିନ୍ନ ପ୍ରକାର କ୍ୟାରିଅର ବିଷୟରେ ସୂଚନା ପାଇପାରିବେ । ଏହା ମାଧ୍ୟମରେ ପ୍ରାୟ ୧୬ ଲକ୍ଷ ବିଦ୍ୟାର୍ଥୀ ଉପକୃତ ହେବେ। ଯାହା କ୍ୟାରିଅର ବିଷୟରେ ସୂଚନା ଦେବା ସହ ବିଦ୍ୟାର୍ଥୀମାନଙ୍କୁ ସଶକ୍ତ କରାଇବ। ଏହା ବିଭାଗର ୧୦୦ ଦିନିଆ କାର୍ଯ୍ୟ ଯୋଜନାର ଏକ ଅଂଶ" ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

(ଚ) ଘରୋଇ ବିଦ୍ୟାଳୟ ପରିଚାଳନା ପୋର୍ଟାଲ:-
"ରାଜ୍ୟରେ ଥିବା ସମସ୍ତ ଘରୋଇ ବିଦ୍ୟାଳୟର ପରିଚାଳନା ପ୍ରକ୍ରିୟାକୁ ସରଳ କରିବା ପାଇଁ ଏହି ପୋର୍ଟାଲର ଶୁଭାରମ୍ଭ ହୋଇଛି। ବିଦ୍ୟାଳୟ ଖୋଲିବା, ମାନ୍ୟତା ପ୍ରମାଣପତ୍ର ଏବଂ ‘ନୋ ଅବଜେକ୍ସନ ସାର୍ଟିଫିକେଟ୍’ ଭଳି ବିଭିନ୍ନ ସେବା ପାଇଁ ଏହି ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ। ସମସ୍ତ ଆବଶ୍ୟକୀୟ ଦସ୍ତାବିଜ ଏହି ପୋର୍ଟାଲ ମାଧ୍ୟମରେ ଅପଲୋଡ୍ କରାଯାଇପାରିବ" ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ:-
ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହ କାର୍ଯ୍ୟକ୍ରମ ଆଜି ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର, ମୁଖ୍ୟମନ୍ତ୍ରୀ ଓଡିଆ ଭାଷାବୃତ୍ତି, ଓଡିଶା ଆଦର୍ଶ ବିଦ୍ୟାଳୟର ଦଶମ ଏବଂ ଦ୍ବାଦଶ ବୋର୍ଡର ଶ୍ରେଷ୍ଠ ବିଦ୍ୟାର୍ଥୀ ଏବଂ ଉଚ୍ଚ ମାଧ୍ୟମିକ ବୋର୍ଡର ୩୯୧ଜଣ ଶ୍ରେଷ୍ଠ ବିଦ୍ୟାର୍ଥୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହା ବ୍ୟତୀତ ଆଭାସୀ ମାଧ୍ୟମରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ୩୦ଟି ଜିଲ୍ଲାର ୪୪ ହଜାର ୭୨୮ ଜଣ ବିଦ୍ୟାର୍ଥୀଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି । ରାଜ୍ୟସ୍ତରରେ ୨୮୭, ଜିଲ୍ଲାସ୍ତରରେ ୩ ହଜାର ୧୨୮, ବ୍ଲକସ୍ତରରେ ୩୨ ହଜାର ୨୦୮ ଏବଂ ମହାନଗରନିଗମ ସ୍ତରରେ ୧ ହଜାର ୯୦୩ଜଣ ବିଦ୍ୟାର୍ଥୀଙ୍କୁ “ମେଧାବୀ ବିଦ୍ୟାର୍ଥୀ ପୁରସ୍କାର” ପ୍ରଦାନ କରାଯାଇଛି । ସେହିପରି ରାଜ୍ୟର ସର୍ବମୋଟ୍ ୭ ହଜାର ୧୬୦ ଜଣ ବିଦ୍ୟାର୍ଥୀଙ୍କୁ “ଓଡ଼ିଆ ଭାଷା ବୃତ୍ତି” ପୁରସ୍କାର ପ୍ରଦାନ କରାଯାଇଛି । ଏହା ବ୍ୟତୀତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଦଶମ ଓ ଦ୍ବାଦଶ ଏବଂ ମାଧ୍ୟମିକ ଶିକ୍ଷା ପରିଷଦର ଦ୍ବାଦଶ ବୋର୍ଡ଼ର ଶ୍ରେଷ୍ଠ ୪୨ ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଛି ।

ଛାତ୍ର ଛାତ୍ରୀଙ୍କ ଦକ୍ଷତା ବୃଦ୍ଧି ପାଇଁ ପାଠ୍ୟପୁସ୍ତକ:-
ପିଲାଙ୍କ ଦକ୍ଷତା ଓ ବିକାଶ ପାଇଁ ବିଭିନ୍ନ ପୁସ୍ତିକା ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
(କ) ଆକାଂକ୍ଷୀ ପାଠ୍ୟକ୍ରମ ପୁସ୍ତିକା:-
ଆକାଂକ୍ଷୀ ପାଠ୍ୟକ୍ରମ ମାଧ୍ୟମରେ ଶିକ୍ଷାର୍ଥୀଙ୍କ ସାମଗ୍ରିକ ବିକାଶ ସହ ଦକ୍ଷତା ବୃଦ୍ଧିର ଲକ୍ଷ୍ୟ ରଖାଯାଇଛି । ନୂତନ ପୁସ୍ତିକାଗୁଡିକ ଶିକ୍ଷାର୍ଥୀଙ୍କ ମନରେ ଚର୍ତୁଃପାର୍ଶ୍ଵର ପ୍ରାକୃତିକ ପରିବେଶ ଓ ସ୍ଥାନୀୟ ସଂସ୍କୃତି ପ୍ରତି ଆଗ୍ରହ ବଢାଇବା ସହ ସଚେତନତା ସୃଷ୍ଟି କରିବ । ସେମାନଙ୍କର ଅନୁସନ୍ଧାନମୂଳକ ଇଚ୍ଛାଶକ୍ତି ବୃଦ୍ଧି କରିବ ଏବଂ ଜାଣିବାର ଆଗ୍ରହକୁ ପ୍ରୋତ୍ସାହନ ଦେବ। ଶିକ୍ଷାର୍ଥୀଙ୍କର ସୃଜନଶୀଳ ଗୁଣକୁ ବିକଶିତ କରିବାରେ ମଧ୍ୟ ସାହାଯ୍ୟ କରିବ ।

(ଖ) ଜୈବ ବିବିଧତା ପୁସ୍ତିକା:-
ପ୍ରାକୃତିକ ବାସସ୍ଥାନ ଏବଂ ପରିସଂସ୍ଥାନ ସଂରକ୍ଷଣର ମହତ୍ଵ ବୁଝାଇବା ପାଇଁ ଶିକ୍ଷାର୍ଥୀମାନଙ୍କୁ ଓଡ଼ିଶାର ଜୈବବିବିଧତା ସମ୍ବନ୍ଧରେ ଶିକ୍ଷା ଦେବାର ଆବଶ୍ୟକତା ରହିଛି । ଏହି ପରିପ୍ରେକ୍ଷୀରେ, ନବମ ଏବଂ ଦଶମ ଶ୍ରେଣୀର ଶିକ୍ଷାର୍ଥୀମାନଙ୍କ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଓଡ଼ିଶା ଜୈବବିବିଧତା ବୋର୍ଡର ମିଳିତ ସହଯୋଗରେ ତିନୋଟି ଶିକ୍ଷଣ ପୁସ୍ତିକା ପ୍ରସ୍ତୁତ କରାଯାଇଛି । ଏହି ପଦକ୍ଷେପ ବିଦ୍ୟାଳୟସ୍ତରରୁ ପରିବେଶ ସଂରକ୍ଷଣ ପ୍ରତି ଶିକ୍ଷାର୍ଥୀମାନଙ୍କୁ ଦାୟିତ୍ଵବାନ କରିବାରେ ସହାୟକ ହେବ ।

(ଗ) ସଫଳତାର ଶୀର୍ଷରେ ଆମ ପ୍ରତିଭା:-
ବିଦ୍ୟାର୍ଥୀମାନଙ୍କ କୃତିତ୍ୱକୁ ରାଜ୍ୟସ୍ତରରେ ଦର୍ଶାଇବା ପାଇଁ "ସଫଳତାର ଶୀର୍ଷରେ ଆମ ପ୍ରତିଭା" ପୁସ୍ତକ ଉନ୍ମୋଚନ କରାଯାଇଛି। ଯେଉଁଥିରେ ପିଲାମାନଙ୍କର ପରିଶ୍ରମ ଏବଂ ସଫଳତା ବିଷୟରେ ବର୍ଣ୍ଣନା କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.