ETV Bharat / state

ସହରରେ ବୁଲୁଛି ଶିକ୍ଷା ରଥ, ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପାଇଁ ରାଜଧାନୀ ପ୍ରସ୍ତୁତ - Odia language conference

Odia language conference: ବିଦ୍ୟାଳରେ ଓଡ଼ିଆ ଭାଷାର ପ୍ରାଚୀନତା ଐତିହ୍ୟ ଓ ଅସ୍ମିତାର ଶୀର୍ଷକରେ କରାଯାଉଛି ପ୍ରବନ୍ଧ ପ୍ରତଯୋଗିତା । କାରଣ ଫେବୃଆରୀ ୩ରୁ ୫ ଅନୁଷ୍ଠିତ ହେବାକୁଯାଉଛି ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ । ଅଧିକ ପଢ଼ନ୍ତୁ,

ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ
ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ
author img

By ETV Bharat Odisha Team

Published : Feb 1, 2024, 10:23 PM IST

ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ

ଭୁବନେଶ୍ବର : ସହରରେ ବୁଲୁଛି ଶିକ୍ଷା ରଥ । ବିଦ୍ୟାଳରେ ଓଡ଼ିଆ ଭାଷାର ପ୍ରାଚୀନତା ଐତିହ୍ୟ ଓ ଅସ୍ମିତାର ଶୀର୍ଷକରେ କରାଯାଉଛି ପ୍ରବନ୍ଧ ପ୍ରତଯୋଗିତା । କାରଣ ଫେବୃଆରୀ ୩ରୁ ୫ ଅନୁଷ୍ଠିତ ହେବାକୁଯାଉଛି ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ । ତେବେ ଲୋକଙ୍କ ସମ୍ପୃକ୍ତି ପାଇଁ ଏହି ଭଳି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଆମେ ପଢିବୁ, ଗଢ଼ିବୁ ଆଉ ଶ୍ରେଷ୍ଠ ହେବୁ ବାର୍ତ୍ତା ନେଇ ଶିକ୍ଷା ରଥ ମଧ୍ୟ ବୁଲୁଛି । ସହରର ବିଭିନ୍ନ ସ୍ଥାନରେ ଶୋଭା ପାଇବ ଓଡ଼ିଆ ବର୍ଣ୍ଣବୋଧମାଳା ।

ଫେବୃଆରୀ ୩ରୁ ଅନୁଷ୍ଠିତ ହେବାକୁ ଯାଉଛି ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ । ଯାହା ପାଇଁ ଭୁବନେଶ୍ବରବାସୀଙ୍କ ମଧ୍ୟରେ ଦେଖା ଦେଇଛି ଉତ୍କଣ୍ଠା । ଏହି ସମ୍ମିଳନୀ ପୂର୍ବରୁ ଭୁବନେଶ୍ୱର ଥିବା ବିଭିନ୍ନ ବିଦ୍ୟାଳୟରେ ଆୟୋଜନ କରାଯାଉଛି ବିଭିନ୍ନ ପ୍ରକାରର ପ୍ରତଯୋଗିତା । ଯାହାର ଶୀର୍ଷକ ରହିଛି ‘ଓଡ଼ିଆ ଭାଷାର ପ୍ରାଚୀନତା ଐତିହ୍ୟ ଓ ଅସ୍ମିତା’ । ଯାହାକୁ ଉଦଘାଟନ କରିଛନ୍ତି ଭୁବନେଶ୍ୱର ମେୟର ସୁଲୋଚନା ଦାସ । ଏନେଇ ଆଜି ୟୁନିଟ୍-୧ ବାଳକ ବିଦ୍ୟାଳୟରେ ଅନ୍ୟାନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ପ୍ରବନ୍ଧ ଓ ରଚନାର ପ୍ରତିଯୋଗିତା ହୋଇଯାଇଛି । ଏହାସହ ଆଜି ଏକ ଶିକ୍ଷା ରଥ ମଧ୍ୟ ଗଡିଥିଲା। ଏହି ଶିକ୍ଷା ରଥ ବିଏମସିର ବିଭିନ୍ନ ବସ୍ତିରେ ବୁଲି ଶିକ୍ଷା କ୍ଷେତ୍ରରେ ଓଡ଼ିଆ ଭାଷାର ପ୍ରାଧାନ୍ୟତାକୁ ନେଇ ସଚେତନତ କରିବ। ଆମେ ପଢିବୁ, ଗଢ଼ିବୁ ଆଉ ଶ୍ରେଷ୍ଠ ହେବୁ ବାର୍ତ୍ତା ନେଇ ପାଠରୁ ବିଚ୍ୟୁତ ହେଉଥିବା ଡ୍ରପଆଉଟ ଛାତ୍ରଛାତ୍ରୀଙ୍କୁ ସଚେତନ କରାଇବ ବୋଲି କହିହନ୍ତି ଭୁବନେଶ୍ୱର ମେୟର। ତେବେ ଏହି ରଥ ସହର ସାରା ବୁଲିବା ସହ ଲୋକଙ୍କୁ ଓଡ଼ିଆ ଭାଷାର ପ୍ରଚାର ପ୍ରସାର ଦିଗରେ ମଧ୍ୟ ସଚେତନତା କରାଇବ।

ଏହା ମଧ୍ୟ ପଢ଼ନ୍ତୁ.... ଫେବୃଆରୀ ୩ରୁ ଏକାମ୍ର ଉତ୍ସବ

ସେହିପରି ଭୁବନେଶ୍ୱରର ସ୍କୁଲ ଗୁଡିକରେ ଭାଷା ସାହିତ୍ୟକୁ ନେଇ ବିଭିନ୍ନ ପ୍ରତିଯୋଗିତା କରାଯିବ । ସହରର ବିଭିନ୍ନ ସ୍ଥାନରେ ଶୋଭା ପାଇବ ଓଡ଼ିଆ ବର୍ଣ୍ଣବୋଧମାଳା । ଅ ଆ ଇ ଈ କାର୍ଯ୍ୟକ୍ରମ ମାଧ୍ୟମରେ ସଜେଇ ହେବ ସହର । ଅକ୍ଷର ଥିମରେ ସହରର ଅଧିକାଂଶ ସ୍ଥାନ ସଜେଇ ହେଇଛି । ଏହି ସମୟରେ ଭାଷାକୁ ନେଇ ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ କରାଯିବ । ଯେଉଁଥିରେ ଗଳ୍ପ ଗୀତ, ଭାଷା ସାହିତ୍ୟ ଓ ବିଜ୍ଞାନର ଗବେଷକ ମାନେ ଉପସ୍ଥିତ ରହିବେ ।

ତେବେ ଏନେଇ ମେୟର କହିଛନ୍ତି, ‘‘ ଓଡ଼ିଆ ଭାଷାର ପ୍ରାଚୀନତା ଅସ୍ମିତା ଓ ଉପଦେୟତାକୁ ବିଶ୍ୱରେ ପହଞ୍ଚାଇବା । ଏହାର ସମୃଦ୍ଧ ଦିଗରେ ଓଡ଼ିଆଙ୍କ ଭିତରେ ପ୍ରୀତି ଜାଗ୍ରତ କରିବା ସହ ଓଡ଼ିଆ ଭାଷାର ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ଏହି ଭାଷା ସମ୍ମିଳନୀ କରାଯାଉଛି । ପ୍ରଥମ ଥର ବିଶ୍ୱସ୍ତରୀୟ ଏଭଳି ଭାଷା ସମ୍ମିଳନକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ । ଆସନ୍ତୁ ସମସ୍ତେ ମିଶି ଆମ ଭାଷା ପ୍ରତିଥିବା ଆମ ପ୍ରେମକୁ ବାଖ୍ୟା କରି ମାତୃ ଭାଷାର ସମ୍ମାନକୁ ସବୁବେଳେ ଉଚ୍ଚରେ ରଖିବା ।’’

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.