ETV Bharat / state

ସରକାର-ବ୍ୟବସାୟୀ ଆଲୋଚନା; ଖୁବଶୀଘ୍ର ଭୁବନେଶ୍ବର ଓ କଟକରେ ହେବ ମଣ୍ଡି ସୁବିଧା - Government discuss with Traders

author img

By ETV Bharat Odisha Team

Published : Jul 15, 2024, 10:26 PM IST

Government discuss with Traders: ପନିପରିବାର ଅହେତୁକ ଦରବୃଦ୍ଧି ରୋକିବାକୁ ରାଜ୍ୟ ସରକାରଙ୍କ ପ୍ରଚେଷ୍ଟା । ଦରଦାମ ନିୟନ୍ତ୍ରଣ ପାଇଁ ବ୍ୟବସାୟୀ ମହାସଂଘ ସହ ଆଜି ଆଲୋଚନା କରିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଅଧିକ ପଢ଼ନ୍ତୁ

Government discuss with Traders
Government discuss with Traders (ETV Bharat Odisha)

ଭୁବନେଶ୍ବର: ଦରଦାମ ନିୟନ୍ତ୍ରଣ ପାଇଁ ବ୍ୟବସାୟୀ ମହାସଂଘ ସହ ଆଜି ଆଲୋଚନା କରିଛନ୍ତି ରାଜ୍ୟ ସରକାର । ରାଜ୍ୟ ସରକାରଙ୍କ ପକ୍ଷରୁ ଆଲୋଚନା କରିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ । ବୈଠକରେ ବ୍ୟବସାୟୀଙ୍କ କଥା ଶୁଣିବା ସହ ମିଳିଥିବା ପ୍ରସ୍ତାବକୁ ଶୀଘ୍ର କାର୍ଯ୍ୟକାରୀ ହେବା ନେଇ ଆଶ୍ବାସନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । କୃଷି, ସମବାୟ ଓ ଯୋଗାଣ ବିଭାଗର ସମନ୍ବୟରେ ବୈଠକ ଡାକି ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

ବ୍ୟବସାୟୀଙ୍କ ସହ ବୈଠକ ପରେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, "ଦରଦାମ ବୃଦ୍ଧି ନେଇ ରାଜ୍ୟର ବ୍ୟବସାୟୀଙ୍କ ସହ ବିସ୍ତୃତ ଭାବେ ଆଲୋଚନା ହୋଇଛି । ଦରଦାମ ବଢ଼ିବାରେ ବିଭିନ୍ନ ଦିଗ ରହିଛି । ବିଭିନ୍ନ ସ୍ଥାନରେ ଭିତ୍ତିଭୂମିର ଅଭାବ ସହ ମଣ୍ଡିର ସୁବିଧା ନାହିଁ । ଯେଉଁଠି ଆବଶ୍ୟକ ସେଠି ତୁରନ୍ତ ମଣ୍ଡି କାର୍ଯ୍ୟକାରୀ କରିବାକୁ ପ୍ରତିଶ୍ରୁତି ଦେଇଛୁ । ବିଶେଷ କରି ଭୁବନେଶ୍ବର ଓ କଟକରେ ଖୁବଶୀଘ୍ର ମଣ୍ଡି ଖୋଲିବା ଲାଗି ଆମେ ପ୍ରତିଶ୍ରୁତି ଦେଇଛୁ । ଉଚିତ ମୂଲ୍ୟରେ ପରିବା ବିକ୍ରୟ ପାଇଁ ରାଜ୍ୟର ସବୁ ଜିଲ୍ଲାରେ ଗୋଟେ ଗୋଟେ ମଣ୍ଡି ଖୋଲିବ । ମଣ୍ଡିରୁ ପରିବା ବିକ୍ରି ହେଲେ ଲୋକେ ତାହାର ସଠିକ ଦାମ ଜାଣିପାରିବେ । କେହି କାହାକୁ ଠକି ପାରିବେ ନାହିଁ ।"

ମନ୍ତ୍ରୀ ଆହୁରି କହିଛନ୍ତି, "ବ୍ୟବସାୟୀ ବନ୍ଧୁ ସୂଚନା ଦେଇଛନ୍ତି ଯେ, ପାଇକାରୀ ଦର କମ ଥିଲେ ମଧ୍ୟ ଚାରି ଥାକିଆ ବେପାର ଯୋଗୁଁ ବଢୁଛି ପରିବା ଦର । ପୋଟଳ, ଭେଣ୍ଡି, ଝୁଡଙ୍ଗ ଦର 20ରୁ 30 ଟଙ୍କା ଥିବାବେଳେ ଚାରି ଥାକିଆ ବେପାର ବ୍ୟବସ୍ଥା ଯୋଗୁଁ ଏହାକୁ ଖାଉଟି 50ରୁ 70 ଟଙ୍କାରେ ପାଉଛି । ଏହା ଉପରେ ମଧ୍ୟ ନୀତି ନିର୍ଦ୍ଧାରଣ ହେବ । ପ୍ରତ୍ୟେକ ଦୋକାନୀ କିଭଳି ଦାମ ତାଲିକା ରଖିବ ସେନେଇ ମଧ୍ୟ ବିଚାର କରିବୁ । ମଣ୍ଡି ବ୍ୟବସ୍ଥା ହେଲେ ମିଡିଲ ମ୍ୟାନଙ୍କ ଭୂମିକା ଆଉ ରହିବ ନାହିଁ । କୃଷି ଉପରେ ଆଉ ଟିକେ ଅଧିକ ଧ୍ୟାନ ଦେବାକୁ ବ୍ୟବସାୟୀ ବନ୍ଧୁ ଅନୁରୋଧ କରିଛନ୍ତି । କୃଷି, ସମବାୟ ଓ ଯୋଗାଣ ବିଭାଗର ସମନ୍ବୟରେ ଖୁବଶୀଘ୍ର ଏନେଇ ବୈଠକ ବସିବ । 137 ଲକ୍ଷ ଟନ କୃଷି ଉତ୍ପାଦକୁ 200 ଲକ୍ଷ ଟନ କରିବାକୁ ଲକ୍ଷ୍ୟ ରଖାଯାଇଛି ।"

ରାଜ୍ୟରେ ଅଦିନିଆ ଆଳୁ ଓ ପିଆଜ ଦର ବଢିଯାଉଛି । ଏନେଇ ମଧ୍ୟ ବ୍ୟବସାୟୀଙ୍କ ସହିତ ଆଲୋଚନା କରାଯାଇଛି । ରାଜ୍ୟରେ ଆଳୁ ଓ ପିଆଜ ଚାଷ ଲାଗି କୃଷକଙ୍କୁ ପ୍ରୋତ୍ସାହିତ କରିବାକୁ ପଡିବ । ଜଳ ବ୍ୟବସ୍ଥା ସହ ପାଣିପାଗ ଆଳୁ ଓ ପିଆଜ ଚାଷ ଉପଯୋଗୀ ମଧ୍ୟ ରହିଛି । ଚାଷୀଙ୍କ ଭୟ ଦୂର କରି ପ୍ରୋତ୍ସାହନ ଯୋଗାଇବାକୁ ସମନ୍ବୟ ବୈଠକରେ ବ୍ୟବସ୍ଥା କରିବୁ ବୋଲି କହିଛନ୍ତି ମନ୍ତ୍ରୀ । ବିଭିନ୍ନ ସ୍ଥାନରେ ଶୀତଳ ଭଣ୍ଡାର କରିବା ଲାଗି ପଦକ୍ଷେପ ମଧ୍ୟ ନିଆଯିବ । ଏଥିପାଇଁ ଯୋଜନା ରହିଛି । ସେହିପରି ମନ୍ତ୍ରୀ କହିଛନ୍ତି, "ଆମେ ବ୍ୟବସାୟୀଙ୍କୁ କିଛି ନିର୍ଦ୍ଦେଶ ଓ ଅନୁରୋଧ କରିଛୁ । ଅଯଥାରେ ଦରଦାମ ନବଢ଼େଇବାକୁ ବ୍ୟବସାୟୀଙ୍କୁ ଅନୁରୋଧ କରିଛୁ । ସେହିପରି ବିଭିନ୍ନ ସ୍ଥାନରେ ତନଖି ଜାରି ରହିଛି ।"

ଓଡିଶା ବ୍ୟବସାୟୀ ମହାସଂଘର ସଭାପତି ସୁଧାକର ପଣ୍ଡା କହିଛନ୍ତି, "ବର୍ତ୍ତମାନର ଦରଦାମ ବୃଦ୍ଧିଠାରୁ ଅଧିକ ଭବିଷ୍ୟତରେ କୃଷି ଉତ୍ପାଦନ ବୃଦ୍ଧି ନେଇ ଆଲୋଚନା ହୋଇଛି । ନିତିଦିନିଆ ଜିନିଷ କିପରି ଲୋକଙ୍କ ପାଖରେ ସହଜ ଓ ସୁଲଭ ମୂଲ୍ୟରେ ପହଞ୍ଚିବ ସେନେଇ ମନ୍ତ୍ରୀ ଆଲୋଚନା କରିଛନ୍ତି । ଆମେ ବିଭିନ୍ନ ପ୍ରସ୍ତାବ ଦେଇଛୁ । କୃଷି ଉତ୍ପାଦନ ବୃଦ୍ଧି କରିବା ଲାଗି ଆମେ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଦେଇଛୁ । ବିଭିନ୍ନ ପ୍ରସ୍ତାବକୁ ବିଚାର କରି ସରକାର ପଦକ୍ଷେପ ନେବେ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ସେହିପରି ପ୍ରତ୍ୟେକ 3 ମାସରେ ବୈଠକ ବସି ପୂର୍ବ ବୈଠକର ପ୍ରସ୍ତାବ କେତେ କାର୍ଯ୍ୟକାରୀ ହୋଇଛି ତାହାର ତଦାରଖ ହେବ । ଅନ୍ୟ ରାଜ୍ୟ ତୁଳନାରେ ଓଡିଶାର ମଣ୍ଡି ବ୍ୟବସ୍ଥା ଅତି ଦୁର୍ବଳ । ମଣ୍ଡି ଠିକ ହେଲେ ଗ୍ରାହକ ଓ କୃଷକ ଉଭୟେ ଲାଭ ପାଇବେ । ସରକାର ମଧ୍ୟ ଅଧିକ ରାଜସ୍ବ ପାଇବେ । କ୍ଲଷ୍ଟର ବେଶ ଚାଷ ପାଇଁ ସରକାରଙ୍କୁ ଆମେ ପ୍ରସ୍ତାବ ଦେଇଛୁ ।"

ଛତ୍ର ବଜାର ବ୍ୟବସାୟୀ ସଂଘର ସମ୍ପାଦକ ଦେବେନ୍ଦ୍ର ନାଥ ସାହୁ କହିଛନ୍ତି, "ଆଳୁ, ପିଆଜ ଓ ପରିବା ଦର ବଢିଛି । ଆଳୁ ପଶ୍ଚିମବଙ୍ଗରୁ ଆସୁଛି । ପିଆଜ ନାସିକ ଓ ଆନ୍ଧ୍ରରୁ ଆସୁଛି । ଆଗରୁ ପିଆଜ ଅନୁଗୋଳରେ ହେଉଥିଲା, ଏବେ ସେଠି ହେଉନାହିଁ । ଏବେ ଟିଟିଲାଗଡ଼ରେ ପିଆଜ ହେଉଛି । କିନ୍ତୁ ଟିଟିଲାଗଡ଼ରେ ଉପଯୁକ୍ତ ଓ ଆବଶ୍ୟକତା ପରିମାଣରେ ହେଉନାହିଁ । ଟମାଟୋ ଆନ୍ଧ୍ର ଓ ନାସିକରୁ ଆଣୁଛୁ । ପରିବା ପଶ୍ଚିମବଙ୍ଗ, ଆନ୍ଧ୍ର, ବିହାର, ବାଙ୍ଗାଲୁରୁ ଓ ରାୟପୁରରୁ ଆସୁଛି । ଫସଲ ବାହାରୁ ଆସିଲେ ଅଧିକ ଦର ହେଉଛି । ଯେତେବେଳେ ଆମର ଜିନିଷ ଆସୁଛି ଦାମ କମିଯାଉଛି । ଚାଷୀ କ୍ଷତିରେ ପଡୁଛି ।"

ଏହା ମଧ୍ୟ ପଢ଼ନ୍ତୁ...ମନ୍ତ୍ରୀଙ୍କୁ ବାଧୁନି ପରିବା ଦର ! ଦେଲେ ଏମିତି ବୟାନ - Minister On Vegetable Price Hike

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.