ETV Bharat / state

ସୋମବାର ପଡିବ ଭୋଟ: 280 ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ 62.87 ଲକ୍ଷ ଭୋଟର - Odisha First Phase Voting 2024 - ODISHA FIRST PHASE VOTING 2024

Odisha First Phase Voting 2024: ଆଉ 2ଦିନ ପରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ । ଶୃଙ୍ଖଳିତ ମତଦାନ ପାଇଁ ସମସ୍ତ ବ୍ୟବସ୍ଥା ହୋଇଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ । ଅଧିକ ପଢନ୍ତୁ

ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ
ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ (ଫଟୋ- ଇଟିଭି ଭାରତ ଓଡ଼ିଶା)
author img

By ETV Bharat Odisha Team

Published : May 11, 2024, 3:49 PM IST

Updated : May 11, 2024, 4:22 PM IST

ଶୃଙ୍ଖଳିତ ମତଦାନ ପାଇଁ ହୋଇଛି ସମସ୍ତ ବ୍ୟବସ୍ଥା (ଇଟିଭି ଭାରତ ଓଡ଼ିଶା)

ଭୁବନେଶ୍ବର: ଦେଶର ଚତୁର୍ଥ ପର୍ଯ୍ୟାୟ ଅର୍ଥାତ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ ଆସନ୍ତା ୧୩ ତାରିଖରେ ଅନୁଷ୍ଠିତ ହେବ । ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ସଂସଦୀୟ ନିର୍ବାଚନ କ୍ଷେତ୍ର ଓ ଏହା ଅନ୍ତର୍ଗତ ୨୮ଟି ବିଧାନସଭା ନିର୍ବାଚନ କ୍ଷେତ୍ରରେ ମତଦାନ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ମତଦାନ ସମ୍ପର୍କରେ ଆଜି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ।

ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ
ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ (ଇଟିଭି ଭାରତ ଓଡ଼ିଶା)

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କ ସୂଚନା ଅନୁସାରେ ୪ ସଂସଦୀୟ କ୍ଷେତ୍ର ଅଧିନରେ ୬୨,୮୭,୨୨୨ ଜଣ ମତଦାତା ମତାଧିକାର ସାବ୍ୟସ୍ତ କରିବେ । ଏମାନଙ୍କ ମଧ୍ୟରେ ୩୦,୯୭,୫୨୭ ପୁରୁଷ, ୩୧,୮୯,୦୬୦ ମହିଳା ଓ ୬୩୫ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି । ମତଦାତା ଲିଙ୍ଗ ଅନୁପାତ ୧୦୩୦ ରହିଛି । ପୁରୁଷ ଭୋଟରଙ୍କ ଅପେକ୍ଷା ମହିଳା ଭୋଟରଙ୍କ ସଂଖ୍ୟା ଅଧିକ ରହିଛି । ଏମାନଙ୍କ ମଧ୍ୟରେ ୧,୭୫,୧୩୪ ଜଣ ୧୮-୧୯ ବର୍ଷ ବୟସର ପ୍ରଥମ ଥର ମତଦାତା, ୨୦-୨୯ ବର୍ଷ ବୟସର ୧୪,୬୮,୫୦୪ ଜଣ ଯୁବ ମତଦାତା ରହିଛନ୍ତି । ଏହି ପର୍ଯ୍ୟାୟରେ ମୋଟ ୭୨୮୯ଟି ମତଦାନ କେନ୍ଦ୍ର ଓ ୧୪ଟି ଅତିରିକ୍ତ ମତଦାନ କେନ୍ଦ୍ର ରହିଛି । ପରିସୀମା ଭାବରେ ଏହି ପର୍ଯ୍ୟାୟରେ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ସବୁଠୁ ସାନ ଓ କୋରାପୁଟ ସବୁଠାରୁ ବଡ଼ ସଂସଦୀୟ କ୍ଷେତ୍ର ।

ବିଧାନସଭା କ୍ଷେତ୍ରମାନଙ୍କ ମଧ୍ୟରେ ବ୍ରହ୍ମପୁର ସବୁଠାରୁ ସାନ ଓ ମାନକାନଗିରି ସବୁଠାରୁ ବଡ଼ କ୍ଷେତ୍ର ଅଟେ । ମତଦାତା ସଂଖ୍ୟା ହିସାବରେ କୋରାପୁଟ ସଂସଦୀୟ କ୍ଷେତ୍ରରେ ସର୍ବନିମ୍ନ ୧୪୮୦୯୨୨ ଜଣ ମତଦାତା ଓ କଳାହାଣ୍ଡି ସଂସଦୀୟ କ୍ଷେତ୍ରରେ ସର୍ବାଧିକ ୧୭,୦୦,୭୮୦ ଜଣ ମତଦାତା ରହିଛନ୍ତି । ବିଧାନସଭା କ୍ଷେତ୍ରଗୁଡ଼ିକ ମଧ୍ୟରେ ଲକ୍ଷ୍ମୀପୁରରେ ସର୍ବନିମ୍ନ ୧,୭୩,୭୨୧ ଜଣ ଓ ଧର୍ମଗଡ଼ରେ ସର୍ବାଧିକ ୨,୬୧,୭୦୮ ଜଣ ମତଦାତା ରହିଛନ୍ତି । ଏହି ଚତୁର୍ଥ ପର୍ଯ୍ୟାୟରେ ସାମଗ୍ରିକ ଭାବରେ ୩୯,୯୯୫ ଜଣ ୮୫ ବର୍ଷରୁ ଊର୍ଦ୍ଧ୍ବ ମତଦାତା, ୧୨୯୪ ଜଣ ୧୦୦ ବର୍ଷ ବୟସରୁ ଊର୍ଦ୍ଧ୍ବ ମତଦାତା, ୩୧ଜଣ ପ୍ରବାସୀ ମତଦାତା ଓ ୬୨୯୬ ଜଣ ସର୍ଭିସ ଭୋଟର ରହିଛନ୍ତି ।

ଚତୁର୍ଥ ପର୍ଯ୍ୟାୟରେ ଅତିରିକ୍ତ ମତଦାନ କେନ୍ଦ୍ରକୁ ମିଶାଇ ରହିଥିବା ୭୩୦୩ ମତଦାନ କେନ୍ଦ୍ର ମଧ୍ୟରୁ ୭୪୮ଟି ସହରାଞ୍ଚଳ ଓ ୬୫୫୫ଟି ଗ୍ରାମାଞ୍ଚଳରେ ରହିଛି । ଏହା ମଧ୍ୟରେ ‘ସଂପୂର୍ଣ୍ଣ ରୂପେ ମହିଳା କର୍ମଚାରୀ ପରିଚାଳିତ ମତଦାନ କେନ୍ଦ୍ର’, ‘ସଂପୂର୍ଣ୍ଣ ରୂପେ ଭିନ୍ନକ୍ଷମ କର୍ମଚାରୀ ପରିଚାଳିତ ମତଦାନ କେନ୍ଦ୍ର’ ଏବଂ ‘ସଂପୂର୍ଣ୍ଣ ରୂପେ ଯୁବ କର୍ମଚାରୀଙ୍କ ଦ୍ବାରା ପରିଚାଳିତ ମତଦାନ କେନ୍ଦ୍ର’ ରହିଛି । ଏହି ପର୍ଯ୍ୟାୟରେ ମୋଟ ୬୬୨ଟି ଆଦର୍ଶ ମତଦାନ କେନ୍ଦ୍ର ରହିଛି । ଏହି ପର୍ଯ୍ୟାୟରେ ପ୍ରାୟ ୫୩୦୦୦ ଜଣ ପୋଲିଂ କର୍ମଚାରୀ ନିୟୋଜିତ ହୋଇଛନ୍ତି । ସର୍ବମୋଟ ୭୩୦୩ଟି ବୁଥମଧ୍ୟରୁ ପ୍ରାୟ ୬୦ ପ୍ରତିଶତ ବୁଥ୍‌ରେ ୱେବକାଷ୍ଟିଂ କରାଯିବ ।

ମୋଟ ପ୍ରାର୍ଥୀ ସଂଖ୍ୟା:- କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ପାଇଁ ମୋଟ ୩୭ ଜଣ ପ୍ରାର୍ଥୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ପୁରୁଷ ୩୦ ଓ ମହିଳା ୭ ଜଣ ଅଛନ୍ତି । ଏହି ସଂସଦୀୟ କ୍ଷେତ୍ରଗୁଡ଼ିକ ଅନ୍ତର୍ଗତ ୨୮ଟି ବିଧାନସଭା କ୍ଷେତ୍ର ପାଇଁ ମୋଟ ୨୪୩ ଜଣ ପ୍ରାର୍ଥୀ ରହିଛନ୍ତି । ପୁରୁଷ ୨୧୪ ଓ ମହିଳା ୨୯ ପ୍ରାର୍ଥୀ ରହିଛନ୍ତି । କୋରାପୁଟ, କଳାହାଣ୍ଡି ଓ ବ୍ରହ୍ମପୁର ସଂସଦୀୟ କ୍ଷେତ୍ର ପାଇଁ ୧୧ ଜଣ ଲେଖାଏଁ ପ୍ରାର୍ଥୀ ଏବଂ ନବରଙ୍ଗପୁରରେ ୪ ଜଣ ପ୍ରାର୍ଥୀ ରହିଛନ୍ତି । ଝରିଗାଁ, ନବରଙ୍ଗପୁର ଓ ଡେବୁଗାଁ ପାଇଁ ସର୍ବନିମ୍ନ ୩ ଜଣ ଲେଖାଏଁ ପ୍ରାର୍ଥୀ ରହିଛନ୍ତି । ବ୍ରହ୍ମପୁର ବିଧାନସଭା କ୍ଷେତ୍ର ପାଇଁ ସର୍ବାଧିକ ୧୭ ପ୍ରାର୍ଥୀ ରହିଛନ୍ତି ।

ଇଭିଏମ୍‌ ଓ ଭିଭିପାଟ:- ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ସଂସଦୀୟ କ୍ଷେତ୍ର ପାଇଁ ମୋଟ ୯୧୫୫ଟି ବାଲାଟ ୟୁନିଟ, ୯୫୦୭ଟି କଣ୍ଟ୍ରୋଲ ୟୁନିଟ ଓ ୯୯୮୮ଟି ଭିଭିପାଟ କମିଶନ ହୋଇଛି । ବିଧାନସଭା କ୍ଷେତ୍ର ମତଦାନ ପାଇଁ ୯୩୮୪ଟି ବାଲାଟ ୟୁନିଟ, ୯୫୩୨ଟି କଣ୍ଟ୍ରୋଲ ୟୁନିଟ ଓ ୯୯୫୭ଟି ଭିଭିପାଟ୍‌ କମିଶନ ହୋଇଛି ।

ମୋଟ ବାଲାଟ ୟୁନିଟ ୧୮୫୩୯
ମୋଟ କଣ୍ଟ୍ରୋଲ ୟୁନିଟ୧୯୦୩୯
ମୋଟ ଭିଭିପାଟ ୟୁନିଟ୧୯୯୪୫

ସୁରକ୍ଷା ବ୍ୟବସ୍ଥା :- ସୁରକ୍ଷିତ ପରିବେଶ ମଧ୍ୟରେ ମତଦାନ ପାଇଁ ସୁରକ୍ଷା ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ବ ଦିଆଯାଇଛି । ୧୦୪ କମ୍ପାନୀ ସେଣ୍ଟ୍ରାଲ ଆର୍ମଡ଼ ପୋଲିସ ଫୋର୍ସ(ସିଏପିଏଫ) ନିୟୋଜିତ ହୋଇଛନ୍ତି । ସେଥିରେ ସିଆରପିଏଫ ୩୧ କମ୍ପାନୀ, ବିଏସଏଫ ୩୯ କମ୍ପାନୀ, ସିଆଇଏସଏଫ ୬ କମ୍ପାନୀ, ଆଇଟିବିପି ୧ କମ୍ପାନୀ, ସେହିପରି ଅନ୍ୟ ରାଜ୍ୟରୁ ଆସିଛନ୍ତି ୨୭ କମ୍ପାନୀ । ସେହିପରି ଷ୍ଟେଟ ଆର୍ମଡ଼ ପୋଲିସ ଫୋର୍ସ ଓ ଜିଲ୍ଲା ପୋଲିସ ମଧ୍ୟ ନିୟୋଜିତ ଅଛନ୍ତି ।

ଅଂଶୁଘାତ ମୁକାବିଲା ପାଇଁ ସ୍ବତନ୍ତ୍ର ପଦକ୍ଷେପ: ନିର୍ବାଚନ ଦିନ ପାଣିପାଗ ଅନୁକୂଳ ରହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛନ୍ତି । ତେଣୁ ପ୍ରତିଟି ପୋଲିଂ ଷ୍ଟେସନରେ ଆଶାକର୍ମୀ ନିୟୋଜିତ ହୋଇଛନ୍ତି । ଅଂଶୁଘାତର ଜରୁରୀ ଚିକିତ୍ସା ପାଇଁ ଆଶୁ ଚିକିତ୍ସା ବ୍ୟବସ୍ଥା, ଓଆରଏସ ବ୍ୟବସ୍ଥା ହୋଇଛି । ପ୍ରତିଟି ସେକ୍ଟର ଅଫିସରଙ୍କ ସହ ଜଣେ ପାରା-ମେଡିକାଲ ଷ୍ଟାଫ ଜରୁରୀ ଔଷଧପତ୍ର ସହିତ ରହିବେ । ଜରୁରୀ ସ୍ବାସ୍ଥ୍ୟ ସେବା ପାଇଁ ମୋବାଇଲ ହେଲଥ ୟୁନିଟ ଅଛନ୍ତି । ଅଂଶୁଘାତ ୱାର୍ଡ ସ୍ଥାପନ କରାଯାଇଛି ।

ବୁଥରେ ବ୍ୟବସ୍ଥା:- ବରିଷ୍ଠ ଭୋଟର ଓ ଭିନ୍ନକ୍ଷମ ଭୋଟରଙ୍କ ସହାୟତା ପାଇଁ ସ୍ବେଚ୍ଛାସେବୀ ରହିବେ । ସେମାନଙ୍କ ପାଇଁ ବସିବା ବ୍ୟବସ୍ଥା କରାଯାଇଛି । ଭୋଟରଙ୍କ ପାଇଁ ପୋଲିଂ ବୁଥରେ ପାନୀୟ ଜଳ, ଶୌଚାଳୟ ସୁବିଧା କରାଯାଇଛି । ବରିଷ୍ଠ ନାଗରିକ ଓ ଭିନ୍ନକ୍ଷମଙ୍କ ପାଇଁ ଘରୁ ବୁଥକୁ ଓ ବୁଥରୁ ଆଣି ଘରେ ଛାଡ଼ିବା ପାଇଁ ଯାନର ବ୍ୟବସ୍ଥା କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : May 11, 2024, 4:22 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.