ETV Bharat / state

ଝିଅର ମାଟ୍ରିକ ପରୀକ୍ଷା ପାଇଁ ୬ ମାସ ଛୁଟିରେ ଗଲେ ସୁଜାତା କାର୍ତ୍ତିକେୟନ - Sujata Karthikeyan on Leave

author img

By ETV Bharat Odisha Team

Published : Jun 7, 2024, 7:13 PM IST

Sujata Karthikeyan on Leave: ୬ ମାସ ପାଇଁ ଛୁଟିରେ ଯାଇଛନ୍ତି ବରିଷ୍ଠ ଆଇଏଏସ୍‌ ଅଧିକାରୀ ସୁଜାତା ଆର୍‌ କାର୍ତ୍ତିକେୟନ । ଜୁନ୍‌ରୁ ନଭେମ୍ବର ଯାଏଁ ଛୁଟିରେ ରହିବେ ସୁଜାତା । ନିର୍ବାଚନ ଫଳାଫଳ ଆସିବା ପରଠାରୁ ପାଣ୍ଡିଆନ ରାଜ୍ୟ ବାହାରେ ରହିଥିବାବେଳେ ତାଙ୍କ ପତ୍ନୀ ସୁଜାତା ଛୁଟିରେ ଯିବାକୁ ନେଇ ଆରମ୍ଭ ହୋଇଛି ଭିନ୍ନ ଚର୍ଚ୍ଚା । ଅଧିକ ପଢ଼ନ୍ତୁ

Sujata Karthikeyan on Leave
Sujata Karthikeyan on Leave (ETV Bharat Odisha)

ଭୁବନେଶ୍ବର: ୬ ମାସ ପାଇଁ ଛୁଟିରେ ଯାଇଛନ୍ତି ରାଜ୍ୟ ସରକାରଙ୍କ ବରିଷ୍ଠ ଆଇଏଏସ୍‌ ଅଧିକାରୀ ସୁଜାତା ଆର୍‌ କାର୍ତ୍ତିକେୟନ । ଜୁନ୍‌ରୁ ନଭେମ୍ବର ଯାଏଁ ଛୁଟିରେ ରହିବେ ସୁଜାତା । ଝିଅର ଦଶମ ପରୀକ୍ଷା ପ୍ରସ୍ତୁତି ପାଇଁ 'ଚାଇଲ୍ଡ କେୟାର ଲିଭ୍‌' ନେଇଛନ୍ତି ସୁଜାତା । ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ଅଛନ୍ତି ସୁଜାତା । ସରକାରୀ କଳ ଓ କ୍ଷମତାର ଦୁରୂପଯୋଗ ଅଭିଯୋଗରେ ନିକଟରେ ତାଙ୍କୁ ମିଶନ ଶକ୍ତି ସଚିବ ପଦରୁ ହଟେଇଥିଲେ ନିର୍ବାଚନ ଅୟୋଗ ।

ପ୍ରଶାସକରୁ ନେତା ହୋଇଥିବା ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ପତ୍ନୀ ତଥା ପୂର୍ବତନ ମିଶନ ଶକ୍ତି ସଚିବ ସୁଜାତା ଆର୍‌ କାର୍ତ୍ତିକେୟନ ପାଣ୍ଡିଆନଙ୍କୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ଗତ କିଛିଦିନ ପୂର୍ବରୁ ନିର୍ବାଚନ ଆୟୋଗଙ୍କ ଦ୍ଵାରା କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇଥିବା ସୁଜାତା ହଠାତ ଛୁଟିରେ ଯାଇଛନ୍ତି । ସୁଜାତା ୬ ମାସ ଲାଗି କରିଥିବା ଛୁଟି ଆବେଦନ ଗ୍ରହଣ ହୋଇଥିବା ଜଣାପଡିଛି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁସାରେ ସୁଜାତା ୬ ମାସ ଲାଗି ଛୁଟିରେ ଯାଇଛନ୍ତି । ଗତ ମେ' ମାସ ୩୧ ତାରିଖରୁ ଡିସେମ୍ବର ୨୧ ତାରିଖ ପର୍ଯ୍ୟନ୍ତ କରିଥିବା ଛୁଟି ଆବେଦନ ଗ୍ରହଣ ହୋଇଛି । ନାବାଳିକା ଝିଅର ଦଶମ ପରୀକ୍ଷା ପ୍ରସ୍ତୁତି ପାଇଁ ସେ ଛୁଟିରେ ଯାଇଥିବା ବିଜ୍ଞପ୍ତିରେ ଦର୍ଶାଯାଇଛି ।

ସୁଜାତାଙ୍କ ଛୁଟି ଆବେଦନ, ଛୁଟି ଗ୍ରହଣ, ଇସିଆଇଙ୍କ ଆକ୍ସନ ଓ ସାଧାରଣ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତିରେ ଦ୍ଵନ୍ଦ୍ବ ସୃଷ୍ଟି କରୁଛି । ସୁଜାତା ଛୁଟିରେ ଯିବା ପଛରେ ଅନେକ ସନ୍ଦେହ ସୃଷ୍ଟି ହୋଇଛି । ବିଜ୍ଞପ୍ତି ଅନୁସାରେ ସେ ମେ' ମାସ ୩୧ ତାରିଖରୁ ଡିସେମ୍ବର ୨୧ ତାରିଖ ପର୍ଯ୍ୟନ୍ତ ଛୁଟିରେ ଯିବାକୁ ଆବେଦନ କରିଥିଲେ । ଯଦି ସେ ଗତ ମେ' ମାସରେ ଛୁଟି ଆବେଦନ କଲେ, ତେବେ ସେ ଛୁଟିରେ ଯିବା ପରେ କାହିଁକି ସାଧାରଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଲା ? ସରକାରୀ କଳ ଓ କ୍ଷମତାର ଦୁରୂପଯୋଗ କରି ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାଙ୍କୁ ବିଜେଡି ସପକ୍ଷରେ ଭୋଟ ଦେବା ପାଇଁ ସୁଜାତା ଚାପ ପକାଉଥିବା ବିଜେପି ମେ' ୨୯ ତାରିଖରେ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିଥିଲା । ଏହାପରେ ସୁଜାତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିଲେ ନିର୍ବାଚନ ଆୟୋଗ । ସର୍ବସାଧାରଣଙ୍କ ସହ ଜଡ଼ିତ ନଥିବା ବିଭାଗକୁ ବଦଳି କରିବାକୁ ଜାତୀୟ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...କୁଆଡେ ଗଲେ ପାଣ୍ଡିଆନ ? ଠିକଣା କହିଲା ବିଜେଡି - Sasmit Patra On Vk Pandian Absence

ରାଜ୍ୟ ସରକାରଙ୍କ ପକ୍ଷରୁ ତାଙ୍କୁ ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ଭାବେ ବଦଳି କରାଯାଇଥିଲା । ତେବେ ସେ ଅର୍ଥ ବିଭାଗରେ ଯୋଗ ନଦେଇ ଛୁଟି ଆବେଦନ କରିଥିଲେ । ୨୯ ତାରିଖ ପର୍ଯ୍ୟନ୍ତ ମିଶନ ଶକ୍ତି ବିଭାଗ ଦାୟିତ୍ବରେ ଥିବା ସୁଜାତା ୩୧ ତାରିଖରେ ଝିଅ ପରୀକ୍ଷା ପ୍ରସ୍ତୁତି ଲାଗି ଛୁଟି ଆବେଦନ କରିଛନ୍ତି ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ସୁଜାତା ହଠାତ ଛୁଟିରେ ଯିବା ପଛର କାରଣ ଝିଅର ପରୀକ୍ଷା ନୁହେଁ ଅନ୍ୟ କିଛି ରହିଛି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.