ETV Bharat / state

ଆସିବ ନୂଆ ସରକାରଙ୍କ ବଜେଟ; ପ୍ରସ୍ତାବ ମାଗିଲା ଅର୍ଥ ବିଭାଗ - State Budget

author img

By ETV Bharat Odisha Team

Published : Jun 27, 2024, 3:55 PM IST

State Budget 2024-25: ଖୁବଶୀଘ୍ର ବିଧାନସଭାରେ ବଜେଟ ଉପସ୍ଥାପନ କରିବେ ନୂଆ ବିଜେପି ସରକାର । ଏଥିପାଇଁ ଚଳିତ ମାସ ଶେଷ ସୁଦ୍ଧା ପ୍ରସ୍ତାବ ଦାଖଲ କରିବାକୁ ସମସ୍ତ ବିଭାଗକୁ ଅର୍ଥ ବିଭାଗର ନିର୍ଦ୍ଦେଶ । ଅଧିକ ପଢନ୍ତୁ

ଆସିବ ନୂଆ ସରକାରଙ୍କ ବଜେଟ; ପ୍ରସ୍ତାବ ମାଗିଲା ଅର୍ଥ ବିଭାଗ
ଆସିବ ନୂଆ ସରକାରଙ୍କ ବଜେଟ; ପ୍ରସ୍ତାବ ମାଗିଲା ଅର୍ଥ ବିଭାଗ (ETV Bharat Odisha)

ଭୁବନେଶ୍ବର: ନୂଆ ସରକାର ଖୁବଶୀଘ୍ର ବିଧାନସଭାରେ ପ୍ରଥମ ବାର୍ଷିକ ବଜେଟ ଉପସ୍ଥାପନ କରିବେ । ଅର୍ଥ ବିଭାଗ ଏଥିପାଇଁ ବିଭିନ୍ନ ବିଭାଗକୁ ପ୍ରସ୍ତାବ ମାଗିଛି । ଜୁନ ମାସ ଶେଷ ସୁଦ୍ଧା ପ୍ରସ୍ତାବ ଦାଖଲ କରିବାକୁ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ ସମସ୍ତ ବିଭାଗକୁ ଚିଠି ଲେଖି ଅନୁରୋଧ କରିଛନ୍ତି । ନୂଆ ସରକାର, ଲୋକଙ୍କ ସରକାର ଏହି ମର୍ମରେ ଆସନ୍ତା ବଜେଟ ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି । ସେଥିପାଇଁ ଲୋକଙ୍କ ମତାମତ ମଧ୍ୟ ଲୋଡ଼ା ଯାଇଛି । ଲୋକଙ୍କ ମତାମତକୁ ଗୁରୁତ୍ୱ ଦେଇ ବଜେଟ ପ୍ରସ୍ତୁତ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି । ଅର୍ଥ ବିଭାଗ ପକ୍ଷରୁ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

2023-24 ବର୍ଷ ପାଇଁ ସଂଶୋଧିତ ଆକଳନ ଏବଂ 2024-25 ପାଇଁ ବଜେଟ ଆକଳନ ପ୍ରସ୍ତୁତି ପାଇଁ ଚଳିତ ମାସ ଶେଷ ସୁଦ୍ଧା ପ୍ରସ୍ତାବ ଦାଖଲ କରିବାକୁ ବିଭାଗ ଚିଠି ଲେଖିଛି । ବିଭାଗର ପ୍ରମୁଖ ଶାସନ ସଚିବ ଏନେଇ ସମସ୍ତ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ ଓ ସଚିବମାନଙ୍କୁ ଚିଠି ଲେଖିଛନ୍ତି । ଚଳିତ ଆର୍ଥିକ ବର୍ଷ ବଜେଟ ପ୍ରସ୍ତୁତି ପାଇଁ 2024 ଜୁନ 30 ତାରିଖ ସୁଦ୍ଧା ଆଭ୍ୟନ୍ତରୀଣ ପରାମର୍ଶ ଶେଷ କରି ଅତିରିକ୍ତ ଆବଶ୍ୟକତା ବା ପରିବର୍ତ୍ତନ ଅନୁରୋଧ ପ୍ରସ୍ତାବ ଦାଖଲ କରିବାକୁ ସମସ୍ତ ବିଭାଗକୁ ଅନୁରୋଧ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: ରାଷ୍ଟ୍ରପତିଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ଓ ୨ ଉପମୁଖ୍ୟମନ୍ତ୍ରୀ - CM Mohan meet President

ସାଧାରଣ ନିର୍ବାଚନ କାରଣରୁ 2024 ଫେବୃଆରୀ 8 ତାରିଖରେ ବିଧାନସଭାରେ ବଜେଟ ଆକଳନ ବା ଭୋଟ ଅନ ଆକାଉଣ୍ଟ 2024-25 ଉପସ୍ଥାପନ କରାଯାଇଥିଲା । ଏହି ଆର୍ଥିକ ବର୍ଷର ପ୍ରଥମ 4 ମାସ ପାଇଁ ବିଦ୍ୟମାନ ପ୍ରତିଷ୍ଠାନ, ଯୋଜନା ଓ ପ୍ରକଳ୍ପରେ ବ୍ୟୟବରାଦ କରିବା ପାଇଁ ଭୋଟ ଅନ ଆକାଉଣ୍ଟ ବଜେଟ ପାରିତ ହୋଇଛି । ନୂତନ ସରକାର ଚଳିତ ଆର୍ଥିକ ବର୍ଷ ପାଇଁ ବାର୍ଷିକ ବଜେଟ ସପ୍ତଦଶ ବିଧାନସଭାର ଆଗାମୀ ଅଧିବେଶନରେ ଉପସ୍ଥାପନ କରିବେ । ଏଥିପାଇଁ ବିଭାଗଗୁଡ଼ିକ ସେମାନଙ୍କ ବଜେଟ ପ୍ରସ୍ତାବ ଗୁଡ଼ିକୁ ପୁନଃପ୍ରାଥମିକତା ଦେବାକୁ ପଡ଼ିବ ।

ପୂର୍ଣ୍ଣାଙ୍ଗ ବଜେଟ ପ୍ରସ୍ତୁତି ଓ ଉପସ୍ଥାପନ ନିମନ୍ତେ ପ୍ରକ୍ରିୟା ଠିକ ସମୟରେ ଶେଷ କରିବା ପାଇଁ ଜୁଲାଇ ପ୍ରାରମ୍ଭରେ ପ୍ରସ୍ତାବ ଗୁଡ଼ିକର ଯାଞ୍ଚ ପାଇଁ ବିଭାଗୀୟ ବିଚାର ବିମର୍ଶ କରାଯିବ । ସଂସଦରେ କେନ୍ଦ୍ରୀୟ ବଜେଟ ଉପସ୍ଥାପନ ହେବା ପରେ ହିଁ ରାଜ୍ୟ ସରକାର ପୂର୍ଣ୍ଣାଙ୍ଗ ବଜେଟ ପ୍ରସ୍ତୁତ କରିବେ । ରାଜ୍ୟ ବଜେଟ ପ୍ରସ୍ତୁତି ପୂର୍ବରୁ କେନ୍ଦ୍ର ଦେଇଥିବା ଆବଣ୍ଟନ ଓ ପାଣ୍ଠିକୁ ବିଚାର କରିବାକୁ ମଧ୍ୟ ପଡ଼ିବ । ଅନ୍ତରୀଣ ବଜେଟରେ ମୋଟ ବ୍ୟୟ ଅଟକଳ 2.55 ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଥିଲା । ଯାହା କି 2023-24 ବର୍ଷ ତୁଳନାରେ ପ୍ରାୟ 11 ପ୍ରତିଶତ ଅଧିକ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.