ETV Bharat / state

ଆସନ୍ତା 3 ଦିନ ଯାଏଁ ପାଗ ଶୁଖିଲା, ୨୨ତାରିଖରୁ ରାଜ୍ୟରେ ହାଲୁକା ବର୍ଷା ସମ୍ଭାବନା - Odisha Weather Update

Weather Update: ରାଜ୍ୟରେ ଧିରେ ଧିରେ ତାପମାତ୍ରାପ ବୃଦ୍ଧି ହେଉଛି । ଗୁରୁଚାପ ବଳୟ ପ୍ରଭାବରେ ବଙ୍ଗୋପସାଗରରୁ ଜଳୀୟ ବାଷ୍ପ ପୂର୍ଣ୍ଣ ଉଷ୍ମ ବାୟୁ ପ୍ରବେଶ କରୁଛି । ତେଣୁ ରାତ୍ରିର ତାପମାତ୍ରା ୨ ରୁ ୪ ଡ଼ିଗ୍ରୀ ସେଲସିୟସ ଅଧିକ ରହୁଛି । ଏହାସହ ଉପକୂଳ ଜିଲ୍ଲାରେ ଘନ କୁହୁଡ଼ି ରହିବାର ସମ୍ଭାବନା ରହିଛି । ଅଧିକ ପଢନ୍ତୁ

Etv Bharat
Etv Bharat
author img

By ETV Bharat Odisha Team

Published : Feb 19, 2024, 10:34 PM IST

ଆସନ୍ତା ତିନି ଦିନ ଯାଏଁ ପାଗ ଶୁଖିଲା , ୨୨ତାରିଖରୁ ରାଜ୍ୟରେ ହାଲୁକା ବର୍ଷା ସମ୍ଭାବନା

ଭୁବନେଶ୍ବର: ଗୁରୁଚାପ ବଳୟ ପ୍ରଭାବରେ ରାଜ୍ୟକୁ ବଙ୍ଗୋପସାଗର ଅଞ୍ଚଳରୁ କ୍ରମାଗତ ଭାବରେ ଜଳୀୟ ବାଷ୍ପ ପୂର୍ଣ୍ଣ ଉଷ୍ମ ବାୟୁ ପ୍ରବେଶ କରୁଛି । ଏହି ଉଷ୍ମ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରଭାବରେ ଉପକୂଳ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ସ୍ୱାଭାବିକ ତୁଳନାରେ ରାତ୍ରି ତାପମାତ୍ରା ୨ରୁ ୪ ଡ଼ିଗ୍ରୀ ସେଲସିୟସ ଯାଏଁ ଅଧିକ ରେକର୍ଡ କରାଯାଇଛି । ବର୍ତ୍ତମାନ ରାଜ୍ୟ ଉପରେ କୌଣସି ନିର୍ଦ୍ଦିଷ୍ଟ ପାଣିପାଗର ପ୍ରଭାବ ନଥିବାରୁ ଆଗାମୀ ୩ ଦିନ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ପୂର୍ବାନୁମାନ କରିଛି ପାଣପାଗ ବିଭାଗ ।

ଏଥିସହ ରାଜ୍ୟରେ ଗୁରୁଚାପ ବଳୟ ସକ୍ରିୟ ଥିବାରୁ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାର କିଛି ଜିଲ୍ଲାରେ ଘନ କୁହୁଡ଼ି ରହିବାର ସମ୍ଭାବନା ରହିଛି । ଘନ କୁହୁଡି ସମୟରେ ଦୃଶ୍ୟମାନ ଦୂରତା ୨୦୦ ମିଟରରୁ ୫୦ ମିଟର ମଧ୍ୟରେ ସୀମିତ ରହିବାର ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏଥିସହ ଆସନ୍ତା ୨୨ ତାରିଖରୁ ରାଜ୍ୟର କିଛି କିଛି ଅଞ୍ଚଳରେ ହାଲୁକା ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ୨୩ ତାରିଖରୁ ବଢିବ ବର୍ଷାର ପରିମାଣ । ୨୫ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ବର୍ଷା ସମ୍ଭାବନା । ଆଜି ଭୁବନେଶ୍ଵରରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ଦିନ ତାପମାତ୍ରା ୩୪ରୁ ୩୫ ଡିଗ୍ରୀ ମଧ୍ୟରେ ରହିବା ଆକଳନ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ....ରାଜ୍ୟରେ ଉଭାନ ଶୀତ; 5 ଦିନ ଯାଏଁ ପାଗ ଶୁଖିଲା

ଏହା ମଧ୍ୟ ପଢନ୍ତୁ....ପ୍ରତିଶ୍ରୁତି ପୂରଣ କରିବେ ନବୀନ, ଆସନ୍ତାକାଲି ବରଗଡ଼ ଆସୁଛନ୍ତି ମୁଖ୍ୟମନ୍ତ୍ରୀ

ଗତ ୨୪ ଘଣ୍ଟାରେ ରାଜ୍ୟରେ ମୁଖ୍ୟତଃ ଶୁଖିଲା ରହିଛି । କେତେକ ସ୍ଥାନରେ ଦିନ ତାପମାତ୍ରା ୩୫ ଡିଗ୍ରୀ କିମ୍ବା ତା ଠାରୁ ଅଧିକ ରହିଛି । ସର୍ବୋଚ୍ଚ ଦିନ ତାପମାତ୍ରା ଭବାନିପାଟଣାରେ ୩୫.୪ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବାବେଳେ ସେହିପରି ପୁରୀରେ ରାତ୍ରି ତାପମାତ୍ରା ୨୪.୮ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଭୁବନେଶ୍ଵରରେ ଗତକାଲି ୩୪.୬ ଡିଗ୍ରୀ ସେଲସିୟସ ରେକର୍ଡ କରା ଯାଇଥିବାବେଳେ ରାତ୍ରି ତାପମାତ୍ରା ୨୨.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ତେବେ ଆସନ୍ତା ତିନି ଦିନ ଯାଏଁ ପାଗ ଶୁଖିଲା ରହିବ ସହ ଚତୁର୍ଥ ଦିନରୁ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ଅନୁମାନ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.