ETV Bharat / state

ଆସନ୍ତା ୩ଦିନ ସିଝିବ ଓଡ଼ିଶା, ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ ବଢିବ - ଓଡ଼ିଶା ପାଣିପାଗ

Odisha Weather: ଆସନ୍ତା ୩ ଦିନ ସିଝିବ ଓଡ଼ିଶା । ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ ବୃଦ୍ଧି ନେଇ ଆଞ୍ଚଳିକ ପାଣିପାଗ ବିଭାଗର ଆକଳନ । ଅଧିକ ପଢନ୍ତୁ

Odisha Weather
Odisha Weather
author img

By ETV Bharat Odisha Team

Published : Mar 2, 2024, 7:41 PM IST

ଆସନ୍ତା ୩ଦିନ ସିଝିବ ଓଡ଼ିଶା

ଭୁବନେଶ୍ବର: ଡହ ଡହ ଖରାରେ ସିଝୁଛି ସାରା ଓଡ଼ିଶା । ମାର୍ଚ୍ଚର ପ୍ରଥମ ସପ୍ତାହରୁ ହିଁ ଗରମରେ ଆକ୍ତାମାକ୍ତା ଲୋକେ । ବର୍ତ୍ତମାନଠୁ ସକ୍ରିୟ ଗୁରୁଚାପ ଯୋଗୁଁ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଥିବା ଶୁଷ୍କଵାୟୁ ପ୍ରବାହରେ ଦିନର ତାପମାତ୍ରା ବୃଦ୍ଧି ପାଉଛି । ଆସନ୍ତା ୨ରୁ ୩ ଦିନ ମଧ୍ୟରେ ରାଜ୍ୟରେ ତାପମାତ୍ରା ଆହୁରି ୨ରୁ ୩ ଡିଗ୍ରୀ ବୃଦ୍ଧି ସମ୍ଭାବନା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ।

ଆଗାମୀ ଦୁଇ ଦିନ ଯାଏଁ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲା ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ହେବାର ସମ୍ଭାବନା ଥିବା ବେଳେ ବିଶେଷ ଭାବେ ଗରମର ପ୍ରବାହ ଅଧିକ ରହିବ । ସେପଟେ ରାଜ୍ୟରେ ମାର୍ଚ୍ଚର ଦ୍ବିତୀୟ ସପ୍ତାହ ଯାଏଁ ପଶ୍ଚିମା ଝଡ଼ର ପ୍ରବାହ ରହୁଥିବାରୁ ସ୍ବାଭାବିକଠାରୁ କିଛି ସ୍ଥାନରେ ସାମାନ୍ୟ ଅଧିକ ତାପମାତ୍ରା ରହିବା । ଆଉ କିଛି ସ୍ଥାନରେ ମେଘୁଆ ପାଗ ସହ ବର୍ଷାର ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ଉତ୍ତରର ଆଭ୍ୟନ୍ତରୀଣ ଅଞ୍ଚଳର ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, କେନ୍ଦୁଝର, ସୁନ୍ଦରଗଡ଼ରେ ମେଘୁଆ ପାଗ ସହ ହାଲୁକା ବର୍ଷାର ସମ୍ଭାବନା ଥିବା ଆକଳନ କରିଛି ବିଭାଗ ।

ଏହା ବି ପଢନ୍ତୁ- ଓଡ଼ିଶାରେ ଆହୁରି ସୁଦୃଢ଼ ହେବ ପାଣିପାଗ ପୂର୍ବାନୁମାନ, 2 ବର୍ଷରେ ଲାଗିବ 3ଟି ରାଡାର

୩ ଦିନ ଯାଏଁ ଉତ୍ତର ଆଭ୍ୟନ୍ତରୀଣ ଓ ଉପକୂଳର କିଛି ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଆସନ୍ତାକାଲି ଝାରସୁଗୁଡା, ସୁନ୍ଦରଗଡ, କେନ୍ଦୁଝର, ବରଗଡ, ସମ୍ବଲପୁର, ମୟୂରଭଞ୍ଜ, ବାଲେଶ୍ବରରେ ହାଲୁକା ବର୍ଷ ହେବାର ସମ୍ଭାବନା ରହିଛି । ପରେ ମାର୍ଚ୍ଚର ତୃତୀୟ ଓ ଚତୁର୍ଥ ସପ୍ତାହରୁ ତାପମାତ୍ରା ବଢିବ। ଏପ୍ରିଲ ଓ ମେ ମାସରେ ତାପମାତ୍ରା ଯଥେଷ୍ଟ ବୃଦ୍ଧି ହେବ ସହ ପ୍ରବଳ ଖରା ଓ ଗ୍ରୀଷ୍ମ ପ୍ରବାହ ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ମେ ମାସରେ ବିଶେଷ କରି ଗ୍ରୀଷ୍ମ ପ୍ରବାହ ଅଧିକ ରହିବ।

ସେପଟେ IMDର ଗ୍ରୀଷ୍ମ ପାଣିପାଗର ଦୀର୍ଘ ଅବଧି ଆକଳନ ଅନୁସାରେ ମାର୍ଚ୍ଚ ୨୨ ପରେ ବଢିବ ତାତି । ଏପ୍ରିଲ ଓ ମେରେ ଅସହ୍ୟ ଖରା । ସ୍ବାଭାବିକ ତାପମାତ୍ରାଠାରୁ ୩ କିମ୍ଵା ୪ ଡିଗ୍ରୀ ବୃଦ୍ଧି ହେବ । ଏଲ ନିନୋ ପ୍ରଭାବରେ ତାତିବ ବଙ୍ଗୋପସାଗର । ରାଜ୍ୟ ମଧ୍ୟକୁ ପ୍ରବେଶ କରିବ ଶୁଷ୍କ ଜଳୀୟ ବାଷ୍ପ ପୁର୍ଣ୍ଣ ବାୟୁ ଯାହାର ପ୍ରଭାବ ରେ ବଢିବ ପାରଦ। ଗ୍ରୀଷ୍ମ ପ୍ରବାହର ଅବିଧି ବଢିବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ଗତ ୨୪ ଘଣ୍ଟାରେ ରାଜ୍ୟର କେତେକ ସ୍ଥାନରେ ୩୫ ଡିଗ୍ରୀ ଉପରେ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ମାଲକାନଗିରିରେ ୩୭ .୪ ଡ଼ିଗ୍ରୀ ଓ ପାରଳାଖେମୁଣ୍ଡିରେ ୩୭ ତାପମାତ୍ରା ରେକର୍ଡ କରାଯାଉଛି ।

ସେହିପରି ଭୁବନେଶ୍ବରରେ ୩୪ .୬ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି । ଅନ୍ୟପଟେ ଦିନ ସମୟରେ ଅଧିକ ଖରା ହେବ ତେଣୁ ବୃଦ୍ଧ ବ୍ୟକ୍ତିଙ୍କୁ ବାହାରକୁ ଆସିବାକୁ ବାରଣ କରାଯାଇଛି ଓ ଅଧିକ ପାନୀୟ ଜଳ ବ୍ୟବହାର ପାଇଁ ସୂଚନା ଦିଆଯାଇଛି । ବାହାରକୁ ଆସିବା ସମୟରେ ପାଦରେ ଜୋତା ଓ ଛତା ବ୍ୟବହାର କରିବା ପାଇଁ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.