ETV Bharat / state

ଯୁକ୍ତ ତିନି ପାଇଁ କମୁଛି ପିଲାଙ୍କ ଆଗ୍ରହ, ଖାଲି ପଡିଛି ଦେଢ଼ ଲକ୍ଷ ସିଟ୍‌ - odisha education

author img

By ETV Bharat Odisha Team

Published : Jul 17, 2024, 5:00 PM IST

UG SEAT VACANCY: ଯୁକ୍ତ ତିନି ପାଇଁ କମୁଛି ପିଲାଙ୍କ ଆଗ୍ରହ, ଦ୍ଵିତୀୟ ପର୍ଯ୍ୟାୟ ନାମଲେଖା ସୁଦ୍ଧା ଦେଢ଼ ଲକ୍ଷ ସିଟ ଖାଲି । ଆସନ୍ତା ୧୮ରୁ ପୁଣି ତୃତୀୟ ପର୍ଯ୍ୟାୟ ନାମଲେଖା । ଅଧିକ ପଢନ୍ତୁ

ଯୁକ୍ତ ତିନି ପାଇଁ କମୁଛି ପିଲାଙ୍କ ଆଗ୍ରହ, ଦ୍ଵିତୀୟ ପର୍ଯ୍ୟାୟ ନାମଲେଖା ସୁଦ୍ଧା ଦେଢ଼ ଲକ୍ଷ୍ୟ ସିଟ ଖାଲି
ଯୁକ୍ତ ତିନି ପାଇଁ କମୁଛି ପିଲାଙ୍କ ଆଗ୍ରହ, ଦ୍ଵିତୀୟ ପର୍ଯ୍ୟାୟ ନାମଲେଖା ସୁଦ୍ଧା ଦେଢ଼ ଲକ୍ଷ୍ୟ ସିଟ ଖାଲି (ETV Bharat Odisha)

ଭୁବନେଶ୍ବର: ରାଜ୍ୟରେ ଯୁକ୍ତ ତିନି କଲେଜର ସ୍ନାତକ ପାଠ୍ୟକ୍ରମରୁ ଛାତ୍ରଛାତ୍ରୀ ମୁହଁ ଫେରାଉଛନ୍ତି । ଯୁକ୍ତ ଦୁଇ ଶିକ୍ଷା ଗ୍ରହଣ ପରେ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ପଢ଼ିବା ଲାଗି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଉ ପୂର୍ବଭଳି ଆଗ୍ରହ ଦେଖିବାକୁ ମିଳୁନାହିଁ । ଯୁକ୍ତ ତିନିରେ ଦୁଇଟି ପର୍ଯ୍ୟାୟ ନାମଲେଖା ଶେଷ ହୋଇଥିବା ବେଳେ ଏଭଳି ଏକ ତଥ୍ୟ ସାମ୍ନାକୁ ଆସିଛି । ଦୁଇଟି ପର୍ଯ୍ୟାୟରେ ନାମଲେଖା ହେବା ପରେ ମଧ୍ୟ ସ୍ନାତକରେ ପାଖାପାଖି ୧ ଲକ୍ଷ ୫୩ ହଜାର ୩୪୭ ସିଟ୍‌ ଖାଲି ରହିଛି । କେବଳ ଚଳିତ ବର୍ଷ ନୁହେଁ ଏମିତିକି ପ୍ରତି ବର୍ଷ ଅଧିକରୁ ଅଧିକ ସିଟ୍‌ ଖାଲି ପଡ଼ିବାର ନଜିର ରହିଛି ।

ତୃତୀୟ ପର୍ଯ୍ୟାୟ ନାମଲେଖା ପାଇଁ ମେରିଟ ଲିଷ୍ଟ
ଏପଟେ ୨୦୨୪-୨୫ ଶିକ୍ଷାବର୍ଷରେ ଯୁକ୍ତ ତିନି ନାମଲେଖା ପାଇଁ ଆଜି ତୃତୀୟ ମେଧା ତାଲିକା ପ୍ରକାଶ ପାଇଛି । ଏଥିରେ ମୋଟ ୪୪ ହଜାର ୬୦ ଜଣ ଛାତ୍ରୀଛାତ୍ର ମନୋନୀତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ରହିଛନ୍ତି ୨୪ ହଜାର ୮୭୮ ଜଣ ଛାତ୍ରୀ, ୧୯ ହଜାର ୧୮୧ ଜଣ ଛାତ୍ର ଏବଂ ଜଣେ କିନ୍ନର ରହିଛନ୍ତି । ଏମାନଙ୍କ ମଧ୍ୟରେ ବିଜ୍ଞାନ ବିଭାଗରେ ୧୪ ହଜାର ୩୩୨ ଜଣ ଚୟନ ହୋଇଥିବା ବେଳେ କଳାରେ ୨୫ ହଜାର ୭୯୧ ଜଣ, ବାଣିଜ୍ୟରେ ୨ ହଜାର ୮୮୦ ଜଣ, ଶାସ୍ତରୀରେ ୧୯୮ ଜଣ, ସେଲ୍ଫ ଫାଇନାନ୍ସିଂରେ ୮୧୬ ଜଣ, ଏବଂ ଆଇନ ବିଭାଗରେ ୪୩ ଜଣ ମନୋନୀତ ହୋଇଛନ୍ତି । ମନୋନୀତ ଛାତ୍ରୀଛାତ୍ରମାନେ ଛୁଟିଦିନ ଅର୍ଥାତ ୨୧ ତାରିଖ ବ୍ୟତୀତ ୧୮ ତାରିଖ ସକାଳ ୯ ଟାରୁ ୨୨ ତାରିଖ ସନ୍ଧ୍ୟା ୬ଟା ମଧ୍ୟରେ ନାମ ଲେଖାଇବେ ଛାତ୍ର ଛାତ୍ରୀ । ଅଗଷ୍ଟ ୧ ତାରିଖରେ ଯୁକ୍ତ ତିନି ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହେବ ।

ତିନି ବର୍ଷର ନାମଲେଖା ଓ ଖାଲି ପଡ଼ିଥିବା ତଥ୍ୟ

ସାମ୍ସ ତଥ୍ୟ ଅନୁସାରେ, ୨୦୨୨ -୨୩ ବର୍ଷରେ ରାଜ୍ୟରେ ୧୦୨୪ ଟି କଲେଜରେ ୨ ଲକ୍ଷ ୫୫ ହଜାର ୯୮୦ ସିଟ୍‌ରେ ନାମଲେଖା ହୋଇଥିଲା । ତେବେ ସମସ୍ତ ପ୍ରକାର ନାମଲେଖା ପ୍ରକ୍ରିୟା ଶେଷ ହେବାପରେ ମଧ୍ୟ ପ୍ରାୟ ୬୩ ହଜାର ୪୨୯ ସିଟ୍‌ ଖାଲି ରହିଥିଲା। ସେହିଭଳି ଭାବରେ ୨୦୨୩ -୨୪ ଶିକ୍ଷାବର୍ଷରେ ରାଜ୍ୟର ୧୦୪୭ କଲେଜର ୨ ଲକ୍ଷ ୭୧ ହଜାର ୯୧ ସିଟ୍‌ରେ ନାମଲେଖା ହୋଇଥିବା ବେଳେ ୮୪ ହଜାର ୮୦୦ ସିଟ୍‌ ଖାଲି ପଡ଼ିଥିଲା । ତେବେ ୨୦୨୪- ୨୫ ଶିକ୍ଷାବର୍ଷରେ ସିଟ୍‌ ଖାଲି ପଡ଼ିବା ଏକପ୍ରକାର ଥୟ । କଳା, ବିଜ୍ଞାନ, ବାଣିଜ୍ୟ, ସେଲ୍ଫ ଫାଇନାନ୍ସିଂ ଓ ସଂସ୍କୃତ ବିଭାଗରେ ଯେତିକି ସିଟ୍‌ ରହିଛି ସେହି ଅନୁଯାୟୀ ଛାତ୍ରଛାତ୍ରୀ ନାମ ଲେଖାଇବାକୁ ଆବେଦନ ହିଁ କରିନାହାନ୍ତି । ଚଳିତ ବର୍ଷ ୧୦୫୬ ଡିଗ୍ରି କଲେଜରେ ୨ ଲକ୍ଷ ୭୪ ହଜାର ୩୩୧ ସିଟ୍‌ରେ ନାମଲେଖା ପାଇଁ ୨ ଲକ୍ଷ ୩୭ ହଜାର ୭୧୯ ଛାତ୍ରଛାତ୍ରୀ ଆବେଦନ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ୧ ଲକ୍ଷ ୭୮ ହଜାର ୯୭୬ ଛାତ୍ରଛାତ୍ରୀ ନାମଲେଖା ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୯୨ ହଜାର ୨୪୭ ଜଣ ନାମ‌ ଲେଖା‌ଇଥିଲେ । ସେହିପରି ଭାବରେ ଦ୍ବିତୀୟ ପର୍ଯ୍ୟାୟ‌ରେ ୪୩ ହଜାର ଛାତ୍ରଛାତ୍ରୀ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ଗତ ୧୦ ତାରିଖରେ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା‌ ଶେଷ ସୁଦ୍ଧା ପ୍ରାୟ ୩୦ ହଜାର ନାମ ଲେଖାଇଛନ୍ତି । ଆହୁରି ୧୦ ହଜାର ପିଲା ନାମଲେଖାଇବାରୁ ଦୂରେଇ ଯାଇଛନ୍ତି ।

କେଉଁ ବିଭାଗରେ କେତେ ସିଟ ଖାଲି ପଡ଼ିଛି:-

ବର୍ତ୍ତମାନ ସୁଦ୍ଧା କଳା ବିଭାଗରେ ୧ ଲକ୍ଷ୍ୟ ୫୪ ହଜାର ୮୨୮ ସିଟ୍ ମଧ୍ୟରୁ ୭୯ ହଜାର ୮୦୭ ଜଣ ନାମ ଲେଖାଇଛନ୍ତି । ଆହୁରି ୭୫ ହଜାର ସିଟ୍‌ ଖାଲି ପଡ଼ିଛି । ସେହିପରି ଭାବରେ ଫିଜିକାଲ ସାଇନ୍ସରେ ୪୫ ହଜାର ୭୧ ସିଟ୍‌ରୁ ୩୦ ହଜାର ୭୩୨ ସିଟ ଖାଲି ପଡ଼ିଥିବା ବେଳେ ବାୟୋଲୋଜିକାଲ ସାଇନ୍ସରେ ୨୮ ହଜାର ୨୨୮ ସିଟ୍‌ରୁ ୧୭ ହଜାର ୬୨୩ ଟି ସିଟ ଖାଲି ପଡ଼ିଛି । ସେହିଭଳି ବାଣିଜ୍ୟ ବିଭାଗରେ ୩୧ ହଜାର ୯୬୪ ସିଟ୍‌ ମଧ୍ୟରୁ ୨୦ ହଜାର ୨୩୩ ସିଟ ଖାଲି ପଡ଼ିଥିବା ବେଳେ ସଂସ୍କୃତରେ ୯ ହଜାର ୨୧୨ ସିଟ୍‌ ମଧ୍ୟରୁ ୬ ହଜାର ୨୮୬ ଓ ସେଲ୍ଫ ଫାଇନାନ୍ସିଂ ବିଭାଗରେ ୪ ହଜାର ୮୪୮ ସିଟ୍‌ ମଧ୍ୟରୁ ୩ ହଜାର ୩୮୫ଟି ସିଟ ଖାଲି ପଡ଼ିଛି । ତେବେ ରାଜ୍ୟରେ ମୋଟ ଆକାରରେ ୨ ଲକ୍ଷ୍ୟ ୭୪ ହଜାର ୧୧୫ ସିଟ ମଧ୍ୟରୁ ୧ ଲକ୍ଷ୍ୟ ୫୩ ହଜାର ୨୮୦ ସିଟ ଖାଲି ପଡ଼ିଛି ।

କେଉଁ ଜିଲ୍ଲାରେ କେତେ ସିଟ ଖାଲି ପଡ଼ିଛି:-

ରାଜ୍ୟରେ ବଡ଼ ବଡ଼ ଜିଲ୍ଲା ଗୁଡିକରେ ମଧ୍ୟ ପ୍ରାୟତ ସିଟ ଖାଲି ପଡ଼ୁଥିବା ନଜରକୁ ଆସିଛି। ଯେଭଳି ଭାବରେ କଟକ ଜିଲ୍ଲାରେ ମୋଟ ୬୯ ଟି କଲେଜ ରହିଥିବା ବେଳେ ସିଟ ସଂଖ୍ୟା ରହିଛି ୨୧ ହଜାର ୬୯୨। ସେଥିମଧ୍ୟରୁ ନାମଲେଖାଇଛନ୍ତି ୮ ହଜାର ୪୬୦ ଜଣ। ସେହିପରି ଭାବରେ ଗଞ୍ଜାମ ଜିଲ୍ଲାରେ ମୋଟ କଲେଜ ୬୯ ଟି ରହିଥିବା ବେଳେ ସିଟ ସଂଖ୍ୟା ୨୪ ହଜାର ୩୦୮ ଟି ରହିଛି। ସେଥିମଧ୍ୟରୁ ନାମ ଲେଖାଇଛନ୍ତି ମାତ୍ର ୯ ହଜାର ୯୪୭ ଜଣ ଛାତ୍ରାଛାତ୍ରୀ । ଏପଟେ ଖୋର୍ଦ୍ଧା ଜିଲ୍ଲାରେ ମୋଟ କଲେଜ ସଂଖ୍ୟା ୭୨ ରହିଥିବା ବେଳେ ସିଟ ସଂଖ୍ୟା ରହିଛି ୨୧ ହଜାର ୨୩୧ । ସେଥିମଧ୍ୟରୁ ନାମ ଲେଖାଇଛନ୍ତୀ ୭ ହଜାର ୭୧୭। ସେହିଭଳି ଭାବରେ ବାଲେଶ୍ଵରରେ ମୋଟ କଲେଜ ସଂଖ୍ୟା ୭୧ ରହିଥିବା ବେଳେ ସିଟ ସଂଖ୍ୟା ରହିଛି ୧୫ ହଜାର ୮୨୦। ସେଥିମଧ୍ୟରୁ ନାମାଲେଖାଇଛନ୍ତି ୭ ହଜାର ୨୦୯ ଜଣ ଛାତ୍ରଛାତ୍ରୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.