ETV Bharat / state

ଉନ୍ନୟନ କମିଶନରଙ୍କ ସମ୍ବଲପୁର ଓ ବରଗଡ଼ ଗସ୍ତ; ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା

author img

By ETV Bharat Odisha Team

Published : Feb 22, 2024, 7:24 AM IST

Anu Garg visits Sambalpur & Bargarh: ସମ୍ବଲପୁର ଓ ବରଗଡ଼ ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଉନ୍ନୟନ କମିଶନର ଅନୁ ଗର୍ଗ । ଅଧିକ ପଢନ୍ତୁ

ଉନ୍ନୟନ କମିଶନରଙ୍କ ସମ୍ବଲପୁର ଓ ବରଗଡ଼ ଗସ୍ତ
ଉନ୍ନୟନ କମିଶନରଙ୍କ ସମ୍ବଲପୁର ଓ ବରଗଡ଼ ଗସ୍ତ

ଭୁବନେଶ୍ୱର: ଉନ୍ନୟନ କମିଶନର ଅନୁ ଗର୍ଗ ସମ୍ବଲପୁର ଓ ବରଗଡ଼ ଗସ୍ତ କରି ଉଭୟ ଜିଲ୍ଲାରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ସମଲେଶ୍ବରୀ ପ୍ରକଳ୍ପ, ସମ୍ବଲପୁର ମୋ ବସ୍ ଟର୍ମିନାଲ, ମହୁଲପାଲି ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ, ପାଇକମାଲ ନୃସିଂହନାଥ ମନ୍ଦିର, ବୁର୍ଲାରେ ୨୦୦ ଶଯ୍ୟା ବିଶିଷ୍ଟ କର୍କଟ ଚିକିତ୍ସା କେନ୍ଦ୍ରର ସମୀକ୍ଷା କରିଛନ୍ତି ଉନ୍ନୟନ କମିଶନର । ସେ ସମଲେଶ୍ବରୀ ମନ୍ଦିର ପରିଦର୍ଶନ କରି ସମ୍ବଲପୁର ଓ ଛତିଶଗଡ଼ର ବିଭିନ୍ନ ଅଞ୍ଚଳରୁ ମନ୍ଦିରକୁ ଆସୁଥିବା ପର୍ଯ୍ୟଟକଙ୍କ ସହ ଆଲୋଚନା କରିଛନ୍ତି ।

ବରଗଡ଼ରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପର ଉଦଘାଟନ ହୋଇଛି । ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ଉନ୍ନୟନ କମିଶନର ଅନୁ ଗର୍ଗ । ସେଥିପାଇଁ ସେ ଫେବୃଆରୀ ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ ସରକାରୀ ଗସ୍ତରେ ଥିଲେ । ଏହି ସମୟରେ ଉନ୍ନୟନ କମିଶନର ସମ୍ବଲପୁର ଓ ବରଗଡ଼ ଜିଲ୍ଲାରେ ନିର୍ମାଣାଧିନ ତଥା କାର୍ଯ୍ୟକାରୀ ହେଉଥିବା ପ୍ରମୁଖ ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ସମୀକ୍ଷା କରିଛନ୍ତି । ସେ ସମଲେଶ୍ୱରୀ ମନ୍ଦିର ପରିଦର୍ଶନ କରି ଏହି ପ୍ରକଳ୍ପ ଅନ୍ତର୍ଗତ ଦ୍ୱିତୀୟ ପର୍ଯ୍ୟାୟ ଯୋଜନାର ସମୀକ୍ଷା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ବରଗଡ଼କୁ ୮୩ ପ୍ରକଳ୍ପ ଭେଟି ଦେଲେ ମୁଖ୍ୟମନ୍ତ୍ରୀ; କହିଲେ 'ବରଗଡ଼ କଳା ଓ ସଂସ୍କୃତିର ମାଟି'

ଉନ୍ନୟନ କମିଶନରଙ୍କ ସମ୍ବଲପୁର ଓ ବରଗଡ଼ ଗସ୍ତ
ଉନ୍ନୟନ କମିଶନରଙ୍କ ସମ୍ବଲପୁର ଓ ବରଗଡ଼ ଗସ୍ତ

ଅନୁ ଗର୍ଗ ପାଇକମାଲ ନୃସିଂହନାଥ ମନ୍ଦିର ମଧ୍ୟ ପରିଦର୍ଶନ କରିଛନ୍ତି । ମନ୍ଦିରର ପାରିପାର୍ଶ୍ୱିକ ବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି । ମନ୍ଦିର ପରିସର ନବୀକରଣ ଏବଂ ଏଠାରେ ପର୍ଯ୍ୟଟକଙ୍କୁ ଉନ୍ନତ ସୁବିଧା ଯୋଗାଇବା ପାଇଁ ଏକ ସପିଂ ସେଣ୍ଟର ଖୋଲାଯାଇଛି । ସେହିପରି ସେ ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ, ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳ, ବୁର୍ଲା ମହାନଦୀ ଅବବାହିକା ମୁଖ୍ୟ ଯନ୍ତ୍ରୀ ଓ ବେସିନ ମ୍ୟାନେଜରଙ୍କ ସହ ବରଗଡ଼ ଜିଲ୍ଲାର ମହୁଲପାଲିରେ ଅନ୍ତଃନଦୀ ଜଳସେଚନ ପ୍ରକଳ୍ପ କାର୍ଯ୍ୟସ୍ଥଳ ପରିଦର୍ଶନ କରି ଅଟକି ରହିଥିବା କାମର ସମୟ ସୀମା ବୁଝିଛନ୍ତି । ପ୍ରଥମ ଥର ବରଗଡ଼ କେନାଲରେ ଚାଲିଥିବା କେନାଲ ଲାଇନିଂ କାର୍ଯ୍ୟର ସମୀକ୍ଷା କରିଛନ୍ତି ଉନ୍ନୟନ କମିଶନର । ଉତ୍ତରାଂଚଳ ଆରଡିସି, ସମ୍ବଲପୁର ଜିଲ୍ଲାପାଳ, ସମ୍ବଲପୁର ମହାନଗର ନିଗମ କମିଶନର, ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଏବଂ ମହାନଦୀ ଅବବାହିକା, ବୁର୍ଲାର ମୁଖ୍ୟ ଯନ୍ତ୍ରୀ ଓ ବେସିନ ମ୍ୟାନେଜରଙ୍କ ସହ ସେ ଏହି ସମୀକ୍ଷା କରିଛନ୍ତି ।

କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ ବା କ୍ରୁଟର ଅଧ୍ୟକ୍ଷା ଥିବା ଉନ୍ନୟନ କମିଶନର ସମ୍ବଲପୁର ବସ ଟର୍ମିନାଲ ପରିଦର୍ଶନ କରିଛନ୍ତି । ସମ୍ବଲପୁରରୁ ଆରମ୍ଭ ହେଉଥିବା ମୋ ବସ ସେବାର ଅଗ୍ରଗତିର ସମୀକ୍ଷା କରିଛନ୍ତି । କ୍ରୁଟର ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋର୍ଥ୍ରାଙ୍କ ସହ ସେ ମୋ ବସ ଟର୍ମିନାଲର ସ୍ଥାନ ଏବଂ ସିଆରୟୁଟିର କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି । ଏହି ସମୀକ୍ଷା ବୈଠକରେ ସମ୍ବଲପୁର ଜିଲ୍ଲାପାଳ, ଆରଡିସି ଉତ୍ତରାଂଚଳ, ସମ୍ବଲପୁର ମହାନଗର ନିଗମ କମିଶନର ଓ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଉନ୍ନୟନ କମିଶନରଙ୍କ ସମ୍ବଲପୁର ଓ ବରଗଡ଼ ଗସ୍ତ
ଉନ୍ନୟନ କମିଶନରଙ୍କ ସମ୍ବଲପୁର ଓ ବରଗଡ଼ ଗସ୍ତ

ଏହା ପରେ ସେ ଟିମ ସହିତ ବୁର୍ଲା ଯାଇ ନିର୍ମାଣାଧୀନ ୨୦୦ ଶଯ୍ୟା ବିଶିଷ୍ଟ କର୍କଟ ଚିକିତ୍ସା କେନ୍ଦ୍ରର ସମୀକ୍ଷା କରିଛନ୍ତି ।କେମୋଥେରାପି ପାଇଁ ୩୦ ଶଯ୍ୟା ଥାଇ ଏକ ୫ ମହଲା କୋଠା, ୨ଟି ଆଇସିୟୁ ଏବଂ ୩ଟି ଅପରେସନ୍ ଥିଏଟର ବିଶିଷ୍ଟ ଏହି କେନ୍ଦ୍ର ହେବ । ଏହା ବ୍ୟତୀତ ନିର୍ମାଣାଧୀନ ଭିଏସଏସ କ୍ରିକେଟ ଷ୍ଟାଡିୟମର ମଧ୍ୟ ସେ ସମୀକ୍ଷା କରିଛନ୍ତି । ଆଇସିସି ମାନଦଣ୍ଡ ଅନୁଯାୟୀ ଷ୍ଟାଡିୟମର ପୁନଃନିର୍ମାଣ କରାଯାଉଛି । ଖୁବଶୀଘ୍ର ଜାତୀୟ ସ୍ତରର କ୍ରିକେଟ ମ୍ୟାଚ ଆୟୋଜନ ପାଇଁ ଏହା ପ୍ରସ୍ତୁତ ହେବ ।

ଉନ୍ନୟନ କମିଶନରଙ୍କ ସମ୍ବଲପୁର ଓ ବରଗଡ଼ ଗସ୍ତ
ଉନ୍ନୟନ କମିଶନରଙ୍କ ସମ୍ବଲପୁର ଓ ବରଗଡ଼ ଗସ୍ତ
ପଶ୍ଚିମ ଓଡ଼ିଶା ଉନ୍ନୟନ ପରିଷଦ ପକ୍ଷରୁ ୧୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ସମ୍ବଲପୁର ଜିଲ୍ଲାର ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପ ଟାଉନ ହଲ, ଚେରୁଆପଡ଼ା ଓ ଦୁର୍ଗାପାଲି ଜେଟି-୨୬ ରେଳ ଓଭରବ୍ରିଜକୁ ସେ ଯାଞ୍ଚ କରିଛନ୍ତି । ଏହାପରେ ସେ ସମ୍ବଲପୁର ମହାନଗର ନିଗମ କମିଶନରଙ୍କ କାର୍ଯ୍ୟାଳୟରେ ଶିକ୍ଷା, ସ୍ୱାସ୍ଥ୍ୟ, ପୂର୍ତ୍ତ, ଶିଳ୍ପ, କୃଷି ଓ ଅନ୍ୟାନ୍ୟ କ୍ଷେତ୍ରରେ ଜିଲ୍ଲାର ଚାଲିଥିବା ଅନ୍ୟାନ୍ୟ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.