ETV Bharat / state

ଏକକ ପିଜି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ, ଜୁଲାଇ ୩ରୁ ପ୍ରବେଶିକା ପରୀକ୍ଷା - CPET 2024 Registration Begins

author img

By ETV Bharat Odisha Team

Published : May 18, 2024, 8:52 PM IST

CPET 2024 Registration Begins:ଏକକ ପିଜି ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ ପ୍ରକ୍ରିୟା ଆଜି ଠାରୁ ଆରମ୍ଭ ହୋଇଛି । ୧୧୪ଟି ଉଚ୍ଚ ଶିକ୍ଷାନୁଷ୍ଠାନରେ ୨୮ ହଜାର ୯୫୪ ସିଟ ପାଇଁ ହେବାକୁ ଯାଉଛି ପ୍ରବେଶିକା ପରୀକ୍ଷା । ଅଧିକ ପଢନ୍ତୁ

CPET 2024 Registration Begins
CPET 2024 Registration Begins (ETV Bharat Odisha)

ଭୁବନେଶ୍ବର: ଆଜି ଠାରୁ ଆରମ୍ଭ ହୋଇଛି ଏକକ ପିଜି ପ୍ରବେଶିକା ପରୀକ୍ଷା ପାଇଁ ଆବେଦନ ପ୍ରକ୍ରିୟା । ଆଜି ଅପରାହ୍ନ ୪ଟାରେ ସାମ୍ସ ମାଧ୍ୟମରେ ହେବ ଆବେଦନ । ୧୧୪ ଟି ଉଚ୍ଚ ଶିକ୍ଷାନୁଷ୍ଠାନରେ ୨୮ ହଜାର ୯୫୪ ସିଟ ପାଇଁ ହେବ ପ୍ରବେଶିକା ପରୀକ୍ଷା । ଏହି ପରୀକ୍ଷା ପାଇଁ ଆବେଦନ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ଏହାପରେ ଜୁନ୍ ୨୨ ତାରିଖ ପରଠାରୁ ୱେବସାଇଟରେ ହଲ୍ ଟିକେଟ ବା ଆଡମିଟ କାର୍ଡ ଉପଲବ୍ଧ ହେବ । ଜୁଲାଇ ୩ ତାରିଖରୁ ଜୁଲାଇ ୧୪ ତାରିଖ ଭିତରେ ବିଭିନ୍ନ ବିଷୟରେ ପିଜି ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ ।

ତେବେ ପଞ୍ଜୀକରଣ କରିବାକୁ ଥିବା ପରୀକ୍ଷାର୍ଥୀମାନେ www.samsodisha.gov.in ଏହି ୱେବସାଇଟ୍ ମଧ୍ୟରେ ପଞ୍ଜୀକରଣ କରିପାରିବେ । ଅନ୍ୟପଟେ ପୁରୀର ଓଡିଆ ବିଶ୍ବବିଦ୍ୟାଳୟ ଏବଂ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟର ପିଜି ପାଠ୍ୟକ୍ରମ ପାଇଁ ସାମ୍ସ ଅଧୀନରେ ଅନ୍ତର୍ଭୂକ୍ତ କରାଯାଇଛି । ଏହି ଦୁଇଟି କଲେଜରେ ଏକାଡେମିକ୍ ଅଧିବେଶନ ୨୦୨୪-୨୫ ରୁ ନାମଲେଖା ଆରମ୍ଭ ହୋଇଛି । ଏହା ସହ ଚଳିତ ଶିକ୍ଷାବର୍ଷରୁ ଓଡିଆ ବିଶ୍ବବିଦ୍ୟାଳୟ ଏବଂ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ବବିଦ୍ୟାଳୟର ପିଜି ପାଠ୍ୟକ୍ରମ ପାଇଁ କୌଣସି ପୃଥକ ଭାବରେ ପରୀକ୍ଷା ଏବଂ ନାମଲେଖା କରାଯିବ ନାହିଁ ।

ଏହା ମଧ୍ୟ ପଢନ୍ତୁ ... ଜାଣନ୍ତୁ, କେଉଁ ତାରିଖରେ ହେବ ପିଜି ପ୍ରବେଶିକା ପରୀକ୍ଷା ? - CPET 2024

ପିଜି ରେ ନାମ ଲେଖାଇବା ପାଇଁ ଚାହୁଁଥିବା ପରୀକ୍ଷାର୍ଥୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା :-

  • ପିଜିରେ ନାମ ଲେଖାଇବା ପାଇଁ ପରୀକ୍ଷାର୍ଥୀ ମାନେ ନିଶ୍ଚିତ ଭାବରେ ଏକ ୟୁଜିସି ସ୍ବୀକୃତିପ୍ରାପ୍ତ ବିଶ୍ବବିଦ୍ୟାଳୟ, ମହାବିଦ୍ୟାଳୟରୁ ପାଠ୍ୟକ୍ରମ ଶେଷ କରିଥିବା ଆବଶ୍ୟକ । ଯେଉଁ ପରୀକ୍ଷାର୍ଥୀ ମାନଙ୍କର ୟୁଜି ପରୀକ୍ଷା ଫଳାଫଳ ଗୁଡିକ ଅପେକ୍ଷାରେ ରହିଛି ଅର୍ଥାତ ରେଜଲ୍ଟ ପ୍ରକାଶ ପାଇନାହିଁ । ସେମାନେ ପିଜି ପରୀକ୍ଷା ପାଇଁ ସାଧାରଣ ଆବେଦନ ଫର୍ମ (C -CAF) ପୂରଣ କରିବେ । ଯାହା ଏହି ଫର୍ମଟି ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ । ପରବର୍ତ୍ତୀ ସମୟରେ ପରୀକ୍ଷାର୍ଥୀ ମାନେ ସେମାନଙ୍କର ମାର୍କ ଅପଲୋଡ୍ କରିବେ ।
  • ଚଳିତ ଶିକ୍ଷାବର୍ଷ ଅଧିବେଶନରେ ପିଜିରେ ନାମଲେଖା ପାଇଁ 3 ଟି ପର୍ଯ୍ୟାୟ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଥିବା ମେଧା ତାଲିକାରେ ଯୋଗ୍ୟତା ଥିବା ଛାତ୍ରଛାତ୍ରୀଙ୍କୁ ନାମଲେଖା ପାଇଁ ଅନୁମତି ଦିଆଯିବ । ସେହିପରି ଦ୍ଵିତୀୟ ଏବଂ ତୃତୀୟ ପର୍ଯ୍ୟାୟରେ ଚୟନ ହୋଇଥିବା ପରୀକ୍ଷାର୍ଥୀମାନେ ମଧ୍ୟ ନାମଲେଖାଇ ପାରିବେ । ଏହା ସହ ଯଦି କୌଣସି କଲେଜରେ ସିଟ ଗୁଡ଼ିକ ପର୍ଯ୍ୟାପ୍ତ ପରିମାଣରେ ଖାଲି ରହିଲା ତେବେ ପରବର୍ତ୍ତୀ ସମୟରେ ସ୍ପଟ୍ ନାମଲେଖା କରାଯିବ ।
  • କୌଣସି ଉଚ୍ଚ ଶିକ୍ଷାନୁଷ୍ଠାନର ଯେକୌଣସି ବିଷୟରେ ପ୍ରଥମ ପର୍ଯ୍ୟାୟ ନାମଲେଖା ପାଇଁ ଚୟନ ହୋଇଥିବା ବେଳେ ନାମ ଲେଖାଇଛନ୍ତି । କିନ୍ତୁ ପରୀକ୍ଷାର୍ଥୀ ମାନେ ଦ୍ବିତୀୟ ପର୍ଯ୍ୟାୟ ଏବଂ ତୃତୀୟ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟାରେ ଭାଗ ନେବାକୁ ଯୋଗ୍ୟ ହେବେ ନାହିଁ । ଯାହାକି ଅବଶିଷ୍ଟ ପରୀକ୍ଷାର୍ଥୀଙ୍କ ପାଇଁ ସ୍ବତନ୍ତ୍ର ଭାବରେ ସିଟ ଉପଲବ୍ଧ କରାଯିବ । ଅନ୍ୟପଟେ ଯେଉଁମାନେ ପ୍ରଥମ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟାରେ କୌଣସି ଉଚ୍ଚ ଶିକ୍ଷାନୁଷ୍ଠାନ ଗୁଡିକରେ ନାମଲେଖାଇ ନାହାଁନ୍ତି ତେବେ ସେହି ପରୀକ୍ଷାର୍ଥୀ ମାନଙ୍କୁ ଦ୍ଵିତୀୟ ଏବଂ ତୃତୀୟ ପର୍ଯ୍ୟାୟରେ ନାମଲେଖା ପ୍ରକ୍ରିୟାରେ ଭାଗ ନେବାକୁ ଅନୁମତି ଦିଆଯିବ ।
  • ଚଳିତ ଶିକ୍ଷାବର୍ଷରେ ପରୀକ୍ଷାର୍ଥୀ ମାନେ ଆବେଦନ କରୁଥିବା ସମୟରେ ସଠିକ ଭାବରେ ଠିକଣା, ବାର୍ଷିକ ଆୟ ଏବଂ ଜାତି ପ୍ରମାଣପତ୍ର ଅପଲୋଡ୍ କରିବା ଆବଶ୍ୟକ । ତେଣୁ, CAF ପୂରଣ କରିବା ପୂର୍ବରୁ ଆବଶ୍ୟକ ସାର୍ଟିଫିକେଟ୍ ପ୍ରସ୍ତୁତ କରିବାକୁ ଆବେଦନକାରୀଙ୍କୁ ପରାମର୍ଶ ଦିଆଯାଇଛି । ଯଦି ଆବେଦନକାରୀମାନେ CAF ପୂରଣ କରିବା ସମୟରେ ପ୍ରମାଣପତ୍ର ଅପଲୋଡ୍ କରିବାରେ ବିଫଳ ହୁଅନ୍ତି, ତେବେ ପରବର୍ତ୍ତୀ ସମୟରେ ସମସ୍ତ ପ୍ରମାଣପତ୍ର ଯାଞ୍ଚ ସମୟରେ ପ୍ରମାଣପତ୍ର ଅପଲୋଡ୍ କରିବାକୁ ଆଉ ଏକ ସୁଯୋଗ ଦିଆଯିବ । ଅଥଚ ଆବଶ୍ୟକ ସାର୍ଟିଫିକେଟ୍ ଅପଲୋଡ୍ ନକଲେ ସେମାନେ ଆବେଦନ ଦାଖଲ କରିବାକୁ ସମର୍ଥ ହେବେ ନାହିଁ । ତେବେ ଅଧିକ ବିବରଣୀ ପାଇଁ ଯୋଗାଯୋଗ ପାଇଁ ଇ-ଆଡମିଶନ ହେଲ୍ପଲାଇନ (ଟୋଲ ଫ୍ରି) ନମ୍ବର ୧୫୫୩୩୫/ ୧୮୦୦୩୪୪୬୭୭୦କୁ କଲ କରିପାରିବେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.