ETV Bharat / state

କଂଗ୍ରେସ ବିଧାୟକ ଦଳ ନେତା ରେସ; ତାରାଙ୍କ ରାସ୍ତାରେ ସପ୍ତଗିରି କଣ୍ଟା ! - ODISHA CONGRESS MLA LEADER RACE

author img

By ETV Bharat Odisha Team

Published : Jun 23, 2024, 10:49 PM IST

ODISHA CONGRESS MLA LEADER RACE: ପୁଣି ପଦାରେ ପଡ଼ିଲା ମାମୁଁ ଭଣଜା କଳି । କଂଗ୍ରେସ ବିଧାୟକ ଦଳ ନେତା ରେସରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଆଗରେ ରହିଥିବାବେଳେ ତାଙ୍କ ରାସ୍ତାରେ କଣ୍ଟା ସାଜିଛନ୍ତି ସାଂସଦ ସପ୍ତଗିରି ଉଲାକା । ଅଧିକ ପଢନ୍ତୁ

ODISHA CONGRESS MLA LEADER RACE
ODISHA CONGRESS MLA LEADER RACE (ETV Bharat Odisha)

ଭୁବନେଶ୍ବର: ତାରାଙ୍କ ତଣ୍ଟିରେ ସପ୍ତଗିରି କଣ୍ଟା ! ନା ଢୋକି ପାରୁଛନ୍ତି, ନା କାଢି ପାରୁଛନ୍ତି । କିଏ ହେବ ବିଧାୟକ ଦଳର ନେତା । ଚୟନ ପ୍ରକ୍ରିୟାରେ ବିଳମ୍ବ ହେଉଥିବାରୁ କଂଗ୍ରେସ ନବନିର୍ବାଚିତ ବିଧାୟକମାନଙ୍କ ଭିତରେ ଲାଗି ରହିଛ ଚର୍ଚ୍ଚା । ନିର୍ବାଚନ ପରେ ନୂଆ ମୁଖିଆ ପାଇଲେ ଓଡ଼ିଶାବାସୀ । ପଞ୍ଚଦଶ ବିଧାନସଭାରେ ନବନିର୍ବାଚିତ ସଦସ୍ୟ ମାନେ ଶପଥ ବି ନେଲେ । ନୂଆ ବାଚସ୍ପତି ବି ଆସିଲେ । ବିଜେଡି 51 ସିଟ୍ ପାଇ ରାଜ୍ୟରେ ପ୍ରମୁଖ ବିରୋଧୀ ଦଳ ଆସନରେ ବସିଲା । ଦିନେ ଭାରତର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ବୋଲାଇଥିବା ନବୀନ ବାବୁ ବିଜେଡି ଦଳ ପକ୍ଷରୁ ବିରୋଧୀ ଦଳର ନେତା ନିର୍ବାଚିତ ହେଲେ । କିନ୍ତୁ କଂଗ୍ରେସ ଏପର୍ଯ୍ୟନ୍ତ ମୁରବି ଛେଉଣ୍ଡ ହୋଇ ରହିଛି ।

ତେବେ 14ଟି ସିଟ୍ ପାଇ କଂଗ୍ରେସ ଦ୍ୱିତୀୟ ବିରୋଧୀ ଦଳ ଭୂମିକା ନିର୍ବାହ କରିବ । ହେଲେ ଗଣତନ୍ତ୍ରର ମନ୍ଦିରରେ କିଏ ହେବ କଂଗ୍ରେସର ପୂଜକ, ସେ ନିଷ୍ପତ୍ତିରେ ପହଞ୍ଚି ପାରିଲା ନାହିଁ କଂଗ୍ରେସ । କଂଗ୍ରେସ ବିଧାୟକ ଦଳର ନେତାକୁ ନେଇ ଦେଖାଦେଇଛି କେଁ । ଶୁଣିବାକୁ ମିଳୁଛି ବିଧାୟକ ତାରା ବାହିନୀପତିଙ୍କୁ ବିଧାୟକ ଦଳର ନେତା କରେଇ ନଦେବାକୁ ଜୋରଦାର ଲବି ଚଳାଇଛନ୍ତି ସାଂସଦ ସପ୍ତଗିରି ଉଳକା । ସେଥିପାଇଁ AICC ପକ୍ଷରୁ ଚୂଡାନ୍ତ ନିଷ୍ପତ୍ତିରେ ବିଳମ୍ବ ହେଉଛି ।

ତାରାଙ୍କ ତଣ୍ଟିରେ ସପ୍ତଗିରି ବଡ଼ କଣ୍ଟା ହୋଇ ଲାଗିଛନ୍ତି । ଯାହା ପାଇଁ ବିଧାୟକ ଦଳ ନେତା ନିଷ୍ପତ୍ତି ଏବେ ହାଇକମାଣ୍ଡଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଖାଲି ସେତିକି ନୁହେଁ, ଏବେ କିଛି ନବନିର୍ବାଚିତ ବିଧାୟକମାନେ ଦିଲ୍ଲୀ ଗସ୍ତରେ ଅଛନ୍ତି । ସେମାନେ କୁଆଡେ ସପ୍ତଗିରିଙ୍କ ସହ ହାଇକମାଣ୍ଡଙ୍କୁ ଭେଟିବେ ବୋଲି ଆଲୋଚନା ହେଉଛି । କଂଗ୍ରେସର 14 ଜଣ ବିଧାୟକ ନିର୍ବାଚିତ ହୋଇ ବିଧାନସଭା ଆସିଛନ୍ତି । ଅବିଭକ୍ତ କୋରାପୁଟ ଜିଲ୍ଲାରେ 7 ଜଣ ବିଧାୟକ ଜିତିଛନ୍ତି । କୋରାପୁଟ ସଂସଦୀୟ କ୍ଷେତ୍ରରେ କଂଗ୍ରେସ ବାଜିମାତ କରିଛି । ସବୁ ବିଧାୟକଙ୍କ ଭିତରୁ ଜୟପୁର ବିଧାୟକ ତାରା ବାହିନୀପତି 5 ଥର ଜିତି ସବୁଠୁ ବରିଷ୍ଠ ରହିଛନ୍ତି ।

ସେହିପରି ତାଙ୍କ ପଛକୁ ପଟାଙ୍ଗୀ ବିଧାୟକ ରାମଚନ୍ଦ୍ର କାଡ୍ରକା 3 ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ବିଷମ କଟକ, ଗୁଣୁପୁର, ଲକ୍ଷ୍ମୀପୁର, ଚିତ୍ରକୋଣ୍ଡାରେ କଂଗ୍ରେସ ଜିତିଛି । ଦାସରଥୀ ଗମାଙ୍ଗ ମୋହନାରୁ ଦୁଇ ଥର, ରମେଶ ଜେନା ସାନଖେମୁଣ୍ଡିରେ ଦୁଇ ଥର, ରାଜଗାଙ୍ଗପୁରରେ ରାଜେନ ଏକ୍କା ଦୁଇ ଥର ବିଧାୟକ ଭାବରେ ନିର୍ବାଚିତ ହୋଇଛନ୍ତି । ବାସୁଦେବପୁର, ଜି.ଉଦୟଗିରିରେ ପ୍ରଥମ କରି କଂଗ୍ରେସରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ପ୍ରଫୁଲ୍ଲ ଏବଂ ଅଶୋକ ଦାସ । କଳାହାଣ୍ଡିରେ ସାଗର ଦାସ ପ୍ରଥମଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ସେହିପରି କଟକରେ ସୋଫିଆ ମଧ୍ୟ ନବାଗତ ।

ତାରା ବାହିନୀପତି କହିଛନ୍ତି, "ସମସ୍ତ ବିଧାୟକମାନଙ୍କ ମଧ୍ୟରେ ମୁଁ ସବୁଠୁ ବରିଷ୍ଠ । ମୋର ଲମ୍ବା ଅନୁଭୂତି ରହିଛି ଗୃହରେ ଭାଗ ନେବାର । ମୁଁ ଦିଲ୍ଲୀରେ ନେତାଙ୍କୁ ଭେଟି ଆଲୋଚନା କରିଛି । ଆଉ ଗୋଟିଏ ଗୋଷ୍ଠୀ ମୋ ବିରୋଧରେ ଲାଗିଛନ୍ତି । କୋରାପୁଟ ସାଂସଦ ମୋତେ ପଚାରୁଥିଲେ । ହେଲେ ସେ ଅନ୍ୟ କାହାକୁ ନେତା କରିବାକୁ ଚାହୁଁଛନ୍ତି ମୁଁ ଜାଣିନି । ନିର୍ବାଚନ ସମୟରେ ମୁଁ ତାଙ୍କୁ ସହଯୋଗ କରିଛି । ସବୁ ବିଧାୟକମାନେ ମୋତେ ବ୍ୟକ୍ତିଗତ ଭାବେ କହୁଛନ୍ତି ଦଳର ନେତା ହେବା ପାଇଁ । ସପ୍ତଗିରି ବାବୁ ଯଦି ଆଉ କାହାକୁ ଚାହୁଁଛନ୍ତି, ତାହେଲେ ମୋତେ କହିଲେ ଭଲ ହୋଇଥାନ୍ତା, ମୁଁ ଓହରି ଯାଇଥାନ୍ତି ।"
ଏହା ମଧ୍ୟ ପଢନ୍ତୁ .....କିଏ ହେବ କଂଗ୍ରେସ ବିଧାୟକ ଦଳର ନେତା, ଜୋର ଧରିଲା ଚର୍ଚ୍ଚା - ODISHA CONGRESS MLA LEADER RACE
ତେବେ ରାଜ୍ୟ କଂଗ୍ରେସ ପାଇଁ ତାରା-ସପ୍ତଗିରି ବିବାଦ ନୂଆ ନୁହେଁ । କୋରାପୁଟ ରାଜନିତୀରେ ଉଭୟ କଂଗ୍ରେସ ଦଳର ହେଲେ ମଧ୍ୟ ଉଭୟଙ୍କ ଭିତରେ ଶୀତଳଯୁଦ୍ଧ ଲାଗିରହିଛି । ତାରାଙ୍କ କାର୍ଯ୍ୟକ୍ରମରେ ସପ୍ତଗିରିଙ୍କୁ ଦେଖିବାକୁ ମିଳେନାହିଁ କି ସପ୍ତଗିରିଙ୍କ କାର୍ଯ୍ୟକ୍ରମରେ ତାରାଙ୍କୁ । ସପ୍ତଗିରି କୁଆଡେ ମିନାକ୍ଷୀ ବାହିନୀପତିଙ୍କୁ ଜିଲ୍ଲା ସଭାପତି ପଦରୁ କାଢ଼ିବାକୁ AICCରେ ଜୋରଦାର ଲବି କରୁଥିଲେ ବୋଲି ପୂର୍ବରୁ ଅନେକ ଚର୍ଚ୍ଚା ହୋଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.