ETV Bharat / state

ଜଳବନ୍ଦୀ ହେବନି ସହରାଞ୍ଚଳ, ବିପର୍ଯ୍ୟୟ ମୁକାବିଲା ପାଇଁ 5 ଆଞ୍ଚଳିକ ଅଗ୍ନିଶମ ହବ୍‌: ମୁଖ୍ୟମନ୍ତ୍ରୀ - Disaster Committee Meeting

author img

By ETV Bharat Odisha Team

Published : Jul 4, 2024, 3:53 PM IST

Disaster Committee Meeting: ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ବସିଛି । ଏହି ବୈଠକରେ କେଉଁ ଗୁରୁତ୍ବପୂର୍ଣ୍ଣ ଦିଗ ଉପରେ ଆଲୋଚନା ହୋଇଛି ଜାଣନ୍ତୁ ।

Disaster Committee Meeting
Disaster Committee Meeting (ETV Bharat Odisha)

ଭୁବନେଶ୍ବର: ମୋହନ ସରକାରର ପ୍ରଥମ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ ହୋଇଛି । ଲୋକସେବା ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ କମିଟିର ସଦସ୍ୟମାନେ ସାମିଲ ହୋଇଛନ୍ତି । ବୈଠକର ଅଧ୍ୟକ୍ଷତା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସଦସ୍ୟମାନେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଦେଇଥିବାବେଳେ ଏହାକୁ ତର୍ଜମା କରି ପଦକ୍ଷେପ ନେବା ଲାଗି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ସହରାଞ୍ଚଳରେ ବର୍ଷା ଦିନେ ଜଳବନ୍ଦୀ ସମସ୍ୟା ଦୂର କରିବା ଲାଗି ବ୍ୟବସ୍ଥା କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ବୈଠକ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, "ନିଜ ଅଞ୍ଚଳକୁ ନେଇ ସଦସ୍ୟମାନେ ବିଭିନ୍ନ ବିଭାଗର ପ୍ରସ୍ତାବ ଦେଇଛନ୍ତି । ବିଚାର କରି ଏ ଦିଗରେ ପଦକ୍ଷେପ ନିଆଯିବ । ବର୍ଷା ଦିନରେ ବନ୍ୟା ପରିସ୍ଥିତି ମୁକାବିଲା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନିଆଯିବ । SRC ଓ ଅନ୍ୟ ଅଧିକାରୀ ଏ ଦିଗରେ ପ୍ରସ୍ତୁତ ଅଛନ୍ତି ।"

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, "ଭୁବନେଶ୍ୱର ପରି ବିଭିନ୍ନ ସହରାଞ୍ଚଳରେ ବର୍ଷା ଦିନେ ବନ୍ୟା ପରି ସ୍ଥିତି ସୃଷ୍ଟି ହେଉଛି । ଏହାକୁ ମୁକାବିଲା କରିବା ଲାଗି ଆଲୋଚନା ହୋଇଛି । ଏ ଦିଗରେ ପଦକ୍ଷେପ ନେବା ସହ ପ୍ରସ୍ତାବ ଦେବାକୁ ଭୁବନେଶ୍ୱର ମହାନଗର ନିଗମକୁ ନିର୍ଦ୍ଦେଶ ଦିଆଯାଇଛି । ଏହିପାଇଁ 200 କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ଭୁବନେଶ୍ୱର ଓ କଟକ ସହରର ବନ୍ୟା ନିୟନ୍ତ୍ରଣ ପାଇଁ IIT ଦିଲ୍ଲୀ ଏକ ଦୀର୍ଘ ମିଆଦି ଯୋଜନା କରି ସରକାରଙ୍କୁ ରିପୋର୍ଟ ଦେବେ । ବନ୍ୟା ନିୟନ୍ତ୍ରଣ ଓ ଖବର ନେବାକୁ ରାଜ୍ୟରୁ ବ୍ଲକ ଯାଏଁ କଣ୍ଟ୍ରୋଲ ରୁମକୁ ଆହୁରି ସ୍ମାର୍ଟ ଓ ଅପଡେଟ୍ କରାଯିବ। ଖାସ କରି ବର୍ଷା ଦିନରେ ସାପ କାମୁଡା ମାମଲାରେ ଅଧିକାଂଶ ଲୋକ ପ୍ରାଣ ହରାନ୍ତି । ସେମାନେ ହସ୍ପିଟାଲ ନଯାଇ ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହେଉଛନ୍ତି । ହସ୍ପିଟାଲରେ ପର୍ଯ୍ୟାପ୍ତ ଆଣ୍ଟି ସ୍ନେକ ଭେନମ ରଖିବା ସହ ଲୋକଙ୍କୁ ସଚେତନ କରିବା ପାଇଁ ସତର୍କ ମୋବାଇଲ ଆପ କରାଯାଉଛି । ରାଜ୍ୟରେ ଥିବା ODRAFର ୟୁନିଟ 20କୁ 30 ୟୁନିଟ କରିବା ପାଇଁ ଗୃହ ବିଭାଗକୁ ଅବଗତ କରାଯାଇଛି । ପାଣିପାଗ ବିଭାଗ ସହ ସମନ୍ୱୟ ରଖି କାମ କରାଯିବ । ଜିରୋ କାଜୁଆଲଟି ନୀତି ଗ୍ରହଣ କରାଯିବ । ବାହାନଗା ଟ୍ରେନ ଦୁର୍ଘଟଣା ସମୟରେ ତତ୍କାଳୀନ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଗୁରୁତ୍ୱପୂର୍ଣ୍ଣ କାମ କରିଛନ୍ତି । ଏହା ଆଉ ନଘଟୁ ବୋଲି ପ୍ରାର୍ଥନା । କିନ୍ତୁ ଆକସ୍ମିକ ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି 5ଟି ଆଞ୍ଚଳିକ ଅଗ୍ନିଶମ ସେବା ହବ୍ ତୁରନ୍ତ କାର୍ଯ୍ୟକ୍ଷମ ହେବ । ଏନେଇ ତ୍ୱରିତ ବେଗରେ କାର୍ଯ୍ୟ ଆରମ୍ଭ ହୋଇଛି ।"

ସେପଟେ ବିପର୍ଯ୍ୟୟ ପରିଚାଳନା ବୈଠକ ପରେ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, "ସରକାର ମାଇକ୍ରୋ ପ୍ଲାନିଂ ପ୍ରସ୍ତୁତ କରୁଛନ୍ତି । ଏହା ଉପରେ ଅନେକ ପ୍ରସ୍ତାବ ଆସିଛି । ଓଡ଼ିଶା ସରକାର ଲୋକଙ୍କ ରକ୍ଷା କବଚ ହେବ । ଯେକୌଣସି ପ୍ରାକୃତିକ ବିପର୍ଯ୍ୟୟ ଆସୁ, ତାକୁ ସାମ୍ନା କରିବା ପାଇଁ ତ୍ରୁଟି ଶୂନ୍ୟ ଯୋଜନା କରିବୁ । ସରକାର ଲୋକଙ୍କ ସହଯୋଗ କାମନା କରୁଛନ୍ତି । ଆଶା କରୁଛୁ, ଆଗକୁ ବିପର୍ଯ୍ୟୟ ନହେଉ । ଯଦି ବିପର୍ଯ୍ୟୟ ଆସିବ, ସରକାର ସାମ୍ନା କରିବା ପାଇଁ ପ୍ରସ୍ତୁତ ଅଛନ୍ତି ।"

ଏହା ବି ପଢନ୍ତୁ...ପ୍ରାକୃତିକ ବିପର୍ଯ୍ୟୟ କମିଟି ପୁର୍ନଗଠନ କଲେ ମୁଖ୍ୟମନ୍ତ୍ରୀ ମୋହନ, ଗୁରୁବାର ବସିବ ବୈଠକ

ସେହିପରି ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଏସଆରସି ସତ୍ୟବ୍ରତ ସାହୁ କହିଛନ୍ତି, "ଓଡ଼ିଶା ଏକ ପ୍ରାକୃତିକ ବିପର୍ଯ୍ୟାୟ ପ୍ରବଣ ରାଜ୍ୟ । ବନ୍ୟା ଓ ବାତ୍ୟା ସହ ସାପ କାମୁଡା, ପାଣିରେ ବୁଡି ମୃତ୍ୟୁକୁ ନିୟନ୍ତ୍ରଣ କରିବା ପାଇଁ ମତାମତ ଆସିଛି । କମିଟିର ସଦସ୍ୟମାନେ ବିଭିନ୍ନ ମତ ପୋଷଣ କରିଛନ୍ତି । ତାକୁ କମ୍ପାଇଲ କରି 15 ଦିନ ଭିତରେ ଦୀର୍ଘ ସ୍ଥାୟୀ ଯୋଜନା ପ୍ରସ୍ତୁତ କରାଯିବ । ରାଜ୍ୟ ସରକାରଙ୍କ ପାଖରେ ଅର୍ଥର ଅଭାବ ନାହିଁ । ସବୁ ବିଭାଗ ସହ ସମନ୍ୱୟ ରଖି କାମ ହେବ ।"

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.