ETV Bharat / state

ଜନ୍ମମାଟି ରାଇକଳାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ; ଗାଁ ଦାଣ୍ଡରେ ଝୋଟି, ଭବ୍ୟ ସ୍ବାଗତ, ପଖାଳ ଓ ଶାଗ ଭଜା ଖାଇଲେ ମୁଖ୍ୟମନ୍ତ୍ରୀ - Cm Mohan Majhi kendujhar visit

author img

By ETV Bharat Odisha Team

Published : Jun 24, 2024, 12:13 PM IST

Updated : Jun 24, 2024, 8:35 PM IST

Cm Mohan charan Majhi in his Village Kendujhar Raikala: ପୈତୃକ ଗ୍ରାମ ରାଇକଳାରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଗତକାଲିଠାରୁ ଦୁଇଦିନିଆ ଗୃହଜିଲ୍ଲା କେନ୍ଦୁଝର ଗସ୍ତରେ ଅଛନ୍ତି ମୋହନ । ଅଧିକ ପଢନ୍ତୁ

ପୈତୃକ ଗ୍ରାମ ରାଇକଳାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଭବ୍ୟ ସ୍ବାଗତ କଲେ ଗ୍ରାମବାସୀ
ପୈତୃକ ଗ୍ରାମ ରାଇକଳାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଭବ୍ୟ ସ୍ବାଗତ କଲେ ଗ୍ରାମବାସୀ (ETV Bharat Odisha)

ଭୁବନେଶ୍ବର: ସଜେଇ ହୋଇଛି ପୂରା ଗାଁ, ଦାଣ୍ଡରେ ପଡିଛି ଧାଡି ଧାଡି ଝୋଟି । ଚାଲିଛି ଭୋଜିଭାତର ଆୟୋଜନ । ବନ୍ଧା ଚାଲିଛି ସଭା ମଞ୍ଚ । ଗାଁର ପିଲାଠୁ ବୟସ୍କ ପର୍ଯ୍ୟନ୍ତ ଉତ୍ସାହରେ କରିଛନ୍ତି ଅପେକ୍ଷା । ମୁଖ୍ୟମନ୍ତ୍ରୀ ହେବା ପରେ ଗାଁକୁ ଫେରୁଛି ଗାଁ ପୁଅ । ବିଧାୟକ ଭାବେ ଏକାଧିକ ଥର ନିର୍ବାଚିତ ହୋଇ ବିଧାନସଭାରେ ଅଞ୍ଚଳର ସମସ୍ୟା କଥା ଉଠାଉଥିବା ଏହି ଗାଁ ପୁଅ ଦିନେ ମୁଖ୍ୟମନ୍ତ୍ରୀ ହୋଇ ଗାଁକୁ ଫେରିବ, ଏକଥା ହୁଏତ କେହି କେବେ ଭାବି ନଥିବେ । ହେଲେ ଆଜି ସବୁ କିଛି ବଦଳିଯାଇଛି । କିଛିଦିନ ପୂର୍ବରୁ ଅଜଣା ଥିବା କେନ୍ଦୁଝର ଜିଲ୍ଲାର ଏହି ରାଇକଳା ଗ୍ରାମରେ ଦେଖିବାକୁ ମିଳିଛି ଏମିତି କିଛି ଦୃଶ୍ୟ । ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ପ୍ରଥମ ଥର ନିଜ ପୈତୃକ ଗ୍ରାମ ରାଇକଳାରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନାରେ ମୋହନଙ୍କୁ ସ୍ବାଗତ କରିଛି ଜନ୍ମମାଟି ।

ଜନ୍ମମାଟି ରାଇକଳାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ; ଗାଁ ଦାଣ୍ଡରେ ଝୋଟି, ଭବ୍ୟ ସ୍ବାଗତ (ETV Bharat Odisha)

ଗତକାଲିଠାରୁ ଦୁଇଦିନିଆ କେନ୍ଦୁଝର ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ନିଜ ଗୃହ ଜିଲ୍ଲାରେ ଏକାଧିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଆଜି ସେ ନିଜ ପୈତୃକ ଗ୍ରାମ ରାଇକଳାରେ ପହଞ୍ଚିଛନ୍ତି । ରାଇକଳାରେ ଏକ ଅସ୍ଥାୟୀ ହେଲିପ୍ୟାଡ ନିର୍ମାଣ କରାଯାଇଛି । ସେ ସେଠାରେ ଅବତରଣ କରିବା ପରେ ଝୁମ୍ପୁରା ଅଭିମୁଖେ ବାହାରିଥିଲେ । ଏକ ବିଶାଳ ରୋଡ ସୋ’ରେ ମୋହନ ଝୁମ୍ପୁରା ସ୍ଥିତ ଦୁର୍ଗାପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମସ୍ଥଳୀରେ ପହଞ୍ଚିଥିଲେ । ସେଠାରେ ସାଧାରଣ ସଭାକୁ ସମ୍ବୋଧିତ କରିବା ପରେ ସେ ପୁନର୍ବାର ପୈତୃକ ଗ୍ରାମ ରାଇକଳା ଫେରି ନିଜ ଘରେ ମଧ୍ୟାହ୍ନ ଭୋଜନ କରିବେ ।

Cm Mohan charan Majhi (ETV Bharat Odisha)

ଆଜି ଦିନ ରାଇକଳା ଓ କେନ୍ଦୁଝରର ଜିଲ୍ଲାର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ଥିବା ବେଳେ ପରେ ଅପରାହ୍ନ ସାଢେ ୪ଟାରେ ରାଇକଳାରୁ ଭୁବନେଶ୍ବର ପ୍ରତ୍ୟାବର୍ତ୍ତନ କରି ମୁଖ୍ୟମନ୍ତ୍ରୀ ସଂଧ୍ୟାରେ ଭୁବନେଶ୍ବରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିବା ନେଇ ସୂଚନା ମିଳିଛି ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପୈତୃକ ଘର
ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପୈତୃକ ଘର (ETV Bharat Odisha)

ଏହା ମଧ୍ୟ ପଢନ୍ତୁ:-ଆଦିବାସୀଙ୍କୁ ମିଳିବ ଉଚିତ ସମ୍ମାନ: ମୁଖ୍ୟମନ୍ତ୍ରୀ - CM MOHAN MAJHI VISITS KENDUJHAR

ଗାଁ ମୁଣ୍ଡରେ ଲାଗିଛି ସ୍ବାଗତ ହୋଡିଂ
ଗାଁ ମୁଣ୍ଡରେ ଲାଗିଛି ସ୍ବାଗତ ହୋଡିଂ (ETV Bharat Odisha)

ଦୁଇଦିନିଆ ଗସ୍ତରେ କେନ୍ଦୁଝରରେ ପହଞ୍ଚିଥିବା ମୁଖ୍ୟମନ୍ତ୍ରୀ ମୋହନ ଗତକାଲି ଘଟଗାଁ ଯାଇ ଜିଲ୍ଲାର ଅଧୀଷ୍ଠାତ୍ରୀ ଦେବୀ ମା’ ତାରିଣୀଙ୍କ ଦର୍ଶନ କରିଥିଲେ । ପରେ ସେ ନିଜ ନିର୍ବାଚନ ମଣ୍ଡଳୀ କେନ୍ଦୁଝରରେ ଶ୍ରୀବଳଦେବଜୀଉଙ୍କ ମନ୍ଦିରକୁ ଯାଇ ଦର୍ଶନ କରିଥିଲେ । ଏହା ପରେ କେନ୍ଦୁଝର ସହରରେ ଏକ ରୋଡ଼ ସୋ’ କରିବା ସହ ଷ୍ଟାଡିୟମଠାରେ ଏକ ସମ୍ବର୍ଦ୍ଧନା ଓ ସାଧାରଣ ସଭାରେ ଯୋଗ ଦେଇଥିଲେ । ଆଦିବାସୀଙ୍କ ଅଧିକାର କଥା କହି ପୂର୍ବ ସରକାର ଉପରେ ବର୍ଷିଥିଲେ । ତାଙ୍କୁ ବିଜେଡିରେ ସାମିଲ ହେବା ପାଇଁ ମନ୍ତ୍ରୀ ପଦର ପ୍ରଲୋଭନ ମିଳିଥିଲା । ହେଲେ ସେ ବିକ୍ରି ହେବାର ବ୍ୟକ୍ତି ନୁହନ୍ତି ବୋଲି ମୋହନ କହିଥିଲେ । ସେ ବିରୋଧୀ ଆସନରେ ଥିବା ବେଳେ ଲୋକଙ୍କ ସ୍ବାର୍ଥ ପାଇଁ ପ୍ରଶ୍ନ କରୁଥିଲେ । ଏବେ ମୁଖ୍ୟମନ୍ତ୍ରୀ ଭାବେ ଲୋକଙ୍କ ପାଇଁ କାମ କରିବେ ବୋଲି କହିଥିଲେ । ବିଜେପିକୁ ଭୋଟ ଦେଇଥିବାରୁ ସେ କେନ୍ଦୁଝରବାସୀଙ୍କୁ ଧନ୍ୟବାଦ ମଧ୍ୟ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ ମୋହନଙ୍କୁ ସ୍ବାଗତ ପାଇଁ ଅପେକ୍ଷାରତ ରାଇକଳା ଗ୍ରାମର ମହିଳାମାନେ
ମୁଖ୍ୟମନ୍ତ୍ରୀ ମୋହନଙ୍କୁ ସ୍ବାଗତ ପାଇଁ ଅପେକ୍ଷାରତ ରାଇକଳା ଗ୍ରାମର ମହିଳାମାନେ (ETV Bharat Odisha)
ମୁଖ୍ୟମନ୍ତ୍ରୀ ମୋହନଙ୍କୁ ସ୍ବାଗତ କରୁଛନ୍ତି ସମର୍ଥକ
ମୁଖ୍ୟମନ୍ତ୍ରୀ ମୋହନଙ୍କୁ ସ୍ବାଗତ କରୁଛନ୍ତି ସମର୍ଥକ (ETV Bharat Odisha)

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 24, 2024, 8:35 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.